The Independence:Britain-Slogan-Get-Out-Pakistani

ସୌମେନ୍ଦ୍ର ଜେନା

ପାକିସ୍ଥାନୀମାନେ କେବଳ ନିଜ ଦେଶରେ ଯେ ଜିହାଦି କାର‌୍ୟ୍ୟ କରୁଛନ୍ତି , ଅପରାଧ କରୁଛନ୍ତି , ଅନ୍ୟମାନଙ୍କୁ ଘୃଣା ଚକ୍ଷୁରେ ଦେଖୁଛନ୍ତି ତା’ନୁହେଁ ,ସାରା ପୃଥିବୀରେ ସେମାନେ ଯେଉଁ ଦେଶକୁ ଯାଉଛନ୍ତି ସେଠାରେ ମଧ୍ୟ ସେହି କାର‌୍ୟ୍ୟ କରୁଛନ୍ତି । ପାକିସ୍ଥାନୀମୂଳର ଲୋକମାନଙ୍କ ମଧ୍ୟରେ ଏପ୍ରକାର ଅପରାଧପ୍ରବଣତା ଦୃଷ୍ଟିରୁ ପୂର୍ବରୁ ଗ୍ରୀସ ଏବଂ ତୁର୍କୀରେ ‘ଗେଟ୍ ଆଉଟ୍ ପାକିସ୍ଥାନୀ’ ଟ୍ରେଣ୍ଡ୍ ଜୋର ଧରିସାରିଛି । ଏହି ଦୁଇଦେଶର ଲୋକେ ନିଜ ଦେଶରୁ ପାକ୍ ନାଗରିକଙ୍କୁ ବାହାର କରିବାକୁ ସରକାରଙ୍କ ନିକଟରେ ପୂର୍ବରୁ ଦାବି କରିଛନ୍ତି । କାରଣ ସେଠାରେ ପାକ୍ ମୂଳର ଲୋକେ ସମସ୍ତ ପ୍ରକାର ଅପରାଧରେ ସାମିଲ ରହିଛନ୍ତି । ତୁର୍କୀରେ ୧୨ଦିନ ମଧ୍ୟରେ ୧୦୦୦ ପାକ୍ ଲୋକଙ୍କୁ ଦେଶରୁ ତଡି ଦିଆଯାଇଛି । ନୋଟିସ ଦେବା ସତ୍ତ୍ୱେ ଯେଉଁମାନେ ପାକ୍‌କୁ ଫେରିବାକୁ ପସନ୍ଦ କରୁନଥିଲେ  ସେମାନଙ୍କୁ ଘରୁ ଉଠାଇଆଣି ସେଠାକାର ପୁଲିସ ପାକିସ୍ଥାନକୁ ପଠାଇଛି ।

