The Independence:CBI-West-Bengal-Khelo-Habe

 ସୌମେନ୍ଦ୍ର ଜେନା

ପଶ୍ଚିମବଙ୍ଗର ଗତ ବିଧାନସଭା ନିର୍ବାଚନ ସମୟରେ ‘ଖେଲା ହୋବେ’ ସ୍ଲୋଗାନ ବେଶ୍ ଚର୍ଚ୍ଚାର କେନ୍ଦ୍ର ହୋଇଥିଲା । ଏହି ସ୍ଲୋଗାନକୁ ତୃଣମୂଳ ନେତା ଅନୁବ୍ରତ ମଣ୍ଡଳ ସାରା ପ୍ରଦେଶରେ ପ୍ରସାରିତ କରିଥିଲେ ।  କିନ୍ତୁ ଏବେ ସେ ଗୋ-ଚାଲାଣ ର‌୍ୟାକେଟର ମୁଖ୍ୟଭାବେ ସିବିଆଇ ହାତରେ ପଡିଲା ପରେ ପୁନର୍ବାର ଏହି ସ୍ଲୋଗାନ ଚର୍ଚ୍ଚାକୁ ଆସିଛି । ଆରବର ଦେଶଗୁଡିକରେ ଗଢି ଉଠୁଥିବା ହୋଟେଲଗୁଡିକ ପାଇଁ ଗୋମାଂସ ଆବଶ୍ୟକ ହେଉଥିବା ବେଳେ ଆରବ ମରୁଜଗତରେ ଥିବାରୁ ବାହାର ଦେଶରୁ ଏହିସବୁ ହୋଟେଲକୁ ଗୋମାଂସ ଚାଲାଣ ହୋଇଥାଏ । ଆରବ ଜଗତର ହୋଟେଲଗୁଡିକ ବିଳାସମୟ ହୋଇଥିବାରୁ ବିଦେଶରୁ ଅଧିକ ଦରରେ ଗୋମାଂସ ଆମଦାନୀ ପାଇଁ ସକ୍ଷମ ରହିଥାନ୍ତି । ତେଣୁ ପ୍ୟାକେଟରେ ସେହିସବୁ  ହୋଟେଲକୁ ଗୋମାଂସ ଚାଲାଣ ପାଇଁ ବଙ୍ଗଳାଦେଶ ଏବେ ବଡ କେନ୍ଦ୍ର ହୋଇଛି । ବଙ୍ଗଳାଦେଶରେ ସଂଖ୍ୟାଧିକ କତଲଖାନା ଖୋଲାଯାଇ ବିଦେଶକୁ ଗୋମାଂସ ଚାଲାଣ ହେଉଛି । ସେଥିପାଇଁ ନିକଟସ୍ଥ ପଡୋଶୀ ରାଜ୍ୟ ଝାଡଖଣ୍ଡ, ବିହାର ଏବଂ ଓଡିଶାରୁ ପ୍ରତିବର୍ଷ ଚୋରାରେ ପ୍ରାୟ ଦେଢ ଲକ୍ଷ ଗୋରୁଙ୍କୁ ପଶ୍ଚିମବଙ୍ଗର ସୀମାନ୍ତରେ ଥିବା ଗ୍ରାମଗୁଡିକର ବାଟ ଦେଇ ବଙ୍ଗଳାଦେଶକୁ ଚାଲାଣ କରାଯାଉଛି । ବିହାର, ଉତ୍ତର ପ୍ରଦେଶ, ଓଡିଶାରେ ଗୋଟିଏ ବୟସ୍କ ବଳଦକୁ କମ୍ ଟଙ୍କାରେ କିଣାଯାଇ ବଙ୍ଗଳାଦେଶରେ ୯୦,୦୦୦ ରୁ ୧,୫୦,୦୦୦ ଟଙ୍କାରେ ବିକ୍ରି କରାଯାଉଛି । ଏହି ବ୍ୟବସାୟ ଲାଭଜନକ ହୋଇଥିବାରୁ ବଙ୍ଗଳାଦେଶର ଗୋରୁ ବ୍ୟବସାୟୀଙ୍କ ସହ ଭାରତର ଭିନ୍ନ ଭିନ୍ନ ରାଜ୍ୟରେ ଥିବା ଗୋ-ଚାଲାଣକାରୀମାନେ ସଂପର୍କ ରକ୍ଷାକରି ବେଆଇନ ଭାବେ ଗୋ ଚାଲାଣ କରୁଛନ୍ତି ।  ମୂଳ ମୂଲ୍ୟରୁ ଚାରିରୁ ପାଞ୍ଚ ଗୁଣା ଲାଭ ଯୋଗୁ ପ୍ରତିବର୍ଷ ଏହି ବ୍ୟବସାୟ ବଢିବାରେ ଲାଗିଛି । ରାଜ୍ୟ ସରକାରଗୁଡିକ କଟକଣା ଜାରି କରିବା ସତ୍ତ୍ୱେ ଦିନକୁ ଦିନ ନୂଆ ନୂଆ ଗୋଷ୍ଠୀ ମୁଣ୍ଡ ଟେକିବାରେ ବ୍ୟସ୍ତ ।

