The Independence:Chhattisgarh-Raipur-municipality-Ganesh-Idols-in-garbage-truck-for-visarjan

 ଏହି ଭିଡିଓକୁ ଦେଖନ୍ତୁ । ଏହି ଭିଡିଓଟି ହେଉଛି ପଡୋଶୀ ଛତିଶଗଡ ରାଜ୍ୟର ରାଜଧାନୀ ରାୟପୁରର (Raipur) । ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ ରାୟପୁର ମହାନଗର ନିଗମର (Raipur Municipality Commissioner) ନେଉଥିବା ଗାଡିରେ ଗଣେଶଙ୍କ ପ୍ରତିମୂର୍ତିକୁ ଭାବେ ନିଆ ଯାଉଛି । ତା ପରେ କିପରି ଭାବେ ଗଣେଶଙ୍କ ମୂର୍ତିକୁ ଫିଙ୍ଗା ଯାଇ ବିସର୍ଜନ କରା ଯାଉଛି । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଜନସାଧାରଣଙ୍କ ମଧ୍ୟରେ ପ୍ରବଳ ଉତେଜନା ଦେଥା ଦେଇଛି  ଓ ରାୟପୁରର ମେୟର ଏଜାଜ ଧେବରଙ୍କ ବିରୁଦ୍ଧରେ ଲୋକ ମାନେ ତାତିଛନ୍ତି ।

ରାୟପୁର ସହରରେ ଦଶ ଦିନ ଧରି ଗଣେଶ ପୂଜା ପାଳନ କରା ଯାଇଥାଏ । ପୂଜା ସରିବା ପରେ କିପରି ଭାବେ କୋବିଡ ଗାଇଡଲାଇନ ଅନୁସାରେ ନିୟମ ମାନି ବିସର୍ଜନ (Ganesh Visarjan) କେଉଁ ଠାରେ ଓ କିପରି ଭାବେ କରା ଯାଇ ପାରିବ ସେ ନେଇ ପ୍ରଶାସନ  ପକ୍ଷରୁ ଏକ ମାର୍ଗଦର୍ଶିକା ଜାରୀ କରା ଯାଇଥିଲା ।

ଏଥିରେ ଲୋକ ମାନଙ୍କୁ ନିଶ୍ଚିତ ସ୍ଥାନରେ ବିସର୍ଜନ କରିବାକୁ ଓ କେବଳ ଦିନରେ ବିସର୍ଜନ କରିବାକୁ ଅନୁମତି ଥିବା କୁହା ଯାଇଥିଲା । ତେବେ ହଠାତ୍ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିଲା ଯେଉଁଥିରେ ମ୍ୟୁନିସିପାଲିଟି କର୍ମଚାରୀ ମାନେ ବର୍ଜ୍ୟବସ୍ତୁ (Garabge Truck) ନେଉଥିବା ବାହନରେ ମୂର୍ତିକୁ ରଖି ନେଉଥିବା ଦେଖା ଯାଇଥିଲା ।

ସେହପରି ଏକ ଅନ୍ୟ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା ଯେଉଁଥିରେ ମ୍ୟୁନିସିପାଲିଟି କର୍ମଚାରୀ ମାନେ ପାଖାପାଖି ଦଶ ଫୁଟ ଦୂରରୁ ମୂର୍ତି ଗୁଡିକୁ ଫିଙ୍ଗୁଥିବା ଦେଖା ଯାଉଛି ।

ଏହି ଭିଡିଓ ଭାଇରାଲ ହେବା ପରେ ରାୟପୁରର ଜନ ସାଧାରଣ ତାତି ଯାଇଥିଲେ ଓ ମେୟର ଏଜାଜ ଧେବରଙ୍କୁ ଘେରାଉ କରି ତାଙ୍କ ବିରୋଧରେ ନାରାବାଜୀ କରିଥିଲେ ।

ଲୋକ ମାନଙ୍କ କହିବାର ଥିଲା ଯେ ଯେଉଁ ମାନେ ଦଶ ଦିନ ଧରି ଗଣେଶ ପୂଜା କରିଛନ୍ତି ସେମାନେ ନିଜେ ବିସର୍ଜନ କାମ କରି ପାରିଥାନ୍ତେ । ତାଙ୍କ ପାଇଁ ଏପରି କରିବା କିଛି ଅସୁବିଧା ନ ଥିଲା ।

