The Independence:Boycott-Bollywood-Independence-News-Lal-Singh-Chhaddha

 ସୌମେନ୍ଦ୍ର ଜେନା

ମୁମ୍ବାଇର ହିନ୍ଦୀ ସିନେମା ଶିଳ୍ପ ବଲିଉଡ ଭାବେ ଦେଶ ବିଦେଶରେ ପରିଚିତ । ଏଠି ଗେଟୱେ ଅଫ୍ ଇଣ୍ଡିଆ ପରି ଗେଟୱେ ଅଫ୍ ଲାଇଫ୍ ରହିଥିବା କୁହାଯାଏ । ଥରେ ଯିଏ ବଲିଉଡରେ ପ୍ରବେଶ କରିଗଲା ତାର ସବୁଦିନ ପାଇଁ ଜୀବନ ବଦଳିଗଲା ବୋଲି ଲୋକେ କହିଥାନ୍ତି । ରାତାରାତି ଷ୍ଟାର ପାଲଟିଗଲେ ଶହ ଶହ କୋଟି ଟଙ୍କାର ମାଲିକ-ମାଲିକାଣୀ ହେବାର ସୁଯୋଗ ଆସେ ବୋଲି କୁହାଯାଇଥାଏ । ବୋଧହୁଏ ସେଥିପାଇଁ ହାଜି ମସ୍ତାନଠାରୁ ଦାଉଦ ଇବ୍ରାହିମ ପର୍ଯ୍ୟନ୍ତ ଅଣ୍ଡର ୱାର୍ଲଡର ଡନ୍‌ମାନେ ବଲିଉଡକୁ ଆଜି ପର୍ଯ୍ୟନ୍ତ ନିୟନ୍ତ୍ରଣ କରିଆସିଛନ୍ତି । କଳାଟଙ୍କା, ଚୋରାନିଶା ବେପାରର ଅର୍ଥକୁ ସିନେମା ଶିଳ୍ପରେ ଖଟାଇ ପ୍ରଚୁର ଲାଭ କରିବା ସହ ନିଜର ମାଫିଆବାଦୀ ଜୀବନର ମହିମାମଣ୍ଡନ ପାଇଁ ଜିହାଦି ଏଜେଣ୍ଡା ଚଳାଇ ଆସିଛନ୍ତି । ସେମାନଙ୍କ ଏଜେଣ୍ଡାକୁ ଗ୍ରହଣ କରୁନଥିବା କଳାକାର, ସଂଗୀତକାର, ନିର୍ଦ୍ଦେଶକକୁ ସେମାନେ ଯୋଜନାବଦ୍ଧ ଭାବେ ବାହାର କରିଦିଅନ୍ତି କିମ୍ବା ସବୁଦିନ ପାଇଁ ଉପରକୁ ଉଠାଇ ଦିଅନ୍ତି । ସୁଶାନ୍ତ ସିଂହ ରାଜପୁତ, ଗୁଲଶନ କୁମାରଙ୍କ ଠାରୁ ଆରମ୍ଭ କରି ଅନେକ ପ୍ରତିଭାବାନ ଲୋକଙ୍କୁ ସହଜରେ କାମ କରିବାକୁ ଦିଅନ୍ତି ନାହିଁ । ନିର୍ଦ୍ଦିଷ୍ଟ କିଛି ମାଫିଆ ଲୋକେ ସିନେ ଜଗତକୁ ନିଜର ଅକ୍ତିଆରରେ ରଖି ଭିନ୍ନ ଭିନ୍ନ ରାଜନୈତିକ ଦଳ ଏବଂ କ୍ଷମତାରେ ଥିବା ଲୋକମାନଙ୍କୁ ନିଜ ସପକ୍ଷରେ ରଖି ନିଜ ନିର୍ଦ୍ଦେଶରେ ଅଳ୍ପ ଲୋକଙ୍କୁ ସୁଯୋଗ ଦେଇଥାନ୍ତି ।