ନୂଆ ନୂଆ କୌଶଳ ଏବଂ ମାର୍ଗରେ ଏହି ଗୋରୁମାନଙ୍କୁ ଚାଲାଣ କରାଯାଉଛି । ଦୀର୍ଘଦିନ ଧରି ଦେଶର ଗ୍ରାମାଞ୍ଚଳରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମାଗଣା ଯୋଜନାର ସୁବିଧା ବଣ୍ଟନ ଯୋଗୁ କୃଷିକାର୍ଯ୍ୟରେ ଗୋଧନର ଉପଯୋଗ ହ୍ରାସ ପାଇବାରେ ଲାଗିଛି ।  ଗ୍ରାମାଞ୍ଚଳରେ ଭୋଟ ବ୍ୟାଙ୍କ ଗଠନରେ ମଧ୍ୟସ୍ଥିମାନେ ରାଜନେତାଙ୍କ ସହ ସଂପର୍କ ରଖି ଏହି ସବୁ ଯୋଜନାକୁ ନିଜ ଉପାର୍ଜନର ମାଧ୍ୟମ କରିଛନ୍ତି । ତେଣୁ ସରକାରୀ ଯୋଜନା ଏବଂ ବଣ୍ଟନ ପାଇଁ ଏକ ସଂଗଠିତ ର‌୍ୟାକେଟ ରାଜ୍ୟଗୁଡିକରେ କାର୍ଯ୍ୟକରୁଛି । ଏମାନେ ସରକାରୀ ଅର୍ଥକୁ ଲୋକମାନଙ୍କୁ ଭିନ୍ନ ଭିନ୍ନ  ଯୋଜନାରେ ବାଣ୍ଟିବାକୁ ନିଜ ନିଜର ବ୍ୟବସ୍ଥା ପ୍ରସ୍ତୁତ କରିଛନ୍ତି । ଫଳରେ ଏବେ ଗ୍ରାମାଞ୍ଚଳରେ ଲୋକେ ସହଜ ଅର୍ଥଲାଭ ପାଇଁ ଏହି ସବୁ କୁଜିନେତା ଏବଂ ଦଲାଲମାନଙ୍କ ପଛରେ ଗୋଡାଇ ଗୋଡାଇ ସମୟ ଅତିବାହିତ କରୁଥିବା  ହେତୁ ଚାଷକାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ଏପରି ସ୍ଥଳେ ଗ୍ରାମାଞ୍ଚଳରେ ଥିବା ପଶୁଧନଙ୍କୁ ଦଲାଲମାନେ କିଣିବାକୁ ଲୋଭ ଦେଖାଇ ଗାଁ ପରେ ଗାଁକୁ ଗସ୍ତ କରି ଗୁହାଳସବୁ ସଫା କରିବାରେ ଲାଗିପଡିଛନ୍ତି । କ୍ରମଶଃ ଚାଷଜମି ସବୁ ଫାଙ୍କା ପଡିବା ଯୋଗୁ ଜମି ଦଲାଲମାନେ ସକ୍ରିୟ ହୋଇ ଗ୍ରାମାଞ୍ଚଳର ଜମି କିଣିବାରେ ଲାଗି ପଡିଛନ୍ତି ।

