The Independence:BJP-Cuttack-Mayor-Candidate-Sritam-Das-Urban-Election-Odisha

 ଏବେ ଚାଲିଛି ପଂଚାୟତ ନିର୍ବାଚନ । ରାଜ୍ୟରେ ପଂଚାୟତ ନିର୍ବାଚନ ସରୁ ସରୁ ହୋଇପାରେ ପୌର ନିର୍ବାଚନ । ରାଜ୍ୟରେ ଯେଉଁ ୫ଟି ପୌର ନିଗମ ରହିଛି ସେଥିରେ ଭୁବନେଶ୍ୱର ପରେ କଟକ ହେଉଛି ସବୁଠାରୁ ଗୁରୁତ୍ୱପୁର୍ଣ୍ଣ ପୌର ନିଗମ । ଭୁବନେଶ୍ୱରର ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ ହୋଇରହିଥିବା ବେଳେ କଟକ କିନ୍ତୁ ଅଣସଂରକ୍ଷିତ ହୋଇଛି । ରାଜନୈତିକ ଦୃଷ୍ଟିରୁ ବହୁ ଗୁରୁତ୍ୱ ବହନ କରୁଥିବା ଏହି କଟକ ସହରର ରାଜନୀତି ଟିକିଏ ନିଆରା । ଦିନ ଥିଲା କଟକ ଓଡିଶାର ରାଜନୈତିକ ପ୍ରାଣକେନ୍ଦ୍ର ଥିଲା । ସଚିବାଳୟ, ବିଧାନସଭା ଭୁବନେଶ୍ୱରରେ ଥାଇ ବି ମୁଖ୍ୟମନ୍ତ୍ରୀ, ଅନ୍ୟ ମନ୍ତ୍ରୀମାନେ ରହୁଥିଲେ କଟକରେ ।

କଟକର ମେୟର ପଦବୀ ପାଇଁ ବିଭିନ୍ନ ରାଜନୈତିକ ଦଳମାନେ ଏବେ ଠାରୁ ଅଙ୍କକଷା ଆରମ୍ଭ କରିସାରିଲେଣି । ମଇଦାନରେ ମୁଖ୍ୟତଃ ବିଜେଡି, ବିଜେପି, କଂଗ୍ରେସ ଦୃଶ୍ୟମାନ ହେଉଥିବା ବେଳେ କିଏ ଜିତିବ ଏହା ଅନୁମାନ କରିବା କଷ୍ଟକର ବ୍ୟାପାର । କଟକ ସହରର ତିନୋଟି ବିଧାୟକ ଆସନରୁ ଦୁଇଟି ଏବେ ବିଜେଡି କବଜାରେ ଓ ଗୋଟିଏ କଂଗ୍ରେସ ହାତରେ ରହିଛି । ସେହିପରି ସାଂସଦ ପଦ ବିଜେଡିର କବଜାରେ ରହିଛି । ଗତ ସାଧାରଣ ନିର୍ବାଚନରେ ପ୍ରାୟ ସମସ୍ତ ଆସନରେ ତ୍ରିମୁଖି ଲଢାଇ ହୋଇଥିଲା । ବିଜେପିର ସାଂସଦ ପାର୍ଥୀ ଭାବରେ ମଇଦାନରେ ଲଢୁଥିଲେ ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର । ତେଣୁ ଏମିତିରେ ଦେଖିଲେ କଟକ ମେୟର ପଦବୀ ପାଇଁ ଲଢାଇ ତିନୋଟି ଯାକ ମୁଖ୍ୟ ରାଜନୈତିକ ଦଳ ଭିତରେ ହେବ ।

 ଯେହେତୁ ଏଥରର ନିର୍ବାଚନ ପ୍ରତ୍ୟକ୍ଷ ହେବ ତେଣୁ ଲଢାଇ ସିଧାସଳଖ ଦଳମାନଙ୍କ ଭିତରେ ହେବ ଓ ହେଭିେଓଟମାନେ ନିର୍ବାଚନ ଲଢିବେ । ଭାଇଚାରାର ସହର କଟକରେ ଯିଏବି ମେୟର ପାଇଁ ଲଢିବେ ସେ ପୁରା କଟକିଆ ହୋଇଥିବା ଦରକାର । ନହେଲେ କଟକରେ ଭୋଟ ମିଳିବନି ।

କଟକରେ ବିଜେଡିର ପାର୍ଥୀ ତାଲିକାରେ ବହୁ ଆଶାୟୀ ଅଛନ୍ତି । ବିଜେଡି ପୁର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ବି ପାର୍ଥୀ କରିବାରେ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ । ସେହିପରି ସିନେଷ୍ଟାର ଅରିନ୍ଦମ ରାୟଙ୍କୁ ବିଜେଡିର ସାଧାରଣ ସମ୍ପାଦକ ନିଯୁକ୍ତ କରିବା ପଛରେ କଟକ ମେୟର ପଦବୀ ଲଢିବାର ବାସ୍ନା ବାହାରୁଛି । ଅରିନ୍ଦମଙ୍କ ଘର ମଧ୍ୟ କଟକରେ । ଆଶାୟୀ ତାଲିକାରେ ବହୁ ପୁର୍ବତନ ମେୟର, ପୁର୍ବତନ କର୍ପୋରଟର ମଧ୍ୟ ଅଛନ୍ତି ।