ଯଦି ରାୟପୁର ମହାନଗର ନିଗମ ଏହି କାମ କରିବା ପାଇଁ ଅସମର୍ଥ ଥିଲା ତେବେ ତାକୁ ଏହି କାମ ନିଜ ହାତକୁ ନେବା ଉଚିତ ନ ଥିଲା ।

ଲୋକ ମାନେ ମହାନଗର ନିଗମର କଥାକୁ ବିଶ୍ୱାସ କରି ସେମାନଙ୍କୁ ବିସର୍ଜନ ପାଇଁ ମୂର୍ତି ପ୍ରଦାନ କରିଥିଲେ । ହେଲେ ମହାନଗର ନିଗମ ମୂର୍ତି ଗୁଡିକ ସହ ଏପରି ବ୍ୟବହାର କରି ଲୋକ ମାନଙ୍କର ଭାବନା ସହ ଖେଳ ଖେଳିଛି । ଏପରି କାମ ହାତକୁ ନେଇ  ଗଣେଶ ମୂର୍ତିକୁ ଅସମ୍ମାନ କରିବା ମହାନଗର ନିଗମ ପକ୍ଷରେ  ଠିକ ହୋଇ ନାହିଁ ।

Author Image

Independence News

Recent Posts

The Independence:If-the-BJP-government-is-formed-in-Odisha-drinking-water-problem-will-be-solved-as-a-priority-Bhatrahari-Mahatab

ଓଡ଼ିଶାରେ ବିଜେପି ସରକାର ଗଠନ କଲେ ଅଗ୍ରାଧିକାର ଭିତିରେ ପାନୀୟ ଜଳ ସମସ୍ୟାର ସମାଧାନ କରାଯିବ: ଭତୃହରି ମହତାବ

The Independence:Odisha-Cow-Slaughtering

Odisha : ଗୋ ମାଂସ ବୋଝେଇ ଟ୍ରକ ଜବତ

The Independence:Jagannath-Temple-Odisha-Mumbai

ଓଡିଶା ବାହାରେ ମହାପ୍ରଭୁ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର

The Independence:Modi-Government-9-Years-Seva-Susasan-Garib-Kalyana

ନ’ ବର୍ଷର ସୁଶାସନ

The Independence:Rath-Yatra-2023-Lakhs-of-devotees-witness-Suna-Besha-of-Holy-Trinity-in-Puri

ଶ୍ରୀକ୍ଷେତ୍ରରେ ରଥାରୁଢ଼ ଶ୍ରୀଜୀଉଙ୍କ ସୁନାବେଶ, ମହଣ ମହଣ ସୁନା ଅଳଙ୍କାରରେ ସଜ୍ଜିତ ତିନି ଠାକୁର

The Independence:Puri-Ratha-Jatra-2023-Jay-Jagannath

ଶରଧାବାଲିରେ ଲାଗିଲା ତିନି ଠାକୁରଙ୍କ ତିନି ରଥ

The Independence:Ratha-Jatra-2023-ନୀଳାଦ୍ରିବିଜେରେ-ନୀଳକନ୍ଦରକୁ-ଫେରନ୍ତି-ନୀଳାଦ୍ରିନାଥ-ସରେ-ଜନ୍ମବେଦି-ଲୀଳା

Ratha Jatra 2023: ନୀଳାଦ୍ରିବିଜେରେ ନୀଳକନ୍ଦରକୁ ଫେରନ୍ତି ନୀଳାଦ୍ରିନାଥ; ସରେ ଜନ୍ମବେଦି ଲୀଳା

The Independence:Jagannath-Temple-Rath-Jatra

ଏକାବନ ଦିନରେ ଚଳଚଞ୍ଚଳ ରଥଖଳା

The Independence:ପ୍ରେମିକାକୁ-ଛୁରୀ-ଭୁଷିଲା-ପଥରରେ-ଛେଚି-ମୁହଁ-ନଷ୍ଟ-କଲା-ଜହ୍ଲାଦ-ପ୍ରେମିକ-ସାହିଲ-ଖାଁ

ପ୍ରେମିକାକୁ ଛୁରୀ ଭୁଷିଲା, ପଥରରେ ଛେଚି ମୁହଁ ନଷ୍ଟ କଲା ଜହ୍ଲାଦ ପ୍ରେମିକ ସାହିଲ ଖାଁ

The Independence:Land-Jihad-Dwarka

ଜମି ଜିହାଦର ଅନ୍ୟନାମ ଦ୍ୱାରକା

The Independence:Odisha-cant-make-progress-with-Shashikala-syndrome-Dharmendra

‘ଶଶୀକଳା ସିଣ୍ଡ୍ରୋମ’ କହିବାରୁ ସରକାରଙ୍କୁ ବାଧିଲା: ଧର୍ମେନ୍ଦ୍ର

The Independence:Land-Jihad-Love-Jihad-Jameen-Jihad-in-Odisha

ରାଜ୍ୟରେ ବଢ଼ୁଛି ଜିହାଦୀଙ୍କ ସଂଖ୍ୟା !