ସେମିତି  ବ୍ରିଟେନରେ ଦିନକୁଦିନ ଅଧିକ ହିଂସାକାଣ୍ଡ ଏବଂ ଅପରାଧ ଘଟୁଥିବା ହେତୁ ସେଠାକାର ସରକାର କଠୋର ହୋଇଛନ୍ତି । ବ୍ରିଟେନର ଗୃହ ସଚିବ ପ୍ରୀତି ପଟେଲ, ପାକ୍ ଗୃହସଚିବ ୟୁସୁଫ ନଦିମ ଖୋକର ଏବଂ ପାକ୍ ହାଇ କମିଶନର ମୋଜାମ ଅହମ୍ମଦ ଖାଁଙ୍କ ମଧ୍ୟରେ ୧୭ଅଗଷ୍ଟ ୨୦୨୨ରେ ଅପରାଧୀଙ୍କ ହସ୍ତାନ୍ତରଣକୁ କେନ୍ଦ୍ରକରି ବୁଝାମଣା ହୋଇଛି । ଏହାକୁ ବିଦେଶୀଙ୍କ ଆଗମନ ପାଇଁ ନୂଆ ଆଇନର ଅଂଶ ବିଶେଷ ବୋଲି କୁହାଯାଇଛି । ୧୫ମାସ ମଧ୍ୟରେ ଦୁଇଦେଶ ମଧ୍ୟରେ ୫ମ ଥର ପାଇଁ ଏହି ବୁଝାମଣା ହୋଇଛି । ବ୍ରିଟେନରେ ପାକ୍ ନାଗରିକମାନେ ହେଉଛନ୍ତି ସେଠାକାର କାରାଗାରରେ  ୭ମ ସର୍ବାଧିକ ବିଦେଶୀ ଅପରାଧୀ । ଜାନୁଆରୀ ୨୦୧୯ରୁ ଡିସେମ୍ବର ୨୦୨୧ ମଧ୍ୟରେ ବ୍ରିଟେନ ନିଜ ଦେଶରୁ ୧୦,୭୪୧ ଜଣ ବିଦେଶୀ ଅଭିଯୁକ୍ତଙ୍କୁ ନିଜ ଦେଶରୁ ବିଦା କରିସାରିଛି । ଅକ୍ଟୋବର ୨୦୦୯ରେ ଦୁଇଦେଶ ମଧ୍ୟରେ ଏପ୍ରକାର ବୁଝାମଣା ସ୍ୱାକ୍ଷରିତ ହୋଇଥିଲା । ବ୍ରେକଜିଟ୍ ବା ଇଉରୋପୀୟ ୟୁନିଅନରୁ ବ୍ରିଟେନ ଅଲଗା ହେବା ଯୋଗୁ ନୂଆ ବୁଝାମଣା କରାଯିବା ଦରକାର ଥିଲା । ଦେଶାନ୍ତର ଗମନର ଏହି ନୂଆ ଯୋଜନାକୁ କାର‌୍ୟ୍ୟକାରୀ କରିବା ପାଇଁ ବ୍ରିଟେନ ପ୍ରଶାସନ ଅଧିକ ଜୋର ଦେବାକୁ ପ୍ରୟାସ କରୁଛି । କାରଣ ପାକିସ୍ଥାନୀ ଲୋକେ ସେଠାରେ ବହୁ ଅପରାଧରେ ଜଡିତ ରହିଆସିଛନ୍ତି ।  ସୋହେଲ ଆୟାଜ ନାମକ ପାକିସ୍ଥାନୀକୁ ୨୦୧୯ରେ ୩୦ ନାବାଳିକାଙ୍କୁ ଧର୍ଷଣ କରିବା ଅପରାଧରେ ଗିରଫ କରାଯାଇଥିଲା । ସେ ଜଣେ ଅଭ୍ୟାସଗତ ଧର୍ଷଣକାରୀ ଥିଲା । ୨୦୦୮ରେ ମଧ୍ୟ ସେ ସମାନ ଢଙ୍ଗରେ ଏହିପରି ଅପରାଧ ଘଟାଇଥିଲା ।

ଉତ୍ତର ଇଂଲଣ୍ଡର ୟର୍କସାୟାର ଅନ୍ତର୍ଗତ ହୁଡେଲ ଫିଲ୍‌ଡ ଥାନା ନାବାଳିକାଙ୍କୁ ଯୌନ ନିର‌୍ୟ୍ୟାତନା ଦେବା ଅଭିଯୋଗରେ ୨୦ଜଣ ଅପରାଧୀଙ୍କୁ ଜେଲ ପଠାଇଥିଲା । ସେମାନଙ୍କ ମଧ୍ୟରେ ଅଧିକ ପାକିସ୍ଥାନୀ ଥିଲେ । ୧୫ଜଣ ୧୧ରୁ ୧୭ ବର୍ଷର ଝିଅଙ୍କୁ ଏହି ଲୋକେ ୧୨୦ଥର ଖରାପ ବ୍ୟବହାର କରିଥିଲେ । ଗିରଫ ୨୦ ପାକିସ୍ଥାନୀଙ୍କ ମଧ୍ୟରେ ନିସାରତ ହୁସେନ, ସାଜିଦ ହୁସେନ, ଫୈସଲ ଅଜିମ, ୱିକାସ ମେହମୁଦ, ମନଜୁର ହସନ, ନିୟାଜ ଇବ୍ରାର, ଅସିଫ ବସିର, ମହମ୍ମଦ ଅକ୍ରାମ ପ୍ରମୁଖ ରହିଥିଲେ । ଗତ ଜାନୁଆରୀ ମାସରେ ବ୍ରିଟେନର କିଙ୍ଗ୍‌ସଟନ୍ -ଥେମ୍‌ସ କ୍ରାଉନ କୋର୍ଟ ନେଦରଲାଣ୍ଡରେ ରହୁଥିବା ଜଣେ ପାକ୍ ମୂଳର ବ୍ଲଗର ଏବଂ ସାମାଜିକ କର୍ମୀ ଅହମ୍ମଦ ୱକାସ ଗୋରାୟାଙ୍କୁ  ହତ୍ୟା କରିବା ଯୋଜନା ପାଇଁ ବ୍ରିଟେନବାସୀ ପାକିସ୍ଥାନୀ ଗୋହିର ଖାଁକୁ ଦୋଷୀ ସାବ୍ୟସ୍ତ କରିଥିଲେ । ୧୬ ଫେବୃଆରୀ ୧୯୯୦ରେ ଜନ୍ମିତ ଅପରାଧୀ ଖାଁ ବିରୋଧରେ ଗତବର୍ଷ ଜୁନ୍‌ରେ ହତ୍ୟା ଅଭିଯୋଗ ଆସିଥିଲା । ୨୦୧୭ରେ ବ୍ଲଗର ଗୋରାୟାଙ୍କ ସମେତ ଅନ୍ୟ ପାଞ୍ଚ ଜଣ ବ୍ଲଗରଙ୍କୁ ଇସଲାମାବାଦରେ ଅପହରଣ କରାଯାଇ ପରେ ଛଡାଯାଇଥିଲା । ସେହି ଘଟଣା ପରେ ଗୋରାୟା ପାକିସ୍ଥାନ ଛାଡି ନେଦରଲାଣ୍ଡକୁ ଚାଲିଯାଇଥିଲେ ।