ବଡ ବ୍ୟାନର ନାମରେ ହାତଗଣା କଳାକାରଙ୍କୁ ବାରମ୍ବାର ସୁଯୋଗ ଦେଉଥାନ୍ତି ହେଲେ ସେହି ଗୋଲକଧନ୍ଦା ସବୁବେଳେ ଯେ କାର୍ଯ୍ୟକରିବ ତା ନୁହେଁ । ବଡ କଳାକାରଙ୍କୁ ଯେ ଦର୍ଶକ ସବୁବେଳେ ଆଖିବୁଜି ସମର୍ଥନ କରିଯିବେ ସେମିତି କିଛି କଥା ନାହିଁ, ଯାହା ଏବେ ପ୍ରମାଣିତ ହୋଇଛି । ନିକଟରେ ରିଲିଜ୍ ହୋଇଥିବା ହିନ୍ଦୀ ସିନେମା ଲାଲସିଂହ ଚଡ୍‌ଢାର ଅବସ୍ଥାକୁ ନେଇ ଅଭିନେତ୍ରୀ କଙ୍ଗନା ରନୌତ ୨୧ ଅଗଷ୍ଟ ୨୦୨୨ ଦିନ ସକାଳେ ଏକ ଟ୍ୱିଟକରି ଲେଖିଛନ୍ତି- ଲାଲ ସିଂହ ଚଡ୍‌ଢା ଫ୍ଲପ୍ ହେବାପରେ ସାରା ବଲିଉଡ୍ ପାଗଳ ହୋଇଯାଇଛି ଅର୍ଜୁନ କପୂର, ହ୍ରିତିକ ରୋଶନ, ଅନୁରାଗ କଶ୍ୟପ, ତାପସୀ ପନ୍ନୁ ଏଣୁ ତେଣୁ ଗପୁଛନ୍ତି । କେବଳ ଲାଲ ସିଂହ ଚଡଢା (ଆମିର ଖାଁ) ନୁହେଁ ପୃଥ୍ୱୀରାଜ (ଅକ୍ଷୟ କୁମାର), ରକ୍ଷାବନ୍ଧନ (ଅକ୍ଷୟ କୁମାର), ରନ୍‌ୱେ -୩୪ (ଅଜୟ ଦେବଗନ) ପରି ସୁପରଷ୍ଟାରମାନେ ଅଭିନୀତ ହିନ୍ଦୀ ସିନେମା ଫ୍ଲପ ହେବାରେ ଲାଗିଛି । କୋରୋନା ପରେ ହିନ୍ଦୀ ସିନେମାରେ ପୁନର୍ବାର ଭଲ ସମୟ ଆସିବ ଆସିବ ବୋଲି ଯାହା କୁହାଯାଉଥିଲା ତାହା ହେଲାପରି ଜଣାପଡୁନାହିଁ । ଆଗାମୀ ଦିନରେ ପଠାନ (ଶାହରୁଖ) ଚଳଚ୍ଚିତ୍ର ମଧ୍ୟ ସେମିତି ଦୁର୍ଦ୍ଦିନର ସାମ୍‌ନା କରିବ ବୋଲି ଏବେଠୁ ଚର୍ଚ୍ଚା ଜୋର୍ ଧରିଲାଣି । ଦକ୍ଷିଣ ଭାରତର ତାମିଲ, ତେଲୁଗୁ ଏବଂ କନ୍ନଡ ସିନେମାଗୁଡିକ ଏବେ ବହୁଭାଷା ଏବଂ ବହୁପ୍ରାନ୍ତ ଓ ଦେଶରେ ରିଲିଜ କରି ଏକପ୍ରକାର ହିନ୍ଦୀ ସିନେମାକୁ ଟକ୍ଟର ଦେଇ ଆଗକୁ ଆସୁଛନ୍ତି । ହିସାବରୁ ଜଣାପଡିଛି ଯେ ଦକ୍ଷିଣ ଭାରତର ଆଞ୍ଚଳିକ ଭାଷାରେ ନିର୍ମିତ ମୂଳ ସିନେମା ପୁଷ୍ପା, ଆର୍‌ଆର୍‌ଆର୍‌, କେଜିଏଫ -.୨,ବିକ୍ରାନ୍ତରୋନା ପରି ଚଳଚ୍ଚିତ୍ର ମିିଳିତ ଭାବେ ତିନିହଜାର କୋଟିକୁ ଅଧିକ ବ୍ୟବସାୟ କରିଛନ୍ତି ।

