The Independence:Conspirators-against-India


ସୌମେନ୍ଦ୍ର ଜେନା
    
    ଆମେରିକା-କାନାଡାରେ ଯେଉଁ ଭାରତ ବିରୋଧୀ ଷଡଯନ୍ତ୍ର ଏବେ ଯୋଜନାବଦ୍ଧ ଭାବେ ଜାରି ରହିଛି ତାର ନେତୃତ୍ୱ ସାଉଣ୍ଡ ଭିଜନ ଫାଉଣ୍ଡେସନ ନେଉଛି । ଜଷ୍ଟିସ ଫର୍ ଅଲ୍ (ଜେଏଫ୍‌ଏ) ଏହି ସଂସ୍ଥାର ଏକ ଶାଖା ସଂସ୍ଥା । ଅବଦୁଲ ମାଲିକ ମୁଜାହିଦ ଏବେ ସାଉଣ୍ଡ ଭିଜନ୍ ଫାଉଣ୍ଡେସନ ସଂସ୍ଥାର ମୁଖ୍ୟଭାବେ କାର୍ଯ୍ୟରତ । ଏହାର ଅନ୍ୟ  କାର୍ଯ୍ୟକାରିଣୀ ସଦସ୍ୟମାନଙ୍କ ଭିତରୁ ଅନେକଙ୍କର ସଂପର୍କ ପାକ୍ ସହଯୋଗୀ ସଂସ୍ଥା ସହ ରହିଛି କିମ୍ବା ଭାରତକୁ ବିରୋଧ କରିବା ଲାଗି ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ରହିଛି ।
    ଭାରତ ବିରୋଧୀ ଗୋଷ୍ଠୀରେ ତାହା ଘୟୁର ଏକ ପରିଚିତ ନାମ । ସେ ଏବେ କାନାଡାର ଜଷ୍ଟିସ ଫର୍ ଅଲ୍ ସଂସ୍ଥାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ । ସାଉଣ୍ଡ ଭିଜନ ସଂସ୍ଥାର ସେ ଜଣେ ପୁରୁଣା ସଦସ୍ୟ । ନିଜକୁ ମାନବାଧିକାର ଓକିଲ ଭାବେ ପରିଚିତ  କରାଉଥିବା ଘୟୁର ସେଠାକାର ଟିଭି କାର୍ଯ୍ୟକ୍ରମମାନଙ୍କରେ ଅତିଥି ଭାବେ ଯୋଗ ଦେଇଥାନ୍ତି । ସେ ସାଉଣ୍ଡ ଭିଜନରେ ୨୦୦୫ରୁ ଯୋଗଦେଇ ନଭେମ୍ବର ୨୦୧୭ ପର୍ଯ୍ୟନ୍ତ ଏହାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରହିଥିଲେ । ପରେ ସେ କାନାଡାର ଆଇଏସ୍‌ଏନ୍‌ଏ ସଂସ୍ଥାକୁ ବଦଳି ହୋଇ ଡିସେମ୍ବର ୨୦୧୭ରୁ ଜୁଲାଇ ୨୦୧୯ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ତେବେ ୨୦୧୭ରେ କାନାଡା ରେଭିନ୍ୟୁ ଏଜେନ୍ସୀ ପକ୍ଷରୁ ଆଇଏସ୍‌ଏନ୍‌ଏ ସଂସ୍ଥାର ଜମାଖାତାକୁ ନେଇ ୧ ଜାନୁଆରୀ ୨୦୦୭ରୁ ୩୧ ଡିସେମ୍ବର ୨୦୦୯ପର୍ଯ୍ୟନ୍ତ ହୋଇଥିବା ଅଡିଟରେ ଚକିତ କଲାପରି ଘଟଣା ଦୃଷ୍ଟିକୁ ଆସିଥିଲା । ପାକିସ୍ଥାନର ଜମାତେ ଇସଲାମୀର ଏକ ସହଯୋଗୀ ସଂସ୍ଥା ରିଲିଫ ଅର୍ଗାନାଇଜେସନ୍ ଅଫ୍ କାଶ୍ମିରୀ ମୁସଲିମ୍ସ (ଆର୍‌ଓକେଏମ୍‌)କୁ ସନ୍ତ୍ରାସବାଦୀ କାର୍ଯ୍ୟକଳାପ ଲାଗି କାନାଡାର ଆଇଏସ୍‌ଏନ୍‌ଏ ଦ୍ୱାରା ସ୍ଥାପିତ ଜାମି ମସ୍‌ଜିଦକୁ ବ୍ୟବହାର କରାଯାଇଥିଲା । ଏହାପରେ କାନାଡା ରେଭିନ୍ୟୁ ଏଜେନସୀ ପକ୍ଷରୁ ଆଇଏସ୍‌ଏନ୍‌ଏ ସଂସ୍ଥାକୁ ପ୍ରଦତ୍ତ ସ୍ୱୀକୃତି ପ୍ରତ୍ୟାହାର କରାଯାଇଥିଲା । ପାକିସ୍ଥାନର ହିଜ୍‌ବୁଲ ମୁଜାହିଦ୍ଦିନକୁ ରିଲିଫ୍ ଅର୍ଗାନାଇଜେସନ ଅଫ୍ କାଶ୍ମିରୀ ମୁସଲିମ୍ସ ମାଧ୍ୟମରେ ୨୮୦୦୦୦ ଡଲାର ଅର୍ଥ ସନ୍ତ୍ରାସବାଦୀ କାର୍ଯ୍ୟପାଇଁ ପ୍ରଦାନ କରାଯାଇଥିଲା । ସେପ୍ଟେମ୍ବର ୨୦୧୯ରେ ଘୟୁର କାନାଡାରୁ ଆମେରିକାର ସାଉଣ୍ଡ ଭିଜନ ସଂସ୍ଥାକୁ ଉପାଧ୍ୟକ୍ଷ ଭାବେ ଫେରିଆସିବା ସହ ଜଷ୍ଟିସ ଫର ଅଲ୍ କାନାଡା ଶାଖାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ମଧ୍ୟ କାର୍ଯ୍ୟ କରିଆସୁଛନ୍ତି । 
    ଆମେରିକାର ଭାରତ ବିରୋଧୀ ଗୋଷ୍ଠୀ ଜଷ୍ଟିସ ଫଲ୍ ଅଲ୍ ପରି ପାକ୍ ସମର୍ôଥତ ସଂସ୍ଥାର ଅଧ୍ୟକ୍ଷ ହେଲେ ଡାକ୍ତର ଖୁର୍ସିଦ ମାଲିକ । ସେ ଆମେରିକାର ଇଲିନୋଇସରେ  କାର୍ଯ୍ୟରତ ଏବଂ ଡାଉନର୍ସ ଗ୍ରୋଭଠାରେ ଜଣେ ଭାରତୀୟ ମୂଳର ମୂତ୍ର ବିଶେଷଜ୍ଞ । ସେ ଆମେରିକାସ୍ଥିତ ଇଣ୍ଡିଆନ ମୁସଲିମ ଫାଉଣ୍ଡେସନ ଅଫ୍ ନର୍ଥ ଆମେରିକା ସଂସ୍ଥାର ପ୍ରତିଷ୍ଠାତା-ସଭାପତି । ଭାରତର ମେଧାବୀ ମୁସଲମାନ ଏବଂ ଆର୍ôଥକ ଦୃଷ୍ଟିରୁ ଦୁର୍ବଳ ମୁସଲମାନ ଛାତ୍ରଛାତ୍ରୀଙ୍କୁ ମୁଖ୍ୟତଃ ସାହାଯ୍ୟ କରୁଥିବା କଥା ଏହି ସଂସ୍ଥା କହିଥାଏ । ଏହାର ଅନ୍ୟଜଣେ ସଦସ୍ୟ ହେଲେ ହାଇଦର ଏମ୍‌. ଖାଁ ଯିଏକି ସଂସ୍ଥାର ସଂପାଦକ ଭାବେ ଏବେ କାର୍ଯ୍ୟ କରୁଛନ୍ତି । ପୂର୍ବରୁ ସେ ଇଣ୍ଡିଆନ ଆମେରିକାନ୍ ମୁସଲିମ କାଉନସିଲ୍‌ରେ ଟ୍ରଷ୍ଟିଭାବେ କାର୍ଯ୍ୟ କରିସାରିଛନ୍ତି । ସଂସ୍ଥାର ମାର୍ଚ୍ଚ ୨୦୧୨ର ସାପ୍ତାହିକୀରୁ ଏହାର ସୂଚନା ମିଳିଥାଏ । ୨୦୦୯ରେ ସଂସ୍ଥାର ଆର୍ôଥକ ଆୟ-ବ୍ୟୟ ବିବରଣୀରେ ସେ ଏହାର ଉପସଭାପତି ଏବଂ ପ୍ରବକ୍ତା ଥିବା ବିଷୟ ଉଲ୍ଲେଖ ରହିଥିଲା । କୋଆଲିସନ ଏଗେନଷ୍ଟ ଜେନୋସାଇଡ୍ (ସିଏଜି) ସଂସ୍ଥାର ସପୋଟର୍ସ ଅଫ୍ ହ୍ୟୁମାନ ରାଇଟ୍ସ ଇନ ଇଣ୍ଡିଆ (ଏସ୍‌ଏଚ୍‌ଆର୍‌ଆଇ) ନାମକ ଏକ ଆମେରିକାସ୍ଥିତ ଗୋଷ୍ଠୀର ସେ ପରିଚାଳନା ନିର୍ଦ୍ଦେଶକ ଏବଂ ଅଧ୍ୟକ୍ଷ ଥିବା ଜଣାଯାଏ । ଏହି କୋଆଲିସନ୍ ବା ସହଯୋଗ ହେଉଛି ଆମେରିକା ଓ କାନାଡାରେ ଥିବା ଅନେକଗୁଡିଏ ସଂସ୍ଥା ଏବଂ ବ୍ୟକ୍ତି ବିଶେଷଙ୍କ ଗୋଷ୍ଠୀ ଯାହା ଶେଖ ଉବୈଦ ଏବଂ ଅଙ୍ଗନା ଚାଟ୍ଟାର୍ଜୀଙ୍କ ଦ୍ୱାରା ପରିଚାଳିତ ଭାରତ ବିରୋଧୀ ସେନାବାହିନୀ ଭାବେ କାର୍ଯ୍ୟକରୁଛି । ଭାରତର ୱିପ୍ରୋ ସଂସ୍ଥାର ସମାଜ କଲ୍ୟାଣକାରୀ ସଂସ୍ଥା ଅଜିମ ପ୍ରେମଜୀ ଫାଉଣ୍ଡେସନ ଖୁର୍ସିଦ ମାଲିକଙ୍କ ଦ୍ୱାରା  ସ୍ଥାପିତ ସଂସ୍ଥା ଆମେରିକାନ ମୁସଲିମ ଫିଜିକ୍ସିଆନ୍ସ ଅଫ୍ ଇସଲାମିକ ଅରିଜିନ (ଏଏସ୍‌ପିଆଇ)ର ଭାରତରେ ହେଉଥିବା କାର୍ଯ୍ୟକୁ ଆର୍ôଥକ ସହାୟତା ପ୍ରଦାନ କରିଥାଏ । ଭାରତର ଅମନ ବିରାଦରୀ ଟ୍ରଷ୍ଟର ମେଡିକାଲ ରିକୋଭରୀ ସେଣ୍ଟରର କାର୍ଯ୍ୟକୁ ପ୍ରଥମେ ଖୁର୍ସିଦଙ୍କ ସଂସ୍ଥା ସାହାଯ୍ୟ କରୁଥିଲା ,ପରେ ଇସଲାମିକ ରିଲିଫକୁ କରିବାକୁ ଲାଗିଲା । ଅମନ ବିରାଦରୀ ଟ୍ରଷ୍ଟ ହେଉଛି ନୂଆଦିଲ୍ଲୀର ଏକ ଏନ୍‌ଜିଓ ଯାହାର ପ୍ରତିଷ୍ଠାତା ହେଲେ ହର୍ଷ ମନ୍ଦେର ନାମକ ଜଣେ ପୂର୍ବତନ ଆଇଏଏସ୍ ଅଧିକାରୀ । ମାର୍ଚ୍ଚ ୨୦୨୦ରେ ଏହି ବ୍ୟକ୍ତିଜଣକ ନାଗରିକତା ସଂଶୋଧନ ଆଇନ (ସିଏଏ) ଆନ୍ଦୋଳନରେ ହିଂସାକାଣ୍ଡକୁ ଉସ୍‌କାଇ ସୁପ୍ରିମକୋର୍ଟଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ଦିଲ୍ଲୀ ପୋଲିସ ଦ୍ୱାରା ଗିରଫ ହୋଇଥିଲେ ।  