The Independence:Dawood-Ibrahim-Return-Mumbai-Gangster

ସୌମେନ୍ଦ୍ର ଜେନା

ତିନିଦଶନ୍ଧି ପରେ ମୁମ୍ବାଇ ସମେତ ଅନେକ ରାଜ୍ୟକୁ ଇସଲାମିକ ଗୋଷ୍ଠୀଙ୍କ ମାଧ୍ୟମରେ ପାକ୍‌ରେ ରହୁଥିବା ଅଣ୍ଡରୱାର୍ଲଡ ଡନ ଦାଉଦ ଇବ୍ରାହିମ୍ ଶେଖର ଦାଦାଗିରି ଫେରିବା ଦୃଷ୍ଟିକୁ ଆସିଛି । ମହାରାଷ୍ଟ୍ରରେ ଦାଉଦର ପରିବାର ରହୁଥିବା ହେତୁ ସେମାନଙ୍କର ସଂପତ୍ତି ରହିଛି । ସହଯୋଗୀ ଏବଂ ସଂପର୍କୀୟମାନେ ଶିବସେନା-ଏନ୍‌ସିପି ସରକାର ସମୟରେ ସୁବିଧାଜନକ ସ୍ଥିତିରେ ରହି କାର‌୍ୟ୍ୟ କରୁଥିଲେ । କିନ୍ତୁ ବିଜେପି ସମରô୍ଥତ ସରକାର ରାଜ୍ୟରେ ଆସିବାପରେ ଏବେ ସେଠାରେ ସମୀକରଣ ବଦଳିବାରେ ଲାଗିଛି । ପୁନର୍ବାର ଅଶାନ୍ତି, ଅସ୍ଥିରତା, ଅସୁରକ୍ଷାର ବାତାବରଣ ସୃଷ୍ଟି କରିବାକୁ ଉଦ୍ୟମ ଜାରିରହିଛି । ଗଣେଶୋତ୍ସବ ସମୟରେ ମୁମ୍ବାଇ ପୁଲିସକୁ ପାକିସ୍ଥାନରୁ ଏକ ଧମକ ବାର୍ତ୍ତା ଆସିଥିଲା, ଯେଉଁଥିରେ କୁହାଯାଇଥିଲା ଯେ ଆମେ ଖୁବ୍ ଶୀଘ୍ର ଆସୁଛୁ । ମୁମ୍ବାଇରେ ପୂର୍ବାପେକ୍ଷା ବଡ ଆକ୍ରମଣ କରିବୁ । ଉତ୍ତର ପ୍ରଦେଶର ଆଣ୍ଟି ଟେରରିଷ୍ଟ ସ୍କ୍ୱାଡ ନାମରେ ଏହି ବାର୍ତ୍ତା ପଠାଯାଇଥିଲେ ହେଁ ଏହାର ଉତ୍ସ ପାକିସ୍ଥାନ ଦେଖାଇବ ବୋଲି ବାର୍ତ୍ତା ପ୍ରେରଣକାରୀ ଉଲ୍ଲେଖ କରିଥିଲା । ଏହି ଖବର ପାଇବା ପରେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଆକସ୍ମିକ ମୁମ୍ବାଇରେ ପହଞô୍ଚ ଅଧରାତିରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କୁ ସାକ୍ଷାତ କଲେ । ମହାରାଷ୍ଟ୍ର ପୁଲିସ ଅଧିକାରୀ ଏବଂ ପ୍ରଶାସନିକ କଳର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ସାମୁଦ୍ରିକ ପଥରେ ଅଧିକ ନଜର ରଖିବାସହ ଆଲର୍ଟ ଜାରି କରିବାକୁ ଅଧିକାରୀମାନଙ୍କ ସହ ଡୋଭାଲ କଥା ହୋଇଥିଲେ ।

