ପରିବେଶକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଓ ଆଲୋଡନ । ବିଶ୍ୱର ତାପମାତ୍ରା ବଢିବାରେ ଓ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ବଢାଇବାରେ ମଣିଷ ହିଁ ସବୁଠାରୁ ବେଶି ଦାୟୀ । ଆଗରୁ ଭାରତରେ ଦୀପାବଳି ପାଳନ ସମୟରେ ବାଣ ନଫୁଟାଇବା ପାଇଁ ପରିବେଶବିତମାନେ ସବୁବେଳେ ହିନ୍ଦୁମାନଙ୍କୁ ବୁଝାଇ ଆସୁଥିଲେ । ବାଣ ଫୁଟାନ୍ତୁ ନାହିଁ, ଦୀପ ଜାଳନ୍ତୁ ନାହିଁ, କାରଣ ଏହାଦ୍ୱାରା ବାୟୁମଣ୍ଡଳ ପ୍ରଦୁଷିତ ହେଉଛି ।
କେବଳ ଭାରତର ପରିବେଶବିତ ନୁହନ୍ତି ବଂର ବିଦେଶର ପରିବେଶବିତମାନେ ଓ କିଛି ନିର୍ଦ୍ଧିଷ୍ଟ ଗଣମାଧ୍ୟମମାନେ ଲଗାତାର ଭାରତର ହିନ୍ଦୁମାନଙ୍କୁ ଏବିଷୟରେ ଜ୍ଞାନ ବାଂଟି ଆସୁଥିଲେ ।
ହେଲେ ଏଥର ଟିକିଏ ଆସିଛି ନୂଆ କଥା । ଚଳିତ ବର୍ଷର ଖ୍ରୀଷ୍ଟମାସକୁ କ୍ଲିନ ଓ ଗ୍ରୀନ ଖ୍ରୀଷ୍ଟମାସ ଭାବରେ ପାଳନ କରିବା ପାଇଁ ଚାଲିଛି ଟ୍ୱିଟରରେ କ୍ୟାମ୍ପେନ ।
ସେମାନେ ପ୍ରଶ୍ନ କରୁଛନ୍ତି ସାରା ବିଶ୍ୱରେ ଏକା ଦିନରେ ପାଖାପାଖି ୩୦୦ କୋଟି କ୍ୟାଣ୍ଡେଲ ଜଳିଲେ ବାୟୁ ମଣ୍ଡଳର ଅବସ୍ଥା କଣ ହେବ ? କେବଳ ସେତିକି ନୁହେଁ ବିଭିନ୍ନ ପ୍ରକାର ପଲିଥିନରେ ଉପହାର ପ୍ୟାକିଙ୍ଗକୁ ବି ବ୍ୟାନ କରିବା ପାଇଁ ଦାବି ହେଉଛି ।