ଦେଶ ଚଳିତ ବର୍ଷର ଅଗଷ୍ଟ ୧୫ରେ ସ୍ୱାଧୀନତାର ୭୫ ବର୍ଷ ପାଳନ କରିବାକୁ ଯାଉଛି । ଦେଶର ସ୍ୱାଧୀନତା ପାଇବାର ୭୫ ବର୍ଷ ପୂରଣ ଅବସରରେ ଆମେମାନେ ଏହି ମହା ଶୁଭ ଅବସରରେ ଏହି ଉସ୍ତ୍ରବରେ ସାମିଲ ହୋଇପାରୁଛେ ଏହା ଆମ ପାଇଁ ପରମ ସ୍ୱଭାଗ୍ୟର କଥା । ଇଂରେଜମାନଙ୍କ ଦୁଇ ଶହ ବର୍ଷର ପରାଧୀନତାରୁ ଦେଶ ସ୍ୱାଧୀନ ହେବା ପରଠାରୁ ଆଜି ପର୍ଯ୍ୟନ୍ତ ଆମେ ଅନେକ ଝଡଝଂଜା, ଅନେକ ଘାତ ପ୍ରତିଘାତ ସାମ୍ନା କରିଛୁ ସତ ହେଲେ ଏକ ରାଷ୍ଟ୍ର ଭାବରେ ସାମୁହକି ସ୍ତରରେ ଆମେ କେବେ ଅଟକି ଯାଇନାହୁଁ । ବଂର ଏକ ଗରିବ, ଦୁର୍ବଳ ଅର୍ଥନୀତିର ଦେଶରୁ ଆମେ ଆସି ଏବେ ବିଶ୍ୱର ଏକ ପ୍ରଭାବଶାଳୀ ରାଷ୍ଟ୍ରର ମାନ୍ୟତା ପାଇଲୁଣି । ଆଜି ସାରା ବିଶ୍ୱରେ ଭାରତୀୟମାନଙ୍କର ସାମୁହିକ ପରିଚୟ, ସାମୁହିକ ମାନ୍ୟତା ଏକ ଉଚ୍ଚ ସୋପାନରେ ପହଂଚିଛି । ଭାରତୀୟ ସଂସ୍କୃତି, ଭାରତୀୟ ବିଚାରର ଗ୍ରହଣୀତା ଦିନକୁ ଦିନ ବଢିଛି । କୌଣସିବି ରାଷ୍ଟ୍ରର ସ୍ୱାଧୀନତା ଦିବସ କେବଳ ଉସ୍ତ୍ରବ ବା ଔପଚାରିକାତାରେ ପାଳନ କରାଯାଉଥିବା ଏକ ଦିନ ନୁହେଁ ବଂର ଏହା ହେଉଛି ଦେଶଭକ୍ତି, ରାଷ୍ଟ୍ରୀୟ ଭାବନା, ଦେଶ ପାଇଁ ବଳିଦାନ ଦେଇଥିବା ମହାନ ଆତ୍ମାଙ୍କୁ ମନେପକାଇବାର ଦିନଟିଏ ।
ସ୍ୱାଧୀନତାର ଅମୃତ ମହୋସ୍ତ୍ରବ ଅବସରରେ ମୁଖ୍ୟତଃ ଦୁଇଟି କାର୍ଯ୍ୟକ୍ରମ ସରକାରୀ ସ୍ତରରେ ଓ ବିଭିନ୍ନ ସାମାଜିକ ସଙ୍ଗଠନମାନଙ୍କ ଦ୍ୱାରା କରାଯାଉଛି । ଗୋଟିଏ ହେଉଛି ହର ଘର ତିରଙ୍ଗା ଅଭିଯାନ ଓ ଅନ୍ୟଟି ହେଉଛି ସ୍ୱାଧୀନତା ସଂଗ୍ରାମର ଇତିହାସର ପୁନ୍ନଲିଖନ ବା ଅନାଲୋଚିତ ସ୍ୱାଧୀନତା ସଂଗ୍ରାମୀମାନଙ୍କ ବିଷୟରେ ଅଧ୍ୟୟନ ।
ସ୍ୱାଧୀନତା ଆନ୍ଦୋଳନ ସେହି ସମୟରେ ମୋଟ ଚାରୋଟି ଭିନ୍ନ ଭିନ୍ନ ପ୍ରକାରର ହେଉଥିଲା । ଗୋଟିଏ ହେଲା ଦେଶ ଭିତରେ ହୋଇଥିବା ବିଭିନ୍ନ ସଶସ୍ତ୍ର ଆନ୍ଦୋଳନ । ଯେଉଁଥିରେ ସ୍ୱାଧୀନତା ସଂଗ୍ରାମୀମାନେ ଦେଶକୁ ସ୍ୱାଧୀନ କରିବା ପାଇଁ ସଶସ୍ତ୍ର ଲଢାଇ ହିଁ ଏକମାତ୍ର ରାସ୍ତା ବୋଲି ବାଛିନେଇଥିଲେ । ଆଉ ଗୋଟିଏ ପ୍ରକାରର ଆନ୍ଦୋଳନ ହେଉଛି