ଭାରତରେ ଆଗାମୀ ଦିନରେ ରାଜ୍ୟ ବିଧାନସଭା ଏବଂ ଲୋକସଭା ନିର୍ବାଚନ ସମୟ ପାଖେଇ ଆସୁଥିବାରୁ ବିଦେଶୀ ଇସଲାମିକ ଗୋଷ୍ଠୀ, ମାଲେସିଆରୁ ନିୟନ୍ତ୍ରଣ କରୁଥିବା ଜାକିର ନାଇକର ଗୋଷ୍ଠୀ, ବିଦେଶରେ ଥିବା ଦାଉଦର ଚୋରା କାରବାରକାରୀ ଗୋଷ୍ଠୀ, କେନ୍ଦ୍ର ସରକାରଙ୍କ ବିରୋଧରେ କାର‌୍ୟ୍ୟରତ ଆନ୍ତର୍ଜାତିକ ଏନ୍‌ଜିଓ ଦଲାଲ, ଭାରତକୁ ଈର୍ଷା କରୁଥିବା କଥାକଥିତ ବିଦେଶୀ ଧନପତି ଗୋଷ୍ଠୀଗୁଡିକ ଭାରତର ବିରୋଧୀ ସାମାଜିକ ଓ ରାଜନୈତିକ ଗୋଷ୍ଠୀ ସହ ସାମିଲ ହୋଇ ଭୟ ସୃଷ୍ଟି କରିବା ଲକ୍ଷ୍ୟରେ ରହିଛନ୍ତି । କେନ୍ଦ୍ର ସରକାରଙ୍କ ସୁରକ୍ଷାକୁ କେନ୍ଦ୍ରକରି କଠୋର ନୀତି ଯୋଗୁ ବିଗତ ଦିନମାନଙ୍କରେ ପଞ୍ଜାବ, ଉତ୍ତର ପ୍ରଦେଶ, ଦିଲ୍ଲୀ, ବିହାର, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ରାଜସ୍ଥାନ, ଆସାମ, ଉତ୍ତରାଖଣ୍ଡ, ଝାଡଖଣ୍ଡ, ମହାରାଷ୍ଟ୍ର, କର୍ଣ୍ଣାଟକ, ତେଲେଙ୍ଗାନା ଆଦି ରାଜ୍ୟମାନଙ୍କରୁ ସନ୍ତ୍ରାସବାଦୀଙ୍କ ସ୍ଲିପର ସେଲ ବିଷୟରେ ସୂଚନା ମିଳିଛି ।

