The Independence:Drug-addiction-society-and-development



ଗୋବିନ୍ଦ ଦଳାଇ
ସାରା ଭାରତରେତଥା ବିଶେଷ କରି ଓଡ଼ିଶାରେ ନିଶା ତା’ର କରାଳ ଛାୟାରେ ସମସ୍ତଙ୍କୁ ଆଚ୍ଛାଦିତ କରିଛି । ଦିନକୁ ଦିନ ଶରୀର କ୍ଷତିକାରୀ ନିଶା, ସମାଜ କ୍ଷତିକାରୀ ନିଶାରେ ପରିଣତ ହୋଇଛି । ନିଶା ଉପରେ କାମ କରିବାର ଦାବି କରୁଥିବା ସାମାଜିକ ସଂଗଠନ ବା ବ୍ୟକ୍ତି ବିଶେଷ ଦୁଇ ପ୍ରକାରର ଯଥା ଗୋଟିଏ ଗୋଷ୍ଠୀ “ପାନ ବିଡ଼ି ନୁହେଁ ଛୋଟିଆ ନିଶା, ଜଣା ପଡ଼େନାହିଁ ଟାଣେ ପଇସା” ଏହି ଉକ୍ତିଟିକୁ ମୂଳ ମନ୍ତ୍ର ଭାବେ ନେଇ ଯେକୌଣସିପ୍ରକାରର ନିଶାକୁ ଛାଡ଼ିବା ବା ଛଡ଼େଇବା ପାଇଁ ସର୍ବଦା ପ୍ରୟାସ କରିଥାନ୍ତି । ଏମାନଙ୍କୁ “ମାଛି କୁ ମୋ” କହୁନଥିବା ଶ୍ରେଣୀର ଭଦ୍ରଲୋକ ବୋଲି ବିବେଚିତ କରାଯାଏ ।ସମାଜ କ୍ଷତିକାରୀ (ସମାଜକୁ କ୍ଷତି ପହଞ୍ଚାଉଥିବା)ନିଶା ଉପରେ କାମ କରୁଥିବା ଗୋଷ୍ଠୀ ଆଉ ଏକ ପ୍ରକାରର।  ସମସ୍ତ ପ୍ରକାରର ନିଶା ବ୍ୟକ୍ତି ଶରୀରର କ୍ଷତିକାରୀ କିନ୍ତୁ ସମାଜ କ୍ଷତିକାରୀ ନିଶା ବ୍ୟକ୍ତିର ଉର୍ଦ୍ଧ୍ୱରେ ପରିବାର, ପ୍ରତିବେଶୀ, ପଡ଼ୋଶୀ, ସମୁଦାୟ ତଥା ସମାଜର ଗଭୀର କ୍ଷତି କରିଥାଏ।

