The Independence:Digvijay-Singh-attacks-Kejriwal-and-Prashant-Kishore

ସବୁବେଳେ  ବିବାଦୀୟ ବକ୍ତବ୍ୟ ଦେଇ ଚର୍ଚାରେ ରହି ଆସିଥିବା କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହଙ୍କ ଫେସବୁକ ପୋଷ୍ଟକୁ ନେଇ ପୁଣି ଥରେ ଚର୍ଚାରେ ଅଛନ୍ତି । 

ଏଥର ତାଙ୍କର ପୋଷ୍ଟରେ କିଛି ଲୋକଙ୍କ ଫଟୋ ଶେୟାର କରି ସେମାନଙ୍କୁ ଆରଏସଏସର ବି ଟିମ ବୋଲି କହିଛନ୍ତି ।  

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଯେଉଁ ନେତା ମାନଙ୍କୁ ସେ ଆରଏସଏସର ବି ଟିମ ବୋଲି ଘୋଷଣା କରିଛନ୍ତି ସେମାନଙ୍କ ମଧ୍ୟରେ  ନିର୍ବାଚନୀ ରଣନୀତିକାର  ପ୍ରଶାନ୍ତ କିଶୋର,  ଅରବିନ୍ଦ କେଜରିୱାଲ,  ମନୀଷ ଶିଶୋଦିଆ ଭଳି ଲୋକଙ୍କ ଫଟୋ ରହିଛି । 

ସମସ୍ତେ ଭଲ ଭାବେ ଜାଣନ୍ତି ଯେ ଅରବିନ୍ଦ କେଜରିୱାଲ ଭଳି ନେତା ମାନଙ୍କର ରାଜନୀତିର ଆଧାର ହିଁ ଆରଏସଏସର ବିରୋଧ । ତଥାପି ଦିଗବିଜୟ ସିଂହ ସେମାନଙ୍କୁ ଆରଏସଏସର ବି ଟିମ ବୋଲି କହିଛନ୍ତି ।

ଏହା ବାଦ ଏଥିରେ ରାହୁଲ ଓ ସୋନିଆଙ୍କୁ କୋର୍ଟରେ ବାରମ୍ବାର ହଇରାଣରେ ପକାଉଥିବା  ଡ. ସୁବ୍ରମଣିୟନ ସ୍ବାମୀ, କୋଇଲା ଦୁର୍ନୀତି  ଭଳି ଦୁର୍ନୀତିକୁ ଲୋକ ଲୋଚନକୁ ଆଣିଥିବା  ପୂର୍ବତନ ସିଏଜି ବିନୋଦ ରାୟ, କଂଗ୍ରେସର ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ଜନ ଆନ୍ଦୋଳନ କରିଥିବା ବିଶିଷ୍ଟ ସମାଜସେବୀ ଅନ୍ନା ହଜାରେ, ଯୋଗ ଗୁରୁ ବାବା ରାମଦେବ, ପୂର୍ବତନ ଆଇପିଏସ କିରଣ ବେଦୀ ତଥା ଶ୍ରୀଶ୍ରୀ ରବିଶଙ୍କରଙ୍କ ଫଟୋ ମଧ୍ୟ ରହିଛି ।  

ଏମାନଙ୍କର ଫଟୋ ଶେୟାର କରି ସେ ଲେଖିଛନ୍ତି ଯେ ‘ଦେଶରେ ଯେଉଁ ପ୍ରକାର ସ୍ଥିତି ଉତ୍ପନ୍ନ ହୋଇଛି ସେଥି ପାଇଁ ଏହି  ଗ୍ୟାଙ୍ଗ ଦାୟୀ । ଇତିହାସ ଏହି ଲୋକ ମାନଙ୍କୁ କେବେ କ୍ଷମା ଦେବ ନାହିଁ ।’ 

ଦିଗବିଜୟ ସିଂହଙ୍କ ଏହି ପୋଷ୍ଟକୁ ନେଇ ଏବେ ଚର୍ଚା ଜୋରସୋରରେ ଆରମ୍ଭ ହୋଇଛି ।

  ସେ ଏପରି ପୋଷ୍ଟ କାହିଁକି କରିଛନ୍ତି ? 

