The Independence:Dhamanagar-Byeelection-Odisha-Politics

ଯେତେବେଳେ ଧାମନଗର ଉପନିର୍ବାଚନର ତାରିଖ ଘୋଷଣା ହୋଇଥିଲା ସେହି ସମୟରେ ଏହି ପୃଷ୍ଠାରେ ସେହି ପ୍ରସଙ୍ଗରେ ଏକ ସ୍ତମ୍ଭ ଲେଖିବାର ସୁଯୋଗ ପାଇଥିଲି । ଏବେ ଧାମନଗର ଉପନିର୍ବାଚନର ଫଳାଫଳ ଆସିସାରିଛି । ଭାରତୀୟ ଜନତା ପାର୍ଟିର ପାର୍ଥୀ ସୂର୍ଯ୍ୟବଂଶୀ ବିଜେଡିର ପାର୍ଥୀ ଅବନ୍ତି ଦାସଙ୍କୁ ଭଲ ବ୍ୟବଧାନରେ ପରାସ୍ତ କରି ବିଜୟୀ ହୋଇଛନ୍ତି ।

ଏହି ଉପନିର୍ବାଚନ  ଏବେ ଅନେକ କିଛି ସନ୍ଦେଶ ଓଡିଶା ରାଜନୀତିରେ ଛାଡି ଦେଇଯାଇଛି, ଅନେକ ଅକୁହା କଥା ଉପରୁ ପରଦା ଉଠାଇପାରିଛି ଏବଂ ଓଡିଶା ରାଜନୀତିରେ ଚାଲିଆସିଥିବା କିଛି ଧାରା ଉପରେ ରୋକ ମଧ୍ୟ ଲଗାଇଛି । ଫଳାଫଳ ଘୋଷଣା ପରେ ବିଜେପିର ବିଜୟକୁ ନେଇ ଯେତିକି ଚର୍ଚ୍ଚା ହୋଇନାହିଁ ତାଠାରୁ ବେଶି ଚର୍ଚ୍ଚା ହେଉଛି ବିଜୁ ଜନତା ଦଳର ପରାଜୟକୁ ନେଇ । 

ଓଡିଶାରେ ହେଉ ବା ଜାତୀୟ ସ୍ତରରେ ହେଉ ସବୁବେଳେ ଓଡିଶାରେ ବିଜୁ ଜନତା ଦଳର ସଫଳତା ପଛର ସିକ୍ରେଟ ଫର୍ମୁଲାଟା କଣ ବୋଲି ସବୁବେଳେ ଚର୍ଚ୍ଚା ହୁଏ । କିଏ କୁହେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ନେତୃତ୍ୱ, କିଏ କୁହେ ମୁଖ୍ୟମନ୍ତ୍ରୀଙ୍କର ଭାବମୂର୍ତୀ, କିଏ କୁହେ ମହିଳାଙ୍କର ବିଜୁ ଜନତା ଦଳ ପ୍ରତି ସମର୍ଥନ, କିଏ କୁହେ ବିଜୁ ଜନତା ଦଳ ସରକାରଙ୍କର ବିକାଶ ଇତ୍ୟାଦି ଇତ୍ୟାଦି । ଏପ୍ରସଙ୍ଗରେ ମଧ୍ୟ ଅନେକ ଜାତୀୟ ସ୍ତରର ବରିଷ୍ଠ ସାମ୍ବାଦିକମାନେ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କର ସିକ୍ରେଟ ଫର୍ମୁଲା ବିଷୟରେ ପଚାରିଛନ୍ତି । ହେଲେ ବର୍ତମାନ ସବୁ ସିକ୍ରେଟ ଫର୍ମୁଲା ଉପରୁ ପରଦା ହଟିଯାଇଛି । 