ଶିଶୁମାନଙ୍କୁ ଯୌନ ନିର୍ଯ୍ୟାତନା ଦେବା ଅଭିଯୋଗରେ ମନ୍ଦେରଙ୍କ ଦୁଇଟି ଏନ୍‌ଜିଓ ଉମିଦ ଅମନଘର୍ (ଅମନ ବିରାଦରୀ ଟ୍ରଷ୍ଟ) ଏବଂ ଖୁସି ରେନ୍‌ବୋ ହୋମ୍ ବିରୁଦ୍ଧରେ ଶିଶୁ ନ୍ୟାୟ ଆଇନ ଅନୁଯାୟୀ ମାମଲା ହୋଇଥିଲା । ଏହି ଦୁଇଟି ଯାକ ସଂସ୍ଥା ମନ୍ଦେରଙ୍କର ଏନ୍‌ଜିଓ ସେଣ୍ଟର ଫର ଇକ୍ୱାଲିଟୀ ଷ୍ଟଡିଜ୍ ଅଧିନରେ କାର୍ଯ୍ୟ କରୁଛନ୍ତି । ସେପ୍ଟେମ୍ବର ୨୦୨୧ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ମନ୍ଦେରଙ୍କର ବାସଗୃହ ସମେତ ତିନୋଟି ସଂସ୍ଥାର କ୍ୟାମ୍ପସ ଉପରେ ଚଢାଉ କରାଯାଇଥିଲା ।  ଭାରତ ବିରୋଧୀ ଆମେରିକାର ମୁସଲିମ୍ ସଂସ୍ଥା ଇସଲାମିକ ସର୍କଲ ଅଫ୍ ନର୍ଥ ଆମେରିକା ଏବଂ ଇଣ୍ଡିଆନ ଆମେରିକାନ୍ ମୁସଲିମ କାଉନସିଲର ୨୦୨୦ ବାର୍ଷିକ ଅଧିବେଶନରେ ମନ୍ଦେର ଅସାଦୁଦ୍ଦୀନ ଓୱାଇସୀଙ୍କ ସହ ବକ୍ତା ଭାବେ ଯୋଗ ଦେଇଥିଲେ । ଏପରିକି ସେ ଆମେରିକା କଂଗ୍ରେସର ସଦସ୍ୟମାନଙ୍କୁ ଭାରତ ବିରୋଧୀ ବିଷୟରେ ବୁଝାଇବା ପାଇଁ ଆମେରିକାର ମୁସଲିମ ସଂଗଠନଙ୍କ ସହ ସାମିଲ ହୋଇଥାନ୍ତି । ହର୍ଷ ମନ୍ଦେର ଅତୀତରେ ବିଚ୍ଛିନ୍ନତାବାଦୀ ଏବଂ ଆଇଏସ୍‌ଆଇ ଏଜେଣ୍ଟ ଭାବେ କାର୍ଯ୍ୟ କରୁଥିବା ଡକ୍ଟର ଅୟୁବ ଠାକୁରର ଦି ଜଷ୍ଟିସ୍ ଫାଉଣ୍ଡେସନ୍‌ର ଉପଦେଷ୍ଟା ଭାବେ କାର୍ଯ୍ୟ କରିଥିଲେ । ୨୦୦୪ରେ ଅୟୁବର ମୃତ୍ୟୁହେବା ଯୋଗୁ ଘୁଲାମ ନବି ଫାଇ ସେହି  ସଂସ୍ଥାର ଦାୟିତ୍ୱ ହାତକୁ ନେଲେ । ଭାରତରେ ହେଉଥିବା ସଂଖ୍ୟାଲଘୁ ପ୍ରଚାର ସଂକ୍ରାନ୍ତୀୟ ତ୍ରୁଟିଯୁକ୍ତ ତଥ୍ୟ ଆଧାର ଡୋଟୋର ମନଗଢା ବର୍ଣ୍ଣନା ଯାହା ହିନ୍ଦୁଙ୍କ ବିରୋଧରେ ହିଁ ହୋଇଥାଏ । ତାର ପ୍ରୋତ୍ସାହନକାରୀ ସଂସ୍ଥା କ୍ୱିଲ ଫାଉଣ୍ଡେସନର ପରାମର୍ଶଦାତା ମଣ୍ଡଳୀରେ ମନ୍ଦେର ରହିଛନ୍ତି । କ୍ୱିଲ ଫାଉଣ୍ଡେସନର ଅନ୍ୟ ଜଣେ ପରାମର୍ଶଦାତା ହେଲେ ଅଜିତ ସାହୀ । ଅତୀତରେ ସେ ତେହଲ୍‌କା ଅନୁସନ୍ଧାନକାରୀ ସାମ୍ବାଦିକ ଭାବେ କାର୍ଯ୍ୟ କରିଥିଲେ । ଇଣ୍ଡିଆନ ଆମେରିକାନ୍ ମୁସଲିମ କାଉନସିଲର ଜଣେ ନିର୍ଦ୍ଦେଶକ ଭାବେ ସେ ଏବେ କାର୍ଯ୍ୟ କରୁଛନ୍ତି । ୨୦୧୦ରେ ବେଆଇନ ଘୋଷିତ ସନ୍ତ୍ରାସବାଦୀ ସଂସ୍ଥା ସିମି ସହ ସାହୀଙ୍କ ସଂପର୍କ ରହିଥିଲା ।
    ଆମେରିକାରେ କାର୍ଯ୍ୟରତ ଭାରତ ବିରୋଧୀ ବାହିନୀର ଅନ୍ୟତମ ସଦସ୍ୟ ହେଲେ କଲିମ୍ ଫାରୁକି । ପାକିସ୍ଥାନର ପ୍ରଚାର ଫ୍ର୍‌ଣ୍ଟ ଭାବେ ଆମେରିକାରେ କାର୍ଯ୍ୟ କରୁଥିବା ସଂସ୍ଥା ଜଷ୍ଟିସ୍ ଫର୍ ଅଲ୍‌ର କାଲିଫଣ୍ଡିଆରେ ସେ ସଂଯୋଜକ ଭାବେ କାର୍ଯ୍ୟ କରୁଛନ୍ତି । ଜେରକ୍ସ କମ୍ପାନୀର ସୁପରଭାଇଜର ଏବଂ ଫାଇନାନ୍ସ ମ୍ୟାନେଜର ଭାବେ ସେ ୧୯୮୭ରୁ କାର୍ଯ୍ୟରତ । ସେ ଇସଲାମିକ ସୁରା ଅଫ୍ ସାଉଦର୍ଣ୍ଣ କାଲିଫର୍ଣ୍ଣିଆର ଡେଭଲପମେଣ୍ଟ ଡାଇରେକ୍ଟର ରହିଛନ୍ତି । ୨୦ ଏପ୍ରିଲ ୧୯୯୫ରୁ ଏନ୍‌ଜିଓ ଭାବେ କାର୍ଯ୍ୟରତ ଏହି ସଂସ୍ଥା ପଞ୍ଜିକୃତ ହେବା ସହ କାଲିଫର୍ଣ୍ଣିଆରେ ବର୍ଦ୍ଧିଷ୍ଣୁ ମୁସଲିମ ସଂଗଠନ ଏବଂ ମସଜିଦଗୁଡିକର ସହଯୋଗୀ ହୋଇ କାର୍ଯ୍ୟ କରିଥାଏ । ତାଙ୍କ ସ୍ତ୍ରୀ ଫାତିମା ଫାରୁକି ୨୦୦୯ରୁ ହେଲପିଙ୍ଗ ହ୍ୟାଣ୍ଡ ଫର୍ ରିଲିଫ୍ ଏଣ୍ଡ୍ ଡେଭଲପମେଣ୍ଟ (ଏଚ୍‌ଏଚ୍‌ଆର୍‌ଡି)ରେ ଲୋକ ସଂପର୍କ ପରିଚାଳିକା ଭାବେ କାର୍ଯ୍ୟରତ । ଇସଲାମିକ ସର୍କଲ ଅଫ୍ ନର୍ଥ ଆମେରିକା (ଆଇସିଏନ୍‌ଏ) ରିଲିଫ ୨୦୦୫ରୁ ଆମେରିକାରେ କାର୍ଯ୍ୟକରୁଛି । ଜାମ୍ମୁ -କାଶ୍ମିରରୁ ଭାରତ ସରକାର ଧାରା ୩୭୦ ହଟାଇବା ପରଠାରୁ ଏହି ଦୁଇ ସଂସ୍ଥା ଭାରତ ବିରୋଧୀ ମିଥ୍ୟା ପ୍ରଚାରରେ ଲାଗିପଡିଛନ୍ତି । ପାକିସ୍ଥାନର ସନ୍ତ୍ରାସବାଦୀ ସଂଗଠନ ହିଜବୁଲ ମୁଜାହିଦ୍ଦୀନକୁ ଅତୀତରେ ଅର୍ଥ ଯୋଗାଇଥିବା ସଂସ୍ଥା  ଅଲ୍ ଖିଦମତ ସହ ମିଶି ଏଚ୍‌ଏଚ୍‌ଆର୍‌ଡି ୨୧୪ଟି ପ୍ରକଳ୍ପରେ ସାମିଲ ରହିଆସିଛି ।
