The Independence:Bangladesh-Islamists-destroy-Durga-Maa-Idols-Islamists-Fundamentalist-Attack-Hindu

 ଏହି ଫଟୋ ଗୁଡିକ ଦେଖନ୍ତୁ। କିଭଳି ଭାବେ  ମା ଦୂର୍ଗାଙ୍କ ମୂର୍ତିକୁ ଭଙ୍ଗା ଯାଇଛି । ଆଗକୁ ଶାରଦୀୟ ଦୂର୍ଗା ପୁଜା ଆସୁଛି । ତେଣୁ ପୂଜା ପାଇଁ  ମା ଦୁର୍ଗାଙ୍କ ପ୍ରତି ମୂର୍ତି  ତିଆରି କରା ଯାଉଥିଲା । ସେହି ମୂର୍ତିକୁ  ଭାବେ ଭାଙ୍ଗି ଦିଆ ଯାଇଛି ।

ଏହି ଘଟଣାଟି ହେଉଛି ବଙ୍ଗଳାଦେଶର କୁଶ୍‌ତିଆ ସହରର। ବଙ୍ଗଳାଦେଶ  ହିନ୍ଦୁ ୟୁନିଟି କାଉନସିଲ ପକ୍ଷରୁ ଟ୍ୱିଟ କରି  ମା ଦୁର୍ଗାଙ୍କର ମୂର୍ତି ଭଙ୍ଗା ଫଟୋ ଜାରୀ କରିବା ସହ ଏ ବିଷୟରେ ସୂଚନା ଦିଆ ଯାଇଛି ।  

ବଙ୍ଗଳାଦେଶ  ହିନ୍ଦୁ ୟୁନିଟି କାଉନସିଲ ପକ୍ଷରୁ ପୁଣି କୁହା ଯାଇଛି ଯେ ବଙ୍ଗଳାଦେଶରେ ଏପରି ଘଟଣା କିଛି ନୁଆ ନୁହୋଁ ପ୍ରତି ବର୍ଷ ଦୁର୍ଗା ପୂଜା ବେଳେ ଦୁର୍ଗା ପୂଜା ମଣ୍ଡପର ମୂର୍ତିକୁ ଇସଲାମୀ ଶକ୍ତି ମାନେ ଭାଙ୍ଗିଥାନ୍ତି ।

 କୁଶିତା ଜିଲ୍ଲା  ସାର୍ବଜନୀନ ଦୁର୍ଗା ପୂଜା କମିଟିର ସଭାପତି ଅନୂପ କୁମାର ନନ୍ଦୀ କହିଛନ୍ତି  ଯେ ଐକ୍ୟ ଯୁବ ସଂଘ ପକ୍ଷରୁ ପ୍ରତି ବର୍ଷ ଦୂର୍ଗା ପୂଜା ପାଳନ କରା ଯାଇଥାଏ ଓ ଏଥି ପାଇଁ ମୂର୍ତି ନିର୍ମାଣ କରା ଯାଇଥାଏ ।

ଗତକାଲି ରାତିରେ କାରିଗର ମ।ନେ କାମ ସାରି ଫେରି  ଯାଇଥିଲେ । ଆଜି ସକାଳେ କାରିଗର ଓ ପୂଜା କମିଟିର ଲୋକ ମାନେ  ଆସି ଦେଖିବାରୁ  ମୂର୍ତିକୁ ଭାଙ୍ଗି ଦିଆ ଯାଇଛି ।  ସେଠାରେ ଥିବା କୌଣସି ମୂର୍ତିକୁ ଛଡା ଯାଇ ନାହିଁ, ସମସ୍ତ ମୂର୍ତିକୁ ଭାଙ୍ଗି ଦିଆ ଯାଇଛି ।