ବାସ୍ତବରେ ଯେଉଁ ଯେଉଁ କାରଣ ସବୁକୁ ନେଇ ଚର୍ଚ୍ଚା ହେଉଥିଲା ସେସବୁ ହେଉଛି ହାତୀର ଦେଖାଇବା ଦାନ୍ତ । ହାତୀର ଖାଇବା ଦାନ୍ତ ହେଉଛି ଖୁଲମ ଖୋଲା ବିଭିନ୍ନ ସରକାରୀ ଏଜେନ୍ସି ମାଧ୍ୟମରେ ପଇସା ଦେଇ ଭୋଟ କିଣିବା ଯାହା ବିଜୁ ଜନତା ଦଳର ବାରମ୍ବାର ବିଜୟ ପଛରେ ଏକ ବଡ କାରଣ ଥିଲା ତାହା ଆଜି ଧରାପଡିଯାଇଛି । ପ୍ରଥମଥର ପାଇଁ ବିଜୁ ଜନତା ଦଳର ସେହି ଭୋଟରମାନଙ୍କୁ ଅର୍ଥ ବାଂଟିବାର ଫର୍ମୁଲା ଧାମନଗରରେ ବିଫଳ ହୋଇଛି ଓ ଯେଉଁଥି ପାଇଁ ବିଜୁ ଜନତା ଦଳର ପରାଜୟ ହୋଇଛି ।

ଏଠାରେ ଲୋକମାନଙ୍କର ସ୍ୱାଭୀମାନ ଏକ ବଡ ଭୂମିକା ଗ୍ରହଣ କରିଛି । ଭୋଟରମାନେ ପଇସା ନେଇ ଭୋଟ ଦେବେ ନାହିଁ ବୋଲି ଧାମନଗରରେ ନିଷ୍ପତି ନେଲେ ଯାହା ଏକ ବଡ କାରଣ ଥିଲା ବିଜୁ ଜନତା ଦଳର ପରାଜୟ ପଛରେ । ଯେଉଁ ଭଳି ଭାବରେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ମହିଳାମାନେ ଲଫାପା ଚିରି ଟଙ୍କା ଦେଖାଉଥିଲେ ତାହା ହିଁ ଦର୍ଶାଉଥିଲା ଯେ ବାସ୍ତବରେ ଜନ ସମର୍ଥନରେ ବିଜୁ ଜନତା ଦଳ ନିର୍ବାଚନ ଜିତୁଥିଲା ନା ଟଙ୍କା ବାଂଟିକି ନିର୍ବାଚନ ଜିତୁଥିଲା ।

ଆଗରୁ ଆମେ ଦେଖିଛେ ଅନେକ ପ୍ରସଙ୍ଗରେ ଯଥା ଚିଟଫଣ୍ଡ, ଦୁର୍ଷ୍କମ, ଯୌନ କେଳେଙ୍କାରୀ, ହତ୍ୟା ଆଦି ଘଟଣାରେ ଶାସକ ଦଳର ନେତା ମନ୍ତ୍ରୀ ମାନଙ୍କର ସମ୍ପୃକ୍ତିକୁ ନେଇ ସାରା ରାଜ୍ୟରେ ଆନ୍ଦୋଳନ, ବିଧାନସଭାରେ ହରତାଳ, ରାଜନୈତିକ ଦଳମାନଙ୍କର ଦୃଢ ପ୍ରତିବାଦ ଏସବୁର ଫରକ ଆଦୌ ଶାସକ ଦଳ ଉପରେ ପଡୁନଥିଲା । ଗଣମାଧ୍ୟମରେ ତାଙ୍କ ଦଳର ନେତାମାନଙ୍କର ଅପରାଧରେ ସିଧା ସଳଖ ସମ୍ପୃକ୍ତିର ପ୍ରମାଣ ବାହାରୁଥିଲା ହେଲେ ବିଜୁ ଜନତା ଦଳ ଉପରେ ଏହାର କୌଣସି ପ୍ରଭାବ ପଡୁନଥିଲା । 

ଏହାର ଏକ ବଡ କାରଣ ଥିଲା ଯେ ବିଜୁ ଜନତା ଦଳର ଦୃଢ ବିଶ୍ୱାସ ଥିଲା ଯେ ସେମାନେ ଟଙ୍କା ଦେଇକି ନିର୍ବାଚନ ଜିତିପାରିବେ ଓ ଜିତୁ ଥିଲେ ମଧ୍ୟ । ହେଲେ ଧାମନଗର ଯେହେତୁ ରାଜନୀତି ଦୃଷ୍ଟିରୁ ଏକ ଭିନ୍ନ ଅଂଚଳ ସେଠାକାର ଭୋଟରମାନେ ବିଜୁ ଜନତା ଦଳର ସେହି ଫର୍ମୁଲାକୁ କେବଳ ଭଣ୍ଡୁର କଲେ ନାହିଁ ବଂର ଗଣମାଧ୍ୟମରେ ପ୍ରମାଣ ମଧ୍ୟ କରିଥିଲେ ।

