The Independence:Captain-Dibya-Shankar-Mishra-Mamita-Meher-Murder-Case-Link

ଅନେକ ଦିନର ନୀରବତା ପରେ ମୁହଁ ଖୋଲିଲେ ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର । ମମିତା ମେହେରଙ୍କ ହତ୍ୟାକାଣ୍ଡରେ କୌଣସି ସମ୍ପୃକ୍ତି ନାହିଁ ବୋଲି ସଫେଇ ଦେଇଛନ୍ତି । ଏହା ସହିତ ସେ ରାଜ୍ୟର କିଛି ଗଣମାଧ୍ୟମକୁ ଧମକ ବି ଦେଇଛନ୍ତି ତାଙ୍କ ବିରୋଧରେ ଖବର ପ୍ରସାରଣ କରିଥିବାରୁ । ପ୍ରଶ୍ନ ଉଠୁଛି ଗଣମାଧ୍ୟମ ଯାହାବି ଦେଖାଇଛି ତାହା ସେମାନେ ନିଜର ମନକୁ ମନ ଭାବିକି ଦେଖାଇ ନାହାନ୍ତି । ଯାହା ଲୋକମାନେ କୁହନ୍ତି, ଯାହା ଲୋକମାନେ ଗଣମାଧ୍ୟମରେ ଅଭିଯୋଗ କରନ୍ତି, ଯାହା କୌଣସି ସ୍ଥାନରେ ଘଟେ ତାହା ଗଣମାଧ୍ୟମ ଦେଖାଏ । ମମିତା ମେହେରରେ ମନ୍ତ୍ରୀ ଯେଉଁ ଗଣମାଧ୍ୟମମାନଙ୍କ ବିରୋଧରେ ମୋକଦ୍ଦମା କରିଛନ୍ତି ସେମାନେ ମଧ୍ୟ ସେଇଆ କରିଛନ୍ତି । ହେଲେ ମନ୍ତ୍ରୀ କିନ୍ତୁ ଗଣମାଧ୍ୟମକୁ ଧମକ ଦେଇଛନ୍ତି ବା ଡରାଇବାର ଚେଷ୍ଟା କରିଛନ୍ତି ।

ପ୍ରଶ୍ନ ଉଠୁଛି ଗଣମାଧ୍ୟମକୁ ମନ୍ତ୍ରୀ ଦିବ୍ୟଶଙ୍କର ଏକ ସଫ୍ଟ ଟାର୍ଗେଟ ଭାବୁଛନ୍ତି କି? ଏପରି କରି ଏହା ମାଧ୍ୟମରେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଲେଖୁଥିବା ଲୋକମାନଙ୍କୁ ଓ ଅନ୍ୟ ଗଣମାଧ୍ୟମକୁ ପରୋକ୍ଷରେ ନାଲିଆଖି ଦେଖାଉଛନ୍ତି ଯେ ସେମାନେ ବି ଆଉ ତାଙ୍କ ବିରୋଧରେ ଖବର ପ୍ରସାରଣ କରନ୍ତୁ ନାହିଁ ।

କ୍ୟାପଟେନ ଦିବ୍ୟଶଙ୍କରଙ୍କର ଯଦି ସତରେ ମାନହାନି ହୋଇଛି ତାହେଲେ ଯେଉଁମାନେ ଗଣମାଧ୍ୟମରେ ତାଙ୍କ ବିରୋଧରେ ଅଭିଯୋଗ ଆଣୁଥିଲେ ସେ ତାଙ୍କ ବିରୋଧରେ ବି ଅଦାଲତରେ ମାମଲା କରିବା କଥା । ହେଲେ ତାହା ସେ କରିନାହାନ୍ତି ବା କରିବା ପାଇଁ ସେପରି ସାହାସ ଜୁଟାଇ ପାରିନାହାନ୍ତି ।