ଯେମିତିକି ପାନ, ବିଡ଼ି, ଗୁଟଖା ଖାଉଥିବା ଲୋକ ନିଜ ଶରୀରର ବ୍ୟାପକ କ୍ଷତି କରିଥାଏ । କିନ୍ତୁ ମଦ, ଗଞ୍ଜେଇ, ବ୍ରାଉନ ସୁଗାର, ଚରସ, ହେରୋଇନ୍, ଡେନଡ୍ରାଇଟ୍ ଭଳି ନିଶା କବଳିତ ବ୍ୟକ୍ତି ଶରୀରର କ୍ଷତି ପହଞ୍ଚାଇବା ସଙ୍ଗେ ସଙ୍ଗେ ସମାଜର ପ୍ରଭୁଦ କ୍ଷତି ଘଟାଇଥାଏ । ଏହି ଶ୍ରେଣୀର ନିଶାସକ୍ତ ବ୍ୟକ୍ତିସାଧାରଣତଃ ଅପରାଧପ୍ରବଣ ହୋଇଥାନ୍ତି । କାରଣ ଏ ସମସ୍ତ ନିଶା ଦିନକୁ ସର୍ବନିମ୍ନ ୫ ଶହ ଟଙ୍କାରୁ ନେଇ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅର୍ଥ ଯୋଗାଡ଼ ପାଇଁ ବ୍ୟକ୍ତିକୁ ବାଧ୍ୟ କରିଥାଏ । ପରିତାପର ବିଷୟ, ଏହି ସୁକ୍ଷ୍ମ ପାର୍ଥକ୍ୟକୁ ସମାଜର ତଥାକଥିତ ବୁଦ୍ଧିଜୀବୀ, ସମାଜସେବୀ, ପ୍ରଶାସକ, ଆଇନଜ୍ଞ, ମନୋସ୍ତତ୍ତ୍ୱବିଦମାନେ ବୁଝିପାରନ୍ତି ନାହିଁ। ଯାହା ଫଳରେ ନିଶା ବିରୋଧୀ ଅଭିଯାନ ବିଭିନ୍ନ ସମୟରେ ସେତିକି ସଫଳତା ହାସଲ କରିପାରୁନାହିଁ। କାରଣ ନିଶା କବଳିତ ବ୍ୟକ୍ତି ଓ ତାଙ୍କ ପରିବାର ଲୋକଲଜ୍ଜ୍ୟାକୁ ଭୟ କରି କେବଳ ଯନ୍ତ୍ରଣାରେ ଛଟପଟ ହେବା ଛଡ଼ା ଆଉ କିଛି ଉପାୟ ନଥାଏ। ଏହି ଉଭୟ ପ୍ରକାରର ନିଶାର ଜନ୍ମ ଏକ ପ୍ରକାରର ସାମାଜିକ ଓ ସାଂସ୍କୃତିକ ମୂଲ୍ୟବୋଧର ଅବକ୍ଷୟ ହେତୁ ଘଟିଥାଏ।