ଏହା ପରେ ପୂଜା କମିଟିର ଲୋକ  ଓ ସ୍ଥାନୀୟ ହିନ୍ଦୁ ମାନେ କୁଶ୍‌ତିଆ  ମଡେଲ ପୋଲିସ  ଷ୍ଟେସନକୁ ଯାଇ  ଏ ସମ୍ପର୍କରେ ୍ଅଭିଯୋଗ କରିଛନ୍ତି । ଥାନାର  ଇନଚାର୍ଡ ଅଫିସର ସବିରୁଲ ଇସଲାମ  ଓ ତାଙ୍କର ଟିମ ଘଟଣା ସ୍ଥଳକୁ ଆସି ଜାଂଚ କାମ ଆରମ୍ଭ କରିବା ସହ ଦୋଷୀ ମାନଙ୍କୁ ଧରା ଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ଗତ ବର୍ଷ ଅକ୍ଟୋବ ୨୦ ତାରିଖ ଦିନ ମଧ୍ୟ  ବଙ୍ଗଳାଦେଶର ଫରିଦପୁର ଜିଲ୍ଲାରେ  ମୁସଲମାନ ମାନଙ୍କର ଏକ ସମୂହ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ କରିବା ସହ ଅନେକ ଦୁର୍ଗା ମଣ୍ଡପରେ ପଶି ମୂର୍ତି ଗୁଡିକୁ କ୍ଷତିଗ୍ରସ୍ତ କରି ଦେଇଥିଲେ । ଏହି ମାମଲାରେ ପୋଲିସ ମୋହମ୍ମଦ ଶେଖ  ଓ ମୋହମ୍ମଦ ରାଜୁକୁ ଗିରଫ କରିଥିଲା

ସେହିପରି ୨୦୧୯ ମସିହା ଅକ୍ଟୋବର ୧୯ ତାରିଖରେ ମଧ୍ୟ ଠିକ  ଏପରି ଘଟଣା ଘଟିଥିଲା ।  ଯେତେବେଳେ ମୁସଲମାନ ମାନଙ୍କ ସମୁହ ଚିତଲମାଡି ଅଂଚଳରେ ଦୂର୍ଗା ପୂଜା ମଣ୍ଡପରେ ପଶି ମା ଦୁର୍ଗାଙ୍କ ମୂର୍ତି ଭାଙ୍ଗିଥିଲେ ।

ଯଦି ଗତ କିଛି ତଳର ଘଟଣା ଉପରେ ଦୃଷ୍ଟି ପକାଇବା ତା ହେଲେ ଦେଖିବା  ଯେ ଗତ ମାସକ ତଳେ ଖୁଲନା ଜିଲ୍ଲାର ଶିଆଲି ଓ ଗୋବାରା ଗାଁରେ ଥିବା ମନ୍ଦିରରେ ବିଗ୍ରହ ଗୁଡିକୁ   ମୁସଲମାନ ମାନଙ୍କ ଏକ ସମୂହ ଆସି  ଧ୍ୱସ୍ତ କରି ଦେଇଥିଲେ ।  ପୋଲିସ ଏହି ମାମଲାରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲା ।

୨୦୧୨ରୁ ୨୦୧୩ ମସିହୋରେ ହାତଜଡି, ବଶିଖାଲି, ସାତଖିଡା, ଚିରିରବନ୍ଦର, ରାମୁ, ସାଥିଆ ଓ ବରିସାଲରେ ସଂଖ୍ୟା ଲଘୁ ହିନ୍ଦୁ ମାନଙ୍କ ଉପରେ ଅନ୍ୟୁନ ୨୦ ଥର ଆକ୍ରମଣ ହୋଇ ସେମାନଙ୍କର ଘର- ଦୋକାନ ବଜାର ଜଳାଇ ଦିଆ ଯାଇଥିଲା ।

୨୦୧୬ ମସିହାରେ ନସିରନଗରରେ ଏକ ଫେସବୁକ ପୋଷ୍ଟକୁ ୧୯ଟି ମନ୍ଦିରରେ କଟ୍ଟରପନ୍ଥୀ ମୁସଲମାନ ମାନେ ଭଙ୍ଗାରୁଜା କରିଥିଲେ ।

୨୦୧୭ ମସିହାରେ ରଙ୍ଗପୁର ଠାରେ ମଧ୍ୟ କଟ୍ଟରପନ୍ଥୀ ମୁସଲମାନ ମାନଙ୍କ ଦ୍ୱାରା ସଂଖ୍ୟାଲଘୁ ହିନ୍ଦୁ ମାନଙ୍କର ଘରକୁ ଜାଳି ଦିଆ ଯାଇଥିଲା

ସେହିପରି ଗତ ବର୍ଷ ନଭେମ୍ବର ମାସରେ କମିଲା ଜିଲ୍ଲାର ମୁରାଦ ନଗର ଠାରେ ହିନ୍ଦୁ ପରିବାରର ଘର ଗୁଡିକୁ ଜଳାଇ ଦିଆ ଯାଇଥିଲା ।