ଦିବ୍ୟଶଙ୍କରଙ୍କ ବିରୋଧରେ ପ୍ରଥମେ ମମିତା ମେହେରଙ୍କ ପରିବାର ସଙ୍ଗିନ ଅଭିଯୋଗ କରିଲେ । ଏହା ପରେ ବିରୋଧୀ ଦଳ ନେତା ପ୍ରଦିପ୍ତ ନାୟକ ସିଧାସଳଖ ମନ୍ତ୍ରୀ ଦିବ୍ୟଶଙ୍କରଙ୍କର ସେହି କଲେଜରେ ଚାଲିଥିବା କେଳେଙ୍କାରିରେ ସମ୍ପୃକ୍ତି ଅଛି ବୋଲି ସିଧାସଳଖ ଅଭିଯୋଗ କରିଲେ । ସେହି ଅଭିଯୋଗକୁ କଳାହାଣ୍ଡିର ଟାଣୁଆ ନେତା ଭକ୍ତ ଦାସବି ଦୋହରାଇଲେ । କଂଗ୍ରେସ ଦଳର ନେତା ନରସିଂହ ମିଶ୍ର, କଂଟାବାଜି ବିଧାୟକ ସନ୍ତୋଷ ସାଲୁଜାବି କ୍ୟାପଟେନଙ୍କର ସମ୍ପୃକ୍ତି କଥା କହିଲେ । ଖାଲି ସେତିକି ନୁହେଁ ବିଜେପି, କଂଗ୍ରେସର ଅନେକ ନେତା ମଧ୍ୟ କ୍ୟାପଟେନ ସେହି କଲେଜରେ ରଙ୍ଗିନ ରାତ୍ରି ବିତାଉଥିଲେ ବୋଲି ଅଭିଯୋଗ କରିଛନ୍ତି । ହେଲେ ମନ୍ତ୍ରୀ ସେମାନଙ୍କ ବିରୋଧରେ ମୋକଦ୍ଦମା କରିପାରିବେ କି? ନା କୁଜି ବିଲେଇର କାଣି ଅସରପା ଭଳି ଗଣମାଧ୍ୟମକୁ କେବଳ ନାଲି ଆଖି ଦେଖାଇବେ । ଦିବ୍ୟଶଙ୍କର ଯଦି ସତରେ ସ୍ୱଛ ତାହେଲେ ନେତାମାନଙ୍କ ବିରୋଧରେ ମୋକଦ୍ଦମା କରନ୍ତୁ । ସେମିତି କରିଲେ ହୁଏତ ମନ୍ତ୍ରୀଙ୍କର ରାଜନୈତିକ ଜୀବନ ପରିସମାପ୍ତି ହୋଇଯିବ । 

ସେ ଯାହାବି ହେଉ ମମିତା ମେହେରଙ୍କୁ ନ୍ୟାୟ ମିଳୁ । ମମିତାଙ୍କ ହତ୍ୟା ପଛରେ କିଏ କିଏ ଅଛନ୍ତି ତାହାର ଖୁଲାସା ହେଉ । ସେହି ଘଟଣାରେ ପୋଲିସର ତଦନ୍ତ ଗୋବିନ୍ଦଙ୍କୁ ରାଜନୈତିକ ସୁରକ୍ଷା ଦେଉଥିବା ବ୍ୟକ୍ତିବିଶେଷଙ୍କ ପାଖରେ ପଂହଚିଲେ ସତ ମନକୁ ବାହାରନ୍ତା ।

Author Image

The Independence

RELATED NEWS

Recent Posts

The Independence:araria-court-bihar-sentenced-mohammed-major-to-death-for-raping-6-year-old-minor

ଘର ନିକଟରେ ଖେଳୁଥିଲା 6 ବର୍ଷର ବାଳିକା, 48 ବର୍ଷୀୟ ମୋହମ୍ମଦ ମେଜର କଲା ଦୁଷ୍କର୍ମ, ବିହାରର ଫାଷ୍ଟ ଟ୍ରାକ କୋର୍ଟ ଶୁଣାଇଲେ ଫାସୀ ଦଣ୍ଡ

