ଭାରତ ନେପାଳ ସୀମାରେ ଡେମୋଗ୍ରାଫିକ ବଦଳୁଥିବାର ଖବର ବିଭିନ୍ନ ଗଣାମଧ୍ୟମରେ ପ୍ରକାଶିତ ହେଉଛି । ଦେଶର ସୁରକ୍ଷା, ବେଆଇନ ଚୋରାଚାଲାଣ ଦୃଷ୍ଟିରୁ ବହୁତ ଗୁରୁତ୍ୱପୁର୍ଣ୍ଣ ଏହି ଅଂଚଳମାନଙ୍କରେ ଧୀରେ ଧୀରେ ମୁସଲମାନମାନେ ସଂଖ୍ୟାବହୁଳ ହେବାରେ ଲାଗିଛନ୍ତି । ସେହି ଅଂଚଳମାନଙ୍କରେ ଏବେ ମସଜିଦମାନଙ୍କର ସଂଖ୍ୟା ବଢିବାରେ ଲାଗିଛି । ଦେଶର ଅନ୍ୟତମ ଲୋକପ୍ରିୟ ଗଣମାଧ୍ୟମ ଓପଇଣ୍ଡିଆ ଦ୍ୱାରା ସେହି ଅଂଚଳରେ ବୁଲି ସେଠାକାର ସ୍ଥିତିକୁ ପରଖା ଯାଇଥିଲା । ସେଠାରେ ଯାହା ସ୍ଥିତି ଅଛି ତାହା ସମସ୍ତେ ଜାଣିବା ଜରୁରୀ ।
ଉତରପ୍ରଦେଶର ବଲରାମ ପୁର ଜିଲ୍ଲାର ଅହଲାଦିହ ଗ୍ରାମର ପଂଚାୟତ ପ୍ରମୁଖ ହରିଶ ଚନ୍ଦ୍ର ଶର୍ମାଙ୍କ କହିବା ଅନୁସାରେ ସେହି ଅଂଚଳରେ ବିଗତ ୨୦ ବର୍ଷ ଭିତରେ ମୁସଲିମ ଜନସଂଖ୍ୟା ଆଶାତୀତ ଭାବରେ ବଢିଛି । ନୁଆ ନୁଆ ମୁସଲିମ ପରିବାରମାନେ ଆସି ସେଠାରେ ବସତି ସ୍ଥାପନା କରୁଛନ୍ତି । ଏହାଛଡା ସେମାନଙ୍କର ବହୁ ବିବାହ, ବହୁ ସନ୍ତାନ ନୀତି ସେମାନଙ୍କର ଜନସଂଖ୍ୟାକୁ ଆହୁରି ଅଧୀକ ବଢାଇଛି । ଶର୍ମାଙ୍କର କହିବାନୁସାରେ ଯେତେବେଳେ ଗାଁର ପୁରୁଣା ଲୋକମାନେ ବାହାରୁ ଆସି ରହୁଥିବା ମୁସଲିମମାନଙ୍କୁ ସେମାନଙ୍କର ପରିଚୟ ନେଇ ପ୍ରଶ୍ନ କରୁଛନ୍ତି ସେତେବେଳେ ସ୍ଥାନୀୟ ମୁସଲିମମାନେ ଆସି ସେମାନେ ସେମାନଙ୍କର ବନ୍ଧୁ ବୋଲି କୁହନ୍ତି ।
ଯେତେବେଳେ ୟୁପିରେ ସମାଜବାଦି ପାର୍ଟି ଓ ତାଆଗରୁ ବହୁଜନ ସମାଜ ବାଦି ପାର୍ଟିର ସରକାର ଥୀଲା ସେତେବେଳେ ମୁସଲିମମାନେ ଅନେକ ସରକାରୀ ଜମିକୁ ମାଡିବସି ନିଜ ନାଁରେ କାଗଜପତ୍ର କରାଇ ଦେଇଛନ୍ତି, କିଛି ଅଂଚଳକୁ ସେମାନେ ଲିଜ ଆକାରରେ ମଧ୍ୟ ପାଇଛନ୍ତି । ବାକି ଅନେକ ଜମିକୁ ଗରିବ ହିନ୍ଦୁମାନଙ୍କ ଠାରୁ ଅଧିକ ଅର୍ଥ ଦେଇ କିଣି ନେଉଛନ୍ତି ।
ନେପାଳ ସୀମାରେ ଏବେ ଅନେକ ନୁଆ ନୁଆ ଗାଁ ତିଆରି ହୋଇଛି ଯେଉଁଠି କେବଳ ମୁସଲିମମାନେ ରହୁଛନ୍ତି । ସେମାନେ କେଉଁଠୁ ଆସିଲେ, କେବେ ଆସିଲେ ସେ ନେଇ ପ୍ରଶାସନ ପାଖରେ ଖବର ନାହିଁ ବା ଜାଣିଶୁଣି ପ୍ରଶାସନ ଚୁପ ରହୁଛି । ଅନେକ ଗାଁରେ ମୁସଲିମମାନଙ୍କ ସଂଖ୍ୟା ବଢିବା କାରଣରୁ ସେଠାରେ ରହୁଥିବା ହିନ୍ଦୁମାନେ ନିଜର ଘରଦ୍ୱାର ବିକି ଅନ୍ୟ ଅଂଚଳକୁ ଚାଲିଯାଉଛନ୍ତି ଓ ସେଠାରେ ପୁରା ଗାଁ ମୁସଲିମମାନଙ୍କର କବଜା ହୋଇଯାଉଛି ।
ଯେଉଁ ଅଂଚଳମାନଙ୍କରେ ମୁସଲିମମାନଙ୍କର ସଂଖ୍ୟା ବଢୁଛି ସେହି ଅଂଚଳମାନଙ୍କରେ ଏବେ ହିନ୍ଦୁମାନେ ନିଜର ପୁଜା ପାର୍ବଣକୁ ସଠିକ ଭାବରେ, ନିର୍ଭୟରେ ପାଳନ କରିପାରୁନାହାନ୍ତି । ଏବେ ଅନେକ ସାର୍ବଜନୀନ ପୁଜା ଯାହା ବାହାରେ ଉସ୍ତ୍ରବ ଆକାରରେ ପାଳନ କରାଯାଉଥିଲା ତାହା ଏବେ କେବଳ ଘରେ ପୁଜା କରିବାରେ ସୀମିତ ହୋଇଗଲାଣି । ଗୁଡାରିଆ, ରାଜପରା, ଖପରୁଆ ଆଦି ଅଂଚଳରେ ମୁସଲିମ ସଂଖ୍ୟା ହିନ୍ଦୁମାନଙ୍କୁ ଟପିଯିବା କାରଣରୁ ସେଠାରେ ଏବେ ପ୍ରଧାନ ପଦରେ ମୁସଲିମମାନେ ଜିତିଛନ୍ତି ଯାହାଫଳରେ ହିନ୍ଦୁମାନଙ୍କର ଜୀବନ ଆହୁରି ଦୁର୍ବିସହ ହୋଇଯାଇଛି ।