ବଙ୍ଗଳାଦେଶରେ ହିନ୍ଦୁ ମାନଙ୍କ ଉପରେ ଆକ୍ରମଣ ଘଟଣା ବଢୁଥିବା ବେଳେ ବୈଶ୍ୱିକ ସ୍ତରରେ ମାନବିକ ଅଧିକାରର ଠିକାଦାର ମାନେ ଏହାକୁ ନେଇ ସମ୍ପୂର୍ଣ ନୀରବତା ଅବଲମ୍ବନ କରୁଛନ୍ତି । ଆତଙ୍କବାଦୀ, ରୋହିଙ୍ଗିଆ ଆଦିଙ୍କର ମାନବିକ ଅଧିକାର କଥା କହୁଥିବା ଲୋକ ମାନଙ୍କ ପାଟିରୁ କଥା ବାହାରୁ ନାହିଁ ।

ଇସଲାମୀ ଦେଶ ମାନଙ୍କରେ ହିନ୍ଦୁ ମାନଙ୍କର ଧାର୍ମିକ ସ୍ଥିତି କିପରି ରହିଛି ତାହା ବଙ୍ଗଳାଦେଶର ଘଟଣା ସ୍ପଷ୍ଟ କରୁଛି ।

Author Image

Independence News

Recent Posts

The Independence:If-the-BJP-government-is-formed-in-Odisha-drinking-water-problem-will-be-solved-as-a-priority-Bhatrahari-Mahatab

ଓଡ଼ିଶାରେ ବିଜେପି ସରକାର ଗଠନ କଲେ ଅଗ୍ରାଧିକାର ଭିତିରେ ପାନୀୟ ଜଳ ସମସ୍ୟାର ସମାଧାନ କରାଯିବ: ଭତୃହରି ମହତାବ

The Independence:Odisha-Cow-Slaughtering

Odisha : ଗୋ ମାଂସ ବୋଝେଇ ଟ୍ରକ ଜବତ

The Independence:Jagannath-Temple-Odisha-Mumbai

ଓଡିଶା ବାହାରେ ମହାପ୍ରଭୁ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର

The Independence:Modi-Government-9-Years-Seva-Susasan-Garib-Kalyana

ନ’ ବର୍ଷର ସୁଶାସନ

The Independence:Rath-Yatra-2023-Lakhs-of-devotees-witness-Suna-Besha-of-Holy-Trinity-in-Puri

ଶ୍ରୀକ୍ଷେତ୍ରରେ ରଥାରୁଢ଼ ଶ୍ରୀଜୀଉଙ୍କ ସୁନାବେଶ, ମହଣ ମହଣ ସୁନା ଅଳଙ୍କାରରେ ସଜ୍ଜିତ ତିନି ଠାକୁର

The Independence:Puri-Ratha-Jatra-2023-Jay-Jagannath

ଶରଧାବାଲିରେ ଲାଗିଲା ତିନି ଠାକୁରଙ୍କ ତିନି ରଥ

The Independence:Ratha-Jatra-2023-ନୀଳାଦ୍ରିବିଜେରେ-ନୀଳକନ୍ଦରକୁ-ଫେରନ୍ତି-ନୀଳାଦ୍ରିନାଥ-ସରେ-ଜନ୍ମବେଦି-ଲୀଳା

Ratha Jatra 2023: ନୀଳାଦ୍ରିବିଜେରେ ନୀଳକନ୍ଦରକୁ ଫେରନ୍ତି ନୀଳାଦ୍ରିନାଥ; ସରେ ଜନ୍ମବେଦି ଲୀଳା

The Independence:Jagannath-Temple-Rath-Jatra

ଏକାବନ ଦିନରେ ଚଳଚଞ୍ଚଳ ରଥଖଳା

The Independence:ପ୍ରେମିକାକୁ-ଛୁରୀ-ଭୁଷିଲା-ପଥରରେ-ଛେଚି-ମୁହଁ-ନଷ୍ଟ-କଲା-ଜହ୍ଲାଦ-ପ୍ରେମିକ-ସାହିଲ-ଖାଁ

ପ୍ରେମିକାକୁ ଛୁରୀ ଭୁଷିଲା, ପଥରରେ ଛେଚି ମୁହଁ ନଷ୍ଟ କଲା ଜହ୍ଲାଦ ପ୍ରେମିକ ସାହିଲ ଖାଁ

The Independence:Land-Jihad-Dwarka

ଜମି ଜିହାଦର ଅନ୍ୟନାମ ଦ୍ୱାରକା

The Independence:Odisha-cant-make-progress-with-Shashikala-syndrome-Dharmendra

‘ଶଶୀକଳା ସିଣ୍ଡ୍ରୋମ’ କହିବାରୁ ସରକାରଙ୍କୁ ବାଧିଲା: ଧର୍ମେନ୍ଦ୍ର

The Independence:Land-Jihad-Love-Jihad-Jameen-Jihad-in-Odisha

ରାଜ୍ୟରେ ବଢ଼ୁଛି ଜିହାଦୀଙ୍କ ସଂଖ୍ୟା !