ଆଉ ଏକ ବଡ ଫର୍ମୁଲା ଥିଲା ବିଭିନ୍ନ ପଂଚାୟତରେ ବିଭିନ୍ନ ସରକାରୀ ଯୋଜନାରେ କାମ କରୁଥିବା ଅସ୍ଥାୟୀ କର୍ମଚାରୀମାନଙ୍କୁ ପ୍ରଚାରରେ ଲଗାଇବା । ଧାମନଗରରେ ମଧ୍ୟ ସେହି ପ୍ରକିୟା ଶାସକ ଦଳ ଆରମ୍ଭ କରିଥିଲା । ହେଲେ ପ୍ରଚାର ଆରମ୍ଭ ହେଉ ହେଉ ଜଣେ ସ୍ୱଛ ସାଥୀଙ୍କର ବିଜୁ ଜନତା ଦଳ ସପକ୍ଷରେ ଟଙ୍କା ବାଂଟୁଥିବାର ଏକ ଭିଡିଓ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଲା ଯାହାକୁ ନେଇ ଧାମନଗରରେ ଏକ ପ୍ରକାରର ରାଜନୈତିକ ବାତାବରଣ ବଦଳିଗଲା ଯେ ଏଠାରେ ବିଜୁ ଜନତା ଦଳ ବେଆଇନ ଭାବରେ ନିର୍ବାଚନ ଜିତିବା ପାଇଁ ଚାହୁଁଛି । 

ସେହି ସ୍ୱଛ ସାଥୀଙ୍କ ଉପରେ ଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ ହେବା ଶାସକ ଦଳ ଓ ସରକାରୀ ଯୋଜନାରେ କାମ କରୁଥିବା ଅସ୍ଥାୟୀ କର୍ମଚାରୀମାନଙ୍କ ପାଇଁ ଏକ ସତର୍କ ଘଂଟି ଥିଲା । ତେଣୁ ବାସ୍ତବରେ ଯେଉଁ କଥା ବିରୋଧୀ ଦଳମାନେ କହି ଆସୁଥିଲେ ଧାମନଗରରେ ତାହା ପ୍ରମାଣିତ ହେଲା । ବିଜୁ ଜନତା ଦଳର ବିଜୟ ପଛରେ ଭାବମୃର୍ତୀ, ବିକାଶ, ୫ଟି, ସ୍ୱଛ ଶାସନ ଯେତିକି ଦାୟୀ ନୁହେଁ ତାଠାରୁ ଶହେ ଗୁଣରେ ଦାୟୀ ହେଉଛି ଭୋଟରଙ୍କୁ ପଇସା ଦେଇ କିଣା ଯିବାର ରଣନୀତି । 

ଏମିତି ଗୋଟିଏ ଧାରଣା କରିଦିଆଯାଇଛି ଯେ ବିଜୁ ଜନତା ଦଳରେ କାହାର କିଛି ନାହିଁ ସବୁ କିଛି ଭୋଟ ମିଳୁଛି କେବଳ ନବୀନ ପଟ୍ଟନାୟକଙ୍କ ନାଁରେ । ପ୍ରଚାର ବେଳେ ମୁଖ୍ୟମନ୍ତ୍ରୀ ଦାୟୀତ୍ୱ ମାଗିଥିଲେ ଧାମନଗରର । ହେଲେ ଧାମନଗରର ଲୋକ ମୁଖ୍ୟମନ୍ତ୍ରୀଙ୍କୁ ଦାୟୀତ୍ୱ ନଦେଇ ବିଜେପି ହାତରେ ଦାୟୀତ୍ୱ ଦେଲେ ଯାହା ଆଗାମୀ ଦିନରେ ଏକ ବଡ ରାଜନୈତିକ ସଙ୍କେତ ଠିଆ କରୁଛି । ବିଜେପି ପକ୍ଷ୍ୟରୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନର ନେତୃତ୍ୱ ନେଇଥିଲେ । ନିର୍ବାଚନ ପ୍ରଚାରର ଶେଷ ଦୁଇ ଦିନରେ ଦିନେ ମୁଖ୍ୟମନ୍ତ୍ରୀ ଆଉ ଦିନେ ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନ ପ୍ରଚାର କରିଥିଲେ । 

