The Independence:Breaking-India-Conspiracy-And-Ideas-to-Divide-India-Again

 ସ୍ୱାଧୀନତାକୁ ୭୫ ବର୍ଷ ପୂରଣ ହେଉଛି । ଏହି ୭୫ ବର୍ଷର କାଳଖଣ୍ଡରେ ଦେଶ ଅନେକ ସମସ୍ୟା ସହିତ ଲଢି ଳଢି ଆସିଛି । ଦାରିଦ୍ର, ଅନାହାର, ଅଶିକ୍ଷା, କୁପୋଷଣ, ବେରୋଜଗାରୀ ଆଦି ଅନେକ ସାମାଜିକ ସମସ୍ୟା ସହିତ ଆମେ ସଂଘର୍ଷ କରିଆସିଛେ । ଅନେକ ମାପଦଣ୍ଡରେ ଦେଶ ଅନେକ ସୁଧାର ଆଣି ଲୋକମାନଙ୍କର ଜୀବନ ଧାରଣର ମାନରେ ଉନ୍ନତି କରିବା ସହିତ ଦେଶ ଆଗେଇ ଚାଲିଛି । ହେଲେ ଏହିପରି ଆଉ କିଛି ସମସ୍ୟା ରହିଛି ଯାହା ବିରୋଧରେ ଦେଶ ସଠିକ ଭାବରେ ଲଢାଇ କରିପାରୁନାହିଁ । ଆଉ ସହି ସମସ୍ୟାଗୁଡିକ ଧୀରେ ଧୀରେ ଦିନକୁ ଦିନ ଶକ୍ତିଶାଳି ହେବାରେ ଲାଗିଛନ୍ତି । ଏହି ସମସ୍ୟାର ଜନ୍ମ ସ୍ୱାଧୀନତାର କିଛି ବର୍ଷ ପୂର୍ବରୁ ଆରମ୍ଭ ହୋଇଥିଲେ ହେଁ ଏହା ଏବେ ସୁଦ୍ଧା ଏଗୁଡିକୁ ଦେଶର ସାଧାରଣ ଲୋକେ ଯେତେ ଗମ୍ଭୀର ଭାବରେ ନେବା କଥା, ଯେଉଁଭଳି ଭାବରେ ଏହି ସମସ୍ୟା ସହିତ ଗୁରୁତର ସହ ମୁକାବିଲା କରିବା କଥା ତାହା ହୋଇପାରୁନାହିଁ ।

ସ୍ୱାଧୀନତା ଆନ୍ଦୋଳନ ସମୟରେ କେହି କେବେ କଳ୍ପନା କରିନଥିଲେ ଯେ ଯେଉଁ ଦେଶର ସ୍ୱାଧୀନତା ପାଇଁ ସେମାନେ ମିଶିକରି ଲଢୁଛନ୍ତି ସେହି ଦେଶ ସ୍ୱାଧୀନ ହେଲା ବେଳକୁ ଧର୍ମ ଆଧାରରେ ଦୁଇ ଖଣ୍ଡ ହୋଇଯିବ । ଏମିତିକି ବିଭାଜନର କିଛି ମାସ ପୂର୍ବରୁ କଂଗ୍ରେସ ଦଳର ନେତାମାନେ ମହମ୍ମଦ ଅଲ୍ଲି ଜିନାଙ୍କର ପାକିସ୍ତାନ ପରିକଳ୍ପନାକୁ ଅସମ୍ଭବ ଓ ଅବାସ୍ତବ ବୋଲି ଭାବୁଥିଲେ । କିନ୍ତୁ ଦେଶ ବିଭାଜନ ହୋଇଗଲା । ଏବେ ଯେଉଁ ଭାରତ ଦେଶ ଅଛି ଏହାର ସାର୍ବଭୌମତା ନେଇ କିଛି ସଙ୍କଟ ଅଛି କି? ଏହା ଉପରେ ଆଖି କାନ ଖୋଲି ଆଲୋଚନା କରିବାର ଆବଶ୍ୟକତା ଅଛି ବୋଲି ମନେହୁଏ ।

ଯଦି ଆମେ ଏବେ କହିବା ଯେ ଭାରତକୁ ଆଉଥରେ ବିଭାଜନ କରିବା ପାଇଁ ଆମ ଦେଶ ଭିତରେ ଓ ଦେଶ ବାହାରେ କିଛି ଗୋଷ୍ଠୀ ସେମାନଙ୍କର ରଣନୀତି ଚାଲୁରଖିଛନ୍ତି ତାହେଲେ ହୁଏତ ଏହାକୁ କିଛି ଲୋକ ଗ୍ରହଣ କରିବେ ନାହିଁ । ଠିକ ଯେମିତି ସ୍ୱାଧୀନତା ଆନ୍ଦୋଳନ ସମୟରେ ପାକିସ୍ତାନର ପରିକଳ୍ପନାକୁ ଅବାସ୍ତବ ବୋଲି ଆଖ୍ୟା ଦିଆଯାଇଥିଲା  ସେମିତି ଏହି ଆଶଙ୍କାକୁ ବି ସେପରି ଅବାସ୍ତବ ବୋଲି ଭାବିବେ । ହେଲେ ଯେଉଁ ଭଳି ଭାବରେ ଦେଶରେ ନକ୍ସଲ ଆତଙ୍କବାଦ, ଉତରପୁର୍ବାଚଂଳରେ ବିଛିନ୍ନବାଦୀଙ୍କର ଆତଙ୍କବାଦ, ଖଲିସ୍ତାନ ଆତଙ୍କବାଦ ଓ ଇସଲାମ ଆତଙ୍କବାଦ କାର୍ଯ୍ୟକଳାପ ଅତୀତରେ ହେଉଥିଲା ଓ ଏବେ କିଛି କିଛି ହେଉଛି ଏହାକୁ ହାଲୁକା ଭାବରେ ନେଇ ହେବ ନାହିଁ । ସେହିପରି ବିଗତ ଦିନମାନଙ୍କରେ ଜାତିବାଦ ବିରୋଧରେ ଏକ ଉଗ୍ର ବିରୋଧାଭାସର ଅଭ୍ୟୁଦୟ ହୋଇଛି । ଜାତିଗତ ବୈଷମ ଦେଶରୁ ଦୂର ହେବା ଦରକାର । ହେଲେ ଯେଉଁ ଭଳି ଭାବରେ ଏହି ସଙ୍ଗଠନମାନେ ହିଂସାତ୍ମକ ପନ୍ଥାକୁ ଆପଣାଉଛନ୍ତି ଏହା ସମସ୍ୟାର ସମାଧାନ କରିପାରିବ ନାହିଁ । ଏହି ସଙ୍ଗଠନମାନେ ଯଦିଓ ବାବା ସାହେବଙ୍କ ନାଁକୁ ଆଗରେ ରଖି କାର୍ଯ୍ୟକ୍ରମ କରୁଛନ୍ତି, ଜୟ ଭୀମ ନାରା ଦେଉଛନ୍ତି, କିନ୍ତୁ ସେମାନଙ୍କର କାର୍ଯ୍ୟରେ ଆମ୍ବେଦକରଙ୍କ ବିଚାର କମ ପ୍ରତିଫଳିତ ହେଉଛି । ବେଶି ପ୍ରତିଫଳିତ ହେଉଛି ହିନ୍ଦୁ ବିରୋଧୀ ଉଗ୍ର ମାନସିକତା ।

ଏହି ତତ୍ୱଗୁଡିକୁ ଯଦି ହାଲୁକା ଭାବରେ ନିଆଯାଏ ତାହେଲେ ଭବିଷ୍ୟତ ପାଇଁ ଏହା ଭୟଙ୍କର ହୋଇପାରେ । ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷି ଆଇନର ପ୍ରତ୍ୟାହାର କରିବା ବେଳେ କହିଲେ ଯେ କୃଷକଙ୍କ ସ୍ୱାର୍ଥ୍ୟରେ ଏହି ଆଇନ ଆଣିଥିଲେ କିନ୍ତୁ ଦେଶର ସ୍ୱାର୍ଥ୍ୟରେ ଏହି ଆଇନକୁ ପ୍ରତ୍ୟାହାର କରିବା ପାଇଁ ବାଧ୍ୟ ହେଉଛି । କଣ ଏହି ଦେଶର ସ୍ୱାର୍ଥ୍ୟ? କୃଷି ଆନ୍ଦୋଳନର ଆଳରେ ଖଲିସ୍ତାନି ତତ୍ୱମାନେ ସେମାନଙ୍କର ବିଚାରକୁ ବଢାଇବାରେ ସକ୍ଷମ ହେଉଛନ୍ତି । ଏହା ଉପରେ ରୋକ ଲାଗିବାର ଆବଶ୍ୟକତା ଦେଶ ପାଇଁ ହିତକର । ସମସ୍ତେ ଜାଣିଥିବେ କିପରି ଭାବରେ ଆର୍ଯ୍ୟ ଦ୍ରାବିଡ ସଂଘର୍ଷର ମିଛ କାହାଣୀ ବ୍ରିଟିସରମାନେ ସ୍କୁଲ କଲେଜ ପାଠ୍ୟକ୍ରମରେ ଲେଖାଇ ଉତର ଭାରତ ଓ ଦକ୍ଷୀଣ ଭାରତ ଭିତରେ ଲଢାଇ କରିବା ପାଇଁ ପରିକଳ୍ପନା କରିଥିଲେ । ଏହି ଥିଓରିର କୌଣସି ସତ୍ୟତା ନାହିଁ ବୋଲି ଏବେ ପ୍ରମାଣିତ ହେଲାଣି କିନ୍ତୁ ସେହି ଥିଓରି ଯେଉଁ ବିଷ ବୁଣିଦେଇ ଯାଇଛି ତାହା ଏତେ ଶୀଘ୍ର ଯାଉନାହିଁ ।

