ଆମେ ଆଗରୁ କହି ଆସିଛୁ ଯେ କିଭଳି ଏବେ ଆନ୍ଧ୍ର ପ୍ରଦେଶରେ ଖ୍ରୀଷ୍ଟିଆନ ପାଦ୍ରୀମାନଙ୍କର ଦୌରାତ୍ମ ବଢିଛି ଓ ସେମାନେ ବିଭିନ୍ନ ଭାବରେ ବେଆଇନ ଧର୍ମାନ୍ତିକରଣ ପ୍ରକ୍ରିୟାରେ ମାତିଛନ୍ତି । ଏବେ ଆନ୍ଧ୍ରର ସତ୍ୟାସାଇ ଜିଲ୍ଲାର ମାରୁଭାପାଲି ଗାଁରେ ପୁଣି ଏକ ସେଭଳି ଘଟଣା ସାମ୍ନାକୁ ଆସିଛି । ଗାଁରେ ଲୋକମାନେ ଜଣେ ପାଦ୍ରୀକୁ ଧରିଛନ୍ତି ଯିଏ ଗାଁର ୫ ରୁ ୮ ବର୍ଷର ପିଲାମାନଙ୍କୁ ଚକୋଲେଟ, ଆଇସକ୍ରିମ ଆଦି ଦେବାର ଲୋଭ ଦେଖାଇ ପ୍ରତିଦିନ ବାଇବେଲ ପଢାଉଥିଲା ଓ ଚର୍ଚ୍ଚରେ ପାର୍ଥନା କରାଉଥିଲା ।
ପିଲାମାନଙ୍କୁ ସେହି ପାଦ୍ରି ଜଣଙ୍କ ଚର୍ଚ୍ଚରେ ଓାଇନ ମଧ୍ୟ ପିଆଇଥିଲା । ଗାଁ ଲୋକେ ଓ ପିଲାମାନଙ୍କର ବାପା ମାମାନେ ଏନେଇ ଥାନାରେ ଅଭିଯୋଗ କରିଛନ୍ତି । ଫ୍ରେଣ୍ଡସ ମିଶନାରି ପ୍ରେୟର ବ୍ରାଣ୍ଡ ନାମକ ସଂସ୍ଥା ସେହି ଅଂଚଳରେ ବ୍ୟାପକ ମାତ୍ରାରେ ଧର୍ମାନ୍ତିକରଣ କରାଉଛନ୍ତି । ସେମାନେ ବିଭିନ୍ନ ପ୍ରଲୋଭନ ଦେଖାଇ ପିଲାମାନଙ୍କୁ ପୁରା ଦିନ ଯାକ ଚର୍ଚ୍ଚରେ ରଖୁଥିବାର ଅଭିଯୋଗ ଗାଁ ଲୋକେ ଆଗରୁ କରିଆସୁଥିଲେ । କିନ୍ତୁ ପାଦ୍ରୀମାନେ ତାହାକୁ ଶୁଣି ନଥିଲେ ।
ଡିସେମ୍ବର ୨୨, ୨୦୨୨ରେ ଲିଗାଲ ରାଇଟସ ପ୍ରୋଟେକ୍ସନ ଫୋରମ ପକ୍ଷ୍ୟରୁ ଏନେଇ ଜାତୀୟ ଶିଶୁ ସୁରକ୍ଷା ଅଧିକାର ଆୟୋଗଙ୍କ ପାଖରେ ଅଭିଯୋଗ କରିଛନ୍ତି । ଫ୍ରେଣ୍ଡସ ମିଶନାରି ପ୍ରେୟର ବ୍ରାଣ୍ଡ ବିରୋଧରେ ଏମିତି ଅନେକ ଅଭିଯୋଗ ଅଛି । ସେହି ସଂସ୍ଥାର ୧୧୫୦ଟି ଚର୍ଚ୍ଚର ରହିଛି ।