ଏହିକ୍ରମରେ ୨୦୧୭ରୁ ଗୋଚାଲାଣ ର‌୍ୟାକେଟକୁ ଧରିବା ପାଇଁ ସିବିଆଇ ପକ୍ଷରୁ ଅଭିଯାନ ଚଳାଯାଇ ସୀମାନ୍ତରେ ନିଯୁକ୍ତ କେତେକ ସୀମାସୁରକ୍ଷା ବାହିନୀ (ବିଏସ୍‌ଏଫ୍‌)ର ଅଧିକାରୀଙ୍କୁ ଗିରଫ କରାଯାଇଥିଲା । ଗାତ ଖୋଳୁ ଖୋଳୁ ମହାଦେବ ବାହାରିଲା ପରି ସିବିଆଇର ସେହି ଅନୁସନ୍ଧାନର ସୂତ୍ର ଏବେ ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସର ନେତୃବୃନ୍ଦଙ୍କ ନିକଟରେ ପହଞ୍ôଚଛି । କାରଣ ସୀମାନ୍ତ ଜିଲ୍ଲା ମଧ୍ୟଦେଇ ବଙ୍ଗଳାଦେଶକୁ ଗୋ ଚାଲାଣ କାର୍ଯ୍ୟ ସ୍ଥାନୀୟ ରାଜନେତା, ଗୁଣ୍ଡା, ପୁଲିସ ପ୍ରଶାସନ, ଜିଲ୍ଲା ପ୍ରଶାସନର ଅଗୋଚରରେ ହୋଇପାରିବ ନାହିଁ । ସେ ଦୃଷ୍ଟିରୁ ସବୁକ୍ଷେତ୍ରର ଲୋକଙ୍କୁ ଏହି ର‌୍ୟାକେଟରେ ସାମିଲ କରାଯାଇଥିବା ଦେଖିବାକୁ ମିଳିଛି । ଏବେ ତୃଣମୂଳ କଂଗ୍ରେସର ବୀରଭୂମ ଜିଲ୍ଲାଧ୍ୟକ୍ଷ ଅନୁବ୍ରତ ମଣ୍ଡଳଙ୍କୁ ସିବିଆଇ ଧରିଛି ।  ବଙ୍ଗଳାଦେଶକୁ ପ୍ରତିବର୍ଷ ହେଉଥିବା ଗୋ-ଚାଲାଣର ସେ କିଙ୍ଗ୍‌ପିନ୍ ବୋଲି କୁହାଯାଇଛି । ଗୋ-ଚାଲାଣ ବ୍ୟବସାୟରୁ ସେ ଶହ ଶହ କୋଟି  ଅର୍ଥ ଆୟ କରୁଥିବା ଜଣାପଡିଛି ।

ସୀମାରେ ପ୍ରତିଟି ଗୋରୁପଲ ପାଇଁ ର‌୍ୟାକେଟରେ ଥିବା ପ୍ରତ୍ୟେକ ବ୍ୟକ୍ତି ନିଜ ନିଜର ଅଂଶ ଧନ ପାଇଥାନ୍ତି । ପ୍ରତ୍ୟେକଟି ଗୋରୁପିଛା ଜଣେ ଚୋରା ଚାଲାଣକାରୀ ଅତିକମ୍‌ରେ ୨୫୦୦୦ଟଙ୍କା ଲାଭ କଲାବେଳେ ପ୍ରାୟ ୧୦୦୦୦ଟଙ୍କା ରାଜନେତା, ଅଧିକାରୀମାନଙ୍କୁ ଦେବାକୁ ବାଧ୍ୟ ହୋଇଥାଏ । ପ୍ରତ୍ୟେକ ୧୦୦ଟି ଗୋରୁ ଚାଲାଣ ବେଳେ ବିଏସ୍‌ଏଫ୍ ୧୫ଟିକୁ ହିଁ ଧରିଥାଏ ବୋଲି ରେକର୍ଡରେ ଥାଏ । ସୀମାରେ ସଜାଗ ରହିଥିବା ନେଇ ବିଏସ୍‌ଏଫ୍ ଏହାକୁ ପ୍ରମାଣ  ବୋଲି ଦର୍ଶାଇଥାଏ ।  ପରେ ସେହି ଜବତ ଗୋରୁଙ୍କୁ କମ୍ ମୂଲ୍ୟରେ ସ୍ଥାନୀୟ ବଜାରରେ ସୀମାଶୁଳ୍‌କ ଅଧିକାରୀ ଏବଂ ବିଏସ୍‌ଏଫ୍ ପକ୍ଷରୁ ବିକ୍ରି କରାଯାଇଥାଏ । ଶେଷରେ ଜବତ ଗୋରୁଙ୍କୁ ମଧ୍ୟ ସେହି ଚୋରା ଚାଲାଣକାରୀମାନେ ହିଁ ଅଳ୍ପ ମୂଲ୍ୟରେ କ୍ରୟ କରିଥାନ୍ତି ।