ପ୍ରାୟତଃ ଦେଖାଯାଏ ବାପା ମା’ମାନେ ତାଙ୍କ ପିଲାଙ୍କୁ ପିଲାବେଳୁ କେବଳ ପାଠ, ଉଚ୍ଚ ଶିକ୍ଷା ଓ ତା’ର ଫଳସ୍ୱରୂପ କେମିତି ମୋଟା ଅଙ୍କର ପଇସା ରୋଜଗାର କରାଯାଇପାରିବ ଏହିଭାବନା ଭିତରେରହିଥାନ୍ତି। ପରାର୍ଥପରତା, ପରୋପକାର, ନୈତିକ ଆଧ୍ୟାତ୍ମିକ ମୂଲ୍ୟବୋଧ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇନଥାଏ । ଜୀବନର ଲକ୍ଷ୍ୟ କେବଳ ପାଠ ପଢ଼ି ପଇସା ରୋଜଗାର ପର୍ଯ୍ୟନ୍ତ ସୀମିତ ରହିଯାଏ । ତେଣୁ କଲେଜ ପଢ଼ା ବେଳଠୁ ଜୀବନରେ କିଛିଟା ଉନ୍ମାଦନା ଖୋଜୁ ଖୋଜୁ ଯୌବନର ଉଦ୍ଦାମତାରେ କୁସଙ୍ଗରେ ପଡ଼ି ସମାଜ କ୍ଷତିକାରୀ ନିଶାର କବଳିତ ହୁଅନ୍ତି । ‘ନେଡ଼ି ଗୋଡ଼ କହୁଣୀକୁ ବୋହିଯିବା’ ପରେ କାକୁତିମିନତି ହୋଇ ପ୍ରଥମେ ଡାକ୍ତରଖାନା ଆଉ ତା’ପରେ ନିଶା ନିବାରଣ କେନ୍ଦ୍ରରେ ପହଞ୍ଚିଥାନ୍ତି । କାହିଁକିନା ସମସ୍ତଙ୍କୁ ଜଣାଅଛି ନିଶା ପ୍ରବଣତାକୁ ଛଡ଼େଇବା ପାଇଁ ଆଜିର ଦୁନିଆରେ କୌଣସି ଔଷଧ ନାହିଁ । ଗୋଟିଏ ନିର୍ଦ୍ଦିଷ୍ଟ ପ୍ରକାରର ମାନସିକ ନିଷ୍ପତ୍ତି ନିଶାର ଅଭ୍ୟାସକୁ ବଦଭ୍ୟାସରେ ପରିଣତ କରାଏ । ମଣିଷ ନିଶା ଖାଉ ଖାଉ ନିଶା ମଣିଷକୁ ଖାଇଥାଏ।
ନିଶା ନିବାରଣ କେନ୍ଦ୍ର
ନିଶା ନିବାରଣ କେନ୍ଦ୍ର ପରିଚାଳନା ଦୃଷ୍ଟିରୁ ତିନି ପ୍ରକାରର ଯଥା ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ନିଜ ଅର୍ଥରେ ଚଳାଉଥିବା ବେସରକାରୀ ସଂଗଠନ । ରୋଗୀ ସେବା ବା ଚିକିତ୍ସା ଦୃଷ୍ଟିରୁ ଏହି ତିନି ପ୍ରକାରର ଅନୁଷ୍ଠାନରେ ଏକା ପ୍ରକାରର ପରିଚାଳନାଗତ ବ୍ୟବସ୍ଥା ରହିଥିଲେ ମଧ୍ୟ ଜଣେ ନିଶାସକ୍ତ ବ୍ୟକ୍ତି ସମ୍ପୂର୍ଣ୍ଣ ନିଶା ଛାଡ଼ିବା କିମ୍ବା ନିଶାମୁକ୍ତ ଜୀବନ ବଞ୍ଚିବାର ଉଦାହରଣଗୁଡ଼ିକ ଖୁବ୍ କ୍ଵଚିତ । ନିଶା ନିବାରଣ ଅଭିଧାନରେ ନିଶା ଛାଡ଼ିଥିବା ବ୍ୟକ୍ତି (Recovered Addict) ଶବ୍ଦଟି ପ୍ରାୟ ବ୍ୟବହାର କରାଯାଏ ନାହିଁ । ତା’ ବଦଳରେ ସମସ୍ତେ ଜଣେ ଜଣେ ନିଶା