ଅଲଗା ଅଲଗା କାର‌୍ୟ୍ୟରତ ଏହିସବୁ ଶକ୍ତିଙ୍କ ମଧ୍ୟରୁ ଆସାମରେ ସକ୍ରୀୟଥିବା ସନ୍ତ୍ରାସବାଦୀଙ୍କ ସହ ସଂପର୍କ ରଖିଥିବା ମଦ୍ରସାଗୁଡିକୁ ସ୍ଥାନୀୟ ସରକାର ଭାଙ୍ଗିଦେବାର ଆଦେଶ ଦେଲାପରେ ତାହା କାର‌୍ୟ୍ୟକାରୀ ହୋଇଛି । ବିହାର ଏବଂ ଉତ୍ତର ପ୍ରଦେଶରେ ସକ୍ରୀୟ ସନ୍ତ୍ରାସବାଦୀ ସଂଗଠନ ସହ ସଂପର୍କ ରଖିଥିବା ଗୋଷ୍ଠୀଗୁଡିକର ଲୋକଙ୍କୁ ଗିରଫ କରାଯାଇଛି । ଜେଇଏମ୍ ବଙ୍ଗଳାଦେଶର ସ୍ଲିପର ସେଲ ଲୋକଙ୍କୁ ବିହାର, ମଧ୍ୟପ୍ରଦେଶ ଏବଂ ପଶ୍ଚିମବଙ୍ଗରୁ ଗିରଫ କରାଯାଇଛି । ସୀମାବର୍ତ୍ତୀ ଅଞ୍ଚଳରେ ଦିନକୁ ଦିନ ଅଧିକ ସଂଖ୍ୟାରେ ମଦ୍ରାସା ଏବଂ ମସଜିଦ୍‌ଗୁଡିକ ଗଢି ଉଠୁଥିବାରୁ ସେସବୁ ବିଦେଶୀ ଅନୁପ୍ରବେଶକାରୀ ଏବଂ ସନ୍ତ୍ରାସବାଦୀଙ୍କ ପାଇଁ ସୁରକ୍ଷିତ ଆଶ୍ରୟସ୍ଥଳୀ ପାଲଟିଛିା ରାଜ୍ୟସରକାରମାନଙ୍କୁ ଏବାବଦରେ ନିଜ ରାଜ୍ୟର ଆନ୍ତର୍ଜାତିକ ସୀମାରେ ନିଶା କାରବାର, ଗୋ-ଚାଲାଣ, ଅସ୍ତ୍ରଶସ୍ତ୍ର କାରବାର ଉପରେ ଦୃଷ୍ଟି ରଖିବାକୁ କୁହାଯାଇଛି । କାରଣ ପାକ୍‌ର ଆଇଏସ୍‌ଆଇ ଏବେ ଭାରତର ବିକାଶକୁ ବାଧାପ୍ରାପ୍ତ କରିବା ପାଇଁ ଦାଉଦ ଗୋଷ୍ଠୀ ସହ ଲାଗିପଡିଛି । ଗୁଜରାଟ ସମୁଦ୍ର ସୀମାରେ ପାକ୍ ବୋଟରୁ ବାରମ୍ବାର ନିଶାଦ୍ରବ୍ୟ ଜବତ ହେବା, ମହାରାଷ୍ଟ୍ର ଜଳସୀମାରେ ବନ୍ଧୁକ ସହ ବୋଟ ମିଳିବା, ବିଗତ ଦିନରେ ଅଯଥା ଧାର୍ମିକ ବିବାଦର ପ୍ରସଙ୍ଗକୁ ଉଠାଇ ମୁସଲିମଙ୍କୁ ଦଙ୍ଗାଗୋଳ ପାଇଁ ଉସକାଇଲାପରି ଘଟଣାମାନ ଦେଖିବାକୁ ମିଳିଛି । ପାଲେଷ୍ଟାଇନର ଅଲ୍‌-ଅସ୍‌କା ମସଜିଦ ପରି ଶୁ୍‌କ୍ରବାରିଆ ନମାଜ ପରେ ହିଂସାକାଣ୍ଡ, ଦଙ୍ଗାଗୋଳ ହେବା ଘଟଣା ଦୃଷ୍ଟିକୁ ଆସିଛି । ଏଥିପାଇଁ କେନ୍ଦ୍ର ଗୃହବିଭାଗ ଅଧିକ ସତର୍କତାର ସହ କାର‌୍ୟ୍ୟ କରୁଛି । କାରଣ ଭିନ୍ନ ଭିନ୍ନ ରାଜ୍ୟରେ ଥିବା ବିରୋଧୀ ପକ୍ଷର ସରକାର ସେହିସବୁ ଦେଶ ବିରୋଧୀ ଗୋଷ୍ଠୀଙ୍କୁ ତତ୍‌କାଳୀନ ଲାଭ ପାଇଁ ପ୍ରୋତ୍ସାହିତ କରିପାରନ୍ତି । ବିଗତ ଦିନରେ ଦିଲ୍ଲୀରେ ଘଟିଥିବା ଦଙ୍ଗାରେ ଶାସକଦଳର ଲୋକଙ୍କ ସଂପୃକ୍ତିରୁ ଏହା ପ୍ରମାଣିତ ହୋଇଛି ।