ବିଜେପିର ପାର୍ଥୀ କିଏ ହେବ ତାହା ଅସ୍ପଷ୍ଟ ଥିଲେ ବି ସୀନେଷ୍ଟାର ଶ୍ରୀତମ ଦାସ ପାର୍ଥୀ ହୋଇପାରନ୍ତି ବୋଲି କଟକରେ ଚର୍ଚ୍ଚା ଚାଲିିଛି । ଏମିତିରେ ଶ୍ରୀତମ ଦାସ ବିଜେପିର ନୁଆ ନୁହନ୍ତି କି ରାଜନୀତିରେ ବି ନୁଆ ନୁହନ୍ତି । ଗତ ସାଧାରଣ ନିର୍ବାଚନରେ ସେ ବିଜେପି ପାଇଁ ପ୍ରଚାର କରୁଥିଲେ । ଯଦିଓ ବିଜେପିରେ ଆହୁରି ଅନେକ ହେଭିେଓଟ କଟକରେ ଅଛନ୍ତି ତଥାପି ଲୋକପ୍ରିୟତା, ସିନେଷ୍ଟାର କ୍ରେଜ ଆଦିକୁ ହିସାବକୁ ନେଲେ ଶ୍ରୀତମ ଦାସ ଟିକେଟ ରେସରେ ଆଗରେ ରହିବେ ।

ବାକି କଂଗ୍ରେସର ପାର୍ଥୀ କିଏ ହେବେ ତାହା ନିର୍ଭର କରୁଛି ବିଧାୟକ ମୋକିମଙ୍କ ନିଷ୍ପତି ଉପରେ । ମୋକିମଙ୍କ ଝିଅ ବି ଧୀରେ ଧୀରେ ରାଜନୀତିରେ ରୁଚି ରଖିଲେଣି । କଂଗ୍ରେସରେ ଆହୁରି ବି ଅନେକ ପୁରୁଖା ନେତାମାନେ ଅଛନ୍ତି ଯାହାଙ୍କୁ କଂଗ୍ରେସ ମଇଦାନରେ ଉତାରି ପାରେ ।

Author Image

Independence News

Recent Posts

The Independence:If-the-BJP-government-is-formed-in-Odisha-drinking-water-problem-will-be-solved-as-a-priority-Bhatrahari-Mahatab

ଓଡ଼ିଶାରେ ବିଜେପି ସରକାର ଗଠନ କଲେ ଅଗ୍ରାଧିକାର ଭିତିରେ ପାନୀୟ ଜଳ ସମସ୍ୟାର ସମାଧାନ କରାଯିବ: ଭତୃହରି ମହତାବ

The Independence:Odisha-Cow-Slaughtering

Odisha : ଗୋ ମାଂସ ବୋଝେଇ ଟ୍ରକ ଜବତ

The Independence:Jagannath-Temple-Odisha-Mumbai

ଓଡିଶା ବାହାରେ ମହାପ୍ରଭୁ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର

The Independence:Modi-Government-9-Years-Seva-Susasan-Garib-Kalyana

ନ’ ବର୍ଷର ସୁଶାସନ

The Independence:Rath-Yatra-2023-Lakhs-of-devotees-witness-Suna-Besha-of-Holy-Trinity-in-Puri

ଶ୍ରୀକ୍ଷେତ୍ରରେ ରଥାରୁଢ଼ ଶ୍ରୀଜୀଉଙ୍କ ସୁନାବେଶ, ମହଣ ମହଣ ସୁନା ଅଳଙ୍କାରରେ ସଜ୍ଜିତ ତିନି ଠାକୁର

The Independence:Puri-Ratha-Jatra-2023-Jay-Jagannath

ଶରଧାବାଲିରେ ଲାଗିଲା ତିନି ଠାକୁରଙ୍କ ତିନି ରଥ

The Independence:Ratha-Jatra-2023-ନୀଳାଦ୍ରିବିଜେରେ-ନୀଳକନ୍ଦରକୁ-ଫେରନ୍ତି-ନୀଳାଦ୍ରିନାଥ-ସରେ-ଜନ୍ମବେଦି-ଲୀଳା

Ratha Jatra 2023: ନୀଳାଦ୍ରିବିଜେରେ ନୀଳକନ୍ଦରକୁ ଫେରନ୍ତି ନୀଳାଦ୍ରିନାଥ; ସରେ ଜନ୍ମବେଦି ଲୀଳା

The Independence:Jagannath-Temple-Rath-Jatra

ଏକାବନ ଦିନରେ ଚଳଚଞ୍ଚଳ ରଥଖଳା

The Independence:ପ୍ରେମିକାକୁ-ଛୁରୀ-ଭୁଷିଲା-ପଥରରେ-ଛେଚି-ମୁହଁ-ନଷ୍ଟ-କଲା-ଜହ୍ଲାଦ-ପ୍ରେମିକ-ସାହିଲ-ଖାଁ