ଆର୍ଯ୍ୟ ଦ୍ରାବିଡ ସଂଘର୍ଷର କାହାଣି ପାଇଁ ତାମିଲନାଡୁରେ ଉତର ଭାରତୀୟମାନଙ୍କ ପାଇଁ ବିଦ୍ୱେଷ ବୃଦ୍ଧି ପାଇଥିଲା । ଭାରତରେ ଯେଉଁ ଭଳି ଭାବରେ ପାକିସ୍ତାନର ମ୍ୟାଚ ଜିତିବା ପରେ କିଛି ମୁସଲମାନମାନେ ଖୁସିରେ ବାଣ ଫୁଟାନ୍ତି ଏହାକୁ ହାଲୁକା ଭାବରେ ନେଇ ହେବ କି ? ପାକିସ୍ତାନର ପରିକଳ୍ପନା କରୁଥିବା ଲୋକମାନେ ସିନା ଅଲଗା ହୋଇ ପଳେଇଗେଲେ କିନ୍ତୁ ଏବେବି ସେହି ପାକିସ୍ତାନର ମାନସିକତାର କିଛି ଲୋକ ରହିଗଲେ ଯେଉଁମାନଙ୍କ ମନରେ ଭାରତ ପ୍ରତି ଦେଶପ୍ରେମ ତିଆରି ହୋଇପାରୁନାହିଁ କି ହୋଇପାରିବ ନାହିଁ । 

ଆମେରିକାରେ ରହୁଥିବା ଭାରତୀୟ ଲେଖକ ରାଜିବ ମାଲହୋତ୍ରା ଏକ ପୁସ୍ତକ ଲେଖିଛନ୍ତି ଯାହାର ନାଁ ହେଉଛି ବ୍ରେକିଙ୍ଗ ଇଣ୍ଡିଆ । ସେ ତାଙ୍କ ପୁସ୍ତକରେ ଲେଖିଛନ୍ତି ଯେ ସେ ଏକ ଖ୍ରୀଷ୍ଟିଆନ ବିଶ୍ୱବିଦ୍ୟାଳୟକୁ ଯାଇଥିଲେ ଯେଉଁଠାରେ ଭାରତର ଏକ ମାନଚିତ୍ର ଦେଖିଲେ । ସେହି ମାନଚିତ୍ରରେ ଆମ ଦେଶ ଭାରତକୁ ବିଖଣ୍ଡିତ କରି ଦେଖାଯାଇଛି । ଏହି ବିଭାଜନର ଆଧାର କେଉଁ ରାଜ୍ୟ ଭିତିରେ ନୁହେଁ ବଂର ବିଭିନ୍ନ ପ୍ରସଙ୍ଗ ଭିତରେ କରାଯାଇଛି । ଉତର ପ୍ରଦେଶ, ବିହାର, ପଶ୍ଚିମବଙ୍ଗ, ଜାମ୍ମୁ କାଶ୍ମୀର, ଉତରାଖଣ୍ଡ, ଆଦି ଅଂଚଳକୁ ମୋଗଲାସ୍ତାନ ଭାବରେ ଚିତ୍ରଣ କରାଯାଇଛି । ଏହି ସବୁ ଅଂଚଳରେ ଏବେ ମୁସଲମାନମାନଙ୍କର ସଂଖ୍ୟା ଦେଶର ଅନ୍ୟ ଭାଗ ଅପେକ୍ଷା ଅଧିକ । ସେହିପରି ଝାରଖଣ୍ଡ, ଛତିଶଗଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ରର କିଛି ଅଂଚଳକୁ ସେହି ମାନଚିତ୍ରରେ ଦଳିତସ୍ତାନ ବୋଲି ଚିତ୍ରଣ କରାଯାଇଛି । ସେହିପରି ଦକ୍ଷିଣ ଭାରତକୁ ଦ୍ରାବିଡସ୍ତାନ, ପଂଜାବ ହରିଆନକୁ ଖଲିସ୍ତାନ ଭାବରେ ଚିହ୍ନିତ କରାଯାଇଛି ।