ଛାଡ଼ିବାର ପ୍ରୟାସ ରଖୁଥିବା (Recovering Addict)  ଶବ୍ଦଟି ବ୍ୟବହାର କରାଯାଏ । ନିଶା ନିବାରଣ କେନ୍ଦ୍ର ପରିଚାଳନା କ୍ଷେତ୍ରରେ ଆଉ ଏକ ପ୍ରକାରର ବ୍ୟବସ୍ଥା ପରିଲକ୍ଷିତ ହୁଏ । ନିଶାମୁକ୍ତ ଜୀବନ ବଞ୍ଚୁଥିବା (Recovering Addict) ବ୍ୟକ୍ତିମାନଙ୍କ ଦ୍ୱାରା ନିଶା ନିବାରଣ କେନ୍ଦ୍ରର ପରିଚାଳନା କରିବା ଦ୍ବାରା ସମାଜର  କ୍ଷତିକାରୀ ନିଶା କବଳିତ ବ୍ୟକ୍ତିମାନେ ଯେଉଁ ଯନ୍ତ୍ରଣା ଦେଇ ଯାଇଥାନ୍ତି ତାହା ହୃଦବୋଧ କରିବା ସହ  ସେମାନେ ଯେତେବେଳେ ନିଶା ନିବାରଣ କେନ୍ଦ୍ର ପରିଚାଳନାରେ ସାମିଲ ହୁଅନ୍ତି, ନିଶା ନିବାରଣ ପ୍ରକ୍ରିୟା ବେଶି ଫଳପ୍ରଦ ହୋଇଥାଏ । କିଛି କ୍ଷେତ୍ରରେ ନିଶା ନିବାରଣ ଭଳି ଏକ ମହତ କାମକୁ ସହଜ ପଇସା ରୋଜଗାରର ମାଧ୍ୟମ ବୋଲି ଅରୁଚିକର ମନ୍ତବ୍ୟ ଦିଆଯାଇଥାଏ । ଏଥିପାଇଁ ଏହି ମନ୍ତବ୍ୟ ପ୍ରଦାନ କରୁଥିବା ବ୍ୟକ୍ତି ବା ସମାଜ ଏବଂ କେନ୍ଦ୍ର ଚଳାଉଥିବା ଅନୁଷ୍ଠାନର ଉଭୟପକ୍ଷ ଦାୟୀ । ଏଭଳି ଏକ ସଙ୍ଗୀନ ସାମାଜିକ ବ୍ୟାଧି ବିଷୟରେ ସାମୁହିକ ଭାବେ ଚିନ୍ତା କରିବା ଓ ନିଷ୍ଠାପର ପ୍ରୟାସ କରିବା ଖୁବ୍ କ୍ୱଚିତ । ସବୁଠୁ ଦୁଃଖର ବିଷୟ, ଏ କ୍ଷେତ୍ରରେ ଗଣମାଧ୍ୟମ ଏକ ନକରାତ୍ମକ ଚିତ୍ରଣ । ଗୋଟିଏ ଯୋଡ଼ିଏ ବ୍ୟତିକ୍ରମ ବା ପରିଚାଳନାଗତ ତ୍ରୁଟିକୁ ଏମିତି ବଢ଼େଇ ଚଢ଼େଇ ଚିତ୍ରଣ କରନ୍ତି ଯେ ଭଲ କାମ କରୁଥିବା ବ୍ୟକ୍ତି ବା ସଂଗଠନଟି ଆତଙ୍କିତ ବା ଶଙ୍କା ଗ୍ରସ୍ତ ହୋଇପଡ଼େ । ଆଉ କଜଳପାତିଆ ଭଦ୍ରଲୋକଙ୍କ କଥା ତ ଛାଡ଼, କୌଣସି ତର୍ଜମା ବା ଗଭୀର ଅନୁଶୀଳନ ନଥାଇ ଅନ୍ୟମନସ୍କ ଭାବେ ମନ୍ତବ୍ୟ ଦେବାରେ ଏମାନେ ଧୁରନ୍ଦର । ସାମ୍ବାଦିକତାର ନୈତିକ ମୂଲ୍ୟବୋଧ (Ethics) ଭୁଲି ଘଟଣାକୁ ଏଭଳି କଦର୍ଥ କରି ଚିତ୍ରଣ କରନ୍ତି ଯେ, ସାଧାରଣରେ ଲୋକଙ୍କ ଭିତରେ ଅଧିକ ସନ୍ଦେହ ସୃଷ୍ଟି ହୁଏ। ଏହାର ସୁଦୂର ପ୍ରସାରୀ କୁପ୍ରଭାବ ବିଷୟରେ ସେମାନଙ୍କର ତିଳେ ବି ଭୃକ୍ଷେପ ନଥାଏ।