ଅନେକ କ୍ଷେତ୍ରରେ ଯାହାଠାରୁ ଗୋରୁଙ୍କୁ ପ୍ରଥମେ ଜବତ କରାଯାଇଥାଏ ନିଲାମ ବେଳେ ସେହି ବ୍ୟକ୍ତି ହିଁ ବିଏସ୍‌ଏଫ୍‌ଠାରୁ ସେହି ଗୋରୁକୁ କ୍ରୟ କରେ । ଏହା ଉଭୟ ପକ୍ଷଙ୍କ ନିବିଡ ସଂପର୍କକୁ ଦର୍ଶାଇଥାଏ । ଅଭିଯୋଗ ମିଳିଲା ପରେ ୨୦୧୭ରେ ସିବିଆଇ ଏହାର ଅନୁସନ୍ଧାନ କରି କେତେକ ବିଏସ୍‌ଏଫ୍ ଅଧିକାରୀଙ୍କ ସଂପୃକ୍ତି ଥିବା ନେଇ ସ୍ପଷ୍ଟ ହୋଇଥିଲା । ପରେ ପଶ୍ଚିମବଙ୍ଗର ସୀମାନ୍ତ ଜିଲ୍ଲା ମୁର୍ଶିଦାବାଦଠାରେ ସୀମାରେ ନିଯୁକ୍ତ ୮୩ତମ ବିଏସ୍‌ଏଫ୍ ବାଟାଲିଅନର କମାଣ୍ଡାଣ୍ଟ ଜିବୁ ମାଥ୍ୟୁଙ୍କୁ ଗିରଫ କରିଥିଲା । ଜାନୁଆରୀ ୨୦୧୮ରେ ୪୭ଲକ୍ଷ ନଗଦ ଟଙ୍କା ସହ ନିଜ ରାଜ୍ୟ କେରଳକୁ ଯିବା ସମୟରେ ସିବିଆଇ ତାଙ୍କୁ ଗିରଫ କରିଥିଲା । ପରେ ସେ ଗୋ ଚାଲାଣକାରୀଙ୍କଠାରୁ ଲାଞ୍ଚ ରୂପେ ସେହି ଅର୍ଥ ଗ୍ରହଣ କରିଥିବା ବିଷୟ ସ୍ୱୀକାର କରିଥିଲେ । ଏହାକୁ କେନ୍ଦ୍ର କରି ଦେଶର ଭିନ୍ନ ଭିନ୍ନ ପ୍ରଦେଶରେ ସିବିଆଇ ପକ୍ଷରୁ ଚଢାଉ କରାଯାଇଥିଲା ।  ସେହି କ୍ରମରେ ଉତ୍ତର ପ୍ରଦେଶରୁ ସତୀଶ କୁମାର ନାମକ ୩୬ତମ ବିଏସ୍‌ଏଫ୍ ବାଟାଲିଅନର କମାଣ୍ଡାଣ୍ଟଙ୍କୁ ପୁଲିସ ଧରିଥିଲା । ସେ ପଶ୍ଚିମବଙ୍ଗର ମାଲ୍‌ଦା ଜିଲ୍ଲାରେ ୧୯ ଡିସେମ୍ବର ୨୦୧୫ରୁ ୨୨ ଏପ୍ରିଲ ୨୦୧୭ ଯାଏ ସିଓ ପଦରେ ନିଯୁକ୍ତ ଥିଲେ । ତାଙ୍କ ବାଟାଲିଅନ ଲୋକେ ୨୦୦୦୦ ଗୋରୁଙ୍କୁ ଧରିଥିଲେ । କିନ୍ତୁ ଗୋ-ଚାଲାଣକାରୀମାନେ ବ୍ୟବହାର କରୁଥିବା କୌଣସି ଯାନବାହନକୁ ଜବତ କରିବା ବିଏସ୍‌ଏଫ୍ ତାଲିକାରେ ନଥିଲା । ନଭେମ୍ବର ୨୦୨୦ରେ ସତୀଶ କୁମାରଙ୍କୁ ଗିରଫ କରାଯାଇ ତାଙ୍କ ବ୍ୟାଙ୍କ ଜମାଖାତାକୁ ଅଚଳ କରାଯାଇଥିଲା । ସତୀଶଙ୍କ ବୟାନରେ ଅନୁବ୍ରତ ମଣ୍ଡଳ ଗୋ-ଚାଲାଣକାରୀଙ୍କ ମୁଖ୍ୟ ବୋଲି ଜଣାପଡିଥିଲା । ର‌୍ୟାକେଟର ମୁଖ୍ୟଭାବେ ତାଙ୍କର ପଶ୍ଚିମବଙ୍ଗର ଗୋ-ଚାଲାଣକାରୀ ମହମ୍ମଦ ଇନାମୁଲ ହକ୍‌, ଅନାରୁଲ ଶେଖ, ମହମ୍ମଦ ଗୁଲାମ ମୁସ୍ତଫାଙ୍କ ସହ  ସଂପର୍କ ରହିଥିଲା । ମମତାଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କର ଅନ୍ୟଜଣେ ବନ୍ଧୁ ତଥା ତୃଣମୂଳ ନେତା ବିନୟ ମିଶ୍ରଙ୍କୁ ଧରିବା ପାଇଁ ସିବିଆଇ ଯୋଜନା କରୁଥିବା ସମୟରେ ଚଢାଉର ପୂର୍ବଦିନ  ସେପ୍ଟେମ୍ବର ୨୦୨୦ରେ ସେ ଦେଶଛାଡି ଭାନୁହାତୁ ଦ୍ୱୀପକୁ ଚାଲିଯାଇ ସେଠାକାର ନାଗରିକତା ଗ୍ରହଣ କଲେ ।