ଏବେ ଦାଉଦର ବ୍ୟବସାୟକୁ ଭାରତରେ ଇକ୍‌ବାଲ କାସକର ଦେଖୁଛି । ଦାଉଦର ଡାହାଣ ହାତ କୁହାଯାଉଥିବା ଛୋଟା ସକିଲ ସହ ମିଶି ସେ କାମ କରୁଥିଲା । ଥାଣେର ବିଲଡର ସୁରେଶ ଦେବୀଚନ୍ଦ ମେହେଟାଙ୍କୁ ତିନିକୋଟି ଟଙ୍କା ଦାଦାବଟି ମାଗିବା ଅଭିଯୋଗରେ ସେ ଜେଲରେ ରହିଛି । ଦାଉଦ ଗୋଷ୍ଠୀ ଉତ୍ତର ଭାରତର ଅନେକ ରାଜ୍ୟରେ ସନ୍ତ୍ରାସପାଇଁ ସ୍ଲିପର ସେଲ ତିଆରି କରିବାକୁ ପାକ୍ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ନିର୍ଦ୍ଦେଶରେ ଅର୍ଥ ଦେଉଛି ବୋଲି ଜାତୀୟ ଅନୁସନ୍ଧାନକାରୀ ସଂସ୍ଥା (ଏନ୍‌ଆଇଏ)ର ଅଧିକାରୀଙ୍କ ସୂତ୍ରରୁ ଜଣାପଡିଛି । ବିଗତ ୨୦ମାସ ଭିତରେ ଦାଉଦର ୨୪ଜଣ ସହଯୋଗୀ ଗିରଫ ହୋଇଛନ୍ତି । ସବୁଠୁ ଅଧିକ ଚଳିତ ବର୍ଷ ୨୦୨୨ର ଅଗଷ୍ଟ ମାସ ମଧ୍ୟରେ ୯ଜଣ ଗିରଫ ହେଲେଣି । ବିଗତ ଦିନରେ ୨୦୨୦ରେ ୭, ୨୦୧୯ରେ ୯, ୨୦୧୮ରେ ୮, ୨୦୧୭ରେ ୬, ୨୦୧୬ରେ ୫, ୨୦୧୫ରେ ୪, ୨୦୧୪ରେ ୨ଜଣ ଦାଉଦ ସହଯୋଗୀଙ୍କୁ ଗିରଫ କରାଯାଇଛି ।  ଦାଉଦ ଗୋଷ୍ଠୀ ଭାରତରୁ ଅର୍ଥ ସଂଗ୍ରହ କରି ପାକ୍‌ର ସନ୍ତ୍ରାସବାଦୀ ଗୋଷ୍ଠୀଙ୍କୁ ଅର୍ଥ ପ୍ରଦାନ କରୁଛନ୍ତି । ଏହା ବଦଳରେ ଆଇଏସ୍‌ଆଇ ଦାଉଦକୁ ପାକ୍‌ରେ ସୁରକ୍ଷା ପ୍ରଦାନ କରୁଛି । ଏହି ଗୋଷ୍ଠୀ ଜୁଆଖେଳ, ଦାଦାବଟି, ନିଶାକାରବାର, ବିଲଡରଙ୍କୁ ଧମକ ଦେଇ ଅର୍ଥ ସଂଗ୍ରହ କରିଥାନ୍ତି । ଦାଉଦର ସବୁ କାମ ଏବେ ଭାଇ ଅନିସ ହିଁ ବୁଝୁଥିବା ଜଣାପଡିଛି ।  ନିକଟରେ ଉତ୍ତର ପ୍ରଦେଶ ଏଟିଏସ୍‌, ଦିଲ୍ଲୀ ପୁଲିସ, ଏନ୍‌ଆଇଏ ଏବଂ ଇଡି ହାତରେ ଧରାପଡିଥିବା ଲୋକଙ୍କ ସଂପର୍କ ଦାଉଦ ଇବ୍ରାହିମର ଭାଇ ଅନିସ ଇବ୍ରାହିମ, ଛୋଟା ସକିଲ ଏବଂ ଟାଇଗର ମେମନ  ସହ ରହିଥିବା ଜଣାପଡିଛି । ଦାଉଦର ଭାଇ ଅନିସର ସଂପର୍କୀୟ ସଲିମ ଫ୍ରୁଟ ଭାରତରେ ଦାଉଦ ଏବଂ ଛୋଟା ସକିଲ ନାମରେ ମୁମ୍ବାଇର ଅନେକ ବିଲଡରଙ୍କଠାରୁ ଦାଦାବଟି ସଂଗ୍ରହ କରିଥିବା ଖବର ମିଳିଛି ।