The Independence:The-Kerala-Story-Official-Trailer--Vipul-Amrutlal-Shah--Sudipto-Sen--Adah-Sharma--Aashin-A-Shah

The Kerala Story Official Trailer | Vipul Amrutlal Shah | Sudipto Sen | Adah Sharma | Aashin A Shah

The Independence:Guddu-Muslim-Odisha-Link-BJD

ଗୁଡ୍ଡୁ ମୁସଲମାନର ଖାସ୍, ବିଜେଡି ବିଧାୟକଙ୍କ ରାଇଟହାଣ୍ଡ

The Independence:important-files-of-the-jagannath-temple-administration-have-gone-missing

ଗାଏବ ହେଲା ଜଗନ୍ନାଥ ମନ୍ଦିର ପ୍ରଶାସନର ଗୁରୁତ୍ଵପୂର୍ଣ୍ଣ ଫାଇଲ

The Independence:Debacle-in-American-Banking-System

ଆମେରିକାର ବ୍ୟାଙ୍କିଂ ବ୍ୟବସ୍ଥାରେ ବିପର୍ଯ୍ୟୟ

The Independence:palghar-sadhu-lynching-case-to-be-investigated-by-cbi

ପାଲଘର ସାଧୁହତ୍ୟା ମାମଲାର ହେବ ସିବିଆଇ ତଦନ୍ତ

The Independence:Mix-Mandate-in-USA-Joe-Biden

ଆମେରିକାରେ ମିଶ୍ରିତ ଜନମତ

The Independence:Jayshankar-in-Fiji

ଫିଜିରେ ବିଜି ଜୟଶଙ୍କର

The Independence:Women-Freedom-Fighters-of-India-Name-List-and-Their-Roles

ଭାରତର ମହାନ ମହିଳା ସ୍ୱାଧୀନତା ସଂଗ୍ରାମୀମାନେ ଯାହାଙ୍କୁ ଇତିହାସକାରମାନେ ଭୁଲି ଯାଇଥିଲେ

The Independence:Dharmendra-Seeks-Centres-Intervention-For-Protection-Of-Archaeological-Assets-In-Odisha

ଓଡ଼ିଶାରେ ଅସୁରକ୍ଷିତ ଶିଶୁପାଳ ଗଡ଼ ଓ ଲଳିତଗିରି ପରି ଐତିହ୍ୟ କୀର୍ତ୍ତିରାଜି

The Independence:ଶ୍ରୀମନ୍ଦିରର-ପ୍ରସିଦ୍ଧ-ଦୋଳଯାତ୍ରା

ଶ୍ରୀମନ୍ଦିରର ପ୍ରସିଦ୍ଧ ଦୋଳଯାତ୍ରା

The Independence:Young-writer-Om-Priyadarshis-book-on-Paika-movement-released

ଉନ୍ମୋଚିତ ହେଲା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଚୟନିତ ଓମ୍ ପ୍ରିୟଦର୍ଶୀଙ୍କ ପୁସ୍ତକ "ପାଇକ: ଜନ, ଆଖ୍ୟାନ ଓ ଆନ୍ଦୋଳନ"

The Independence:Baijayanta-Panda-listens-Man-Ki-Baat-Programme-at-Bhawanipatna

ଭବାନୀପାଟଣା “ମନ୍‌ କି ବାତ୍‌” କାର୍ଯ୍ୟକ୍ରମରେ ବୈଜୟନ୍ତ ପଣ୍ଡା

The Independence:ଜର୍ଜ-ସୋରୋସଙ୍କ--ନେଟୱର୍କ-ଓ-କଣ୍ଢେଇ-ମାନଙ୍କୁ-ଚିହ୍ନଟ--ଜରୁରୀ

ଜର୍ଜ ସୋରୋସଙ୍କ ନେଟୱର୍କ ଓ କଣ୍ଢେଇ ମାନଙ୍କୁ ଚିହ୍ନଟ ଜରୁରୀ