ଉତର ପୁର୍ବାଚଂଳକୁ ମଧ୍ୟ ମାନଚିତ୍ରରେ ଅଲଗା ଦେଶ ଭାବରେ ଦେଖାଇ ଦିଆଯାଇଛି । ଥରେ ଭାବନ୍ତୁ ଭାରତର ସାର୍ବଭୌମତା ଉପରେ ବିଦେଶୀ ଶକ୍ତିମାନେ କେମିତି ଯୋଜନା କରିଛନ୍ତି । ସେମାନେ କେବଳ ଯୋଜନା କରିନାହାନ୍ତି ବଂର ଯେଉଁ ଭଳି ଭାବରେ ଆମ ଦେଶରେ ବିଭିନ୍ନ ସମୟରେ ଅସ୍ଥିରତା ଦେଖାଯାଉଛି ସେମାନଙ୍କର ଷଡଯନ୍ତ୍ରକୁ ଯେ ସେମାନେ ଠିକ ଭାବରେ ସଫଳ କରାଉଛନ୍ତି ଏହା ପ୍ରମାଣିତ ହେଉଛି । ଭାରତ ବିରୋଧରେ ଏକ ସୁଚିନ୍ତିତ ଷଡଯନ୍ତ୍ର ଚାଲିଛି ଏହା ମାନିବାକୁ ପଡିବ ।

୨୦୨୦ ଅଗଷ୍ଟ ସ୍ୱାଧୀନତା ଦିବସ ପୁର୍ବରୁ ଏକ ଅଡିଓ ସନ୍ଦେଶ ଦେଶରେ ୟୁପିରୁ ନେଇ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ଅନେକ ମୁସଲମାନମାନଙ୍କ ମୋବାଇଲକୁ ଆସିଥିଲା । ଅନେକ ବୈଦୁତିକ ଗଣମାଧ୍ୟମ ଏହି ଖବର ପ୍ରସାରଣ କରିଥିଲେ । ସେହି ସନ୍ଦେଶରେ ଖୋଲାଖୋଲି ଭାବରେ ଅଲଗା ମୋଗଲସ୍ତାନ ଗଠନର ଆହ୍ୱାନ ଦିଆଯାଇଥିଲା । ଜାମ୍ମୁ କାଶ୍ମୀର, କେରଳରେ ମୌଳବାଦି କାର୍ଯ୍ୟକଳାପ ଦେଶର ସୁରକ୍ଷା ନେଇ ସବୁବେଳେ ଚିନ୍ତାରେ ରହିଆସିଛି । ଖଲିସ୍ତାନ ଗଠନର ଦାବି ଖୋଲାଖୋଲି ଭାବରେ ହୋଇଛି । ଯଦିଓ ଦ୍ରାବିଡସ୍ତାନ, ଦଳିତସ୍ତାନ ପାଇଁ ସେପରି ଦାବି ସାଧାରଣ ସେଭଳି ଢଙ୍ଗରେ କରାଯାଇପାରିନାହିଁ କିନ୍ତୁ ଏହି ଦୁଇଟି ତତ୍ୱରେ ରାଜନୈତିକ ଓ ସାମାଜିକସ୍ତରରେ ଆଗକୁ ବଢୁଛି । ନକ୍ସଲ ସଙ୍ଗଠନମାନଙ୍କର ପ୍ରଚାର ପତ୍ର ଓ ଉତର ପୁର୍ବରେ ଥିବା ଉଗ୍ରବାଦୀ ସଙ୍ଗଠନମାନଙ୍କର ପ୍ରଚାରପତ୍ର ମେଳ ଖାଏ । ନକ୍ସଲମାନଙ୍କୁ ଚାଇନାରୁ ସାହାଯ୍ୟ ସେହି ସଙ୍ଗଠନମାନଙ୍କ ମାଧ୍ୟମରେ ମିଳେ । ଏହାର ପ୍ରମାଣ ଦେଶର ସୁରକ୍ଷା ଏଜେନ୍ସିଙ୍କ ପାଖରେ ଅଛି । ଏହି ଭଳି ଗୋଳମାଳିଆ ସ୍ଥିତିରେ ମିଶନାରୀମାନଙ୍କର ଭୂମିକା ମଧ୍ୟ ସନ୍ଦେହ ଜନକ ।

