ଦିଲ୍ଲୀର ସାଦିପୁର ଅଂଚଳର ନିତେଶ ନାମକ ଜଣେ ଯୁବକର ହତ୍ୟା ହେବାର ଆଜକୁ ୮ ଦିନ ବିତିସାରିଲାଣି । ହେଲେ ପୋଲିସ ଏବେ ସୁଦ୍ଧା ହତ୍ୟାକାରୀ ୟୁଫିଜା, ଆଦନାନ ଓ ଆବାସକୁ ଗିରଫ କରିନାହିଁ । ଯାହା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇଛି ହତ୍ୟାର କାରଣ ହେଉଛି ଜିହାଦି ମାନସିକତା । ନିତେଶ ବଜରଙ୍ଗି ଦଳରେ କାମ କରୁଥିଲେ ଯାହା ୟୁଫିଜା, ଆଦନାନ ଓ ଆବାସଙ୍କୁ ସହ୍ୟ ହେଉନଥିଲା । ସେଥିପାଇଁ ସେମାନେ ନିତେଶର ହତ୍ୟା କରିଲେ ।
ଘଟଣା ଦିନ ନିତେଶ ତାର ଅନ୍ୟ ଦୁଇ ଜଣଙ୍କ ସାଥୀଙ୍କ ସହିତ ଯାଉଥିବା ବେଳେ ସେମାନେ ଆକ୍ରମଣର ଶୀକାର ହୋଇଥିଲେ । ନିତେଶର ମୃତ୍ୟୁ ହୋଇଥିବା ବେଳେ ତାର ଜଣେ ବନ୍ଧୁ ଏବେ ବି ଡାକ୍ତରଖାନାରେ ଚିକିସ୍ତ୍ରିତ ହେଉଛନ୍ତି ।
ହେଲେ ପୋଲିସ ଏହି ଘଟଣାରେ ଯାହା କହିଛି ତାହାକୁ ସାଧାରଣ ଲୋକମାନେ ଗ୍ରହଣ କରିପାରୁ ନାହାନ୍ତି । ପୋଲିସ ଏହି ଘଟଣାରେ ଏପର୍ଯ୍ୟନ୍ତ ଅପରାଧୀମାନଙ୍କୁ ଗିରଫ କରିନାହିଁ କି ସେମାନଙ୍କର ବକ୍ତବ୍ୟକୁ ରେକର୍ଡ କରିନାହିଁ ହେଲେ ଆଗୁଆ କହୁଛି ଯେ ଏହି ଘଟଣାରେ କୌଣସି ଧାର୍ମୀକ ଦିଗ ନାହିଁ ବୋଲି । ସ୍ଥାନୀୟ ଅଂଚଳରେ ସେବେଠାରୁ ଉତେଜନା ଲାଗି ରହିଛି ।