 ସୁବ୍ରମଣ୍ୟନ  ସ୍ବାମୀ, ରାମଦେବ, ଅନ୍ନା ହଜାରେଙ୍କ ପରି ଲୋକଙ୍କ ବିରୁଦ୍ଧରେ ଲେଖିବା ତ ବୁଝା ପଡୁଛି ସେ କେଜରିୱାଲ, ସିସୋଦିଆ ଓ ପ୍ରଶାନ୍ତ କିଶୋରଙ୍କୁ ଆରଏସଏସର ବି ଟିମ ତଥା ଦେଶର ସ୍ଥିତି ପାଇଁ କାହିଁକି ଦାୟୀ ବୋଲି କହୁ୍ଛନ୍ତି ? 

ଏବେ ନିକଟରେ ପ୍ରଶାନ୍ତ କିଶୋର କଂଗ୍ରେସ ଦଳ ଓ ରାହୁଲ ଗାନ୍ଧୀଙ୍କ ସମ୍ପର୍କରେ ଏକ ବଡ ବକ୍ତବ୍ୟ ଦେଇଥିଲେ  । 

ସେ କହିଥିଲେ ଯେ କେହି ଭ୍ରମରେ ରହିବା ଉଚିତ ନୁହେଁ  ମୋଦୀ କ୍ଷମତାରୁ ହଟି ଯିବେ । ବିଜେପି ଦଶକ- ଦଶକ ଯାଏ କ୍ଷମତାର କେନ୍ଦ୍ରରେ ରହିବ । ରାହୁଲ ଗାନ୍ଧୀ ଯେପରି ଭାବୁଛନ୍ତି ସେପରି ହେବ ନାହିଁ। ଯେ ପର୍ଯ୍ୟନ୍ତ ଆପଣ ମୋଦିଙ୍କ ଶକ୍ତି ବିଷୟରେ ଅନୁମାନ କରି ପାରୁ ନାହାନ୍ତି ସେ ଯାଏ ଆପଣ ତାଙ୍କର କାଉଂଟର କରି ପାରିବେ ନାହିଁ । 

 ରାଜନୈତିକ ସମୀକ୍ଷକ ମାନଙ୍କ କହିବା ଅନୁସାରେ ନିର୍ବାଚନ ରଣନୀତିକାର 

ପ୍ରଶାନ୍ତ କିଶୋରଙ୍କ ଏହି ବକ୍ତବ୍ୟ ଫଳରେ କଂଗ୍ରେସ ତଥା ରାହୁଲ ଗାନ୍ଧୀଙ୍କର ଭାବମୂର୍ତି ଉପରେ ପ୍ରଭାବ ପକାଇଛି । ରାହୁଲ ଗାନ୍ଧୀ ରାଜନୈତିକ ଭାବେ ଅତ୍ୟନ୍ତ ଅପରିପକ୍ବ ତାହାର ବାର୍ତା ପ୍ରଶାନ୍ତଙ୍କ ବକ୍ତବ୍ୟ ଜରିଆରେ ଯାଇଛି ।  

ବୋଧ ହୁଏ ସେଇଥି ପାଇଁ ରାଗ କ୍ରୋଧ ସୁଝାଇବା ପାଇଁ  ଦିଗବିଜୟ ସିଂହ ପ୍ରଶାନ୍ତ କିଶୋରଙ୍କୁ ଟାର୍ଗେଟ କରି ତାଙ୍କୁ ଆରଏସଏସର ବି ଟିମ ବୋଲି କହିବା ସହ ତାଙ୍କୁ ଦେଶର ସ୍ଥିତି ପାଇଁ ଦାୟୀ କରିଛନ୍ତି । 

କେଜରିୱାଲ ଓ ସିସୋଦିଆଙ୍କ ପାର୍ଟୀ ଓ କଂଗ୍ରେସ ପାର୍ଟୀର ନୀତି ପ୍ରାୟ ସମାନ । ଉଭୟଙ୍କର ନୀତି ହେଲା  ହିନ୍ଦୁଙ୍କ ସ୍ବାର୍ଥ ବିରୋଧରେ ଯିବା ଓ  ସଂଖ୍ୟାଲଘୁ ତୁଷ୍ଟିକରଣ । ଦିନ ଥିଲା ଏହି ନେତା ମାନେ ମୋଦିଙ୍କୁ ହରାଇବା ପାଇଁ ଗୋଟିଏ ମଂଚରେ ଆସୁଥିଲେ । ହେଲେ ବର୍ତମାନ ସମୟ ବଦଳିଛି । ଏବେ ଗୋଟିଏ ଭୋଟ ବ୍ୟାଙ୍କ ଉପରେ କଂଗ୍ରେସ ଓ ଆପ ଦଳର ନଜର ଥିବାରୁ ଦିଗବିଜୟ ସିଂହ କେଜରିୱାଲଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି, କେଜରିୱାଲକୁ ଆରଏସଏସର ବି ଟିମ ବୋଲି କହିଛନ୍ତି । 

