- ୱେବ ସିରିଜ ତାଣ୍ଡବରେ ଅନୁସୂଚିତ ଜାତି ବର୍ଗର ଲୋକ ମାନଙ୍କୁ ଅପମାନ କରିବା ଓ ହିନ୍ଦୁ- ମୁସଲମାନ ହିଂସା ପାଇଁ ପ୍ରବର୍ତାଇବା ତଥା ଧାର୍ମିକ ପ୍ରତୀକ ଗୁଡିକର ଅପମାନ କରାଯିବା ଭଳି ଘଟଣା ମାନ ଥିବାରୁ ଏହାକୁ ବ୍ୟାନ କରିବାକୁ ସୋସିଆଲ ମିଡିଆରେ ଦାବି କରା ଯାଇଛି ।
ଶିବାଶିଷ ପଣ୍ଡା ନାମକ ଜଣେ ଟ୍ୱିଟର ବ୍ୟବହାରକାରୀ ଏହାକୁ ନେଇ ଟ୍ୱିଟ କରିବା ସହ ଏହାକୁ ବ୍ୟାନ କରିବାକୁ ଦାବି କରିଛନ୍ତି ।
ସେ ଲେଖିଛନ୍ତି ଯେ -ଆଦିଦେବ ମହାଦେବ ଙ୍କ ନାମକୁ କଦର୍ଯ୍ୟ ରୂପେ ବ୍ୟବହାର କରିଥିବା ଏବଂ JNU ରେ 'ଭାରତ ତେରେ ଟୁକୁଡେ ହୋଂଗେ'ର ନାରାକୁ ସମର୍ଥନ କରି କୋଟି କୋଟି ହିନ୍ଦୁ ଙ୍କ ଆସ୍ଥା କୁ କୁଠାର ଘାତ ଏବଂ ଭାରତ ବିରୋଧୀ ଶକ୍ତି ଙ୍କୁ ସମର୍ଥନ କରି ହିନ୍ଦୁ ଙ୍କ ବିରୋଧରେ ଷଡଯନ୍ତ୍ର କରୁଥିବା #TANDAV web series କୁ ତୁରନ୍ତ ban କରାଯିବା ଦରକାର ।
ସେହିପରି ଦିଲ୍ଲୀ ବିଜେପିର ବରିଷ୍ଠ ନେତା କପିଲ ମିଶ୍ରା ମଧ୍ୟ ଏକ ଭିଡିଓ ଜାରୀ କରି ଏହାକୁ ବ୍ୟାନ କରିବାକୁ ଦାବି କରିଛନ୍ତି । ଏହାକୁ ବିପୁଳ ଜନ ସମର୍ଥନ ମିଳୁଥିବାର ଦେଖା ଯାଉଛି ।