ଅନ୍ୟ ଦେଶର ସାହାଯ୍ୟ ନେଇ ସ୍ୱାଧୀନତା ହାସଲ ପାଇଁ ଲଢାଇ କରିବା । ନେତାଜୀ ସୁଭାଷ ବୋଷ ଏହି ମାର୍ଗରେ ସ୍ୱାଧୀନତା ପାଇଁ ଲଢାଇ କରିଥିଲେ । ଆଉ ଗୋଟିଏ ଧରଣର ସ୍ୱାଧୀନତା ସଂଗ୍ରାମ ଚାଲିଥିଲା ଯେଉଁଥିରେ କ୍ରାନ୍ତିକାରିମାନେ ଭାବୁଥିଲେ ଦେଶ ସ୍ୱାଧୀନ ହେବା ଯେତିକି ଆବଶ୍ୟକ ଦେଶ ଭିତର ଲୋକମାନଙ୍କ ଭିତରେ ଥିବା ବିଭେଦ, ବିଶେଷ ଭାବରେ ଜାତି, ଧର୍ମ ଆଧାରରେ ବିବାଦ ଏସବୁର ମଧ୍ୟ ସମାଧାନ ହେବା ସେତିକି ଆବଶ୍ୟକ । ସେମାନଙ୍କର ଯୁକ୍ତି ଥିଲା ଦେଶର ସମାଜରେ ଭିନ୍ନ ଭିନ୍ନ କାରଣ ପାଇଁ ଥିବା ବିବାଦରୁ ବୈଦଶିକ ଶକ୍ତିମାନେ ଫାଇଦା ନେଇ ଚାଲିଛନ୍ତି । କେତେବେଳେ ମୋଗଲ, କେତେବେଳେ ଆଫଗାନ, କେତେବେଳେ ବ୍ରିଟିସ ଆମ ଦେଶକୁ ଅକ୍ତିୟାର କରିବାର କାରଣ ହେଉଛି ଭାରତୀୟ ସମାଜରେ ଥିବା ବିଭେଦ ଓ କିଛି ଦୋଷ ତୃଟି । ମୁଖ୍ୟତଃ ବାବା ସାହେବ ଭିମରାଓ ଆମ୍ବେଦକର ଓ ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘ ଏହି ପ୍ରକାର ଚିନ୍ତାଧାରାରେ ବିଶ୍ୱାସ କରୁଥିଲେ । ଦେଶ ସ୍ୱାଧୀନକୁ କରିବା ସହିତ ଭାରତୀୟ ସମାଜର ପୁନ୍ନରୋଥାନ ଏବଂ ସ୍ୱଜାଗର ଥିଲା ଏମାନଙ୍କର ମୁଳ ଲକ୍ଷ୍ୟ । ଅନ୍ୟ ମାର୍ଗରେ ଯେଉଁ ସ୍ୱାଧୀନତା ଆନ୍ଦୋଳନ ହେଉଥିଲା ତାହା ହେଉଛି ଅହିଂସା ମାର୍ଗରେ ଆନ୍ଦୋଳନ ଯାହା କଂଗ୍ରେସର ନେତୃତ୍ୱରେ ଚାଲିଥିଲା । ୧୯୪୭ରେ ଦେଶ ସ୍ୱାଧୀନ ହେଲା ଓ ଶାସନର କ୍ଷମତା ସମ୍ପୃର୍ଣ୍ଣ ଭାବରେ କଂଗ୍ରେସ ହାତକୁ ଚାଲିଗଲା । ଏବଂ ବଡ ଦୁଃଖର ସହିତ କହିବାକୁ ପଡେ ଯେ କଂଗ୍ରେସ ନିଜେ ଦେଶକୁ ସ୍ୱାଧୀନ କରିଛି ବୋଲି ଛାତି ଫଟାଇ ଚିତ୍କାର କହିଲା ଏବଂ ଅନ୍ୟ ଯେଉଁ ତିନୋଟି ବର୍ଗର ସ୍ୱାଧୀନତା ସଂଗ୍ରାମ କଥା ଆମେ ପୂର୍ବରୁ ଉଲ୍ଲେଖ୍ୟ କରିଥିଲେ ତାହାକୁ ସେମାନେ ମାନ୍ୟତା ଦେଲେନାହିଁ । ଯାହାଫଳରେ ନା ସେହି ସ୍ୱାଧୀନତା ସଂଗ୍ରାମୀମାନଙ୍କ ବିଷୟରେ ଦେଶର ଲୋକମାନେ ଜାଣିପାରିଲେ ନା ସେମାନଙ୍କର ବଳିଦାନକୁ ସଠିକ ସମ୍ମାନ ମିଳିଲା । ଏପରିକି ସୁଭାଷ ବୋଷଙ୍କ ମୃତ ବିଷୟରେ ଦେଶ ସ୍ୱାଧୀନ ହେବା ପରେ ମଧ୍ୟ ଦେଶର ଲୋକମାନଙ୍କ ମନରେ ଥିବା ସନ୍ଦେହକୁ ସରକାର ଦୂର କରିଲେ ନାହିଁ । ସେହିଭଳି ଅନେକ ଆଦିବାସୀମାନଙ୍କର ସଶସ୍ତ୍ର ସଂଗ୍ରାମ ବିଷୟରେ ଆମେ ପୁରା ଅଜ୍ଞ । ଦେଶର ତତ୍କାଳିନ ଇତିହାସକାରମାନେ କେବଳ କଂଗ୍ରେସର ଶୈଳିରେ ଏକମତ ନଥିବା କାରଣରୁ ବାବା ସାହେବ ଆମ୍ବେଦକର ଓ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘକୁ ବ୍ରିଟିସର ଏଜେଂଟ ବୋଲି ମଧ୍ୟ ଚିତ୍ରଣ କରିଥିଲେ । ଏମିତି ଅନେକ କିଛି ଯାହା ଉପରେ ଏବେ ବିମର୍ଷ କରିବାର ଆବଶ୍ୟକତା ରହିଛି ଓ ଦେଶର ସ୍ୱାଧୀନତାରେ ବଳିଦାନ ଦେଇଥିବା ସମସ୍ତ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଖୋଜି ବାହାର କରି ସେମାନଙ୍କୁ ଯଥାଯଥ ସମ୍ମାନ ଦେବାର ଏହା ହେଉଛି ପ୍ରକୃଷ୍ଟ ସମୟ ।
ସେହିଭଳି ଏହି ମହାନ ଅବସରରେ କେନ୍ଦ୍ର ସରକାର ହର ଘର ତିରଙ୍ଗା ଅଭିଯାନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଦେଶର ପ୍ରତିଟି ପରିବାରର ଘର ଉପରେ ତିରଙ୍ଗା ଉଡିବା ପାଇଁ ଏହି ଅଭିଯାନରେ ଲକ୍ଷ୍ୟ ରଖାଯାଇଛି । ଯଦି ଏହି ହର ଘର ତିରଙ୍ଗା ଅଭିଯାନ ସଫଳ ହୁଏ ତାହେଲେ ଏକା ସମୟରେ ଏତେ ସଂଖ୍ୟାରେ କୌଣସି ଦେଶର ଜାତୀୟ ପତାକା ଉଡିବାରେ ଏହା ଏକ ବିଶ୍ୱ ରେକର୍ଡ ହେବ । ନିଶ୍ଚିନ୍ତ ଭାବରେ ଭାରତ ଇତିହାସରେ ଏହା ଏକ ସ୍ୱର୍ଣ୍ଣିମ ଦିନ ହୋଇ ରହିବ ଯେତେବେଳେ ଭାରତର ସମସ୍ତଙ୍କ ଘରେ ତିରଙ୍ଗା ପତାକା ଉଡୁଥିବ । ବୋଧହୁଏ ସ୍ୱାଧୀନ ଭାରତରେ ଏହା ପ୍ରଥମ ଅବସର ହେବ ଏପରି ବିରଳ ସ୍ୱଭାଗ ଆଣିବାରେ । ଏକ ଦେଶ, ଏକ ଭାବନା, ଏକ ପରିଚୟ – ଏହା ହେଉଛି ଏହି ହର ଘର ତିରଙ୍ଗା ଅଭିଯାନର ଏକମାତ୍ର ଉଦ୍ଦେଶ୍ୟ । ଯେଉଁଭଳି ଭାବରେ ବର୍ତମାନ ସ୍ଥିତିରେ କିଛି ଲୋକ ଧର୍ମ ଆଧାରରେ, କିଛି ଲୋକ ଜାତି ଆଧାରରେ ଦେଶରେ ବିଭାଜନ ସୃଷ୍ଟି କରୁଛନ୍ତି ସେଭଳି ବିଭାଜନକାରୀ ତତ୍ୱମାନଙ୍କର ଷଡଯନ୍ତ୍ରକୁ ରୋକିବା ଦିଗରେ ଏହି ହର ଘର ତିରଙ୍ଗା ଅଭିଯାନ ଏକ ବଡ ପ୍ରୟାସ ସାଜିବ । ମଝିରେ ମଝିରେ ବିଭିନ୍ନ ସମୟରେ କିଛି ବିଦେଶୀ ଗଣମାଧ୍ୟମମାନେ ସାମ୍ପ୍ରଦାୟୀକ ପ୍ରସଙ୍ଗ ନେଇ ହେଉ ବା କୌଣସି ରାଜନୈତିକ ଆନ୍ଦୋଳନକୁ ନେଇ ଭାରତରେ ବିଭିନ୍ନ ବର୍ଗଙ୍କ ମଧ୍ୟରେ ସଂଘର୍ଷ ରହିଛି ବୋଲି ଚିତ୍ରଣ କରିଥାଆନ୍ତି । ସେହି ନିର୍ଦ୍ଧିଷ୍ଟ ବିଦେଶୀ ଶକ୍ତିମାନଙ୍କୁ ଏହି ହର ଘର ତିରଙ୍ଗା ଅଭିଯାନ ଏକ ଶକ୍ତ ବାର୍ତା ଦେବ । ଜୁଲାଇ ୨୦୨୨ରେ କେନ୍ଦ୍ର ସରକାର ଏକ ସଂଶୋଧନ ଆଣି ଘରୋଇ ଅନୁଷ୍ଠାନ, ସାଧାରଣ ନାଗରିକମାନେ ଘରେ ସୂର୍ଯ୍ୟାସ୍ତ ପରେ ଜାତୀୟ ପତାକା ନଉଡିବାର କଟକଣାକୁ ଉଠାଇ ଦେଇଛନ୍ତି । ଏବେ ସରକାରୀ, ବେସରକାରୀ ଅନୁଷ୍ଠାନ ଓ ସାଧାରଣ ଜନତା ସମସ୍ତଙ୍କ ପାଇଁ ଗୋଟିଏ ନିୟମ ।
ହେଲେ ଯେମିତି ଭାରତରେ ଆମେ ଦେଖିଛେ ସବୁ କଥାରେ ରାଜନୀତି ହୁଏ ଏବେ ସ୍ୱାଧୀନତାର ଅମୃତ ମହୋସ୍ତ୍ରବକୁ ନେଇ ମଧ୍ୟ ରାଜନୀତି । ଯେଉଁମାନେ ଏକମାତ୍ର କଂଗ୍ରେସ ହିଁ ଦେଶକୁ ସ୍ୱାଧୀନ କରିଛି ବୋଲି ଦୀର୍ଘ ଦିନ ଧରି ଲୋକମାନଙ୍କୁ ବୁଝାଇ ଆସୁଥିଲେ ସେମାନେ ଏବେ ସ୍ୱାଧୀନତା ସଂଗ୍ରାମର ଅନାଲୋଚିତ ବିଷୟରେ ଆଲୋଚନା କରିବାକୁ ଇତିହାସର ବିକୃତି କରଣ ବୋଲି କହୁଛନ୍ତି । “ଦେଶକୁ କେବଳ କଂଗ୍ରେସ ହିଁ ସ୍ୱାଧୀନ କରିଛି” ଏହି ବାଖ୍ୟାନ ଭାଙ୍ଗିଯିବାର ଭୟ ସେମାନଙ୍କୁ ଘାରିଛି । ସେହିଭଳି ହର ଘର ତିରଙ୍ଗା ଅଭିଯାନକୁ ମଧ୍ୟ ବିରୋଧ ଚାଲିଛି । ହେଲେ ଆଜିର କଂଗ୍ରେସ ଦଳ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରୁ କରୁ ନିଜ ଗୋଡରେ କୁରାଢି ମାରିଛି । ଆଗରୁ କଂଗ୍ରେସ ଦଳ ସବୁ ପ୍ରସଙ୍ଗରେ ମହାତ୍ମା ଗାନ୍ଧୀଙ୍କୁ ଆଗରେ ରଖୁଥିଲା । ହେଲେ ହର ଘର ତିରଙ୍ଗା ବେଳେ ସେମାନେ ନେହେରଙ୍କୁ ସାମନାକୁ ଆଣିଲେ । ହଠାତ ଏପରି ପରିବର୍ତନର କାରଣ ଖୋଜୁଖୋଜୁ ଜଣାପଡିଲା ଯେ ନିଜେ ମହାତ୍ମା ଗାନ୍ଧୀ ଏହି ତିରଙ୍ଗା ପତାକାକୁ ସମ୍ମାନ ଦେବେ ନାହିଁ ବୋଲି କହିଥିଲେ । ନିଜେ ଗାନ୍ଧୀ ଜାତୀୟ ପତାକାରେ ବ୍ରିଟିସର ୟୁନିଅନ ଜ୍ୟାକ ଓ ଚରଖା ରଖିବା ସପକ୍ଷରେ ଥିଲେ ଯାହା ଦେଶବାସୀ ଆଗରୁ ଜାଣିନଥିଲେ ।