ତୁଳନାତ୍ମକ ଦୃଷ୍ଟିରୁ ଆଞ୍ଚଳିକ ଭାଷାର କଳାକାରମାନେ ହିନ୍ଦୀ ସିନେମା ତୁଳନାରେ ଅଳ୍ପ ପାରିଶ୍ରମିକ ପାଇଥାନ୍ତି । ଅକ୍ଷୟ କୁମାର ବର୍ଷକୁ ୪ରୁ ୫ଟି ସିନେମାରେ ଅଭିନୟ କରି ସିନେମା ପିଛା ୧୧୭-୧୩୫ କୋଟି ଟଙ୍କା ପାଇବାକୁ ଦାବି କରୁଛନ୍ତି । ହ୍ରିତିକ ରୋଶନ ସିନେମା ପିଛା ୭୫ କୋଟି, ସଲମାନ୍ ଖାଁ ୭୦ରୁ ୭୫ କୋଟି ନେଉଛନ୍ତି । ପଠାଣ ପାଇଁ ଶାହରୁଖ ୧୦୦ କୋଟି ଟଙ୍କା ନେଇଥିଲା ବେଳେ ଲାଲସିଂହ ଚଡଢା ପାଇଁ ଆମିରଖାଁ ୮୦ କୋଟି ନେଇଥିଲେ । ହେଲେ ୧୮୦କୋଟିରେ ନିର୍ମିତ ଏହି ସିନେମାର ବିଶ୍ୱବ୍ୟାପି ସଂଗ୍ରହ ୧୨୬ କୋଟି ହୋଇଛି । ଆମିର ଖାଁ ଅଭିନୀତ ଲାଲସିଂହ ଚଡ୍‌ଢା ଦେଶରେ ୩୫୦୦ ସିନେମା ଘରେ ରିଲିଜ୍ ହୋଇ ମାତ୍ର ୫୫କୋଟି ବ୍ୟବସାୟ କରିବାକୁ ସକ୍ଷମ ହୋଇଛି । ବିଦେଶରୁ ଏହି ସିନେମା ୬୦କୋଟି ବ୍ୟବସାୟ କରିଥିବା କଥା ଜଣାପଡିଛି । ହଲିଉଡ ସିନେମାକୁ କପିକରି ଆମିର ବିଶେଷ କିଛି ପ୍ରଭାବ ପକାଇପାରିନାହାନ୍ତି । ଅଥଚ ସେହି ସମୟରେ ତେଲୁଗୁର କାର୍ତ୍ତିକେୟ ମାତ୍ର ୧୫ କୋଟିରେ ନିର୍ମିତ ହୋଇ ତେଲୁଗୁ ହିନ୍ଦୀ ଦେଶୀୟ ବଜାରରେ ୫୮କୋଟି ପାଇଥିଲା ବେଳେ ବିଦେଶୀ ବଜାରରେ ୧୦୦କୋଟି ବ୍ୟବସାୟ କରିଛି । ନିଖିଳ ସିଦ୍ଧାର୍ଥ ଅଭିନୀତ କାର୍ତ୍ତିକେୟ -୨ ସିନେମାକୁ ଏକ ଚମତ୍କାର ବ୍ୟବସାୟ ବୋଲି କୁହାଯାଉଛି । କାରଣ ସିନେମା ୧୧ଦିନରେ ଏତିକି ସଫଳ ହୋଇଛି । ସେମିତି ତାମିଲ ଭାଷାର ସିନେମା ବିକ୍ରାନ୍ତ ରୋନା ୧୫୦କୋଟିରେ ନିର୍ମିତ ହୋଇ ୪୦୦କୋଟିର ବ୍ୟବସାୟ କରିଛି । ଏମ୍‌ଏସ୍ ରାଜମୈାଳିଙ୍କ ଆର୍‌ଆର୍ ଆର୍ ୨୫ ମାର୍ଚ୍ଚ ୨୦୨୦ରେ ରିଲିଜ୍ ହୋଇଥିଲ । ପ୍ରାୟ ୬୦୦କୋଟି ବ୍ୟୟରେ ନିର୍ମିତ ଏନ୍‌ଟିଆର୍ ଜୁନିଅର୍ ଏବଂ ରାମଚରଣ ଅଭିନୀତ ବ୍ରିଟିସ ଶାସନ କାଳର କାହାଣୀ ଭାରତରେ ୯୨କୋଟି ଏବଂ ବିଦେଶରେ ୧୧୧୧କୋଟି ବ୍ୟବସାୟର ରେକର୍ଡ କରିଛି । କନ୍ନଡ ସିନେମା କେଜିଏଫ୍ (ଚାପଟର୍ -୨) ୧୪ଏପ୍ରିଲ ୨୦୨୨ରେ ରିଲିଜ୍ ହୋଇଥିଲା । ଏହି ସିନେମା ୧୦୦କୋଟିରେ ନିର୍ମିତ ହୋଇ ୧୨୫୦ କୋଟି ବ୍ୟବସାୟ କରିିବାକୁ ସକ୍ଷମ ହୋଇଛି । ବାହୁବଳୀ ସିନେମାର ଅଭିନେତା ପ୍ରଭାସଙ୍କ ଆଗାମୀ ସିନେମା ଆଦିପୁରୁଷ ୧୦୦୦କୋଟି ବ୍ୟବସାୟ କରିପାରେ ବୋଲି ଏବେଠୁ ଆକଳନ କରାଗଲାଣି । ୨୦୧୭ରେ ବାହୁବଳୀ ରିଲିଜ୍ ହୋଇ ବିଶ୍ୱବ୍ୟାପି ୧୫୧୦ କୋଟି ଟଙ୍କା ବ୍ୟବସାୟ କରିଥିଲା । ଅଥଚ ଏହି ସିନେମାଟି ୨୫୦କୋଟିରେ ଉଭୟ ତାମିଲ ଏବଂ ତେଲୁଗୁରେ ନିର୍ମିତ ହୋଇ ହିନ୍ଦୀ ଓ ମଲୟାଲମ୍‌ରେ ମଧ୍ୟ ଡବିଂ ହୋଇଥିଲା ।