ହେଲେ ପାକ୍‌ରେ ଥିବା ମୂଳ ଅପହରଣକାରୀ ଗୋରାୟାଙ୍କୁ ହତ୍ୟା କରିବାଲାଗି ଖାଁଙ୍କୁ ଦାୟିତ୍ୱ ଦେଇଥିଲା । ଜେରାବେଳେ ଜଣାପଡିଥିଲା ଯେ ଗୋରାୟାଙ୍କୁ ହତ୍ୟା କରିବା ଯୋଜନାରେ ନେଦରଲାଣ୍ଡର ରଟନଡାମ୍‌କୁ ଅପରାଧୀ ଗସ୍ତ କରିଥିଲା । ହତ୍ୟାକାଣ୍ଡ ପାଇଁ ଏକଲକ୍ଷ ପାଉଣ୍ଡ ଦେବାକୁ କଥା ଛିଡିଥିବା ଜଣାପଡିଥିଲା । ଅଦାଲତରେ ଅଭିଯୁକ୍ତ କହିଥିଲା ଯେ ସେ ସେହି ହତ୍ୟାକାଣ୍ଡ ପାଇଁ ବେଶ୍ ଉତ୍ସାହୀ ହୋଇପଡିଥିଲା । ଅର୍ଥପାଇଁ ପରବର୍ତ୍ତୀ ସମୟରେ ସେପରି ଆକ୍ରମଣ ପାଇଁ ମଧ୍ୟ ସ୍ଥିର କରିଥିଲା । ପାକ୍‌ର ମଧ୍ୟସ୍ଥି ମୁଜାମିଲ ନାମକ ବ୍ୟକ୍ତି ୨୦୨୧ରେ ଖାଁ ସହ ଯୋଗାଯୋଗ କରି ୮୦ହଜାର ପାଉଣ୍ଡ ଦେବାକୁ କହିଥିଲା । ଅବଶିଷ୍ଟ ୨୦ହଜାର କମିଶନ ବାବଦକୁ ସେ ନେବ ବୋଲି ବୁଝାଇଥିଲା । ଅପରାଧୀ ଖାଁ ୧୩ବର୍ଷ ବୟସରେ ସ୍କୁଲ ଶିକ୍ଷା ପାଇଁ ବ୍ରିଟେନରୁ ଲାହୋରକୁ ଆସିଥିଲା । ସେଠାରେ ସରିଫ ଏଜୁକେସନ କଂପ୍ଲେକ୍ସରେ ରହି ୨୦୦୭ରେ ପରୀକ୍ଷା ନଦେଇ ଲଣ୍ଡନକୁ ଫେରିଯାଇଥିଲା । ଉର୍ଦ୍ଦୁରେ ପଢାଯାଉଥିବା ହେତୁ ବିଷୟ ବୁଝିବା କଷ୍ଟକର ଥିଲା ବୋଲି ଅପରାଧୀ କହିଥିଲା ।  ଅପରାଧୀର ପିତାମାତା ୧୯୭୦ବେଳକୁ ଲଣ୍ଡନ ଯାଇଥିଲେ । ସେଠାରେ ଖାଁର ଛଅଜଣ ଭାଇ ଭଉଣୀ ଥିଲେ । ଫରେଷ୍ଟ ଗେଟ୍ ଅଞ୍ଚଳରେ ବହୁ ବର୍ଷ ଧରି ତାଙ୍କ ପରିବାର ବସବାସ କରିଥିଲେ । ଅପରାଧୀ ଖାଁର ୩ରୁ ୧୧ ବର୍ଷ ବୟସର ୬ଟି ପିଲା ରହିଛନ୍ତି ।