ନିକଟରେ ଏନ୍‌ଆଇଏ ପକ୍ଷରୁ ଦାଉଦର ପୁରୁଣା ସହ ନୂଆ ଫଟୋ ପ୍ରକାଶ କରି ୨୫ଲକ୍ଷ ପୁରସ୍କାର ଘୋଷଣା କରାଯାଇଛି । ଏହାଛଡା ଛୋଟା ସକିଲ (୨୦ଲକ୍ଷ), ଅନିସ ଇବ୍ରାହିମ (୧୫ଲକ୍ଷ), ଜାଭେଦ ଚିକନା (୧୫ଲକ୍ଷ), ଟାଇଗର ମେମନ (୧୫ଲକ୍ଷ)  ସଂପର୍କରେ ଅଧିକ ସୂଚନା ଦେବା ପାଇଁ ପୁରୁଣା ସହ ନୂଆ ଫଟୋ ପ୍ରକାଶ ପାଇଛି ।  ବିବାଦୀୟ ସଂପତ୍ତିକୁ ନିଜ ଅକ୍ତିଆରକୁ ନେଇ ଏହି ଗୋଷ୍ଠୀ କବ୍‌ଜା କରିବାରେ ଲାଗିଛନ୍ତି । ମୁମ୍ବାଇରୁ ଗିରଫ ହୋଇଥିବା ସଲିମ ଫ୍ରୁଟ ନିକଟରୁ ୧୦ହଜାର ପୃଷ୍ଠାର ଜମିଜମା ଦଲିଲ ଜବତ କରାଯାଇଛି । ଦାଉଦ ଗୋଷ୍ଠୀ ଏମ୍‌ଡିଏମ୍‌ଏ, ଏଲ୍‌ଏସ୍‌ଡି, କେଟାମାଇନ ଡ୍ରଗ୍ସର ଚୋରା ଚାଲାଣ କରୁଛନ୍ତି । ଗତ ଦୁଇବର୍ଷରେ ରାଷ୍ଟ୍ରୀୟ ନିଶା ନିୟନ୍ତ୍ରଣ ବ୍ୟୁରୋ (ଏନ୍‌ସିବି) ଲୋକେ ମୁମ୍ବାଇ ନିକଟବର୍ତ୍ତୀ ଅଞ୍ଚଳରୁ ପ୍ରାୟ ୨୦୦୦କୋଟି ମୂଲ୍ୟର ନିଶାଦ୍ରବ୍ୟ ଜବତ କରିସାରିଛନ୍ତି । ଗତ ମାସ ୪ ଅଗଷ୍ଟରେ ଜୁବେର ବୈଦ ମେମନ, ୪ ଫେବୃଆରୀରେ ଅବୁବକର ଗଫୁର ଶେଖକୁ ନିଶା କାରବାର ଅଭିଯୋଗରେ ଗିରଫ କରାଯାଇଛି । ଗତବର୍ଷ ତିନିଜଣଙ୍କୁ ମଧ୍ୟ  ଗିରଫ କରାଯାଇଥିଲା । ଗତବର୍ଷ ୧୪ ସେପ୍ଟେମ୍ବର ୨୦୨୧ରେ ଦିଲ୍ଲୀ ପୁଲିସର ସ୍ପେସାଲ ସେଲ ମହମ୍ମଦ ଶେଖ ଓରଫ ସମୀର, ଓସାମା, ମୂଲଚନ୍ଦ, ଜିଶାନ କମର, ମହମ୍ମଦ ଅବୁବକରକୁ ଗିରଫ କରିଥିଲା । ଏମାନେ ସବୁ ଦଶହରା ଏବଂ ନବରାତ୍ରୀରେ ଧମାକା କରିବା ଯୋଜନାରେ ଥିଲେ । ସେମାନଙ୍କ ମାଷ୍ଟରମାଇଣ୍ଡ ଥିଲା ଓସାମାର ପିତା ଅସୈଦୁର ରହମନ । ଏହାପରେ ୧୮ ସେପ୍ଟେମ୍ବର ୨୦୨୧ରେ ପ୍ରୟାଗରାଜଠାରୁ ଓସାମାର ଦାଦା ହମୈଦୁର ରହମାନକୁ ଉତ୍ତର ପ୍ରଦେଶର ଏଟିଏସ୍ ପୁଲିସ ଗିରଫ କରିଥିଲା । ତାର ବୟାନ ଅନୁସାରେ  ଉସୈଦୁର ରହମାନ କଥାନୁସାରେ ସେ କେତେକ ଯୁବକଙ୍କୁ ଟ୍ରେନିଂ ପାଇଁ ପାକିସ୍ଥାନକୁ ପଠାଇଥିଲା । ସେମାନଙ୍କୁ ପାକ୍‌ର ଗ୍ୱାଦର ବନ୍ଦରର ଏକ ଫାର୍ମ ହାଉସରେ ରଖାଯାଇଥିଲା ଏବଂ ଆଇଏସ୍‌ଆଇର ଜଣେ କର୍ଣ୍ଣେଲସ୍ତରୀୟ ଅଧିକାରୀ ସେଠାରେ ପ୍ରଶିକ୍ଷଣ ଦେଇଥିଲେ ।