ହିନ୍ଦୀ ଚଳଚ୍ଚିତ୍ର ମଧ୍ୟରେ ନିକଟରେ ରିଲିଜ୍ ହୋଇଥିବା ରଣବୀର କପୂର ଅଭିନୀତ ‘ସମ୍‌ସେରା’ ୧୫୦କୋଟିରେ ନିର୍ମିତ ହୋଇ ମାତ୍ର ୪୬କୋଟି ବ୍ୟବସାୟ କରିବାକୁ ସକ୍ଷମ ହୋଇଛି । ସେମିତି ଅକ୍ଷୟ କୁମାର ଅଭିନୀତ ପୃଥ୍ୱୀରାଜ ସିନେମା ନିର୍ମାଣରେ ୩୦୦କୋଟି ଟଙ୍କା ବ୍ୟୟ ହୋଇଥିଲା । ହେଲେ ସିନେମାଟି ମାତ୍ର ୭୦ କୋଟି ବ୍ୟବସାୟ କରିପାରିଛି । ପୂର୍ବରୁ ଅକ୍ଷୟ କୁମାରଙ୍କ ଅନ୍ୟ ଏକ ସିନେମା ବଚ୍ଚନ ପାଣ୍ଡେ ମଧ୍ୟ ସମଦଶା ଭୋଗ କରିଥିଲା । ଚଳିତବର୍ଷ ରିଲିଜ୍ ହୋଇଥିବା ଏହି ସିନେମା ୧୬୫ କୋଟି ଖର୍ଚ୍ଚ କରି ମାତ୍ର ୪୫କୋଟି ପାଇଥିଲା । ସେମିତି ଅର୍ଜୁନ କପୂର ଅଭିନୀତ ସିନେମା ଏକ୍ ଭିଲେନ ରିଟର୍ଣ୍ଣସ୍ ମଧ୍ୟ ବିଫଳ ହୋଇଛି । ୨୦୧୪ ପରଠାରୁ ଅର୍ଜୁନଙ୍କ ପାଇଁ କୌଣସି ଭଲ ସଫଳତା ହାତକୁ ଆସିନାହିଁ । ବୋନି କପୂରଙ୍କ ପୁ୍‌ଅ ଅର୍ଜୁନ ୧୪ଟି ସିନେମାରେ ଅଭିନୟ କରି ମାତ୍ର ଦୁଇଟି ସିନେମାରେ ସଫଳ ହୋଇଛନ୍ତି । ନିକଟରେ ନିଜ ବିଫଳତା ବିଷୟରେ ଚିନ୍ତା ନକରି ଅର୍ଜୁନ କପୂର ଟ୍ୱିଟରରେ ଲେଖିଥିଲେ , ଆମ ନିରବତାରୁ ଲୋକେ ସୁବିଧା ନେଉଛନ୍ତି । ଏହାର ଉତ୍ତରରେ ଗଦ୍ଦର ଆକାଉଣ୍ଟଧାରୀ ଦର୍ଶକ ଉତ୍ତରରେ ଲେଖିଥିଲେ, “ଏହା କେମିତି ହେବ? ଲୋକେ ଟିକେଟ କିଣୁନଥିବା ଯୋଗୁଁ ସେମାନେ ମାଡ ମାରିବେ ନା ସେମାନଙ୍କୁ ଜେଲ୍‌ରେ ଫିଙ୍ଗି ଦେବେ?