ବ୍ରିଟେନର ସରକାର ପାକ୍ -ବ୍ରିଟେନ ମଧ୍ୟରେ ଥିବା ବନ୍ଦୀ ବଦଳ ବୁଝାମଣାକୁ ୨୦୧୯ରେ ରଦ୍ଦ କରିଥିଲେ ।  ଚୀନ ମଧ୍ୟ ଏପ୍ରକାର ବୁଝାମଣା ପାକ୍ ସହ ନକରିବା ପାଇଁ ପ୍ରକାଶ କରିଥିଲା । ଏପ୍ରିଲ ୨୦୧୮ରେ ପାକ୍ ସରକାର ଥାଇଲାଣ୍ଡରେ ଦୋଷୀ ସାବ୍ୟସ୍ତ ୧୭ପାକ୍ ନାଗରିକଙ୍କୁ ନିଜ ଦେଶକୁ ଫେରାଇ ଆଣିଥିଲେ । ଥାଇଲାଣ୍ଡରେ ଏହି ପାକ୍ ନାଗରିକମାନେ  ନିଶା କାରବାରରେ ଧରାପଡିଥିଲେ । ଥାଇଲାଣ୍ଡର ଆଇନ ଅନୁଯାୟୀ ନିଶା ଅଭିଯୁକ୍ତଙ୍କୁ ୪୦ବର୍ଷ କାରାଦଣ୍ଡ ଦେବାର ନିୟମ ରହିଛି ।  ନିଶାଦ୍ରବ୍ୟ ପରିମାଣ ଅନୁଯାୟୀ ଏହି ସଜା ୧୦ରୁ ୨୫ ବର୍ଷ ମଧ୍ୟରେ ରଖାଯାଇପାରେ । ଥାଇଲାଣ୍ଡରେ ଗତବର୍ଷ ୮୮ଜଣ ପାକିସ୍ଥାନୀଙ୍କୁ ନିଶା କାରବାର ପାଇଁ ସଜା ହୋଇଥିଲା । ସେମାନଙ୍କ ମଧ୍ୟରୁ ୪୮ଜଣଙ୍କୁ ପାକ୍ ଜେଲକୁ ପଠାଯାଇଥିଲା । ପ୍ରଥମ ଦଫାରେ ୧୭ଜଣଙ୍କୁ ଥାଇଲାଣ୍ଡରୁ ପାକିସ୍ଥାନକୁ ଆଣିବା ପାଇଁ ପାକ୍ ସରକାର ୩୫୦୦୦ ଡଲାର ଥାଇ ସରକାରଙ୍କୁ ଦେଇଥିଲେ । ପାକ୍ ସରକାର ଏପ୍ରକାର ବୁଝାମଣା ବ୍ରିଟେନ, ସଂଯୁକ୍ତ ଆରବ ଅମିରାତ, ଶ୍ରୀଲଙ୍କା, ଥାଇଲାଣ୍ଡ ଏବଂ ସ୍ପେନ ସହ କରିଛନ୍ତି ।