ପ୍ରେମିକାକୁ ଛୁରୀ ଭୁଷିଲା, ପଥରରେ ଛେଚି ମୁହଁ ନଷ୍ଟ କଲା ଜହ୍ଲାଦ ପ୍ରେମିକ ସାହିଲ ଖାଁ

The Independence:Land-Jihad-Dwarka

ଜମି ଜିହାଦର ଅନ୍ୟନାମ ଦ୍ୱାରକା

The Independence:Odisha-cant-make-progress-with-Shashikala-syndrome-Dharmendra

‘ଶଶୀକଳା ସିଣ୍ଡ୍ରୋମ’ କହିବାରୁ ସରକାରଙ୍କୁ ବାଧିଲା: ଧର୍ମେନ୍ଦ୍ର

The Independence:Land-Jihad-Love-Jihad-Jameen-Jihad-in-Odisha

ରାଜ୍ୟରେ ବଢ଼ୁଛି ଜିହାଦୀଙ୍କ ସଂଖ୍ୟା !

The Independence:The-Kerala-Story-Official-Trailer--Vipul-Amrutlal-Shah--Sudipto-Sen--Adah-Sharma--Aashin-A-Shah

The Kerala Story Official Trailer | Vipul Amrutlal Shah | Sudipto Sen | Adah Sharma | Aashin A Shah

The Independence:Guddu-Muslim-Odisha-Link-BJD

ଗୁଡ୍ଡୁ ମୁସଲମାନର ଖାସ୍, ବିଜେଡି ବିଧାୟକଙ୍କ ରାଇଟହାଣ୍ଡ

The Independence:important-files-of-the-jagannath-temple-administration-have-gone-missing

ଗାଏବ ହେଲା ଜଗନ୍ନାଥ ମନ୍ଦିର ପ୍ରଶାସନର ଗୁରୁତ୍ଵପୂର୍ଣ୍ଣ ଫାଇଲ

The Independence:Debacle-in-American-Banking-System

ଆମେରିକାର ବ୍ୟାଙ୍କିଂ ବ୍ୟବସ୍ଥାରେ ବିପର୍ଯ୍ୟୟ

The Independence:palghar-sadhu-lynching-case-to-be-investigated-by-cbi

ପାଲଘର ସାଧୁହତ୍ୟା ମାମଲାର ହେବ ସିବିଆଇ ତଦନ୍ତ

The Independence:Mix-Mandate-in-USA-Joe-Biden

ଆମେରିକାରେ ମିଶ୍ରିତ ଜନମତ

The Independence:Jayshankar-in-Fiji

ଫିଜିରେ ବିଜି ଜୟଶଙ୍କର

The Independence:Women-Freedom-Fighters-of-India-Name-List-and-Their-Roles

ଭାରତର ମହାନ ମହିଳା ସ୍ୱାଧୀନତା ସଂଗ୍ରାମୀମାନେ ଯାହାଙ୍କୁ ଇତିହାସକାରମାନେ ଭୁଲି ଯାଇଥିଲେ

The Independence:Dharmendra-Seeks-Centres-Intervention-For-Protection-Of-Archaeological-Assets-In-Odisha

ଓଡ଼ିଶାରେ ଅସୁରକ୍ଷିତ ଶିଶୁପାଳ ଗଡ଼ ଓ ଲଳିତଗିରି ପରି ଐତିହ୍ୟ କୀର୍ତ୍ତିରାଜି

The Independence:ଶ୍ରୀମନ୍ଦିରର-ପ୍ରସିଦ୍ଧ-ଦୋଳଯାତ୍ରା

ଶ୍ରୀମନ୍ଦିରର ପ୍ରସିଦ୍ଧ ଦୋଳଯାତ୍ରା

The Independence:Young-writer-Om-Priyadarshis-book-on-Paika-movement-released

ଉନ୍ମୋଚିତ ହେଲା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଚୟନିତ ଓମ୍ ପ୍ରିୟଦର୍ଶୀଙ୍କ ପୁସ୍ତକ "ପାଇକ: ଜନ, ଆଖ୍ୟାନ ଓ ଆନ୍ଦୋଳନ"

The Independence:Baijayanta-Panda-listens-Man-Ki-Baat-Programme-at-Bhawanipatna

ଭବାନୀପାଟଣା “ମନ୍‌ କି ବାତ୍‌” କାର୍ଯ୍ୟକ୍ରମରେ ବୈଜୟନ୍ତ ପଣ୍ଡା

The Independence:ଜର୍ଜ-ସୋରୋସଙ୍କ--ନେଟୱର୍କ-ଓ-କଣ୍ଢେଇ-ମାନଙ୍କୁ-ଚିହ୍ନଟ--ଜରୁରୀ

ଜର୍ଜ ସୋରୋସଙ୍କ ନେଟୱର୍କ ଓ କଣ୍ଢେଇ ମାନଙ୍କୁ ଚିହ୍ନଟ ଜରୁରୀ