ଲଣ୍ଡନରେ ଚାଲିଥିବା ହିନ୍ଦୁ ବିରୋଧୀ ହିଂସା, ଘୃଣାରେ ଅନେକ ହିନ୍ଦୁ ମନ୍ଦିର ନଷ୍ଟ ହେବା ସହିତ ସେଠାରେ ମୁସଲମାନମାନେ ହିନ୍ଦୁମାନଙ୍କୁ ଆକ୍ରମଣ ମଧ୍ୟ କରୁଛନ୍ତି । ଯୁକ୍ତରାଜ୍ୟର ଏକ ବଡ ଖବର କାଗଜ ଦି ଗାର୍ଜିଆନ ଏହି ବିବାଦ ଭିତରେ ନିଜର ନିରପକ୍ଷତା ହରାଇ ହିଂସାକାରୀମାନଙ୍କ ସାଥ ଦେଉଛି । ଅନେକ ମିଥ୍ୟା ଖବର ପ୍ରକାଶ କରି ଅସଲି ହିଂସାକାରୀଙ୍କୁ ସୁରକ୍ଷା ଦେଇ ହିଂସାର ଶୀକାର ହେଉଥିବା ହିନ୍ଦୁମାନଙ୍କୁ ଏକ ନକରାତ୍ମକ ଭାବରେ ଦେଖାଉଛି । ଏହା ବିରୋଧରେ ସେଠାରେ ଏବେ ହିନ୍ଦୁମାନେ ଏକାଠି ହୋଇ ସେହି ଖବର କାଗଜ ବିରୋଧରେ ପ୍ରତିବାଦ କରିଛନ୍ତି । ସବୁଠାରୁ ବଡ କଥା ହେଉଛି ହିନ୍ଦୁମାନଙ୍କର ଏହି ପ୍ରତିବାଦକୁ ସେଠାରେ ପ୍ରକାଶିତ ହେଉଥିବା ଅନ୍ୟ ଖବର କାଗଜମାନେ ଯର୍ଥାଥ ବୋଲି ଦେଖାଇ ପରୋକ୍ଷରେ ଦି ଗାର୍ଜିଆନର ହିନ୍ଦୁ ବିରୋଧୀ ନୀତିକୁ କାଠଗଡାକୁ ଟାଣିଛନ୍ତି ।
ଏହି ପ୍ରତିବାଦର ଭିଡିଓ ଦେଖନ୍ତୁ ।