ନିଶାର ବ୍ୟାପକତା ଓ ନୂତନ ସାମାଜିକ ଦୃଷ୍ଚିକୋଣ
ସ୍ୱାଧୀନତାର ୭୫ତମ ବର୍ଷପୂର୍ତ୍ତୀ ଉପଲକ୍ଷେ ପାଳନ ହେଉଥିବା ‘ଆଜାଦୀ କୀ ଅମୃୀତ୍ ମହୋତ୍ସବ’ ଅବସରରେ ଜନସଂଖ୍ୟା ଦୃଷ୍ଟିରୁ ଭାରତ ଯୁବରାଷ୍ଟ୍ର ଭାବେ ପରିଗଣିତ । ଭାରତରେ ୩୫ ବର୍ଷରୁ କମ୍ ବୟସର ଲୋକଙ୍କ ସଂଖ୍ୟା ହେଉଛି ୬୬ ପ୍ରତିଶତ। ଏଭଳି ଏକ ସୁଯୋଗ ଜନସାଂଖିକ ଲାଭାଂଶ (Demographic Dividend) ହେବା ବଦଳରେ ଜନସାଂଖିକ ବୋଝ (Demographic Liability) ନହୋଇଯାଉ । ଅର୍ଥନୀତିଜ୍ଞମାନଙ୍କ ଦ୍ୱାରା ଭାରତ ବର୍ଷରେ ବା ବିଶ୍ୱରେ ନିଶା ସମ୍ପର୍କିତ ବଜାର ଆକଳନ ହୋଇଥିଲେ ମଧ୍ୟ ନିଶାଗ୍ରସ୍ତ ହୋଇ ସମାଜ ବା ଦେଶର ଅର୍ଥନୈତିକ କ୍ଷତିର ଆକଳନ ଏ ପର୍ଯ୍ୟନ୍ତ କରାଯାଇନାହିଁ । କେବଳ ସେତିକି ନୁହେଁ ନିଶାଜନିତ ଅପରାଧ, ଜୀବନହାନୀ ଏବଂ ସେଥିରୁ ସୁରକ୍ଷା ପାଇବା ପାଇଁ ଲୋକଙ୍କ ଟିକସରୁ ଖର୍ଚ୍ଚ ହେଉଥିବା ଅର୍ଥ ମଧ୍ୟ ଆକଳନରେ ସ୍ଥାନୀତ ହେବା ଦରକାର । ଏପରି କରାଗଲେ ସାମାଜିକ ବିକାଶର ପ୍ରୟାସ କରୁଥିବା ସଂଗଠନମାନଙ୍କର ଶୀର୍ଷ ମଣ୍ଡନ କରୁଥିବା ବ୍ୟକ୍ତିବିଶେଷ ବିଶେଷ ଯତ୍ନବାନ ହୋଇପାରନ୍ତେ । ନହେଲେ ରସାତଳଗାମୀ ଯୁବ ସମାଜ ଓ ଦେଶକୁ ଉଦ୍ଧାର କରିବା ଖୁବ୍ କାଠିକର ହୋଇଯିବ।

