ବଲିଉଡ୍ ର ଶେହନଶାହ ବିଗ୍ ବି ସୁପରଷ୍ଟାର ଅମିତାଭ ବଚ୍ଚନ ପାଇବେ ଭାରତର ସର୍ବୋଚ୍ଚ ଚଳଚ୍ଚିତ୍ର ସମ୍ମାନ ଦାଦା ସାହେବ୍ ଫାଲକେ ପୁରସ୍କାର । ଜୀବନ ବ୍ୟାପୀ ସାଧନା ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ । ଏନେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ଜାଭଡେକର ଟ୍ୱିଟ୍ କରିଛନ୍ତି ଯେ ଗତ ୨ ପିଢି ଧରି ଆମକୁ ମନୋରଞ୍ଜନ ଏବଂ ପ୍ରେରଣା ଯୋଗାଇ ଆସିଥିବା କିମ୍ବଦନ୍ତୀ ଅମିତାଭ ବଚ୍ଚନଙ୍କୁ ଦାଦା ସାହେବ୍ ଫାଲକେ ସମ୍ମାନ ପାଇଁ ମନୋନୀତ କରଯାଇଛି । ପୂରା ଦେଶ ଏବଂ ଅନ୍ତର୍ଜାତୀୟ ସ୍ତରରେ ଭାରତୀୟ ମାନେ ଏଥିରେ ଖୁସି ପ୍ରକାଶ କରିଛନ୍ତି । ଏହାସହ ସେ ଅମିତାଭଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ସୂଚନାଯୋଗ୍ୟ ପ୍ରସିଦ୍ଧ ସିନେ ନିଦେ୍ର୍ଧଶକ, ପ୍ରଯୋଜକ ଏବଂ ସଂଳାପ ଲେଖକ ଧୁନ୍ଦିରାଜ ଗୋବିନ୍ଦ ଫାଲକେ ବା ଦାଦା ସାହେବ୍ ଫାଲକେଙ୍କ ନାମରେ ଏହି ପୁରସ୍କାର ଦିଆଯାଇଥାଏ ।