୧୬ ଡିସେମ୍ବର ୨୦୦୧ରେ ଇଂଲଣ୍ଡର ସରେ ଅଞ୍ଚଳରେ ଜଣେ ପାକ୍ ବ୍ୟବସାୟୀଙ୍କ ପୁଅକୁ ପିଟିପିଟି ହତ୍ୟାକରିବା ପରେ ନଦୀରେ ଫିଙ୍ଗିଦେଇ ରିଜୱାନ ହବିବ ଏବଂ ତାର ସାଥୀମାନେ ବିଦେଶକୁ ଚାଲିଯାଇଥିଲେ । ହତ୍ୟା ପରେ ମୃତ ଯୁବକର ପରିଚୟପତ୍ର ସେମାନେ ଚୋରିକରି ନେଇଥିଲେ । ଉକ୍ତ ମାମଲାର ବିଚାର ହୋଇ ଫେବୃଆରୀ ୨୦୦୪ରେ ଦଣ୍ଡ ଘୋଷଣା ହୋଇଥିଲା । ପରେ ଅପରାଧୀର ସହଯୋଗୀମାନଙ୍କୁ ସଂଯୁକ୍ତ ଆରବ ଅମିରାତ ଏବଂ ପାକିସ୍ଥାନରେ ଗିରଫ କରାଯାଇଥିଲେ ମଧ୍ୟ ମୁଖ୍ୟ ଅପରାଧୀ ଲୁଚି ବୁଲୁଥିଲା । ୨୦୧୫ରେ ଏଫ୍‌ଆଇଏ ଅଧିକାରୀମାନେ ଅପରାଧୀ ହବିବକୁ କାନାଡାରୁ ଗିରଫ କରି ବ୍ରିଟେନକୁ ଆଣିଥିଲେ । ହବିବର ଗୋଷ୍ଠୀ ମୃତ ଯୁବକର କ୍ରେଡିଟ କାର୍ଡ ଚୋରିକରି ଲାସ୍ ଭେଗାସ୍‌ରେ ଲକ୍ଷଲକ୍ଷ ଡଲାର ଖର୍ଚ୍ଚ କରିଥିଲେ । ପରେ ସେମାନେ ଅଷ୍ଟ୍ରେଲିଆ, ଦୁବାଇ ଏବଂ କାନାଡାକୁ ଚାଲିଯାଇଥିଲେ । ହବିବ୍ ଏବଂ ତାର ସହଯୋଗୀମାନେ ପାକ୍ ଜେଲରେ ରହିବାକୁ ପୂର୍ବ ବୁଝାମଣା ଅନୁଯାୟୀ ହସ୍ତାନ୍ତରିତ ହୋଇଥିଲେ । ୨୦୧୦ରେ ପିପିପିି ସରକାରଙ୍କ ସହ ବ୍ରିଟେନ ସରକାର ଏପ୍ରକାର ଅପରାଧୀ ହସ୍ତାନ୍ତରଣ ବୁଝାମଣା କରିଥିଲେ ।  ହେଲେ ଅଭିଯୁୁକ୍ତମାନେ ପାକ୍‌କୁ ଆସିବାପରେ ପଞ୍ଜାବ ପୁଲିସ ସହଯୋଗରେ ସେମାନେ ଖସିଯାଇଥିଲେ । ଅଭିଯୁକ୍ତମାନଙ୍କୁ ବ୍ରିଟେନ ପୁଲିସ ବହୁ ପରିଶ୍ରମ କରି ହବିବ୍‌କୁ କାନାଡାରୁ ଗିରଫ କରି ବ୍ରିଟେନକୁ ଆଣିବା ପରେ ତାକୁ ପାକିସ୍ଥାନକୁ ପଠାଯାଇଥିଲା । ପରେ ପଞ୍ଜାବ ପୁଲିସର ଯେଉଁ ଅଧିକାରୀମାନେ ହବିବ୍‌କୁ ଛାଡିଦେବାରେ ସହଯୋଗ କରିଥିଲେ ସେମାନଙ୍କୁ ଗିରଫ କରାଯାଇଥିଲା । ଏହାପରେ  ୨୦୧୨ରେ ଏହି ବୁଝାମଣାକୁ ବ୍ରିଟେନ ରଦ୍ଦ କରିଥିଲା । ପୁନର୍ବାର ୨୦୧୪ରେ ଏଥିରେ ସଂଶୋଧନ ସହ ଲାଗୁ କରାଯାଇଥିଲା ।

ବ୍ରିଟେନରେ ଏବେ ୧୮ଲକ୍ଷ ପାକ୍‌ବଂଶଜ ରହିଥିବା  କଥା କୁହାଯାଉଛି ।  ୨୦୨୦ ମସିହାର ହିସାବ ଅନୁଯାୟୀ ବ୍ରିଟେନରେ ପାକ୍ ଜନ୍ମିତ ୪୭୯୦୦୦ ବ୍ୟକ୍ତି ରହିଛନ୍ତି । ୨୦୧୭ ହିସାବରେ ପାକ୍ ପାସପୋର୍ଟଧାରୀ ୧,୮୮,୦୦୦ ବ୍ୟକ୍ତି ବ୍ରିଟେନରେ ରହୁଥିଲେ । ବ୍ରିଟିସ ନାଗରିକ ପାକିସ୍ଥାନୀଙ୍କ ସଂଖ୍ୟା ୧୪ଲକ୍ଷ ରହିଥିଲା । ବ୍ରିଟେନକୁ ପାକ୍ ଲୋକେ ଦ୍ୱିତୀୟ ଘର ବୋଲି ମନେ କରିଥାନ୍ତି । ତେଣୁ  ବ୍ରିଟେନରେ ପାକ୍ ମୂଳର ଲୋକେ ଦ୍ୱିତୀୟ ସଂଖ୍ୟାଲଘୁ ଗୋଷ୍ଠୀ । ୧୯୫୧ରେ ବ୍ରିଟିସ -ପାକିସ୍ଥାନୀ ଗୋଷ୍ଠୀ ୧୦ହଜାର ଥିଲାବେଳେ ୨୦୧୧ରେ ସେମାନଙ୍କ ସଂଖ୍ୟା ୧୧ଲକ୍ଷ ଅତିକ୍ରମ କରିଥିଲା । ସେମାନଙ୍କ ମଧ୍ୟରୁ ୯୦ ପ୍ରତିଶତ ଇଂଲଣ୍ଡ କିମ୍ବା ୱେଲସରେ ବସବାସ  କରୁଥିଲେ । ସେମାନଙ୍କ ମଧ୍ୟରୁ ସଂଖ୍ୟାଧିକ ସୁନ୍ନି ମୁସଲମାନ ।