ଏଥିରୁ ଅର୍ଜୁନ କପୂର କିପରି ହତାଶ ହୋଇପଡି ଦର୍ଶକଙ୍କୁ ଦୋଷ ଦେବାରେ ଲାଗିଛନ୍ତି ତାହା ଜାଣିହେବ । ହିନ୍ଦୀ ସିନେ ଅଭିନେତ୍ରୀ ପେଶାଦାର ଠକ ସୁକେଶ ଚନ୍ଦ୍ରଶେଖର ସହ ସାମିଲ ହୋଇ ଫାର୍ମା କମ୍ପାନୀ ରାନ୍‌ବାକ୍ସୀର ଆଦିତି ସିଂହ ଏବଂ ଶିବିନ୍ଦର ସିଂହଙ୍କଠାରୁ ୨୧୫ କୋଟି ଟଙ୍କା ଠକିଥିଲେ । ସୁକେଶ ଏବେ ତିହାର ଜେଲରେ ଥିଲାବେଳେ ଜ୍ୟାକଲିନଙ୍କୁ ଇଡି ସନ୍ଦେହକୁ ଆଣିଛି । କାରଣ ସେ ସୁକେଶଙ୍କ ବାନ୍ଧବୀ ଭାବେ ଅନେକ କୋଟିର ଉପହାର ନେଇଥିଲେ । ଚଳିତ ଅଗଷ୍ଟ ମାସ ୩୧ରୁ ଦିଲ୍ଲୀ ହାଇକୋର୍ଟରେ ଇଡିର ଚାର୍ଜସିଟ୍ ଉପରେ ଜ୍ୟାକଲିନଙ୍କ ବିଚାର ହେବ । ଅର୍ଥ ଜାଲିଆତିରେ ଜ୍ୟାକଲିନଙ୍କୁ ଇଡି ଅଭିଯୁକ୍ତ କରିଛି । ହିନ୍ଦୀ ସିନେ ଜଗତରେ ଦୁର୍ଦ୍ଦିନ ଜାରିଥିବା ଯୋଗୁ ସଲମନ ଖାଁ ୬୭ବର୍ଷୀୟ ତେଲୁଗୁ ସୁପରଷ୍ଟାର ଚିରଞ୍ଜିବୀଙ୍କ ଆଗାମୀ ଗଡଫାଦର ସିନେମା ମାଧ୍ୟମରେ ନିଜକୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି । ୨୦୧୯ରେ ସୁପରଷ୍ଟାର ମୋହନଲାଲ ଅଭିନୀତ ଲୁସିଫରର ଗଡଫାଦର ରିମେକ ଚିରଞ୍ଜିବୀଙ୍କର ପ୍ରତି ଦୁଇବର୍ଷରେ ଗୋଟିଏ ସିନେମା ସୁପରହିିଟ ହୋଇଥାଏ । ତେଣୁ ସଲମାନ ଦକ୍ଷିଣ ଭାରତୀୟ ସିନେଜଗତ ମାଧ୍ୟମରେ ରହିବାକୁ ଏବେ ଚେଷ୍ଟା କରୁଛନ୍ତି । ଗତ ୧୦ବର୍ଷ ଧରି ସେ ଏହି କାର୍ଯ୍ୟ କରିଆସୁଛନ୍ତି । ନିର୍ଦ୍ଦେଶକ ଏଟଲି କୁମାରଙ୍କ ସହ ସେ ସେଥିପାଇଁ ହାତ ମିଳାଇଛନ୍ତି । ସେମିତି ହିନ୍ଦୀ ଅଭିନେତା ରଣବୀର ସିଂହ ଲଙ୍ଗଳା ଫଟୋ ସୁଟ କରି ଏବେ ପୁଲିସ ଦୃଷ୍ଟିରେ ରହିଛନ୍ତି । ଚଳିତ ମାସ ୨୨ ଅଗଷ୍ଟ ଦିନ ମୁମ୍ବାଇର ଚେମ୍ବୁର ଥାନାରେ ତାଙ୍କୁ ହାଜର ହେବାକୁ ଥିଲା । କିନ୍ତୁ ସେ ଏଥିପାଇଁ ଆଳ ଦେଖାଇ ଅଧିକ ଦୁଇ ସପ୍ତାହ ସମୟ ମାଗିଛନ୍ତି ।