The Independence:bangladeshi-woman-roni-begum-hindu-identity-payal-ghosh-fake-adhaar-arrested-in-karnataka

ବାଂଲାଦେଶୀ ଅନୁପ୍ରବେଶକାରୀ ରୋନୀ ବେଗମ 15 ବର୍ଷ ଧରି ପାୟଲ ଘୋଷ ନାମରେ ରହୁଥିଲା, ଧରିଲା କର୍ଣାଟକ ପୋଲିସ

The Independence:Encounter-at-India-Pakistan-Border-in-Punjab

ଭାରତ-ପାକ୍ ସୀମାରେ ଚୋରାଚାଲାଣକାରୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଏନକାଉଂଟର, ଜଣେ ଜବାନ ଆହତ, ସର୍ଚ୍ଚ ଅପରେସନରେ ହେରୋଇନ ଏବଂ ଅସ୍ତ୍ରଶସ୍ତ୍ର ଜବତ

The Independence:PM-tribute-to-Lajpat-Rai-on-his-n

ଲାଲା ଲାଜପତ ରାୟଙ୍କୁ ଜୟନ୍ତୀରେ ଶ୍ରଦ୍ଧାଂଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

The Independence:hamid-ansari-criticize-indian-democracy-expresses-concern-regarding-rise-of-hindu-nationalism

‘ଭାରତରେ ବଢୁଛି ଅସହିଷ୍ଣୁତା, ଗଣତନ୍ତ୍ର ବିପଦରେ, ଆଇଏସଆଇ ସହ ଜଡିତ ସଂସ୍ଥାର କାର୍ଯ୍ୟକ୍ରମରେ ସାମିଲ ହୋଇ କହିଲେ ପୂର୍ବତନ ଉପରାଷ୍ଟ୍ରପତି ହମିଦ ଆନସାରୀ,ବିବାଦରେ ହମିଦ ଆନସାରୀ,

The Independence:Hindu-Yuva-Vahinis-resolution

ରେକର୍ଡ ଭୋଟରେ ଗୋରଖପୁରରୁ ଯୋଗୀ ଆଦିତ୍ୟନାଥଙ୍କୁ ଜିତାଇବାକୁ ହିନ୍ଦୁ ଯୁବ ବାହିନୀର ସଦସ୍ୟ ମାନେ ନେଲେ ସଂକଳ୍ପ

The Independence:Again-Hindu-Temple-attacked-in-Pakistan

ପାକିସ୍ତାନର ପ୍ରସିଦ୍ଧ ଶକ୍ତିପୀଠ ହିଂଗଲାଜ ମା ମନ୍ଦିର ଉପରେ ମୁସଲମାନ କଟ୍ଟରପନ୍ଥୀଙ୍କ ଆକ୍ରମଣ, ଗତ 22 ମାସରେ ହିନ୍ଦୁ ମନ୍ଦିର ଉପରେ ହେଲାଣି 11 ଥର ଆକ୍ରମଣ

The Independence:IAS-Cadre-Revise-Odisha-Govt-Opposed

ପାଣ୍ଡିଆନଙ୍କୁ ନେଇ ନବୀନ ଚିନ୍ତାରେ କି? ଆଇଏସ କ୍ୟାଡର ସଂଶୋଧନ ହେଲେ କେନ୍ଦ୍ର ଡେପୁଟେସନରେ ନେଇଯିବନି ତ?