ତେଣୁ ଭାରତର ସାର୍ବଭୌମତା ଉପରେ ଚାରି ଦିଗରୁ ଆକ୍ରମଣ ହେଉଛି ଏହା ବୁଝିବାକୁ ପଡିବ । ଯଦି ଏବେଠାରୁ ଆମେ ସେହି ଷଡଯନ୍ତ୍ରକୁ ଭଣ୍ଡୁର ନକରିବା ତାହେଲେ କିଏ ଜାଣିଛି ଆଜି ନହେଲେ କାଲି ହୁଏତ ଭାରତକୁ ଆଉଥରେ ବିଭାଜନ ଦେଖିବାକୁ ପଡିପାରେ । 

Author Image

Anil Biswal

Recent Posts

The Independence:If-the-BJP-government-is-formed-in-Odisha-drinking-water-problem-will-be-solved-as-a-priority-Bhatrahari-Mahatab

ଓଡ଼ିଶାରେ ବିଜେପି ସରକାର ଗଠନ କଲେ ଅଗ୍ରାଧିକାର ଭିତିରେ ପାନୀୟ ଜଳ ସମସ୍ୟାର ସମାଧାନ କରାଯିବ: ଭତୃହରି ମହତାବ

The Independence:Odisha-Cow-Slaughtering

Odisha : ଗୋ ମାଂସ ବୋଝେଇ ଟ୍ରକ ଜବତ

The Independence:Jagannath-Temple-Odisha-Mumbai

ଓଡିଶା ବାହାରେ ମହାପ୍ରଭୁ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର

The Independence:Modi-Government-9-Years-Seva-Susasan-Garib-Kalyana

ନ’ ବର୍ଷର ସୁଶାସନ

The Independence:Rath-Yatra-2023-Lakhs-of-devotees-witness-Suna-Besha-of-Holy-Trinity-in-Puri

ଶ୍ରୀକ୍ଷେତ୍ରରେ ରଥାରୁଢ଼ ଶ୍ରୀଜୀଉଙ୍କ ସୁନାବେଶ, ମହଣ ମହଣ ସୁନା ଅଳଙ୍କାରରେ ସଜ୍ଜିତ ତିନି ଠାକୁର

The Independence:Puri-Ratha-Jatra-2023-Jay-Jagannath

ଶରଧାବାଲିରେ ଲାଗିଲା ତିନି ଠାକୁରଙ୍କ ତିନି ରଥ

The Independence:Ratha-Jatra-2023-ନୀଳାଦ୍ରିବିଜେରେ-ନୀଳକନ୍ଦରକୁ-ଫେରନ୍ତି-ନୀଳାଦ୍ରିନାଥ-ସରେ-ଜନ୍ମବେଦି-ଲୀଳା

Ratha Jatra 2023: ନୀଳାଦ୍ରିବିଜେରେ ନୀଳକନ୍ଦରକୁ ଫେରନ୍ତି ନୀଳାଦ୍ରିନାଥ; ସରେ ଜନ୍ମବେଦି ଲୀଳା

The Independence:Jagannath-Temple-Rath-Jatra

ଏକାବନ ଦିନରେ ଚଳଚଞ୍ଚଳ ରଥଖଳା

The Independence:ପ୍ରେମିକାକୁ-ଛୁରୀ-ଭୁଷିଲା-ପଥରରେ-ଛେଚି-ମୁହଁ-ନଷ୍ଟ-କଲା-ଜହ୍ଲାଦ-ପ୍ରେମିକ-ସାହିଲ-ଖାଁ

ପ୍ରେମିକାକୁ ଛୁରୀ ଭୁଷିଲା, ପଥରରେ ଛେଚି ମୁହଁ ନଷ୍ଟ କଲା ଜହ୍ଲାଦ ପ୍ରେମିକ ସାହିଲ ଖାଁ

The Independence:Land-Jihad-Dwarka

ଜମି ଜିହାଦର ଅନ୍ୟନାମ ଦ୍ୱାରକା

The Independence:Odisha-cant-make-progress-with-Shashikala-syndrome-Dharmendra

‘ଶଶୀକଳା ସିଣ୍ଡ୍ରୋମ’ କହିବାରୁ ସରକାରଙ୍କୁ ବାଧିଲା: ଧର୍ମେନ୍ଦ୍ର

The Independence:Land-Jihad-Love-Jihad-Jameen-Jihad-in-Odisha

ରାଜ୍ୟରେ ବଢ଼ୁଛି ଜିହାଦୀଙ୍କ ସଂଖ୍ୟା !