ଏଠାରେ ଦେଖିବା କଥା ହେଲା ଯେ ହିନ୍ଦୀ ସିନେମା ବିଫଳ ହେଉଛି କାହିଁକି? ଏହାର କାରଣ ଦେଖିଲେ ନୂଆ ବିଷୟ ନ ଆଣିବା, ଦର୍ଶକମାନଙ୍କୁ ଗୁରୁତ୍ୱ ନଦେବା, ସଂସ୍କୃତି ଓ ଧର୍ମ ବିରୋଧୀ ବିଷୟକୁ ଗୁରୁତ୍ୱଦେବା, ଭାରତୀୟତାଠାରୁ ଦୂରେଇ ରହିବା, ଅପରାଧ ସଂସ୍କୃତିକୁ ପ୍ରଚାର କରିବା ଯୋଗୁ ପରିସ୍ଥିତି ଏପରି ହେଇଥିବା ଜଣାପଡିବ । ପୂର୍ବେ ନରେନ୍ଦ୍ର ମୋଦି ବଲିଉଡ ଲୋକଙ୍‌କ ସହ ଆଲୋଚନା କରି ଦେଶହିତକୁ ନେଇ ସିନେମା ନିର୍ମାଣ କରିବାକୁ କହିଥିଲେ । ହେଲେ ସେଥିପ୍ରତି ଧ୍ୟାନ ନଦେବା ଯୋଗୁ ଗୃହମନ୍ତ୍ରୀ ଅମିତ ଶାହା ଅଭିଯୋଗ କଲେ ଯେ ବଲିଉଡ ପୁଲିସର ଭାବମୂର୍ତ୍ତିକୁ ଖରାପ କରୁଛି । ଏସବୁର ପ୍ରଭାବ ସିଧାସଳଖ ଦର୍ଶକମାନଙ୍କ ଉପରେ ପଡୁଛି । ବିଗତ ଦିନମାନଙ୍କରେ ସୋସିଆଲ ମିଡିଆରେ ହିନ୍ଦୀ ସିନେମା ସଂପର୍କରେ ଆସୁଥିବା ସମୀକ୍ଷା, ଟିପ୍ପଣୀ ଆଦି ଅନ୍ଧାର ପକ୍ଷକୁ ଉଜାଗର କରିପାରିଛି । ପୂର୍ବେ ସିନେମା ପାଇଁ ପୋଷ୍ଟର, ବିଜ୍ଞାପନ, ଟେଲି ଗଣମାଧ୍ୟମରେ ଟିଜର ଚଲାଇ ସିନେମା ଲୋକେ ଦର୍ଶକଙ୍କୁ ଠକିପାରୁଥିଲେ, ଯାହା ଏବେ ହୋଇପାରୁନାହିଁ । ପୋଷ୍ଟର ରିଲିଜ୍‌ଠାରୁ ସିନେମା ଉପରେ ତର୍ଜମା ଆରମ୍ଭ ହେଉଥିବାରୁ ଦର୍ଶକ ସିନେମା ଦେଖିବେ କି ନାହିଁ ପୂର୍ବରୁ ସ୍ଥିର କରୁଛନ୍ତି । ଏଭଳି ସ୍ଥିତିରେ ଜନତାଙ୍କ ଭାବନାକୁ ଆଘାତ ଦେଉଥିବା ହିନ୍ଦୀ ସିନେମାଗୁଡିକୁ ଦର୍ଶକମାନେ ବର୍ଜନ କରିବା ଯୋଗୁ ବ୍ୟବସାୟ ହୋଇପାରୁନାହିଁ । ଦକ୍ଷିଣ ଭାରତର ସିନେମା ପାଇଁ ବର୍ଷବର୍ଷର ପରିଶ୍ରମ କରାଯାଉଥିବା ସମୟରେ ହିନ୍ଦୀ ସିନେମା ପାଇଁ ବଲିଉଡ ଲୋକେ ଅଳ୍ପ ସମୟ ଦେଉଛନ୍ତି । ଯେଉଁଥିପାଇଁ ନୂଆ ପ୍ରୟୋଗ, ନୂଆ ବିଷୟ ହିନ୍ଦୀ ସିନେମାରେ ଆସିବା ସମ୍ଭବ ହେଉନାହିଁ । ହିନ୍ଦୀ ସିନେମାର ପୁରୁଣା କିଛି ପ୍ରଯୋଜକ ନୂଆ ନିର୍ମାତା ଏବଂ କଳାକାରଙ୍କୁ ଗ୍ରହଣ ନକରି ନିଜ ଇଛା ମୁତାବକ ସିନେମା ନିର୍ମାଣ କରିବା ଯୋଗୁ କ୍ଷତି ସହୁଛନ୍ତି । କାଶ୍ମିର ଫାଇଲ ପରି ସଫଳ ସିନେମା ବିରୋଧରେ ହିନ୍ଦୀ ସିନେମାର ଲୋକେ ମୁଖର ହେବାକୁ ଦେଶପ୍ରେମୀ, ସଚେତନ ଦର୍ଶକ ସେମାନଙ୍କୁ ପ୍ରଚଣ୍ଡ ସମାଲୋଚନା କରିଆସିଛନ୍ତି, ଯାହାର ନକାରାତ୍ମକ ପ୍ରଭାବ ପଡିଛି । ଏସବୁ କାରଣରୁ ବଲିଉଡ ସିନେମା ଏବେ ସଙ୍କଟ ମଧ୍ୟ ଦେଇ ଗତି କରୁଛି ।