ପାକିସ୍ଥାନର ତିନୋଟି ସ୍ଥାନରେ ଏବେ ଦାଉଦର ଘର ରହିଛି । (୧) ମୋଇନ ପ୍ୟାଲେସ, ଦ୍ୱିତୀୟ ମହଲା, ଅବଦୁଲ୍ଲା ଶାହ ଗାଜି ଦରଗାହ ସମ୍ମୁଖ, କ୍ଲିଫଟନ୍‌, କରାଚି, (୨) ୬/ଏ ଖ୍ୱାବନ ତନଜିମ୍ ଫେଜ-୫, ଡିଫେନ୍ସ ହାଉସିଂ ଏରିଆ, କରାଚି, (୩) ମରଗଲ୍ଲା ରୋଡ, ପି-୬/୨, ଷ୍ଟ୍ରୀଟ ନମ୍ବର ୨୨, ହାଉସ ନମ୍ବର -୨୯, ଇସଲାମାବାଦ । ଦାଉଦର ପରିବାର ମଧ୍ୟରୁ ଅନିସ ଇବ୍ରାହିମ (କରାଚି), ହୁମାୟୁନ (କରାଚି), ଇକବାଲ କାସକର (ମୁମ୍ବାଇ), ନୁରୁ(ସାଉଦି ଆରବ କରାଚି), ମୁସ୍ତକିନ (ସାଉଦିଆରବ -କରାଚି), ଭଉଣୀ ୰ହସିନା ପାର୍କର, ଜୈମୁନ (ଦୁବାଇ), ମମତାଜ (ସାଉଦି ଆରବ) ଅଛନ୍ତି । ଦାଉଦର ତିନୋଟି ଦୁବାଇ, ୪ଟି ପାକିସ୍ଥାନୀ ଏବଂ ଗୋଟିଏ ଡୋମିନିକାର ପାସ୍‌ପୋର୍ଟ ରହିଛି ।

ଟଙ୍କା ଜାଲିଆତି ମାମଲାର ଯାଞ୍ଚ କରୁଥିବା ଇଡିର ସାକ୍ଷୀ ଖାଲିସ ଉସ୍‌ମାନ ଶେଖ ୨୪ ମଇ ୨୦୨୨ରେ ପ୍ରକାଶ କରିଥିଲା ଯେ ଦାଉଦ  ନିଜର ଭାଇ ଭଉଣୀ ଏବଂ  ସଂପର୍କୀୟମାନଙ୍କୁ ୧୦-୧୦ ଲକ୍ଷ ଟଙ୍କା ପ୍ରତିମାସ ପଠାଉଛି । ୧୭ ଏପ୍ରିଲ ୨୦୨୨ରେ ଇଡି ପକ୍ଷରୁ ଦାଉଦର ଭାଇ କାସକର ବିରୁଦ୍ଧରେ ଯେଉଁ ଚାର୍ଜସିଟ୍ ଦାଖଲ ହୋଇଥିଲା ସେଥିରେ ମୁମ୍ବାଇର ବିଲଡର ଏବଂ ସେଲିବ୍ରିଟିଙ୍କ ଠାରୁ ବଟି ଆଦାୟ କରୁଥିବା ଉଲ୍ଲେଖ ଥିଲା । ୨୦୦୩ରେ କାସକରକୁ ପ୍ରତ୍ୟର୍ପଣ ପରେ ଭାରତକୁ ଅଣାଯାଇଥିଲା । ୧୫ ଫେବୃଆରୀ ୨୦୨୨ଦିନ ଦାଉଦର ଭଉଣୀ ଏବଂ ନିକଟ ସଂପର୍କୀୟମାନଙ୍କ ୧୦ଟି ସ୍ଥାନରେ ଇଡି ପକ୍ଷରୁ ଚଢାଉ ହୋଇଥିଲା । ସଲିମ କୁରୈସୀ ଓରଫ୍ ସଲିମ ଫ୍ରୁଟକୁ ଏନ୍‌ଆଇଏ ଗିରଫ କରିଥିଲା ।  ପାକିସ୍ଥାନରେ ଅନିସ ଇବ୍ରାହିମ ଘରେ ଦୁଇଦିନ ପାଇଁ ସେ ରହିଥିବା କଥା ସ୍ୱୀକାର କରିଥିଲା । ୪ ଫେବୃଆରୀ ୨୦୨୨ରେ ଅବୁବକର ଅବଦୁଲ ଗଫୁର ଶେଖକୁ ମୁମ୍ବାଇ ବିସ୍ଫୋରଣର ୨୯ ବର୍ଷ ପରେ ଗିରଫ କରାଯାଇଥିଲା । ପିଓକେରେ ସେ ଟ୍ରେନିଂ ପାଇଥିବା କଥା ସ୍ୱୀକାର କରିଥିଲା । ଦାଉଦ ଇବ୍ରାହିମର ଦୁବାଇସ୍ଥିତ ଘରେ ସେ ରହିଥିବା ବିଷୟ ମାନିିଥିଲା ।