କେଜରିୱାଲ ମଧ୍ୟ ରାଜନୀତିର କଚ୍ଚା ଖେଳାଳୀ ନୁହନ୍ତି । ଆଗାମୀ ଦିନରେ ସେ ସୁଧ ମୂଳ ସହ ଦିଗବିଜୟ ଓ ରାହୁଲ ଗାନ୍ଧୀଙ୍କୁ ଏହାର ଜବାବ ନିଶ୍ଚିତ ଦେବେ । ତେବେ ମୋଟ ଉପରେ ସଂଖ୍ୟାଲଘୁ ଭୋଟ ବ୍ୟାଙ୍କ ହାସଲ କରିବା ପାଇଁ ଏଭଳି ବାକ ଯୁଦ୍ଧ ଆଗାମୀ ଦିନରେ ନିଶ୍ଚିତ ଭାବେ ବଢିବ ଏଥିରେ ସନ୍ଦେହ ନାହିଁ। 

Author Image

The Independence

RELATED NEWS

Recent Posts

The Independence:araria-court-bihar-sentenced-mohammed-major-to-death-for-raping-6-year-old-minor

ଘର ନିକଟରେ ଖେଳୁଥିଲା 6 ବର୍ଷର ବାଳିକା, 48 ବର୍ଷୀୟ ମୋହମ୍ମଦ ମେଜର କଲା ଦୁଷ୍କର୍ମ, ବିହାରର ଫାଷ୍ଟ ଟ୍ରାକ କୋର୍ଟ ଶୁଣାଇଲେ ଫାସୀ ଦଣ୍ଡ

The Independence:bangladeshi-woman-roni-begum-hindu-identity-payal-ghosh-fake-adhaar-arrested-in-karnataka

ବାଂଲାଦେଶୀ ଅନୁପ୍ରବେଶକାରୀ ରୋନୀ ବେଗମ 15 ବର୍ଷ ଧରି ପାୟଲ ଘୋଷ ନାମରେ ରହୁଥିଲା, ଧରିଲା କର୍ଣାଟକ ପୋଲିସ

The Independence:Encounter-at-India-Pakistan-Border-in-Punjab

ଭାରତ-ପାକ୍ ସୀମାରେ ଚୋରାଚାଲାଣକାରୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଏନକାଉଂଟର, ଜଣେ ଜବାନ ଆହତ, ସର୍ଚ୍ଚ ଅପରେସନରେ ହେରୋଇନ ଏବଂ ଅସ୍ତ୍ରଶସ୍ତ୍ର ଜବତ

The Independence:PM-tribute-to-Lajpat-Rai-on-his-n

ଲାଲା ଲାଜପତ ରାୟଙ୍କୁ ଜୟନ୍ତୀରେ ଶ୍ରଦ୍ଧାଂଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

The Independence:hamid-ansari-criticize-indian-democracy-expresses-concern-regarding-rise-of-hindu-nationalism

‘ଭାରତରେ ବଢୁଛି ଅସହିଷ୍ଣୁତା, ଗଣତନ୍ତ୍ର ବିପଦରେ, ଆଇଏସଆଇ ସହ ଜଡିତ ସଂସ୍ଥାର କାର୍ଯ୍ୟକ୍ରମରେ ସାମିଲ ହୋଇ କହିଲେ ପୂର୍ବତନ ଉପରାଷ୍ଟ୍ରପତି ହମିଦ ଆନସାରୀ,ବିବାଦରେ ହମିଦ ଆନସାରୀ,

The Independence:Hindu-Yuva-Vahinis-resolution

ରେକର୍ଡ ଭୋଟରେ ଗୋରଖପୁରରୁ ଯୋଗୀ ଆଦିତ୍ୟନାଥଙ୍କୁ ଜିତାଇବାକୁ ହିନ୍ଦୁ ଯୁବ ବାହିନୀର ସଦସ୍ୟ ମାନେ ନେଲେ ସଂକଳ୍ପ

The Independence:Again-Hindu-Temple-attacked-in-Pakistan

ପାକିସ୍ତାନର ପ୍ରସିଦ୍ଧ ଶକ୍ତିପୀଠ ହିଂଗଲାଜ ମା ମନ୍ଦିର ଉପରେ ମୁସଲମାନ କଟ୍ଟରପନ୍ଥୀଙ୍କ ଆକ୍ରମଣ, ଗତ 22 ମାସରେ ହିନ୍ଦୁ ମନ୍ଦିର ଉପରେ ହେଲାଣି 11 ଥର ଆକ୍ରମଣ

The Independence:IAS-Cadre-Revise-Odisha-Govt-Opposed

ପାଣ୍ଡିଆନଙ୍କୁ ନେଇ ନବୀନ ଚିନ୍ତାରେ କି? ଆଇଏସ କ୍ୟାଡର ସଂଶୋଧନ ହେଲେ କେନ୍ଦ୍ର ଡେପୁଟେସନରେ ନେଇଯିବନି ତ?