ବିଏସ୍‌ଏଫ୍ ଅଧିକାରୀ ସତୀଶ କୁୁମାରଙ୍କ କହିବାନୁସାରେ ସିବିଆଇ ଅନୁବ୍ରତ ମଣ୍ଡଳଙ୍କ ଦେହରକ୍ଷୀ ସାଇଗଲ ହୋସେନ ନାମକ ପଶ୍ଚିମବଙ୍ଗ ପୁଲିସର କନେଷ୍ଟବଳକୁ ଧରିଥିଲା । ସେ ଅନୁବ୍ରତ ମଣ୍ଡଳଙ୍କ ପକ୍ଷରୁ ଚୋରା ବ୍ୟବସାୟୀଙ୍କଠାରୁ ଲାଞ୍ଚ ଅର୍ଥ ସଂଗ୍ରହ କରୁଥିଲା । ଗତ ଜୁନ ମାସରେ କନେଷ୍ଟବଳ ହୋସେନକୁ ଗିରଫ କରାଯିବା ସମୟରେ ତାର ସଂପତ୍ତି ୧୫୦କୋଟି ଥିବା ଜଣାପଡିଥିଲା । ଏହାପରେ ପଶ୍ଚିମବଙ୍ଗର ୧୩ଟି ସ୍ଥାନରେ ସିବିଆଇ ଚଢାଉ କରିଥିଲା । ଚଢାଉରେ ମଣ୍ଡଳଙ୍କ ସହଯୋଗୀ କରିମ ଖାଁ, ଜିଆ ଉଲ ହକ, ପଥର ବ୍ୟବସାୟୀ ଟୁଲୁ ମଣ୍ଡଳଙ୍କ ସଂପତ୍ତି ମିଳିଥିଲା । ସେମାନଙ୍କଠାରୁ ଅନେକ ଅପରାଧ ସଂପର୍କୀତ କାଗଜପତ୍ର ଜବତ କରାଯାଇଥିଲା । ସିବିଆଇ ଜେରା କରିବାକୁ ତିନିଦିନରେ ଦୁଇଟି ନୋଟିସ ଜାରିକରି ମଣ୍ଡଳଙ୍କୁ ଡକାଇଥିଲେ ମଧ୍ୟ ସେ ହାଜର ନ ହେବା ଯୋଗୁ ଚଳିତ ଅଗଷ୍ଟମାସ ୧୧ ତାରିଖ ଦିନ ତାଙ୍କୁ ଗିରଫ କରି ୯ଦିନ ପାଇଁ ହେପାଜତକୁ ନେଇଛି । ବୀରଭୂମ ଜିଲ୍ଲାସ୍ଥିତ ବୋଲପୁର ବାସଭବନରୁ ସିବିଆଇ ତାଙ୍କୁ ଗିରଫ କରିଥିଲା । ମମତା ତାଙ୍କୁ ଶ୍ରଦ୍ଧାରେ ‘କେଷ୍ଟୋଦା’ ନାମରେ ଡାକନ୍ତି । ବୀରଭୂମ ଜିଲ୍ଲାରେ ସେ ତୃଣମୂଳର ବାହୁବଳୀ ନେତା । ଗତ ବିଧାନସଭା ନିର୍ବାଚନରେ ସେ ମମତାଙ୍କ ‘ଖେଲା ହୋବେ’ ସ୍ଲୋଗାନକୁ ଚର୍ଚ୍ଚିତ କରାଇଥିଲେ । ଚଢାଉ ବେଳେ ନିଜ ବାସଗୃହର ଦ୍ୱିତୀୟ ମହଲାରେ ସେ ଘର ଭିତରୁ ବନ୍ଦ କରି ରହିଥିଲେ । ତେବେ ପୁଲିସ ଅଧିକାରୀମାନେ କବାଟ ଭାଙ୍ଗି ଭିତରକୁ ପ୍ରବେଶ କରିବାକୁ ଧମକ ଦେବାପରେ ମଣ୍ଡଳ କବାଟ ଖୋଲିବାକୁ ରାଜି ହୋଇଥିଲେ । ପରେ ତାଙ୍କୁ ସିବିଆଇ ଗିରଫ କରି ଆସାନସୋଲ କୋର୍ଟରେ ହାଜର କରିଥିଲା । ସିବିଆଇ ୧୪ଦିନ ପାଇଁ ରିମାଣ୍ଡରେ ନେବାକୁ ଚାହୁଁଥିଲା ବେଳେ ୯ଦିନ ପାଇଁ ଅନୁମତି ମିଳିଥିଲା । କୋଲକାତାର ନିଜାମ ପାଲେସଠାରେ ସିବିଆଇ ଅଫିସରେ ଅନୁବ୍ରତଙ୍କର ଜେରା ଜାରିରହିଛି । ଅନୁବ୍ରତ ୧୦୦୦କୋଟି ସଂପତ୍ତିର ଅଧିକାରୀ ବୋଲି ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଅଭିଯୋଗ କରିଛନ୍ତି । ଗତ ଏକବର୍ଷ ମଧ୍ୟରେ ୧୦ଥର ତାଙ୍କୁ ସମନ ଜାରିି କରାଯାଇଥିଲେ ମଧ୍ୟ ସେ ଥରୁଟିଏ ମାତ୍ର ସିବିଆଇ କୋର୍ଟରେ ହାଜର ହୋଇଥିଲେ ।