ଏବେ ବିଜେପିର ଏହି ବିଜୟ ଏକ ପ୍ରକାର ନବୀନଙ୍କ ନେତୃତ୍ୱ ଓ ଲୋକପ୍ରିୟତା ଉପରେ ପ୍ରଶ୍ନ ଠିଆ କରିବା ସହିତ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ସଫଳତା ଆଣି ଦେଇଛି । ବିଜେପିର ସୁଚିନ୍ତିତ ରଣନୀତି, ରାଜ୍ୟ ସଭାପତି ସମୀର ମହାନ୍ତିଙ୍କର ବୁଥ ପରିଚାଳନା, ପୁର୍ବତନ ମନ୍ତ୍ରୀ ମନମୋହନ ସାମଲଙ୍କର ସ୍ଥାନୀୟ ଅଂଚଳରେ ଲୋକପ୍ରିୟତା, ସଙ୍ଗଠନ ଶକ୍ତିର ସୁବିନିଯୋଗ ଆଦି ବିଜେପି ପାଇଁ ଏକ ବଡ ସଫଳତା ଆଣିଦେଇଛି ଏହି ଉପନିର୍ବାଚନରେ । 

ରାଜ୍ୟରେ ବିଧାନସଭାରେ ଯାହା ସ୍ଥିତି ଅଛି ଧାମନଗରର ଫଳାଫଳ କେଉଁ ସରକାର ଭାଙ୍ଗିଦେବନି କି ସରକାରକୁ ଅସ୍ଥିର କରିଦେବନି କିନ୍ତୁ ଏହି ଉପନିର୍ବାଚନର ଫଳାଫଳ ରାଜ୍ୟ ରାଜନୀତିରେ ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ଓ ପଦମପୁର ଉପନିର୍ବାଚନ ଉପରେ ଏକ ବଡ ପ୍ରଭାବ ପକାଇବ ସେଥିରେ କୌଣସି ସନ୍ଦେହ ନାହିଁ । ବୋଧହୁଏ ୨୦୨୪ ସାଧାରଣ ନିର୍ବାଚନର ଆଗରୁ ଧାମନଗର ସମସ୍ତ ରାଜନୈତିକ ଦଳମାନଙ୍କ ପାଇଁ ଏକ କ୍ୱାଲିଫାଇଙ୍ଗ ମ୍ୟାଚ ଥିଲା ଯେଉଁଥିରେ ବିଜେପି ଜିତିପାରିଛି । 

ଏହି ଉପନିର୍ବାଚନର ଫଳାଫଳ ନା କେବଳ ରାଜନୈତିକ ଦଳମାନଙ୍କ ଉପରେ ପ୍ରଭାବ ପକାଇବ ବଂର ଭୋଟରମାନଙ୍କ ମାନସିକତା ଉପରେ ମଧ୍ୟ ଏକ ପ୍ରଭାବ ପକାଇବ । ସବୁବେଳେ ସରପ୍ରାଇଜ କାର୍ଡ ଖେଳୁଥିବା ବିଜୁ ଜନତା ଦଳ ଏଥର ନିଜେ ସରପ୍ରାଇଜ ହୋଇଯାଇଛି । ବାସ୍ତବରେ ସରପ୍ରାଇଜ କାର୍ଡ ଯାହାକୁ କୁହାହେଉଛି ତାହା ହେଉଛି ରାଜନୈତିକ ନେତୃତ୍ୱମାନଙ୍କୁ ଦୁର୍ବଳ କରି ପଙ୍ଗୁ ପ୍ରାୟ ଦୁର୍ବଳ ନେତୃତ୍ୱମାନଙ୍କୁ ଆଗରେ ରଖି ପ୍ରଛନ୍ନରେ ପ୍ରଶାସନିକ ଅଧିକାରୀମାନଙ୍କ ଦ୍ୱାରା ଶାସନକୁ ହାଇଜାକ କରିନେବା । ଲୋକେ ଆଉ ପ୍ରଶାସନିକ ନିୟନ୍ତ୍ରଣ ହାକିମାତିକୁ ଚାହୁଁନାହାନ୍ତି ତାହା ମଧ୍ୟ ପ୍ରମାଣିତ ହୋଇଛି । 