The Independence:The-Kerala-Story-Official-Trailer--Vipul-Amrutlal-Shah--Sudipto-Sen--Adah-Sharma--Aashin-A-Shah

The Kerala Story Official Trailer | Vipul Amrutlal Shah | Sudipto Sen | Adah Sharma | Aashin A Shah

The Independence:Guddu-Muslim-Odisha-Link-BJD

ଗୁଡ୍ଡୁ ମୁସଲମାନର ଖାସ୍, ବିଜେଡି ବିଧାୟକଙ୍କ ରାଇଟହାଣ୍ଡ

The Independence:important-files-of-the-jagannath-temple-administration-have-gone-missing

ଗାଏବ ହେଲା ଜଗନ୍ନାଥ ମନ୍ଦିର ପ୍ରଶାସନର ଗୁରୁତ୍ଵପୂର୍ଣ୍ଣ ଫାଇଲ

The Independence:Debacle-in-American-Banking-System

ଆମେରିକାର ବ୍ୟାଙ୍କିଂ ବ୍ୟବସ୍ଥାରେ ବିପର୍ଯ୍ୟୟ

The Independence:palghar-sadhu-lynching-case-to-be-investigated-by-cbi

ପାଲଘର ସାଧୁହତ୍ୟା ମାମଲାର ହେବ ସିବିଆଇ ତଦନ୍ତ

The Independence:Mix-Mandate-in-USA-Joe-Biden

ଆମେରିକାରେ ମିଶ୍ରିତ ଜନମତ

The Independence:Jayshankar-in-Fiji

ଫିଜିରେ ବିଜି ଜୟଶଙ୍କର

The Independence:Women-Freedom-Fighters-of-India-Name-List-and-Their-Roles

ଭାରତର ମହାନ ମହିଳା ସ୍ୱାଧୀନତା ସଂଗ୍ରାମୀମାନେ ଯାହାଙ୍କୁ ଇତିହାସକାରମାନେ ଭୁଲି ଯାଇଥିଲେ

The Independence:Dharmendra-Seeks-Centres-Intervention-For-Protection-Of-Archaeological-Assets-In-Odisha

ଓଡ଼ିଶାରେ ଅସୁରକ୍ଷିତ ଶିଶୁପାଳ ଗଡ଼ ଓ ଲଳିତଗିରି ପରି ଐତିହ୍ୟ କୀର୍ତ୍ତିରାଜି

The Independence:ଶ୍ରୀମନ୍ଦିରର-ପ୍ରସିଦ୍ଧ-ଦୋଳଯାତ୍ରା

ଶ୍ରୀମନ୍ଦିରର ପ୍ରସିଦ୍ଧ ଦୋଳଯାତ୍ରା

The Independence:Young-writer-Om-Priyadarshis-book-on-Paika-movement-released

ଉନ୍ମୋଚିତ ହେଲା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଚୟନିତ ଓମ୍ ପ୍ରିୟଦର୍ଶୀଙ୍କ ପୁସ୍ତକ "ପାଇକ: ଜନ, ଆଖ୍ୟାନ ଓ ଆନ୍ଦୋଳନ"

The Independence:Baijayanta-Panda-listens-Man-Ki-Baat-Programme-at-Bhawanipatna

ଭବାନୀପାଟଣା “ମନ୍‌ କି ବାତ୍‌” କାର୍ଯ୍ୟକ୍ରମରେ ବୈଜୟନ୍ତ ପଣ୍ଡା

The Independence:ଜର୍ଜ-ସୋରୋସଙ୍କ--ନେଟୱର୍କ-ଓ-କଣ୍ଢେଇ-ମାନଙ୍କୁ-ଚିହ୍ନଟ--ଜରୁରୀ

ଜର୍ଜ ସୋରୋସଙ୍କ ନେଟୱର୍କ ଓ କଣ୍ଢେଇ ମାନଙ୍କୁ ଚିହ୍ନଟ ଜରୁରୀ