ଦେଶରେ ଖ୍ରୀଷ୍ଟିଆନ ଧର୍ମାନ୍ତିକରଣ ଏବେ ଏକ ବଡ ସମସ୍ୟା ହେଲାଣି । ସରଳ ବନବାସୀ ଆଦିବାସୀ ଓ ଦଳିତ ପରିବାରମାନଙ୍କର ସରଳତାର ସୁଯୋଗ ନେଇ ମିଶନାରୀମାନେ ବେଆଇନ ଭାବରେ ଧର୍ମାନ୍ତିକରଣ କରାଇ ଚାଲିଛନ୍ତି । ଛତିଶଗଡର ବସ୍ତର ହେଉଛି ଏକ ଆଦିବାସୀ ବହୁଳ ଜଙ୍ଗଲ ପୁର୍ଣ୍ଣ ଅଂଚଳ । ମାଓବାଦୀଙ୍କର ଗତିବିଧିବି ସେଠାରେ ରହିଛି । ସେଠାରେ ମିଶନାରୀମାନେ ସେମାନଙ୍କର ଧର୍ମାନ୍ତିକରଣ କାମ ଚଲାଇ ଆସୁଛନ୍ତି ।
ହେଲେ ବସ୍ତର ଅଂଚଳର ଜଗଦଳପୁର ଜିଲ୍ଲାର ଓମରାଉ କଲଚା ଗାଁରେ ରହୁଥିବା ମହେଶ କାଶ୍ୟପ ଏବେ ସାଜିଛନ୍ତି ସେଠାକାର ଧର୍ମ ରକ୍ଷକ । ନିଜର ପ୍ରଚେଷ୍ଟା ଫଳରେ ସେ ନା କେବଳ ସେଠାରେ ଧର୍ମାନ୍ତିକରଣ ରୋକିଛନ୍ତି ବଂର ପାଖ ଗାଁମାନଙ୍କରେ ଧର୍ମାନ୍ତିକରଣ ହୋଇଥିବା ଶହ ଶହ ପରିବାରଙ୍କୁ ପୁଣି ହିନ୍ଦୁ ଧର୍ମକୁ ଫେରାଇ ଆଣିଛନ୍ତି ।