ଅନୁବ୍ରତଙ୍କ ଜୀବନୀ “ଖେଲା ହୋବେ” ସାମ୍ବାଦିକ ଚନ୍ଦ୍ରନାଥ ବନ୍ଦୋପାଧ୍ୟାୟଙ୍କ ଦ୍ୱାରା ଲେଖାଯାଇ ଗତ ଫେବୃଆରୀ ମାସରେ ଉନ୍ମୋଚିତ ହୋଇଥିଲା । ବୋଲପୁରର ଗୀତାଞ୍ଜଳି ଥିଏଟରଠାରେ ରାଜ୍ୟ ଶିକ୍ଷାମନ୍ତ୍ରୀ ବ୍ରତ୍ୟା ବସୁ, କ୍ଷୁଦ୍ର ବୟନ ଓ କୁଟୀର ଶିଳ୍ପମନ୍ତ୍ରୀ ଚନ୍ଦ୍ରନାଥ ସିହ୍ନା ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଜିଲ୍ଲାର ରାମହାଟପୁର ଅଗ୍ନିକାଣ୍ଡଜନିତ ହତ୍ୟା ଘଟଣାରେ ଅନୁବ୍ରତଙ୍କ ହାତ ଥିଲା ବୋଲି ଅଭିଯୋଗ ହୋଇଥିଲା, ଯେଉଁ ଘଟଣାରେ ୮ଜଣ ଲୋକଙ୍କୁ ଘର ବନ୍ଦ କରାଯାଇ ନିଆଁ ଲଗାଇ ପୋଡି ଦିଆଯାଇଥିଲା । ସେହି ଘଟଣାରେ ପୂର୍ବରୁ ୨୧ ଜଣଙ୍କୁ ଗିରଫ କରାଯାଇସାରିଛି । ପାର୍ଥ ଓ ଅର୍ପିତାଙ୍କ ପରେ ଅନୁବ୍ରତ ତୃତୀୟ ଟିଏମ୍‌ସିର ବଡନେତା ଯାହାଙ୍କୁ ଏବେ ଗିରଫ କରାଯାଇଛି । ଜାଲିଆତି ଓ ଦୁର୍ନୀତିର ଚେର ପଶ୍ଚିମବଙ୍ଗରେ କେତେ ଲମ୍ବା ତାହା ଏହି ଘଟଣାରୁ ଅନୁମାନ କରାଯାଇପାରେ । ତେଣୁ ଇଡିର ଦୃଷ୍ଟି ପୂର୍ତ୍ତମନ୍ତ୍ରୀ ମଳୟ ଘଟକ, ଶିକ୍ଷାମନ୍ତ୍ରୀ ପରେଶ ଅଧିକାରୀ, ବିଧାୟକ ମାନିକ ଭଟ୍ଟାଚାର୍ଯ୍ୟ ଓ ଶିକ୍ଷାସଚିବ ମନିଷ ଜୈନଙ୍କ ଉପରେ ରହିଛି । ଆଗାମୀ ଦିନରେ ଏମାନଙ୍କ ପାଳି ପଡିବାର ସମ୍ଭାବନା ଯଥେଷ୍ଟ ରହିଛି ।