    ଭାରତର କାଶ୍ମୀର ଅଞ୍ଚଳରେ ଅସ୍ଥିରତା ସୃଷ୍ଟି କରିବାକୁ ଆନ୍ତର୍ଜାତିକ ସହାୟତା ଛଳରେ କେତେକ ସଂଗଠନ ସନ୍ତ୍ରାସବାଦୀଙ୍କୁ ଅର୍ଥ ଯୋଗାଇ ଆସିଛନ୍ତି । ଡିସେମ୍ବର ୨୦୧୭ରେ ଏଚ୍‌ଏଚ୍‌ଆର୍‌ଡି (ହେଲ୍‌ପିଙ୍ଗ୍ ହ୍ୟାଣ୍ଡ୍ ଅଫ୍ ରିଲିଫ୍ ଏଣ୍ଡ୍ ଡେଭଲପମେଣ୍ଟ) ପାକିସ୍ଥାନରେ ଏକ ସମ୍ମିଳନୀର ଆୟୋଜନ କରିଥିଲା । ସେହି କାର୍ଯ୍ୟକ୍ରମର ପୃଷ୍ଠପୋଷକ ଥିଲେ ଫଲହ ଇନ୍‌ସାନିୟତ୍ ଫାଉଣ୍ଡେସନ, ପାକ୍ ସନ୍ତ୍ରାସବାଦୀ ସଂଗଠନ ଲସ୍କର ଇ-ତୈବାର ଜନକଲ୍ୟାଣକାରୀ ସଂଗଠନ । ସେମିତି ପାକିସ୍ଥାନରେ ଅନ୍ୟ ଏକ ସମ୍ମିଳନୀ ଆୟୋଜିତ ହୋଇଥିଲା ଯାହାର ପୃଷ୍ଠପୋଷକ ଥିଲା ଜମାତେ ଇସଲାମୀର କଲ୍ୟାଣକାରୀ ଶାଖା ଅଲ୍ -ଖିଦମତ ।
    ଆମେରିକାର ଷଡଯନ୍ତ୍ରକାରୀ ଭାରତ ବିରୋଧୀ ଗୋଷ୍ଠୀର ଅନ୍ୟଜଣେ ବ୍ୟକ୍ତି ହେଲେ ସୁଭାନ ଅସ୍ରଫି । ସେ ଜଷ୍ଟିସ ଫର୍ ଅଲ୍‌ର ସୋସିଆଲ ମିଡିଆ ମ୍ୟାନେଜର । ୧୯୬୦ରେ ଆମେରିକାର ପ୍ରଥମ ମୁସଲିମ ବ୍ରଦରହୁଡର ସଂଗଠନ ମୁସଲିମ ଷ୍ଟୁଡେଣ୍ଟସ୍ ଆସୋସିଏସନ୍‌ର ଅସ୍ରଫି ମଧ୍ୟ ସାମାଜିକ ଗଣମାଧ୍ୟମରେ ମ୍ୟାନେଜର । ମୁସଲମାନଙ୍କ ଧ୍ୟାନ ପାଇଁ ଇସଲାମିକ କାଉନସିଲ ଅଫ୍ ନର୍ଥ ଆମେରିକାର ଆର୍ôଥକ ସହାୟତା କ୍ରମେ ସବ୍ର ଆପ୍‌ର ସେ ପ୍ରଡକ୍ଟ ମ୍ୟାନେଜର ଏବଂ ପ୍ରତିଷ୍ଠାତା ।
    ଉପରୋକ୍ତ ବର୍ଣ୍ଣିତ ବ୍ୟକ୍ତିବିଶେଷ ଏବଂ ସଂଗଠନଗୁଡିକ ଦ୍ୱାରା ଆମେରିକା ଏବଂ କାନାଡାରେ ଯୋଜନାବଦ୍ଧ ଭାବେ ଭାରତ, ଭାରତର ସରକାର, ଭାରତୀୟ ଶାସନ ବ୍ୟବସ୍ଥା, ସଂସ୍କୃତି ଓ ଧର୍ମ ଆଦିର ବିରୁଦ୍ଧରେ  ବ୍ୟାପକ ଷଡଯନ୍ତ୍ର ଚାଲୁରହିଛି । ଭାରତର ସରକାର ଏବଂ ଦେଶବାସୀ ଏହି ଷଡଯନ୍ତ୍ରକାରୀଙ୍କ ଯୋଜନା ପ୍ରତି ସତର୍କ ରହିବା ସହ ସେ ସବୁକୁ ବିଫଳ କରିବା ଲାଗି ପ୍ରତି ଆକ୍ରମଣର କାର୍ଯ୍ୟକ୍ରମ  ପ୍ରସ୍ତୁତ ହେବା ଆବଶ୍ୟକ ।