ଭାରତୀୟ ସମ୍ବାଦ ସେବା (ଭାସ୍‌)

ଭୁବନେଶ୍ୱର-୭୫୧୦୦୩

Author Image

Soumendra Jena

RELATED NEWS

Recent Posts

The Independence:Women-Freedom-Fighters-of-India-Name-List-and-Their-Roles

ଭାରତର ମହାନ ମହିଳା ସ୍ୱାଧୀନତା ସଂଗ୍ରାମୀମାନେ ଯାହାଙ୍କୁ ଇତିହାସକାରମାନେ ଭୁଲି ଯାଇଥିଲେ

The Independence:Dharmendra-Seeks-Centres-Intervention-For-Protection-Of-Archaeological-Assets-In-Odisha

ଓଡ଼ିଶାରେ ଅସୁରକ୍ଷିତ ଶିଶୁପାଳ ଗଡ଼ ଓ ଲଳିତଗିରି ପରି ଐତିହ୍ୟ କୀର୍ତ୍ତିରାଜି

The Independence:ଶ୍ରୀମନ୍ଦିରର-ପ୍ରସିଦ୍ଧ-ଦୋଳଯାତ୍ରା

ଶ୍ରୀମନ୍ଦିରର ପ୍ରସିଦ୍ଧ ଦୋଳଯାତ୍ରା

The Independence:Young-writer-Om-Priyadarshis-book-on-Paika-movement-released

ଉନ୍ମୋଚିତ ହେଲା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଚୟନିତ ଓମ୍ ପ୍ରିୟଦର୍ଶୀଙ୍କ ପୁସ୍ତକ "ପାଇକ: ଜନ, ଆଖ୍ୟାନ ଓ ଆନ୍ଦୋଳନ"

The Independence:Baijayanta-Panda-listens-Man-Ki-Baat-Programme-at-Bhawanipatna

ଭବାନୀପାଟଣା “ମନ୍‌ କି ବାତ୍‌” କାର୍ଯ୍ୟକ୍ରମରେ ବୈଜୟନ୍ତ ପଣ୍ଡା

The Independence:ଜର୍ଜ-ସୋରୋସଙ୍କ--ନେଟୱର୍କ-ଓ-କଣ୍ଢେଇ-ମାନଙ୍କୁ-ଚିହ୍ନଟ--ଜରୁରୀ

ଜର୍ଜ ସୋରୋସଙ୍କ ନେଟୱର୍କ ଓ କଣ୍ଢେଇ ମାନଙ୍କୁ ଚିହ୍ନଟ ଜରୁରୀ

The Independence:China-Baloon-Spy-in-India

କ୍ଷେପଣାସ୍ତ୍ରଧାରୀ ବେଲୁନ ପାଇଁ ଚିନ୍ତା

The Independence:paribarbad-in-supreme-court

ସୁପ୍ରିମକୋର୍ଟରେ ବଂଶବାଦ

The Independence:Islamic-Terrorists-Journalism-Mukhtar-Baba

ସନ୍ତ୍ରାସବାଦୀ ସାମ୍ବାଦିକ

The Independence:TN-Pastor-Arrested-Under-POCSO-Act-For-Sexually-Assaulting-15-Year-Old-School-Girl-In-Tiruppur

୧୫ ବର୍ଷିଆ ସ୍କୁଲ ଛାତ୍ରୀଙ୍କୁ ଯୌନ ଶୋଷଣ ଅଭିଯୋଗରେ ଗିରଫ ହେଲେ ଖ୍ରୀଷ୍ଟିଆନ ପାଷ୍ଟର

The Independence:Warangal-Police-arrested-Azmad-Ali-Abu-for-repeatedly-raping-a-minor-girl

ହିନ୍ଦୁ ନାବାଳିକାଙ୍କୁ ବଳାତ୍କାର କରିଥିବାରୁ ଅମଜାଦ ଅଲ୍ଲି ଓ ଆବୁକୁ ଗିରଫ କରିଲା ଓାରାଙ୍ଗଲ ପୋଲିସ

The Independence:Islamists-harass-Sabarimala-pilgrims-returning-to-Andhra-Pradesh-by-train