ଭାରତୀୟ ସମ୍ବାଦ ସେବା (ଭାସ୍‌)
ଭୁବନେଶ୍ୱର-୭୫୧୦୦୩

Author Image

Soumendra Jena

Recent Posts

The Independence:If-the-BJP-government-is-formed-in-Odisha-drinking-water-problem-will-be-solved-as-a-priority-Bhatrahari-Mahatab

ଓଡ଼ିଶାରେ ବିଜେପି ସରକାର ଗଠନ କଲେ ଅଗ୍ରାଧିକାର ଭିତିରେ ପାନୀୟ ଜଳ ସମସ୍ୟାର ସମାଧାନ କରାଯିବ: ଭତୃହରି ମହତାବ

The Independence:Odisha-Cow-Slaughtering

Odisha : ଗୋ ମାଂସ ବୋଝେଇ ଟ୍ରକ ଜବତ

The Independence:Jagannath-Temple-Odisha-Mumbai

ଓଡିଶା ବାହାରେ ମହାପ୍ରଭୁ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର

The Independence:Modi-Government-9-Years-Seva-Susasan-Garib-Kalyana

ନ’ ବର୍ଷର ସୁଶାସନ

The Independence:Rath-Yatra-2023-Lakhs-of-devotees-witness-Suna-Besha-of-Holy-Trinity-in-Puri

ଶ୍ରୀକ୍ଷେତ୍ରରେ ରଥାରୁଢ଼ ଶ୍ରୀଜୀଉଙ୍କ ସୁନାବେଶ, ମହଣ ମହଣ ସୁନା ଅଳଙ୍କାରରେ ସଜ୍ଜିତ ତିନି ଠାକୁର

The Independence:Puri-Ratha-Jatra-2023-Jay-Jagannath

ଶରଧାବାଲିରେ ଲାଗିଲା ତିନି ଠାକୁରଙ୍କ ତିନି ରଥ

The Independence:Ratha-Jatra-2023-ନୀଳାଦ୍ରିବିଜେରେ-ନୀଳକନ୍ଦରକୁ-ଫେରନ୍ତି-ନୀଳାଦ୍ରିନାଥ-ସରେ-ଜନ୍ମବେଦି-ଲୀଳା

Ratha Jatra 2023: ନୀଳାଦ୍ରିବିଜେରେ ନୀଳକନ୍ଦରକୁ ଫେରନ୍ତି ନୀଳାଦ୍ରିନାଥ; ସରେ ଜନ୍ମବେଦି ଲୀଳା

The Independence:Jagannath-Temple-Rath-Jatra

ଏକାବନ ଦିନରେ ଚଳଚଞ୍ଚଳ ରଥଖଳା

The Independence:ପ୍ରେମିକାକୁ-ଛୁରୀ-ଭୁଷିଲା-ପଥରରେ-ଛେଚି-ମୁହଁ-ନଷ୍ଟ-କଲା-ଜହ୍ଲାଦ-ପ୍ରେମିକ-ସାହିଲ-ଖାଁ

ପ୍ରେମିକାକୁ ଛୁରୀ ଭୁଷିଲା, ପଥରରେ ଛେଚି ମୁହଁ ନଷ୍ଟ କଲା ଜହ୍ଲାଦ ପ୍ରେମିକ ସାହିଲ ଖାଁ

The Independence:Land-Jihad-Dwarka

ଜମି ଜିହାଦର ଅନ୍ୟନାମ ଦ୍ୱାରକା

The Independence:Odisha-cant-make-progress-with-Shashikala-syndrome-Dharmendra

‘ଶଶୀକଳା ସିଣ୍ଡ୍ରୋମ’ କହିବାରୁ ସରକାରଙ୍କୁ ବାଧିଲା: ଧର୍ମେନ୍ଦ୍ର

The Independence:Land-Jihad-Love-Jihad-Jameen-Jihad-in-Odisha

ରାଜ୍ୟରେ ବଢ଼ୁଛି ଜିହାଦୀଙ୍କ ସଂଖ୍ୟା !

