ବଲିଉଡ ଅଭିନେତା ଶାହରୁଖ ଖାନ ନଭେମ୍ବର 2 ତାରିଖ ଦିନ ତାଙ୍କର ଜନ୍ମ ଦିନ ପାଳନ କରିଛନ୍ତି । ଏହି ଅବସରରେ ତାଙ୍କ ଘର ମନ୍ନତ ସାମନାରେ ଲୋକ ମାନେ ଏକାଠି ହୋଇ ଶୁଭକାମନା ଜଣାଇଛନ୍ତି ଓ ତାଙ୍କ ଜନ୍ମ ଦିନରେ ପାର୍ଟିରେ ଅନେକ ଅଭିନେତା ଯୋଗ ଦେଇଥିଲେ । ହେଲେ ଦୁବାଇର ସବୁଠାରୁ ବଡ ବିଲ୍ଡିଂ ବୁର୍ଜ ଖଲିଫାରେ ତାଙ୍କୁ ଶୁଭକାମନା ଦେଇ ଲାଇଟିଂର ଯେଉଁ ବ୍ୟବସ୍ଥା କରାଯାଇଥିଲା ତାହା ସମସ୍ତଙ୍କ ଧ୍ୟାନ ଆକର୍ଷିତ କରିଥିଲା ।
ଶାହରୁଖଙ୍କର ଜନ୍ମ ଦିନରେ ବୁର୍ଜ ଖଲିଫାରେ ଲେଖା ଯାଇଥିଲା – ହେପି ବାର୍ଥଡେ ଟୁ ଦି କିଂଗ ଅଫ ବଲିଉଡ ଶାହରୁଖ ଖାନ । ତାଙ୍କ ପାଇଁ ଏକ ଫାଉଂଟେନ ମଧ୍ୟ କରାଯାଇଥିଲା ।
ତେବେ ସୋସିଆଲ ମିଡିଈରେ କିଛି ଲୋକ ମାନେ ଜାଣିବାକୁ ଚେଷ୍ଟା କରିଛନ୍ତି ଯେ ଦୁବାଇର ବୁର୍ଜ ଖଲିଫାରେ କମର୍ସିଆଲ ଉପାୟରେ କଣ ଆଡ କରାଯାଇ ଥାଏ ? କାରଣ ଆରବ ବିଜନେସ ପତ୍ରିକାର ଏକ ଲେଖାରେ କୁହାଯାଇଛି ଯେ ବୁର୍ଜ ଖଲିଫାର ପ୍ରାଚୀରରେ ତିନି ମିନିଟର ପ୍ରମୋସନାର ଫ୍ଲାସ ସୋ ପାଇଁ 68,067 ଡଲାର ଦେବାକୁ ପଡିଥାଏ ଅର୍ଥାତ ପାଂଚ ଲକ୍ଷ ୟୁଏଇ ମୁଦ୍ରା ବା ଭାରତୀୟ ମୁଦ୍ରାରେ 96 ଲକ୍ଷ ଟଙ୍କା ଦେବାକୁ ପଡିଥାଏ । ତେବେ ସପ୍ତାହାନ୍ତରେ ବୁର୍ଜ ଖଲିଫାର ରେଟ ବଢି ଯାଇଥାଏ । ଏହି ସମୟରେ ପାଂଚ ମିନିଟର ପ୍ରଚାର ପାଇଁ ପାଖାପାଖି 10 ଲକ୍ଷ ୟୁଏଇ ଦିରହମ ଦେବାକୁ ହୁଏ । ତେଣୁ ଏପରି ପରିସ୍ଥିତିରେ ଏହି ପ୍ରଶ୍ନ ଉଠୁଛି ଯେ ଶନିବାର ଦିନ ଶାହରୁଖ ଖା ନିଜର ଜନ୍ମଦିନରେ ନିଜର ନାମକୁ ଫ୍ଲାସ କରିବାକୁ ଭାରତୀୟ ମୁଦ୍ରାରେ 1.92 କୋଟି ଟଙ୍କା କଣ ଖର୍ଚ କରିଛନ୍ତି ।ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ବର୍ତମାନ ଏହି ପ୍ରଶ୍ନ କରୁଛନ୍ତି ।