The Independence:hamid-ansari-swara-bhaskar-to-attend-event-of-dubious-organisation-iamc-pakistan-terrorist-connection

ଭାରତ ବିରୋଧୀ ସଂସ୍ଥା ଆଇଏଏମସିର କାର୍ଯ୍ୟକ୍ରମରେ ସାମିଲ ହେବେ ହମିଦ ଆନସାରୀ ଓ ସ୍ବରା ଭାସ୍କର, ସଂସ୍ଥାର ରହିଛି ଆତଙ୍କବାଦୀ କନେକ୍ସନ, ଭାରତରେ ହିଂସା ପଛରେ ମଧ୍ୟ ରହିଛି ଭୂମିକା

The Independence:adheshyam-khemka-life-dedicated-to-gitapress-padma-vibhushan-2022

ସବୁବେଳେ ପତ୍ରରେ ଖାଉଥିଲେ, ଗୀତା ପ୍ରେସ ସହ ଥିଲେ ଜଡିତ, ମୋଦୀ ସରକାର ଦେଲେ ପଦ୍ମବିଭୂଷଣ ସମ୍ମାନ, ତାଙ୍କ ବିଷୟରେ ଜାଣନ୍ତୁ

The Independence:kerala-minister-ahammad-devarkovil-unfurls-national-flag-upside-down-in-kasaragod

କେରଳର ମନ୍ତ୍ରୀ ଅହମଦ ଓଲଟା ଜାତୀୟ ପତାକା ଉତୋଳନ କଲେ, ବିବାଦ ହେବା ପରେ ପୁଣି ହେଲା କାର୍ଯ୍ୟକ୍ରମ

The Independence:Keshav-Maharaja-Jai-Sriram-South-African-Cricketer-Hindu

IND Vs SA Cricket ସାଉଥ ଆଫ୍ରିକାନ ବୋଲର କେଶବ ମହାରାଜା ମ୍ୟାଚ ଜିତିଲା ପରେ ଲେଖିଲେ ଜୟ ଶ୍ରୀରାମ, ଜାଣନ୍ତୁ ତାଙ୍କର ଭାରତ ସହିତ ସର୍ମ୍ପକ କଣ?

The Independence:Kanika-King-Daughter-in-Law-Murderd-by-Son-killed-mother-in-cuttack

କନିକା ରାଜାଙ୍କ ନାତୁଣୀ ବୋହୂ ପରେଶ କୁମାରୀ ଭଞ୍ଜଦେଓଙ୍କୁ କଟୁରିରେ ହାଣି ଦେଲା ପୁଅ

The Independence:Jonty-Rhodes-Chris-Gayle-Narendra-Modi-Republic-Day-Wishes

କ୍ରିକେଟର ଜଣ୍ଟି ରୋଡସ, କ୍ରିସ ଗାଏଲ ଜଣାଇଲେ ଭାରତକୁ ସାଧାରଣତନ୍ତ୍ର ଦିସବର ଶୁଭେଛା, ପ୍ରଧାନମନ୍ତ୍ରୀଙ୍କ ଚିଠି ପାଇଁ ଦେଲେ ଧନ୍ୟବାଦ

The Independence:Punjab-Election-Politics-Amarindar-Singh-Navjot-Siddhu-Imran-Khan

Punjab Politics: କ୍ୟାପଟେନଙ୍କ ବଡ଼ ଖୁଲାସା, ସିଦ୍ଧୁଙ୍କୁ କ୍ୟାବିନେଟରେ ନେବାକୁ ପାକିସ୍ତାନ ପ୍ରଧାନମନ୍ତ୍ରୀ କରିଥିଲେ ଅନୁରୋଧ

The Independence:Prasad-Harichandan-May-Leave-Congress-will-join-bjd-or-bjp-may-fight-puri-loksabha-satyabadi-bidhansabha

ପ୍ରସାଦଙ୍କୁ ନେଇ କଳ୍ପନା ଜଳ୍ପନା : ବିଜେଡିରୁ ଲୋକସଭା ନା ବିଜେପିରୁ ବିଧାନସଭା? ବ୍ରହ୍ମଗିରିରେ ପାର୍ଥୀ ବଦଳାଇବକି ବିଜେଡି?