Author Image

Anil Biswal

Recent Posts

The Independence:ପାଣ୍ଡିଆନଙ୍କ-ରାଜନୈତିକ-ଅଭିଳାଷକୁ-ଚରିତାର୍ଥ-କରିବା-ପାଇଁ-ବିଜେଡିର-ମ୍ୟାନିଫେଷ୍ଟୋ-ଆସିଛି-ଅନିଲ-ବିଶ୍ୱାଳ

ପାଣ୍ଡିଆନଙ୍କ-ରାଜନୈତିକ-ଅଭିଳାଷକୁ-ଚରିତାର୍ଥ-କରିବା-ପାଇଁ-ବିଜେଡିର-ମ୍ୟାନିଫେଷ୍ଟୋ-ଆସିଛି-ଅନିଲ-ବିଶ୍ୱାଳ

The Independence:Prime-Minister-Modi-will-come-to-Odisha-tomorrow

କାଲି ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦୀ

The Independence:Naveen-Bishnudev-Sai-has-not-done-anything-new-for-the-development-of-Odisha

ଓଡ଼ିଶାର ବିକାଶ ପାଇଁ ନୂଆ କିଛି କରିନାହାନ୍ତି ନବୀନ –ବିଷ୍ଣୁଦେବ ସାଏ

The Independence:Union-Ministers-response-to-allegations-of-BJP-breaking-BJD

ବିଜେଡିକୁ ବିଜେପି ଭାଙ୍ଗି ଦେବା ଅଭିଯୋଗ ଉପରେ କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିକ୍ରିୟା

The Independence:BJP-delegation-met-the-Chief-Electoral-Officer-of-the-state

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି ପ୍ରତିନିଧିମଣ୍ଡଳୀ

The Independence:The-Union-Minister-went-door-to-door-in-Sambalpur

ସମ୍ବଲପୁରରେ ଘର ଘର ବୁଲି ପ୍ରଚାର କଲେ କେନ୍ଦ୍ରମନ୍ତ୍ରୀ

The Independence:Hundreds-of-BJJ-leaders-and-workers-from-Bari-constituency-joined-the-BJP

ବରୀ ନିର୍ବାଚନ ମଣ୍ଡଳୀର ଶତାଧିକ ବିଜେଡି ନେତା ଓ କର୍ମୀ ବିଜେପିରେ ଯୋଗ ଦେଲେ

The Independence:BJP-delegation-met-the-Chief-Electoral-Officer-of-the-state

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି ପ୍ରତିନିଧିମଣ୍ଡଳୀ

The Independence:PMs-press-conference-in-Sambalpur-with-Modi-guarantee-and-Odisha-resolution-letter

ମୋଦୀ ଗ୍ୟାରେଣ୍ଟି ଏବଂ ଓଡ଼ିଶା ସଂକଳ୍ପ ପତ୍ର ନେଇ ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀଙ୍କ ପ୍ରେସମିଟ୍

The Independence:BJG-government-will-end-Baijayant-Panda

ବିଜେଡି ସରକାରର ଅନ୍ତ ହେବ: ବୈଜୟନ୍ତ ପଣ୍ଡା

The Independence:BJC-candidate-Pranab-Das-showed-2-in-Arts-in-2009-while-science-student-showed-2-in-2024-is-ridiculous-Thachanambar-Acharya

ବିଜେଡି ପ୍ରାର୍ଥୀ ପ୍ରଣବ ଦାସ ସତ୍ୟପାଠରେ ୨୦୦୯ରେ +୨ କଳା ଦେଖାଇଥିବା ବେଳେ ୨୦୨୪ରେ +୨ ବିଜ୍ଞାନ ଛାତ୍ର ଦେଖାଇବା ହାସ୍ୟାସ୍ପଦ: ପିତାମ୍ବର ଆଚାର୍ଯ୍ୟ