The Independence:The-Kerala-Story-Official-Trailer--Vipul-Amrutlal-Shah--Sudipto-Sen--Adah-Sharma--Aashin-A-Shah

The Kerala Story Official Trailer | Vipul Amrutlal Shah | Sudipto Sen | Adah Sharma | Aashin A Shah

The Independence:Guddu-Muslim-Odisha-Link-BJD

ଗୁଡ୍ଡୁ ମୁସଲମାନର ଖାସ୍, ବିଜେଡି ବିଧାୟକଙ୍କ ରାଇଟହାଣ୍ଡ

The Independence:important-files-of-the-jagannath-temple-administration-have-gone-missing

ଗାଏବ ହେଲା ଜଗନ୍ନାଥ ମନ୍ଦିର ପ୍ରଶାସନର ଗୁରୁତ୍ଵପୂର୍ଣ୍ଣ ଫାଇଲ

The Independence:Debacle-in-American-Banking-System

ଆମେରିକାର ବ୍ୟାଙ୍କିଂ ବ୍ୟବସ୍ଥାରେ ବିପର୍ଯ୍ୟୟ

The Independence:palghar-sadhu-lynching-case-to-be-investigated-by-cbi

ପାଲଘର ସାଧୁହତ୍ୟା ମାମଲାର ହେବ ସିବିଆଇ ତଦନ୍ତ

The Independence:Mix-Mandate-in-USA-Joe-Biden

ଆମେରିକାରେ ମିଶ୍ରିତ ଜନମତ

The Independence:Jayshankar-in-Fiji

ଫିଜିରେ ବିଜି ଜୟଶଙ୍କର

The Independence:Women-Freedom-Fighters-of-India-Name-List-and-Their-Roles

ଭାରତର ମହାନ ମହିଳା ସ୍ୱାଧୀନତା ସଂଗ୍ରାମୀମାନେ ଯାହାଙ୍କୁ ଇତିହାସକାରମାନେ ଭୁଲି ଯାଇଥିଲେ

The Independence:Dharmendra-Seeks-Centres-Intervention-For-Protection-Of-Archaeological-Assets-In-Odisha

ଓଡ଼ିଶାରେ ଅସୁରକ୍ଷିତ ଶିଶୁପାଳ ଗଡ଼ ଓ ଲଳିତଗିରି ପରି ଐତିହ୍ୟ କୀର୍ତ୍ତିରାଜି

The Independence:ଶ୍ରୀମନ୍ଦିରର-ପ୍ରସିଦ୍ଧ-ଦୋଳଯାତ୍ରା

ଶ୍ରୀମନ୍ଦିରର ପ୍ରସିଦ୍ଧ ଦୋଳଯାତ୍ରା

The Independence:Young-writer-Om-Priyadarshis-book-on-Paika-movement-released

ଉନ୍ମୋଚିତ ହେଲା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଚୟନିତ ଓମ୍ ପ୍ରିୟଦର୍ଶୀଙ୍କ ପୁସ୍ତକ "ପାଇକ: ଜନ, ଆଖ୍ୟାନ ଓ ଆନ୍ଦୋଳନ"

The Independence:Baijayanta-Panda-listens-Man-Ki-Baat-Programme-at-Bhawanipatna

ଭବାନୀପାଟଣା “ମନ୍‌ କି ବାତ୍‌” କାର୍ଯ୍ୟକ୍ରମରେ ବୈଜୟନ୍ତ ପଣ୍ଡା

The Independence:ଜର୍ଜ-ସୋରୋସଙ୍କ--ନେଟୱର୍କ-ଓ-କଣ୍ଢେଇ-ମାନଙ୍କୁ-ଚିହ୍ନଟ--ଜରୁରୀ

ଜର୍ଜ ସୋରୋସଙ୍କ ନେଟୱର୍କ ଓ କଣ୍ଢେଇ ମାନଙ୍କୁ ଚିହ୍ନଟ ଜରୁରୀ