ଶେଷକଥା
ନିଶା ବିରୋଧୀ ଆଇନ ପାଇଁ ଦାବି କରୁଥିବା ନିଶା ବିରୋଧୀ ଆନ୍ଦୋଳନକାରୀଙ୍କ ଏକ ପ୍ରମୁଖ ଦାବି ହେଲା ନିଶା ବିକ୍ରିକୁ ସରକାରୀ ଭାବେ ବନ୍ଦ କରିବା କିମ୍ବା ବେଆଇନ ଘୋଷଣା କରିବା । କିନ୍ତୁ ଅତୀତର ଅନୁଭୂତିକୁ ଦେଖି ଯାହା ଜଣାଯାଏ ଏହାଦ୍ୱାରା ସରକାରୀ ଭାବେ ନିଶା ବିକ୍ରି ବନ୍ଦ ହୋଇଗଲେ ବି ନିଶା ବ୍ୟାପାର ବନ୍ଦ ହୋଇପାରିନାହିଁ । ସରକାରୀ ଭାବେ ନିଶା ବିକ୍ରି ଓ ସେବନ ବନ୍ଦ ହେବା ଦ୍ୱାରା ନିଶ୍ଚିତ ଭାବେ ଏକ ଶାସକୀୟ ଉନ୍ନତ ଜନହିତକର ମୂଲ୍ୟବୋଧର ପରିଚାୟକ ହୋଇପାରେ । କିନ୍ତୁ ନିଶାରୁଦ୍ଧ ରାକ୍ଷାସ ପ୍ରତିହତ କରିବାରେ ଏହା ଯଥେଷ୍ଟ ନୁହେଁ ବରଂ ଦେଖାଯାଇଛି ନିଷେଧ କରାଯାଇଥିବା ନିଶାଦ୍ରବ୍ୟ ତ୍ରୁଟିଯୁକ୍ତ ଆଇନ ଓ ପ୍ରଶାସନର ଅନ୍ଧାରି ଗଳିକନ୍ଦି ଦେଇ ଏକ ଅନିୟନ୍ତ୍ରିତ ଆର୍ଥିକ ବ୍ୟବସ୍ଥାକୁ ଜନ୍ମ ଦିଏ । ନିଶା ଖାଉଥିବା ଲୋକଟି ଅଧିକ ପଇସା ଦେଇ ନିଶା କିଣେ ଓ ସେଥିପାଇଁ ଅଧିକ ପଇସା ଆବଶ୍ୟକ ଥିଲା ବେଳେ ପରିବାର, ପଡ଼ୋଶୀ କିମ୍ବା ସମାଜରେ ଆହୁରୀ  ଜଘନ୍ୟ କାଣ୍ଡ ଘଟାଏ । ନିଶା ସାମ୍ରାଜ୍ୟର ଏ ଦିଗ ପ୍ରତି ବି ଧ୍ୟାନ ଦେବା ଜରୁରୀ । ତା’ ସାଙ୍ଗକୁ ବେକାରୀ ବୃଦ୍ଧି, ସ୍ଥାୟୀ ନିଯୁକ୍ତିର ଅଭାବ, ଅଭାବୀ ଦେଶାନ୍ତର (Distress Migration), ଦ୍ରୁତ ସହରୀକରଣ ତଥା କେବଳ ସହରାଭିମୁଖୀ ବିକାଶ ଏ ପରିସ୍ଥିତିକୁ ଆହୁରି ଭୟାବହ କରୁଛି । ତେଣୁ ସମୟ ଆସିଛି ‘ବେଳହୁଁ ଗୋବିନ୍ଦ ସୁମର’ ନ୍ୟାୟରେ ଏ ସମସ୍ତ ଦିଗକୁ ବିଚାର କରି ଶାସନ, ପ୍ରଶାସନ, ସାମାଜିକ, ସାଂସ୍କୃତିକ, ଆଧ୍ୟାତ୍ମିକ ଓ ରାଜନୈତିକ ସ୍ତରରେ ଉଚିତ ମାନସିକତା ସୃଷ୍ଟି କରି ସମ୍ମିଳୀତ ପ୍ରୟାସ କଲେ ନିଶା ନିବାରଣ ଅଭିଯାନ ଏକ ନିର୍ଣ୍ଣାୟକ ଲଢ଼େଇରେ ପରିଣତ ହୋଇପାରିବ।
ନିର୍ଦ୍ଦେଶକ, ଯୁବ ବିକାଶ ଏବଂ ଆବାହକ, ଦମନ , ଓଡ଼ିଶା
ଯୋଗାଯୋଗ –୯୪୩୭୯୩୬୩୧୫