ଭାରତୀୟ ସମ୍ବାଦ ସେବା (ଭାସ୍‌)
ଭୁବନେଶ୍ୱର-୭୫୧୦୦୩
 

Author Image

Soumendra Jena

Recent Posts

The Independence:vegetarian-in-world

ବିଶ୍ୱରେ ଶାକାହାର

The Independence:Rajasthan-Shakeel-Nasir-among-3-arrested-for-beating-a-tribal-man-to-death-over-drawing-water-from-a-tube-well-booked-under-SCST-Act

ରାଜସ୍ଥାନ: ଟ୍ୟ।ପରୁ ପାଣି ନେବାରୁ ଜଣେ ଆଦିବାସୀଙ୍କୁ ପିଟି ପିଟି ହତ୍ୟା କଲେ ସକିଲ, ନାସିର

The Independence:Dhamanagar-Byeelection-Odisha-Politics

ଧାମନଗର ଉପନର୍ବାଚନର ସନ୍ଦେଶ

The Independence:Hyderabad-FIR-Registered-Against-Christian-Family-Who-Had-Abused-Hindus-For-Making-Rangoli-On-Diwali

ଦିପାବଳୀ ରଙ୍ଗୋଲି କରିବାରୁ ହିନ୍ଦୁ ପରିବାରଙ୍କୁ ଆକ୍ରମଣ କରିଥିବା ଖ୍ରୀଷ୍ଟିଆନଙ୍କ ଉପରେ ପୋଲିସରେ ମୋକଦ୍ଦମା

The Independence:Delhi-Bajrang-Dal-worker-Nitesh-dies-after-he-was-beaten-by-Ufiza-Adnan-and-Abbas-3-days-ago-police-deny-communal-angle

ଦିଲ୍ଲୀ : ବଜରଙ୍ଗ ଦଳରେ କାମ କରୁଥିବାରୁ ନିତେଶଙ୍କୁ ହତ୍ୟା କରିଲେ ୟୁଫିଜା, ଆଦନାନ ଓ ଆବାସ, ହତ୍ୟାକାରୀଙ୍କୁ ଗିରଫ କରୁନାହିଁ ପୋଲିସ

The Independence:The-News-Bangla-editor-Manab-Guha-arrested-by-Kolkata-police-after-he-covered-Mominpur-anti-Hindu-pogrom

ପଶ୍ଚିମବଙ୍ଗ: ହିନ୍ଦୁମାନଙ୍କ ଉପରେ ଆକ୍ରମଣର ଖବର ପ୍ରକାଶିତ କରିବାରୁ ସାମ୍ବାଦିକଙ୍କୁ ଗିରଫ କରିଲା ପୋଲିସ

The Independence:DMK-Doesnt-Wish-For-Deepavali-Old-Video-Of-DMK-MP-A-Raja-Derogating-Hindu-Festival-Resurfaces

ତାମିଲନାଡୁ: କାହିଁକି ଡିଏମକେ ଚାହେଁନି ଦିପାବଳୀ ପାଳନ, ସାଂସଦ ଏ ରାଜାଙ୍କର ପୁରୁଣା ଭିଡିଓ ଭାଇରାଲ

The Independence:Battle-of-Haifa-in-the-First-World-War-and-the-bravery-of-Indian-soldiers

ପ୍ରଥମ ବିଶ୍ୱଯୁଦ୍ଧର ହାଇଫା ଯୁଦ୍ଧ ଯେଉଁଥିରେ ଭାରତୀୟ ସୈନିକ ଦେଖାଇଥିଲେ ବିରତ୍ୱ

The Independence:Dhamanagar-Bye-Election

ଧାମନଗର ଉପନର୍ବାଚନର ପାଣିପାଗ

The Independence:Aam-Adami-Party-Anti-Hindu-Agenda

ଆମ ଆଦମି ପାର୍ଟିର ହିନ୍ଦୁ ବିରୋଧୀ ଏଜେଣ୍ଡା

The Independence:India-Foreign-Policy

ସମରକନ୍ଦର ସନ୍ଦେଶ

The Independence:Pollution-in-Space-Opinion

ମହାକାଶରେ ମଇଳା

The Independence:Love-jihad-in-West-Bengal-Seikh-Raja-raped-murdered-girlfriend-Rubi-Kumari