The Independence:hamid-ansari-swara-bhaskar-to-attend-event-of-dubious-organisation-iamc-pakistan-terrorist-connection

ଭାରତ ବିରୋଧୀ ସଂସ୍ଥା ଆଇଏଏମସିର କାର୍ଯ୍ୟକ୍ରମରେ ସାମିଲ ହେବେ ହମିଦ ଆନସାରୀ ଓ ସ୍ବରା ଭାସ୍କର, ସଂସ୍ଥାର ରହିଛି ଆତଙ୍କବାଦୀ କନେକ୍ସନ, ଭାରତରେ ହିଂସା ପଛରେ ମଧ୍ୟ ରହିଛି ଭୂମିକା

The Independence:adheshyam-khemka-life-dedicated-to-gitapress-padma-vibhushan-2022

ସବୁବେଳେ ପତ୍ରରେ ଖାଉଥିଲେ, ଗୀତା ପ୍ରେସ ସହ ଥିଲେ ଜଡିତ, ମୋଦୀ ସରକାର ଦେଲେ ପଦ୍ମବିଭୂଷଣ ସମ୍ମାନ, ତାଙ୍କ ବିଷୟରେ ଜାଣନ୍ତୁ

The Independence:kerala-minister-ahammad-devarkovil-unfurls-national-flag-upside-down-in-kasaragod

କେରଳର ମନ୍ତ୍ରୀ ଅହମଦ ଓଲଟା ଜାତୀୟ ପତାକା ଉତୋଳନ କଲେ, ବିବାଦ ହେବା ପରେ ପୁଣି ହେଲା କାର୍ଯ୍ୟକ୍ରମ

The Independence:Keshav-Maharaja-Jai-Sriram-South-African-Cricketer-Hindu

IND Vs SA Cricket ସାଉଥ ଆଫ୍ରିକାନ ବୋଲର କେଶବ ମହାରାଜା ମ୍ୟାଚ ଜିତିଲା ପରେ ଲେଖିଲେ ଜୟ ଶ୍ରୀରାମ, ଜାଣନ୍ତୁ ତାଙ୍କର ଭାରତ ସହିତ ସର୍ମ୍ପକ କଣ?

The Independence:Kanika-King-Daughter-in-Law-Murderd-by-Son-killed-mother-in-cuttack

କନିକା ରାଜାଙ୍କ ନାତୁଣୀ ବୋହୂ ପରେଶ କୁମାରୀ ଭଞ୍ଜଦେଓଙ୍କୁ କଟୁରିରେ ହାଣି ଦେଲା ପୁଅ

The Independence:Jonty-Rhodes-Chris-Gayle-Narendra-Modi-Republic-Day-Wishes

କ୍ରିକେଟର ଜଣ୍ଟି ରୋଡସ, କ୍ରିସ ଗାଏଲ ଜଣାଇଲେ ଭାରତକୁ ସାଧାରଣତନ୍ତ୍ର ଦିସବର ଶୁଭେଛା, ପ୍ରଧାନମନ୍ତ୍ରୀଙ୍କ ଚିଠି ପାଇଁ ଦେଲେ ଧନ୍ୟବାଦ

The Independence:Punjab-Election-Politics-Amarindar-Singh-Navjot-Siddhu-Imran-Khan

Punjab Politics: କ୍ୟାପଟେନଙ୍କ ବଡ଼ ଖୁଲାସା, ସିଦ୍ଧୁଙ୍କୁ କ୍ୟାବିନେଟରେ ନେବାକୁ ପାକିସ୍ତାନ ପ୍ରଧାନମନ୍ତ୍ରୀ କରିଥିଲେ ଅନୁରୋଧ

The Independence:Prasad-Harichandan-May-Leave-Congress-will-join-bjd-or-bjp-may-fight-puri-loksabha-satyabadi-bidhansabha

ପ୍ରସାଦଙ୍କୁ ନେଇ କଳ୍ପନା ଜଳ୍ପନା : ବିଜେଡିରୁ ଲୋକସଭା ନା ବିଜେପିରୁ ବିଧାନସଭା? ବ୍ରହ୍ମଗିରିରେ ପାର୍ଥୀ ବଦଳାଇବକି ବିଜେଡି?