The Independence:pakistan-is-not-real-enemy-of-india-says-akhilesh-yadav-bjp-says-he-loves-jinnah

ଅଖିଲେଶଙ୍କ ବିବାଦୀୟ ବକ୍ତବ୍ୟ, କହିଲେ ଭାରତର ଅସଲ ଶତ୍ରୁ ପାକିସ୍ତାନ ନୁହେଁ, ବିଜେପି କଲା ଟାର୍ଗେଟ

The Independence:netaji-subhash-chandra-boses-daughter-anita-bose-said-congress-did-injustice-to-her-father

କଂଗ୍ରେସ ନେତାଜୀଙ୍କ ପ୍ରତି ଅନ୍ୟାୟ କରିଛି, କହିଲେ ନେତାଜୀଙ୍କ ଝିଅ ଅନିତା, ନେତାଜୀଙ୍କୁ କାବୁ କରି ପାରୁ ନଥିଲେ ଗାନ୍ଧୀ, ନେହେରୁଙ୍କ ପକ୍ଷ ନେଲେ

The Independence:Pakistans-new-National-Security-Policy

ପାକିସ୍ତାନର ନୂଆ ରାଷ୍ଟ୍ରୀୟ ସୁରକ୍ଷା ନୀତିରେ ଜାମ୍ମୁ କାଶ୍ମୀରର ସେହି ପୁରୁଣା ରାଗ

The Independence:Veer-Bal-Diwas

ବୀର ବାଳ ଦିବସ ପାଳନ ଘୋଷଣାର ଔଚିତ୍ୟ

The Independence:terrorists-count-in-jammu-kashmir-is-less-than-200-army-commander-yk-joshi-called-2021-historic-year

ଜାମ୍ମୁ କାଶ୍ମୀରରେ ଏବେ ଆତଙ୍କବାଦୀଙ୍କ ସଂଖ୍ୟା 200ରୁ କମ, କେବଳ 2021ରେ 182 ଆତଙ୍କବାଦୀ ହୋଇଛନ୍ତି ନିପାତ

The Independence:tamil-nadu-girl-ends-life-after-school-pressurised-her-to-convert-to-christianity

‘ସ୍କୁଲରେ ପଢିବାର ଅଛି ତ ଖ୍ରୀଷ୍ଟିଆନ ହେବାକୁ ପଡିବ’, ତାମିଲନାଡୁରେ ମିଶନାରୀ ସ୍କୁଲର ନିର୍ଯ୍ୟାତନା ସହି ନ ପାରି ଛାତ୍ରୀଙ୍କ ଆତ୍ମହତ୍ୟା, ସୀମା ପାର କଲାଣି ମିଶନାରୀଙ୍କ କାର୍ଯ୍ୟକଳାପ

The Independence:ib-ministry-block-pakistan-youtube-facebook-twitter-anti-india

ପାକିସ୍ତାନରୁ ଚାଲୁଥିବା ଓ ଭାରତ ବିରୋଧୀ ଅପପ୍ରଚାର ଚଳାଉଥିବା 35ଟି ୟୁ ଟ୍ୟୁବ ଚାନେଲକୁ ବ୍ଲକ କଲା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

The Independence:up-crime-husband-murdered-wife-in-front-of-three-year-old-daughter-in-lucknow

ଯେଉଁ ୟାସିନର ଦ୍ୱିତୀୟ ସ୍ତ୍ରୀ ହେବାକୁ ଶିବାରୁ ହେଲେ ଜାରା, ସେହି ୟାସିନ ତଂଟି ଚିପି କଲା ହତ୍ୟା, 3 ବର୍ଷର ଝିଅକୁ ଛାଡି ହେଲା ଫେରାର

The Independence:chennai-police-summons-actor-siddharth-suryanarayan-for-his-crass-sexual-comments-on-saina-nehwal

ସାଇନା ନେହୱାଲଙ୍କ ଉପରେ ସେକ୍ସୁଆଲ କମେଂଟ କରି କ୍ଷମା ମାଗିବା ପରେ ମଧ୍ୟ କମ୍ ହେଉନି ସିଦ୍ଧାର୍ଥଙ୍କ ସମସ୍ୟା, ଚେନ୍ନାଇ ପୋଲିସ ପଚରା ଉଚୁରା ପାଇଁ ଡାକିଲା