ପ୍ରୀତି ପଟେଲଙ୍କ କହିିବାନୁସାରେ ବିଦେଶୀ ଅପରାଧୀମାନଙ୍କୁ ଦେଶରୁ ତଡିବା ପାଇଁ ତାଙ୍କ ମନରେ ଅନୁଶୋଚନା ନାହିଁ ଏବଂ ସେପରି ଲୋକେ ବ୍ରିଟେନରେ ରହିବା ଆବଶ୍ୟକ ନାହିଁ । ହିସାବରୁ ଜଣାଯାଇଛି ଯେ ବ୍ରିଟେନର ପ୍ରତି ୧୦୦୦ଜେଲ ଯାଉଥିବା ଲୋକଙ୍କ ମଧ୍ୟରେ ୧୪ଜଣ ପାକିସ୍ଥାନୀ, ୧୪ଜଣ ବଙ୍ଗଳାଦେଶୀ ରହୁଛନ୍ତି । ଏହି ସଂଖ୍ୟା ବ୍ରିଟେନ ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇଛି ।

ଦୀର୍ଘ ୬୦ବର୍ଷ ଧରି ବ୍ରିଟେନ -ଆମେରିକାର ସହଯୋଗୀ ରାଷ୍ଟ୍ର ରହିବା ଯୋଗୁ ଏହି ଦୁଇଦେଶରେ ପାକ୍ ଲୋକେ ପ୍ରବେଶ କରିବା ସହଜ ହୋଇଆସିଛି ।  ପାକିସ୍ଥାନୀ  ନିଶା ବ୍ୟବସାୟୀଙ୍କ ବ୍ରିଟେନରେ ୧୭୦ଲକ୍ଷ ପାଉଣ୍ଡ ମୂଲ୍ୟର ୫୯ଟି ସଂପତ୍ତିକୁ ୨୦୨୦ରେ ବ୍ରିଟେନ ପୁଲିସ ଜବତ କରିଥିଲା । ଇଂଲଣ୍ଡର ୱେଷ୍ଟ ମିଡଲାଣ୍ଡ ଅଞ୍ଚଳରେ ସେମାନେ ର‌୍ୟାକେଟ ଚଳାଇଥିଲେ । ଜୁଲାଇ ୨୦୧୭ରେ ଏହି ର‌୍ୟାକେଟର ମୁଖ୍ୟ ଅମିରାନ ଜେବ ଖାଁ ଏବଂ ତାର ୭ଜଣ ସହଯୋଗୀଙ୍କୁ  ପୁଲିସ ଗିରଫ କରିଥିଲା । ସେମାନଙ୍କୁ ବର୍ମିଂହମ କ୍ରାଉନ କୋର୍ଟ ୧୩୯ ବର୍ଷ ମୋଟରେ ଜେଲଦଣ୍ଡ ଦେଇଛନ୍ତି । ସେମାନଙ୍କ ସଂପତ୍ତି ଘର ଆକାରରେ ଭଡା ଦିଆଯାଇଥିଲା । ବର୍ମିଂହମ୍‌ର ବୋର୍ଡେସଲେ ଗ୍ରୀନ ଅଞ୍ଚଳରେ ଅଧିକାଂଶ ଘର ଥିଲା । ଷ୍ଟୋନୀ ଲେନ୍‌ରେ ୨୩୫୦୦ ପାଉଣ୍ଡ ମୂଲ୍ୟର ଘର ଥିଲା,  ଯାହା ଅପରାଧୀ ଆଓରଙ୍ଗଜେବ୍ ଖାଁର ରହିଥିଲା । ଡିସେମ୍ବର ୨୦୧୧ରୁ ଉତ୍ତର ଆୟର୍ଲ୍ୟାଣ୍ଡରେ ଅନୁସନ୍ଧାନ ଆରମ୍ଭ ହୋଇଥିଲା । ୨୦ ଜାନୁଆରୀ ୨୦୧୭ରେ ଅମିରାନ ଏବଂ ଆଓରଙ୍ଗଜେବ ବ୍ୟାଙ୍କ ଜମାରୁ ୧୦ଲକ୍ଷ ୭୫ ହଜାର ପାଉଣ୍ଡ ମିଳିଥିଲା । ଅକ୍ଟୋବର ୨୦୧୬ରେ ରିଆଜ ଅଲି ଶାହ, ନମିତ ଅଲି ଶାହ ଏବଂ ସହଯୋଗୀଙ୍କଠାରୁ ୧୦ଲକ୍ଷ ୮୦ ହଜାର ପାଉଣ୍ଡ ଜବତ ହୋଇଥିଲା । ଜୁଲାଇ ୨୦୧୮ରେ ଆଲାମ ଏବଂ ଅମିରାନ ଜେବ ଖାଁଠାରୁ ସେଲିପାର୍କ ସୋଲିହଲରୁ ୯ଲକ୍ଷ ପାଉଣ୍ଡର ସଂପତ୍ତି ଜବତ ହୋଇଥିଲା । ନଭେମ୍ବର ୨୦୧୮ରେ ୧୨୦ଲକ୍ଷ ୫୦ହଜାର ପାଉଣ୍ଡ ମୂଲ୍ୟର ୩୩ଟି ସଂପତ୍ତି ଜବତ ହୋଇଥିଲା । ଏବେ ବ୍ରିଟେନ ସରକାର ପାକ୍ ଅପରାଧୀଙ୍କୁ ଦେଶରୁ ତଡିବା ସହ ସେମାନଙ୍କ ସଂପତ୍ତି ଜବତ କରିବା ଏବଂ ବ୍ୟାଙ୍କ ଜମା ଜବତ କରିବା ଉପରେ ଅଧିକ ଜୋର ଦେଉଥିବା ଜଣାପଡିଛି । ଏହି ବୁଝାମଣା ପରେ ଏବେ ପାକ୍ ମିଡିଆରେ ଚିନ୍ତା ବଢିଯାଇଛି ।

