ଦିପାବଳୀ ପାଳନ ପାଇଁ ଆଉ ମାତ୍ର ୨ ଦିନ ବାକି ଥିବା ବେଳେ ଡିଏମକେର ସାଂସଦ ଏ ରାଜାଙ୍କର ୨୦୧୯ର ଏକ ପୁରୁଣା ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ସେହି ଭିଡିଓରେ ଏ ରାଜା ହିନ୍ଦୁ ଭଗବାନ ବରାହ ଅବତାର ଓ ଭୂମି ଦେବିଙ୍କ ପ୍ରତି ଅପମାନ ସୂଚକ ଶବ୍ଦ ଥିବା ବେଳେ ଖ୍ରୀଷ୍ଟିଆନଙ୍କ ଭଗବାନ ବୈଜ୍ଞାନିକ ତଥ୍ୟ ପ୍ରମାଣ ଆଧାରିତ ବୋଲି କହୁଥିବାର ଶୁଣା ଯାଉଛି ।
ସେହି କହିଥିଲେ ଯେ ଖ୍ରୀଷ୍ଟିଆନମାନେ ନିଜର ଭୁଲ ବୁଝିପାରନ୍ତି । ୧୬୦୦ ମସିହାରେ ଇଟାଲିଆନ ଦାର୍ଶନିକ ବୁର୍ନୋ କହିଥିଲେ ଯେ ପୃଥିବି ହେଉଛି ଗୋଲାକାର ଯାହାକୁ ଖ୍ରୀଷ୍ଟିଆନମାନେ ମାନିନଥିଲେ । ସେମାନେ ତାଙ୍କର ହତ୍ୟା କରିଥିଲେ । ହେଲେ ଏହାର ଚାରି ଶହ ବର୍ଷ ପରେ ଖ୍ରୀଷ୍ଟିଆନମାନେ ସେହି ବୁର୍ନୋଙ୍କର ପ୍ରତିମ ସ୍ଥାପନା କରିଥିଲେ । ଏହା ଭଲ କଥା ଯେ ନିଜର ଭୁଲକୁ ବୁଝିପାରିବା ।
ହେଲେ ହିନ୍ଦୁମାନେ ଏବେବି ନିଜର ଭୁଲ ବୁଝନ୍ତି ନାହିଁ । ସେମାନେ ଘୁଷୁରିକୁ ବି ପୁଜା କରନ୍ତି ଓ ଘୁଷୁରି କୁଆଡେ ପୃଥିବୀକୁ ନିଜ ମୁହଁରେ ଧରିଥିଲା ବୋଲି ବିଶ୍ୱାସ କରନ୍ତି । ସେହି ଭୂମି ଦେବୀର ଉପଖ୍ୟାନ ମଧ୍ୟ ହାସ୍ୟାସ୍ପଦ ବୋଲି ଏ ରାଜା କହିଥିଲେ । ସେ କହିଛନ୍ତି ପୃଥୀବିକୁ ଯଦି ଭୂମି ଦେବି ଖେଳୁଥିବା କଥା କେତେ ସତ?
ସେ କହିଛନ୍ତି ଖ୍ରୀଷ୍ଟିଆନ ଓ ମୁସଲିମମାନଙ୍କ ପର୍ବ ପଛରେ ବୈଜ୍ଞାନିକ କାରଣ ଅଛି । କିନ୍ତୁ ଦିପାବଳୀ ପାଳନ ଅଯଥା ଓ ଏହା ଅନାବଶ୍ୟକ ।