ଭାରତୀୟ ସମ୍ବାଦ ସେବା (ଭାସ୍‌)

ଭୁବନେଶ୍ୱର-୭୫୧୦୦୩

Author Image

Soumendra Jena

Recent Posts

The Independence:vegetarian-in-world

ବିଶ୍ୱରେ ଶାକାହାର

The Independence:Rajasthan-Shakeel-Nasir-among-3-arrested-for-beating-a-tribal-man-to-death-over-drawing-water-from-a-tube-well-booked-under-SCST-Act

ରାଜସ୍ଥାନ: ଟ୍ୟ।ପରୁ ପାଣି ନେବାରୁ ଜଣେ ଆଦିବାସୀଙ୍କୁ ପିଟି ପିଟି ହତ୍ୟା କଲେ ସକିଲ, ନାସିର

The Independence:Dhamanagar-Byeelection-Odisha-Politics

ଧାମନଗର ଉପନର୍ବାଚନର ସନ୍ଦେଶ

The Independence:Hyderabad-FIR-Registered-Against-Christian-Family-Who-Had-Abused-Hindus-For-Making-Rangoli-On-Diwali

ଦିପାବଳୀ ରଙ୍ଗୋଲି କରିବାରୁ ହିନ୍ଦୁ ପରିବାରଙ୍କୁ ଆକ୍ରମଣ କରିଥିବା ଖ୍ରୀଷ୍ଟିଆନଙ୍କ ଉପରେ ପୋଲିସରେ ମୋକଦ୍ଦମା

The Independence:Delhi-Bajrang-Dal-worker-Nitesh-dies-after-he-was-beaten-by-Ufiza-Adnan-and-Abbas-3-days-ago-police-deny-communal-angle

ଦିଲ୍ଲୀ : ବଜରଙ୍ଗ ଦଳରେ କାମ କରୁଥିବାରୁ ନିତେଶଙ୍କୁ ହତ୍ୟା କରିଲେ ୟୁଫିଜା, ଆଦନାନ ଓ ଆବାସ, ହତ୍ୟାକାରୀଙ୍କୁ ଗିରଫ କରୁନାହିଁ ପୋଲିସ

The Independence:The-News-Bangla-editor-Manab-Guha-arrested-by-Kolkata-police-after-he-covered-Mominpur-anti-Hindu-pogrom

ପଶ୍ଚିମବଙ୍ଗ: ହିନ୍ଦୁମାନଙ୍କ ଉପରେ ଆକ୍ରମଣର ଖବର ପ୍ରକାଶିତ କରିବାରୁ ସାମ୍ବାଦିକଙ୍କୁ ଗିରଫ କରିଲା ପୋଲିସ

The Independence:DMK-Doesnt-Wish-For-Deepavali-Old-Video-Of-DMK-MP-A-Raja-Derogating-Hindu-Festival-Resurfaces

ତାମିଲନାଡୁ: କାହିଁକି ଡିଏମକେ ଚାହେଁନି ଦିପାବଳୀ ପାଳନ, ସାଂସଦ ଏ ରାଜାଙ୍କର ପୁରୁଣା ଭିଡିଓ ଭାଇରାଲ

The Independence:Battle-of-Haifa-in-the-First-World-War-and-the-bravery-of-Indian-soldiers

ପ୍ରଥମ ବିଶ୍ୱଯୁଦ୍ଧର ହାଇଫା ଯୁଦ୍ଧ ଯେଉଁଥିରେ ଭାରତୀୟ ସୈନିକ ଦେଖାଇଥିଲେ ବିରତ୍ୱ

The Independence:Dhamanagar-Bye-Election

ଧାମନଗର ଉପନର୍ବାଚନର ପାଣିପାଗ

The Independence:Aam-Adami-Party-Anti-Hindu-Agenda

ଆମ ଆଦମି ପାର୍ଟିର ହିନ୍ଦୁ ବିରୋଧୀ ଏଜେଣ୍ଡା

The Independence:India-Foreign-Policy

ସମରକନ୍ଦର ସନ୍ଦେଶ

The Independence:Pollution-in-Space-Opinion

ମହାକାଶରେ ମଇଳା

The Independence:Love-jihad-in-West-Bengal-Seikh-Raja-raped-murdered-girlfriend-Rubi-Kumari