ପଶ୍ଚିମବଙ୍ଗରେ ଲଭ ଜିହାଦ ରୁବି କୁମାରୀଙ୍କୁ ବଳାତ୍କାର ପରେ ହତ୍ୟା କଲା ପ୍ରମିକ ଶେଖ ରାଜା

The Independence:Pakistan-Jindabad-Slogan-Odisha-Bhubaneswar

ରାଜଧାନୀ ଭୁବନେଶ୍ୱର ଉପକଣ୍ଠରେ ଉଠିଲା ପାକିସ୍ତାନ ଜିନ୍ଦାବାଦ ନାରା, ପୋଲିସରେ ଅଭିଯୋଗ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ, ଅଭିଯୋଗ ଉଠାଇବା ପାଇଁ ଓଲଟା ଧମକ

The Independence:Unhealthy-India

ଅସୁସ୍ଥ ଭାରତର ଭବିଷ୍ୟତ

The Independence:Hyderabad-2-burqa-clad-women-held-for-vandalizing-Goddess-Durga-idol-in-Durga-Puja-Pandal

ହାଇଦ୍ରାବାଦ ବୁର୍ଖା ପିନ୍ଧା ମହିଳାଙ୍କ ଘୃଣ୍ୟ କାମ, ମେରି ଖ୍ରୀଷ୍ଟଙ୍କ ମୃତି ଭାଙ୍ଗିଲା ପରେ ଦୁର୍ଗାଙ୍କ ମୃତି ଭାଙ୍ଗିବା ପାଇଁ ଆସି ଧରାପଡିଲେ

The Independence:Assam-Anjali-Biswas-was-brutally-stabbed-by-Rafiq-Ali-for-refusing-marriage-proposal

ଆସାମ: ବିବାହ କରିବା ପାଇଁ ମନା କରିଦେବାରୁ ଅଂଜଳି ବିଶ୍ୱାସଙ୍କୁ ଛୁରି ମାରିଲା ରଫିକ ଅଲ୍ଲି

The Independence:Rise-of-Nationalism-in-Europe-Stop-Islamisation

ଦୋ’ଛକିରେ ୟୁରୋପ

The Independence:Nexus-and-Minority-appeasement-Waqf-and-Congress

କଂଗ୍ରେସ ଓ ଓାକଫ ବୋର୍ଡର ନାପାକ ଯୁଗଳ ବନ୍ଦୀ

The Independence:National-Logistics-Policy-of-India-Shaping-Logistics-of-Future

ରାଷ୍ଟ୍ରୀୟ ବସ୍ତୁ ପରିବହନ ନୀତି

The Independence:Justice-For-Aditya-15-year-old-Aditya-Tiwari-stabbed-to-death-Taif-Khan-absconding-Bihar-News

ଯେଉଁ ଖବରରେ ଲିବେରାଲ ଲୁହ ବୁହାନ୍ତି ନାହିଁ କି ଗଣମାଧ୍ୟମ ଦେଖାଏ ନାହିଁ, ୧୫ ବର୍ଷର ଆଦିତ୍ୟ ତିଓାରିକୁ ଛୁରି ମାରି ହତ୍ୟା, ହତ୍ୟାକାରୀ ତୈଫ ଖାନ ଫେରାର

The Independence:British-Hindus-protest-The-Guardians-fake-news-against-India--Hindus

ଦି ଗାର୍ଜିଆନର ହିନ୍ଦୁ ବିରୋଧୀ ନୀତି ବିରୋଧରେ ଲଣ୍ଡନରେ ବିକ୍ଷୋଭ

The Independence:Navratri-Dharmic-festival-not-a-cultural-one-so-if-idol-worship-for-you-is-a-sin-maybe-dont-insist-in-coming-for-garba

ନବରାତ୍ରୀ ଏକ ଧାର୍ମୀକ ଉସ୍ତ୍ରବ, ଯେଉଁମାନେ କେବଳ ଗରବାକୁ ନାଚିବା, ମୌଜ, ମସ୍ତି ପାଇଁ ଯାଉଛନ୍ତି, ଦେବୀଙ୍କୁ ପୂଜା କରୁନାହାନ୍ତି କି ପ୍ରସାଦ ଖାଉନାହାନ୍ତି ସେମାନେ ନଗଲେ ଭଲ

The Independence:Unveiled-and-rising-up-How-protests-in-Iran-cut-to-the-heart-of-national-identity

ହିଜାବର ହୋଲି

The Independence:Operation-Octopus-NIA-Raids-Banned-PFI

ଅପରେସନ ଅକ୍ଟୋପସ