The Independence:The-Kerala-Story-Official-Trailer--Vipul-Amrutlal-Shah--Sudipto-Sen--Adah-Sharma--Aashin-A-Shah

The Kerala Story Official Trailer | Vipul Amrutlal Shah | Sudipto Sen | Adah Sharma | Aashin A Shah

The Independence:Guddu-Muslim-Odisha-Link-BJD

ଗୁଡ୍ଡୁ ମୁସଲମାନର ଖାସ୍, ବିଜେଡି ବିଧାୟକଙ୍କ ରାଇଟହାଣ୍ଡ

The Independence:important-files-of-the-jagannath-temple-administration-have-gone-missing

ଗାଏବ ହେଲା ଜଗନ୍ନାଥ ମନ୍ଦିର ପ୍ରଶାସନର ଗୁରୁତ୍ଵପୂର୍ଣ୍ଣ ଫାଇଲ

The Independence:Debacle-in-American-Banking-System

ଆମେରିକାର ବ୍ୟାଙ୍କିଂ ବ୍ୟବସ୍ଥାରେ ବିପର୍ଯ୍ୟୟ

The Independence:palghar-sadhu-lynching-case-to-be-investigated-by-cbi

ପାଲଘର ସାଧୁହତ୍ୟା ମାମଲାର ହେବ ସିବିଆଇ ତଦନ୍ତ

The Independence:Mix-Mandate-in-USA-Joe-Biden

ଆମେରିକାରେ ମିଶ୍ରିତ ଜନମତ

The Independence:Jayshankar-in-Fiji

ଫିଜିରେ ବିଜି ଜୟଶଙ୍କର

The Independence:Women-Freedom-Fighters-of-India-Name-List-and-Their-Roles

ଭାରତର ମହାନ ମହିଳା ସ୍ୱାଧୀନତା ସଂଗ୍ରାମୀମାନେ ଯାହାଙ୍କୁ ଇତିହାସକାରମାନେ ଭୁଲି ଯାଇଥିଲେ

The Independence:Dharmendra-Seeks-Centres-Intervention-For-Protection-Of-Archaeological-Assets-In-Odisha

ଓଡ଼ିଶାରେ ଅସୁରକ୍ଷିତ ଶିଶୁପାଳ ଗଡ଼ ଓ ଲଳିତଗିରି ପରି ଐତିହ୍ୟ କୀର୍ତ୍ତିରାଜି

The Independence:ଶ୍ରୀମନ୍ଦିରର-ପ୍ରସିଦ୍ଧ-ଦୋଳଯାତ୍ରା

ଶ୍ରୀମନ୍ଦିରର ପ୍ରସିଦ୍ଧ ଦୋଳଯାତ୍ରା

The Independence:Young-writer-Om-Priyadarshis-book-on-Paika-movement-released

ଉନ୍ମୋଚିତ ହେଲା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଚୟନିତ ଓମ୍ ପ୍ରିୟଦର୍ଶୀଙ୍କ ପୁସ୍ତକ "ପାଇକ: ଜନ, ଆଖ୍ୟାନ ଓ ଆନ୍ଦୋଳନ"

The Independence:Baijayanta-Panda-listens-Man-Ki-Baat-Programme-at-Bhawanipatna

ଭବାନୀପାଟଣା “ମନ୍‌ କି ବାତ୍‌” କାର୍ଯ୍ୟକ୍ରମରେ ବୈଜୟନ୍ତ ପଣ୍ଡା

The Independence:ଜର୍ଜ-ସୋରୋସଙ୍କ--ନେଟୱର୍କ-ଓ-କଣ୍ଢେଇ-ମାନଙ୍କୁ-ଚିହ୍ନଟ--ଜରୁରୀ

ଜର୍ଜ ସୋରୋସଙ୍କ ନେଟୱର୍କ ଓ କଣ୍ଢେଇ ମାନଙ୍କୁ ଚିହ୍ନଟ ଜରୁରୀ