The Independence:pakistan-is-not-real-enemy-of-india-says-akhilesh-yadav-bjp-says-he-loves-jinnah

ଅଖିଲେଶଙ୍କ ବିବାଦୀୟ ବକ୍ତବ୍ୟ, କହିଲେ ଭାରତର ଅସଲ ଶତ୍ରୁ ପାକିସ୍ତାନ ନୁହେଁ, ବିଜେପି କଲା ଟାର୍ଗେଟ

The Independence:netaji-subhash-chandra-boses-daughter-anita-bose-said-congress-did-injustice-to-her-father

କଂଗ୍ରେସ ନେତାଜୀଙ୍କ ପ୍ରତି ଅନ୍ୟାୟ କରିଛି, କହିଲେ ନେତାଜୀଙ୍କ ଝିଅ ଅନିତା, ନେତାଜୀଙ୍କୁ କାବୁ କରି ପାରୁ ନଥିଲେ ଗାନ୍ଧୀ, ନେହେରୁଙ୍କ ପକ୍ଷ ନେଲେ

The Independence:Pakistans-new-National-Security-Policy

ପାକିସ୍ତାନର ନୂଆ ରାଷ୍ଟ୍ରୀୟ ସୁରକ୍ଷା ନୀତିରେ ଜାମ୍ମୁ କାଶ୍ମୀରର ସେହି ପୁରୁଣା ରାଗ

The Independence:Veer-Bal-Diwas

ବୀର ବାଳ ଦିବସ ପାଳନ ଘୋଷଣାର ଔଚିତ୍ୟ

The Independence:terrorists-count-in-jammu-kashmir-is-less-than-200-army-commander-yk-joshi-called-2021-historic-year

ଜାମ୍ମୁ କାଶ୍ମୀରରେ ଏବେ ଆତଙ୍କବାଦୀଙ୍କ ସଂଖ୍ୟା 200ରୁ କମ, କେବଳ 2021ରେ 182 ଆତଙ୍କବାଦୀ ହୋଇଛନ୍ତି ନିପାତ

The Independence:tamil-nadu-girl-ends-life-after-school-pressurised-her-to-convert-to-christianity

‘ସ୍କୁଲରେ ପଢିବାର ଅଛି ତ ଖ୍ରୀଷ୍ଟିଆନ ହେବାକୁ ପଡିବ’, ତାମିଲନାଡୁରେ ମିଶନାରୀ ସ୍କୁଲର ନିର୍ଯ୍ୟାତନା ସହି ନ ପାରି ଛାତ୍ରୀଙ୍କ ଆତ୍ମହତ୍ୟା, ସୀମା ପାର କଲାଣି ମିଶନାରୀଙ୍କ କାର୍ଯ୍ୟକଳାପ

The Independence:ib-ministry-block-pakistan-youtube-facebook-twitter-anti-india

ପାକିସ୍ତାନରୁ ଚାଲୁଥିବା ଓ ଭାରତ ବିରୋଧୀ ଅପପ୍ରଚାର ଚଳାଉଥିବା 35ଟି ୟୁ ଟ୍ୟୁବ ଚାନେଲକୁ ବ୍ଲକ କଲା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

The Independence:up-crime-husband-murdered-wife-in-front-of-three-year-old-daughter-in-lucknow

ଯେଉଁ ୟାସିନର ଦ୍ୱିତୀୟ ସ୍ତ୍ରୀ ହେବାକୁ ଶିବାରୁ ହେଲେ ଜାରା, ସେହି ୟାସିନ ତଂଟି ଚିପି କଲା ହତ୍ୟା, 3 ବର୍ଷର ଝିଅକୁ ଛାଡି ହେଲା ଫେରାର

The Independence:chennai-police-summons-actor-siddharth-suryanarayan-for-his-crass-sexual-comments-on-saina-nehwal

ସାଇନା ନେହୱାଲଙ୍କ ଉପରେ ସେକ୍ସୁଆଲ କମେଂଟ କରି କ୍ଷମା ମାଗିବା ପରେ ମଧ୍ୟ କମ୍ ହେଉନି ସିଦ୍ଧାର୍ଥଙ୍କ ସମସ୍ୟା, ଚେନ୍ନାଇ ପୋଲିସ ପଚରା ଉଚୁରା ପାଇଁ ଡାକିଲା