Author Image

Gobinda Dalai

Recent Posts

The Independence:vegetarian-in-world

ବିଶ୍ୱରେ ଶାକାହାର

The Independence:Rajasthan-Shakeel-Nasir-among-3-arrested-for-beating-a-tribal-man-to-death-over-drawing-water-from-a-tube-well-booked-under-SCST-Act

ରାଜସ୍ଥାନ: ଟ୍ୟ।ପରୁ ପାଣି ନେବାରୁ ଜଣେ ଆଦିବାସୀଙ୍କୁ ପିଟି ପିଟି ହତ୍ୟା କଲେ ସକିଲ, ନାସିର

The Independence:Dhamanagar-Byeelection-Odisha-Politics

ଧାମନଗର ଉପନର୍ବାଚନର ସନ୍ଦେଶ

The Independence:Hyderabad-FIR-Registered-Against-Christian-Family-Who-Had-Abused-Hindus-For-Making-Rangoli-On-Diwali

ଦିପାବଳୀ ରଙ୍ଗୋଲି କରିବାରୁ ହିନ୍ଦୁ ପରିବାରଙ୍କୁ ଆକ୍ରମଣ କରିଥିବା ଖ୍ରୀଷ୍ଟିଆନଙ୍କ ଉପରେ ପୋଲିସରେ ମୋକଦ୍ଦମା

The Independence:Delhi-Bajrang-Dal-worker-Nitesh-dies-after-he-was-beaten-by-Ufiza-Adnan-and-Abbas-3-days-ago-police-deny-communal-angle

ଦିଲ୍ଲୀ : ବଜରଙ୍ଗ ଦଳରେ କାମ କରୁଥିବାରୁ ନିତେଶଙ୍କୁ ହତ୍ୟା କରିଲେ ୟୁଫିଜା, ଆଦନାନ ଓ ଆବାସ, ହତ୍ୟାକାରୀଙ୍କୁ ଗିରଫ କରୁନାହିଁ ପୋଲିସ

The Independence:The-News-Bangla-editor-Manab-Guha-arrested-by-Kolkata-police-after-he-covered-Mominpur-anti-Hindu-pogrom

ପଶ୍ଚିମବଙ୍ଗ: ହିନ୍ଦୁମାନଙ୍କ ଉପରେ ଆକ୍ରମଣର ଖବର ପ୍ରକାଶିତ କରିବାରୁ ସାମ୍ବାଦିକଙ୍କୁ ଗିରଫ କରିଲା ପୋଲିସ

The Independence:DMK-Doesnt-Wish-For-Deepavali-Old-Video-Of-DMK-MP-A-Raja-Derogating-Hindu-Festival-Resurfaces

ତାମିଲନାଡୁ: କାହିଁକି ଡିଏମକେ ଚାହେଁନି ଦିପାବଳୀ ପାଳନ, ସାଂସଦ ଏ ରାଜାଙ୍କର ପୁରୁଣା ଭିଡିଓ ଭାଇରାଲ

The Independence:Battle-of-Haifa-in-the-First-World-War-and-the-bravery-of-Indian-soldiers

ପ୍ରଥମ ବିଶ୍ୱଯୁଦ୍ଧର ହାଇଫା ଯୁଦ୍ଧ ଯେଉଁଥିରେ ଭାରତୀୟ ସୈନିକ ଦେଖାଇଥିଲେ ବିରତ୍ୱ

The Independence:Dhamanagar-Bye-Election

ଧାମନଗର ଉପନର୍ବାଚନର ପାଣିପାଗ

The Independence:Aam-Adami-Party-Anti-Hindu-Agenda

ଆମ ଆଦମି ପାର୍ଟିର ହିନ୍ଦୁ ବିରୋଧୀ ଏଜେଣ୍ଡା

The Independence:India-Foreign-Policy

ସମରକନ୍ଦର ସନ୍ଦେଶ

The Independence:Pollution-in-Space-Opinion

ମହାକାଶରେ ମଇଳା

The Independence:Love-jihad-in-West-Bengal-Seikh-Raja-raped-murdered-girlfriend-Rubi-Kumari

ପଶ୍ଚିମବଙ୍ଗରେ ଲଭ ଜିହାଦ ରୁବି କୁମାରୀଙ୍କୁ ବଳାତ୍କାର ପରେ ହତ୍ୟା କଲା ପ୍ରମିକ ଶେଖ ରାଜା

The Independence:Pakistan-Jindabad-Slogan-Odisha-Bhubaneswar

ରାଜଧାନୀ ଭୁବନେଶ୍ୱର ଉପକଣ୍ଠରେ ଉଠିଲା ପାକିସ୍ତାନ ଜିନ୍ଦାବାଦ ନାରା, ପୋଲିସରେ ଅଭିଯୋଗ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ, ଅଭିଯୋଗ ଉଠାଇବା ପାଇଁ ଓଲଟା ଧମକ