ଭାରତୀୟ ସମ୍ବାଦ ସେବା (ଭାସ୍‌)

ଭୁବନେଶ୍ୱର-୭୫୧୦୦୩

Author Image

Soumendra Jena

Recent Posts

The Independence:If-the-BJP-government-is-formed-in-Odisha-drinking-water-problem-will-be-solved-as-a-priority-Bhatrahari-Mahatab

ଓଡ଼ିଶାରେ ବିଜେପି ସରକାର ଗଠନ କଲେ ଅଗ୍ରାଧିକାର ଭିତିରେ ପାନୀୟ ଜଳ ସମସ୍ୟାର ସମାଧାନ କରାଯିବ: ଭତୃହରି ମହତାବ

The Independence:Odisha-Cow-Slaughtering

Odisha : ଗୋ ମାଂସ ବୋଝେଇ ଟ୍ରକ ଜବତ

The Independence:Jagannath-Temple-Odisha-Mumbai

ଓଡିଶା ବାହାରେ ମହାପ୍ରଭୁ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର

The Independence:Modi-Government-9-Years-Seva-Susasan-Garib-Kalyana

ନ’ ବର୍ଷର ସୁଶାସନ

The Independence:Rath-Yatra-2023-Lakhs-of-devotees-witness-Suna-Besha-of-Holy-Trinity-in-Puri

ଶ୍ରୀକ୍ଷେତ୍ରରେ ରଥାରୁଢ଼ ଶ୍ରୀଜୀଉଙ୍କ ସୁନାବେଶ, ମହଣ ମହଣ ସୁନା ଅଳଙ୍କାରରେ ସଜ୍ଜିତ ତିନି ଠାକୁର

The Independence:Puri-Ratha-Jatra-2023-Jay-Jagannath

ଶରଧାବାଲିରେ ଲାଗିଲା ତିନି ଠାକୁରଙ୍କ ତିନି ରଥ

The Independence:Ratha-Jatra-2023-ନୀଳାଦ୍ରିବିଜେରେ-ନୀଳକନ୍ଦରକୁ-ଫେରନ୍ତି-ନୀଳାଦ୍ରିନାଥ-ସରେ-ଜନ୍ମବେଦି-ଲୀଳା

Ratha Jatra 2023: ନୀଳାଦ୍ରିବିଜେରେ ନୀଳକନ୍ଦରକୁ ଫେରନ୍ତି ନୀଳାଦ୍ରିନାଥ; ସରେ ଜନ୍ମବେଦି ଲୀଳା

The Independence:Jagannath-Temple-Rath-Jatra

ଏକାବନ ଦିନରେ ଚଳଚଞ୍ଚଳ ରଥଖଳା

The Independence:ପ୍ରେମିକାକୁ-ଛୁରୀ-ଭୁଷିଲା-ପଥରରେ-ଛେଚି-ମୁହଁ-ନଷ୍ଟ-କଲା-ଜହ୍ଲାଦ-ପ୍ରେମିକ-ସାହିଲ-ଖାଁ