ସାବରିମାଲାରୁ ଫେରୁଥିବା ଭକ୍ତମାନଙ୍କୁ ଇସଲାମିଷ୍ଟମାନଙ୍କର ଅସଦାଚରଣ

The Independence:They-performed-Namaz-3-times-nobody-objected-Ex-Army-man-thrashed-by-pantry-car-staff-after-he-sits-down-to-chant-Mantras-case-filed

ଟ୍ରେନରେ ତିନି ଥର ନମାଜ ହେଲା, କିନ୍ତୁ ଜଣେ ଅବସରପ୍ରାପ୍ତ ସୈନିକ ତଳେ ବସି ମନ୍ତ୍ର ପାଠ କରିବାରୁ ପ୍ୟାଂଟ୍ରି କର୍ମଚାରୀ ମାରିଲେ ମାଡ

The Independence:Gandhi-Revenge-Riots-killed-8000-Brahmins

ଗାନ୍ଧିଙ୍କ ପାଇଁ ଆଠ ହଜାର ବ୍ରାହ୍ମଣ ହତ୍ୟା

The Independence:Complaint-Filed-Against-Christian-Org-For-Intoxicating-Minors-And-Converting-Them

ଛୋଟ ପିଲମାନଙ୍କୁ ପ୍ରଲୋଭନ କରି ଚର୍ଚ୍ଚ ନେଉଥିବା ଓ ଖ୍ରୀଷ୍ଟିଆନ କରାଉଥିବା ବେଳେ ଧରାପଡିଲେ ପାଦ୍ରୀ

The Independence:Guntur-Govt-Hospital-Staff-Make-Merry-Christmas-Making-Public-Wait-Behave-Rudely-When-Questioned

ରୋଗୀମାନଙ୍କ ସେବା ଛାଡି ଗୁଂଟୁର ଡାକ୍ତରଖାନାର କର୍ମଚାରୀମାନେ ଖ୍ରୀଷ୍ଟମାସ ପାଳିଲେ, ଲୋକେ ପ୍ରତିବାଦ କରିବାରୁ ଖରାପ ବ୍ୟବହାର କଲେ

The Independence:The-Guardian-Anti-Hindu

ହିନ୍ଦୀ ପାଇଁ ଗାର୍ଡିଆନର ଗାତ୍ରଦାହ

The Independence:Incidents-of-Hindu-torture-in-Bangladesh-in-November

ନଭେମ୍ବର ମାସରେ ବଙ୍ଗଳାଦେଶରେ ହିନ୍ଦୁମାନଙ୍କ ଉପରେ ହୋଇଥିବା ଆକ୍ରମଣ

The Independence:INDIC-DOMINATION-OF-CHINA

ଚାଇନା ଉପରେ ଭାରତର ସାଂସ୍କୃତିକ, ଧାର୍ମୀକ ପ୍ରଭାବ

The Independence:Andhra-Bible-Mission-Church-Members-Attack-SC-Man-For-Objecting-To-Encroachments

ଆନ୍ଧ୍ର ପ୍ରଦେଶ: ରାସ୍ତା ଅବରୋଧକୁ ବିରୋଧ କରିବାରୁ ଦଳିତଙ୍କ ଉପରେ ଆକ୍ରମଣ କଲେ ବାଇବେଲ ଚର୍ଚ୍ଚ ମିଶନର ଲୋକମାନେ

The Independence:Anti-India-Activities-in-Canada

କାନାଡାରେ ଭାରତ ବିରୋଧୀ

The Independence:Assam-Hindu-Family-Complains-Land-Grab-by-Muslim-Neighbours

ଆସାମରେ ହିନ୍ଦୁମାନଙ୍କ ଜମି ଉପରେ କବଜା କରୁଛନ୍ତି ମୁସଲମାନମାନେ

The Independence:Halal-Jihad-Book-Launch-Cancelled-by-Telangana-Govt

ଇସଲାମିଷ୍ଟ ଶକ୍ତିଙ୍କ ଚାପରେ ତେଲେଙ୍ଗାନା ସରକାର: ହଲାଲ ଜିହାଦ ପୁସ୍ତକର ଉନ୍ମଚୋନକୁ କଲେ ବନ୍ଦ

The Independence:ACJ-Invites-Terrorist-Convicted-For-Killing-Rajiv-Gandhi-To-Deliver-Guest-Lecture

ଆତଙ୍କବାଦୀଙ୍କୁ ଅତିଥି କରି ବିବାଦରେ ଏସିଆନ କଲେଜ ଅଫ ଜର୍ଣ୍ଣାଲିଜିମ

The Independence:ISIS-Target-Killing

ଆଇଏସ୍‌ଆଇର ଟାର୍ଗେଟ କିଲିଂ