ପଶ୍ଚିମବଙ୍ଗରେ ଲଭ ଜିହାଦ ରୁବି କୁମାରୀଙ୍କୁ ବଳାତ୍କାର ପରେ ହତ୍ୟା କଲା ପ୍ରମିକ ଶେଖ ରାଜା

The Independence:Pakistan-Jindabad-Slogan-Odisha-Bhubaneswar

ରାଜଧାନୀ ଭୁବନେଶ୍ୱର ଉପକଣ୍ଠରେ ଉଠିଲା ପାକିସ୍ତାନ ଜିନ୍ଦାବାଦ ନାରା, ପୋଲିସରେ ଅଭିଯୋଗ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ, ଅଭିଯୋଗ ଉଠାଇବା ପାଇଁ ଓଲଟା ଧମକ

The Independence:Unhealthy-India

ଅସୁସ୍ଥ ଭାରତର ଭବିଷ୍ୟତ

The Independence:Hyderabad-2-burqa-clad-women-held-for-vandalizing-Goddess-Durga-idol-in-Durga-Puja-Pandal

ହାଇଦ୍ରାବାଦ ବୁର୍ଖା ପିନ୍ଧା ମହିଳାଙ୍କ ଘୃଣ୍ୟ କାମ, ମେରି ଖ୍ରୀଷ୍ଟଙ୍କ ମୃତି ଭାଙ୍ଗିଲା ପରେ ଦୁର୍ଗାଙ୍କ ମୃତି ଭାଙ୍ଗିବା ପାଇଁ ଆସି ଧରାପଡିଲେ

The Independence:Assam-Anjali-Biswas-was-brutally-stabbed-by-Rafiq-Ali-for-refusing-marriage-proposal

ଆସାମ: ବିବାହ କରିବା ପାଇଁ ମନା କରିଦେବାରୁ ଅଂଜଳି ବିଶ୍ୱାସଙ୍କୁ ଛୁରି ମାରିଲା ରଫିକ ଅଲ୍ଲି

The Independence:Rise-of-Nationalism-in-Europe-Stop-Islamisation

ଦୋ’ଛକିରେ ୟୁରୋପ

The Independence:Nexus-and-Minority-appeasement-Waqf-and-Congress

କଂଗ୍ରେସ ଓ ଓାକଫ ବୋର୍ଡର ନାପାକ ଯୁଗଳ ବନ୍ଦୀ

The Independence:National-Logistics-Policy-of-India-Shaping-Logistics-of-Future

ରାଷ୍ଟ୍ରୀୟ ବସ୍ତୁ ପରିବହନ ନୀତି

The Independence:Justice-For-Aditya-15-year-old-Aditya-Tiwari-stabbed-to-death-Taif-Khan-absconding-Bihar-News

ଯେଉଁ ଖବରରେ ଲିବେରାଲ ଲୁହ ବୁହାନ୍ତି ନାହିଁ କି ଗଣମାଧ୍ୟମ ଦେଖାଏ ନାହିଁ, ୧୫ ବର୍ଷର ଆଦିତ୍ୟ ତିଓାରିକୁ ଛୁରି ମାରି ହତ୍ୟା, ହତ୍ୟାକାରୀ ତୈଫ ଖାନ ଫେରାର

The Independence:British-Hindus-protest-The-Guardians-fake-news-against-India--Hindus

ଦି ଗାର୍ଜିଆନର ହିନ୍ଦୁ ବିରୋଧୀ ନୀତି ବିରୋଧରେ ଲଣ୍ଡନରେ ବିକ୍ଷୋଭ

The Independence:Navratri-Dharmic-festival-not-a-cultural-one-so-if-idol-worship-for-you-is-a-sin-maybe-dont-insist-in-coming-for-garba

ନବରାତ୍ରୀ ଏକ ଧାର୍ମୀକ ଉସ୍ତ୍ରବ, ଯେଉଁମାନେ କେବଳ ଗରବାକୁ ନାଚିବା, ମୌଜ, ମସ୍ତି ପାଇଁ ଯାଉଛନ୍ତି, ଦେବୀଙ୍କୁ ପୂଜା କରୁନାହାନ୍ତି କି ପ୍ରସାଦ ଖାଉନାହାନ୍ତି ସେମାନେ ନଗଲେ ଭଲ

The Independence:Unveiled-and-rising-up-How-protests-in-Iran-cut-to-the-heart-of-national-identity

ହିଜାବର ହୋଲି

The Independence:Operation-Octopus-NIA-Raids-Banned-PFI

ଅପରେସନ ଅକ୍ଟୋପସ