The Independence:Union-Minister-in-Sambalpur-at-the-merger-festival

ସମ୍ବଲପୁରରେ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ

The Independence:ରାଜ୍ୟ-ମୁଖ୍ୟ-ନିର୍ବାଚନ-ଅଧିକାରୀଙ୍କୁ-ଭେଟିଲା-ବିଜେପି-ପ୍ରତିନିଧିମଣ୍ଡଳୀ

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି ପ୍ରତିନିଧିମଣ୍ଡଳୀ

The Independence:June-4-Expiry-date-of-BJG-Govt---Prime-Minister

ଜୁନ୍ ୪ ବିଜେଡି ସରକାରର ଏକ୍ସପାୟରୀ ଡେଟ୍ – ପ୍ରଧାନମନ୍ତ୍ରୀ

The Independence:If-the-BJP-government-is-formed-in-Odisha-drinking-water-problem-will-be-solved-as-a-priority-Bhatrahari-Mahatab

ଓଡ଼ିଶାରେ ବିଜେପି ସରକାର ଗଠନ କଲେ ଅଗ୍ରାଧିକାର ଭିତିରେ ପାନୀୟ ଜଳ ସମସ୍ୟାର ସମାଧାନ କରାଯିବ: ଭତୃହରି ମହତାବ

The Independence:Cow-Slaughtering-Beef-Smuggling-in-Odisha-High

Odisha : ବୃଦ୍ଧି ପାଇବାରେ ଲାଗିଛି ଗୋମାଂସ ଚୋରାଚାଲାଣ

The Independence:Odisha-Cow-Slaughtering

Odisha : ଗୋ ମାଂସ ବୋଝେଇ ଟ୍ରକ ଜବତ

The Independence:Jagannath-Temple-Odisha-Mumbai

ଓଡିଶା ବାହାରେ ମହାପ୍ରଭୁ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର

The Independence:Modi-Government-9-Years-Seva-Susasan-Garib-Kalyana

ନ’ ବର୍ଷର ସୁଶାସନ

The Independence:Rath-Yatra-2023-Lakhs-of-devotees-witness-Suna-Besha-of-Holy-Trinity-in-Puri

ଶ୍ରୀକ୍ଷେତ୍ରରେ ରଥାରୁଢ଼ ଶ୍ରୀଜୀଉଙ୍କ ସୁନାବେଶ, ମହଣ ମହଣ ସୁନା ଅଳଙ୍କାରରେ ସଜ୍ଜିତ ତିନି ଠାକୁର

The Independence:Puri-Ratha-Jatra-2023-Jay-Jagannath

ଶରଧାବାଲିରେ ଲାଗିଲା ତିନି ଠାକୁରଙ୍କ ତିନି ରଥ

The Independence:Ratha-Jatra-2023-ନୀଳାଦ୍ରିବିଜେରେ-ନୀଳକନ୍ଦରକୁ-ଫେରନ୍ତି-ନୀଳାଦ୍ରିନାଥ-ସରେ-ଜନ୍ମବେଦି-ଲୀଳା

Ratha Jatra 2023: ନୀଳାଦ୍ରିବିଜେରେ ନୀଳକନ୍ଦରକୁ ଫେରନ୍ତି ନୀଳାଦ୍ରିନାଥ; ସରେ ଜନ୍ମବେଦି ଲୀଳା

The Independence:Jagannath-Temple-Rath-Jatra

ଏକାବନ ଦିନରେ ଚଳଚଞ୍ଚଳ ରଥଖଳା

The Independence:ପ୍ରେମିକାକୁ-ଛୁରୀ-ଭୁଷିଲା-ପଥରରେ-ଛେଚି-ମୁହଁ-ନଷ୍ଟ-କଲା-ଜହ୍ଲାଦ-ପ୍ରେମିକ-ସାହିଲ-ଖାଁ

ପ୍ରେମିକାକୁ ଛୁରୀ ଭୁଷିଲା, ପଥରରେ ଛେଚି ମୁହଁ ନଷ୍ଟ କଲା ଜହ୍ଲାଦ ପ୍ରେମିକ ସାହିଲ ଖାଁ

The Independence:Land-Jihad-Dwarka

ଜମି ଜିହାଦର ଅନ୍ୟନାମ ଦ୍ୱାରକା