ପ୍ରେମିକାକୁ ଛୁରୀ ଭୁଷିଲା, ପଥରରେ ଛେଚି ମୁହଁ ନଷ୍ଟ କଲା ଜହ୍ଲାଦ ପ୍ରେମିକ ସାହିଲ ଖାଁ

The Independence:Land-Jihad-Dwarka

ଜମି ଜିହାଦର ଅନ୍ୟନାମ ଦ୍ୱାରକା

The Independence:Odisha-cant-make-progress-with-Shashikala-syndrome-Dharmendra

‘ଶଶୀକଳା ସିଣ୍ଡ୍ରୋମ’ କହିବାରୁ ସରକାରଙ୍କୁ ବାଧିଲା: ଧର୍ମେନ୍ଦ୍ର

The Independence:Land-Jihad-Love-Jihad-Jameen-Jihad-in-Odisha

ରାଜ୍ୟରେ ବଢ଼ୁଛି ଜିହାଦୀଙ୍କ ସଂଖ୍ୟା !

The Independence:The-Kerala-Story-Official-Trailer--Vipul-Amrutlal-Shah--Sudipto-Sen--Adah-Sharma--Aashin-A-Shah

The Kerala Story Official Trailer | Vipul Amrutlal Shah | Sudipto Sen | Adah Sharma | Aashin A Shah

The Independence:Guddu-Muslim-Odisha-Link-BJD

ଗୁଡ୍ଡୁ ମୁସଲମାନର ଖାସ୍, ବିଜେଡି ବିଧାୟକଙ୍କ ରାଇଟହାଣ୍ଡ

The Independence:important-files-of-the-jagannath-temple-administration-have-gone-missing

ଗାଏବ ହେଲା ଜଗନ୍ନାଥ ମନ୍ଦିର ପ୍ରଶାସନର ଗୁରୁତ୍ଵପୂର୍ଣ୍ଣ ଫାଇଲ

The Independence:Debacle-in-American-Banking-System

ଆମେରିକାର ବ୍ୟାଙ୍କିଂ ବ୍ୟବସ୍ଥାରେ ବିପର୍ଯ୍ୟୟ

The Independence:palghar-sadhu-lynching-case-to-be-investigated-by-cbi

ପାଲଘର ସାଧୁହତ୍ୟା ମାମଲାର ହେବ ସିବିଆଇ ତଦନ୍ତ

The Independence:Mix-Mandate-in-USA-Joe-Biden

ଆମେରିକାରେ ମିଶ୍ରିତ ଜନମତ

The Independence:Jayshankar-in-Fiji

ଫିଜିରେ ବିଜି ଜୟଶଙ୍କର

The Independence:Women-Freedom-Fighters-of-India-Name-List-and-Their-Roles

ଭାରତର ମହାନ ମହିଳା ସ୍ୱାଧୀନତା ସଂଗ୍ରାମୀମାନେ ଯାହାଙ୍କୁ ଇତିହାସକାରମାନେ ଭୁଲି ଯାଇଥିଲେ

The Independence:Dharmendra-Seeks-Centres-Intervention-For-Protection-Of-Archaeological-Assets-In-Odisha

ଓଡ଼ିଶାରେ ଅସୁରକ୍ଷିତ ଶିଶୁପାଳ ଗଡ଼ ଓ ଲଳିତଗିରି ପରି ଐତିହ୍ୟ କୀର୍ତ୍ତିରାଜି

The Independence:ଶ୍ରୀମନ୍ଦିରର-ପ୍ରସିଦ୍ଧ-ଦୋଳଯାତ୍ରା

ଶ୍ରୀମନ୍ଦିରର ପ୍ରସିଦ୍ଧ ଦୋଳଯାତ୍ରା

The Independence:Young-writer-Om-Priyadarshis-book-on-Paika-movement-released

ଉନ୍ମୋଚିତ ହେଲା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଚୟନିତ ଓମ୍ ପ୍ରିୟଦର୍ଶୀଙ୍କ ପୁସ୍ତକ "ପାଇକ: ଜନ, ଆଖ୍ୟାନ ଓ ଆନ୍ଦୋଳନ"

The Independence:Baijayanta-Panda-listens-Man-Ki-Baat-Programme-at-Bhawanipatna

ଭବାନୀପାଟଣା “ମନ୍‌ କି ବାତ୍‌” କାର୍ଯ୍ୟକ୍ରମରେ ବୈଜୟନ୍ତ ପଣ୍ଡା

The Independence:ଜର୍ଜ-ସୋରୋସଙ୍କ--ନେଟୱର୍କ-ଓ-କଣ୍ଢେଇ-ମାନଙ୍କୁ-ଚିହ୍ନଟ--ଜରୁରୀ

ଜର୍ଜ ସୋରୋସଙ୍କ ନେଟୱର୍କ ଓ କଣ୍ଢେଇ ମାନଙ୍କୁ ଚିହ୍ନଟ ଜରୁରୀ