The Independence:Unhealthy-India

ଅସୁସ୍ଥ ଭାରତର ଭବିଷ୍ୟତ

The Independence:Hyderabad-2-burqa-clad-women-held-for-vandalizing-Goddess-Durga-idol-in-Durga-Puja-Pandal

ହାଇଦ୍ରାବାଦ ବୁର୍ଖା ପିନ୍ଧା ମହିଳାଙ୍କ ଘୃଣ୍ୟ କାମ, ମେରି ଖ୍ରୀଷ୍ଟଙ୍କ ମୃତି ଭାଙ୍ଗିଲା ପରେ ଦୁର୍ଗାଙ୍କ ମୃତି ଭାଙ୍ଗିବା ପାଇଁ ଆସି ଧରାପଡିଲେ

The Independence:Assam-Anjali-Biswas-was-brutally-stabbed-by-Rafiq-Ali-for-refusing-marriage-proposal

ଆସାମ: ବିବାହ କରିବା ପାଇଁ ମନା କରିଦେବାରୁ ଅଂଜଳି ବିଶ୍ୱାସଙ୍କୁ ଛୁରି ମାରିଲା ରଫିକ ଅଲ୍ଲି

The Independence:Rise-of-Nationalism-in-Europe-Stop-Islamisation

ଦୋ’ଛକିରେ ୟୁରୋପ

The Independence:Nexus-and-Minority-appeasement-Waqf-and-Congress

କଂଗ୍ରେସ ଓ ଓାକଫ ବୋର୍ଡର ନାପାକ ଯୁଗଳ ବନ୍ଦୀ

The Independence:National-Logistics-Policy-of-India-Shaping-Logistics-of-Future

ରାଷ୍ଟ୍ରୀୟ ବସ୍ତୁ ପରିବହନ ନୀତି

The Independence:Justice-For-Aditya-15-year-old-Aditya-Tiwari-stabbed-to-death-Taif-Khan-absconding-Bihar-News

ଯେଉଁ ଖବରରେ ଲିବେରାଲ ଲୁହ ବୁହାନ୍ତି ନାହିଁ କି ଗଣମାଧ୍ୟମ ଦେଖାଏ ନାହିଁ, ୧୫ ବର୍ଷର ଆଦିତ୍ୟ ତିଓାରିକୁ ଛୁରି ମାରି ହତ୍ୟା, ହତ୍ୟାକାରୀ ତୈଫ ଖାନ ଫେରାର

The Independence:British-Hindus-protest-The-Guardians-fake-news-against-India--Hindus

ଦି ଗାର୍ଜିଆନର ହିନ୍ଦୁ ବିରୋଧୀ ନୀତି ବିରୋଧରେ ଲଣ୍ଡନରେ ବିକ୍ଷୋଭ

The Independence:Navratri-Dharmic-festival-not-a-cultural-one-so-if-idol-worship-for-you-is-a-sin-maybe-dont-insist-in-coming-for-garba

ନବରାତ୍ରୀ ଏକ ଧାର୍ମୀକ ଉସ୍ତ୍ରବ, ଯେଉଁମାନେ କେବଳ ଗରବାକୁ ନାଚିବା, ମୌଜ, ମସ୍ତି ପାଇଁ ଯାଉଛନ୍ତି, ଦେବୀଙ୍କୁ ପୂଜା କରୁନାହାନ୍ତି କି ପ୍ରସାଦ ଖାଉନାହାନ୍ତି ସେମାନେ ନଗଲେ ଭଲ

The Independence:Unveiled-and-rising-up-How-protests-in-Iran-cut-to-the-heart-of-national-identity

ହିଜାବର ହୋଲି

The Independence:Operation-Octopus-NIA-Raids-Banned-PFI

ଅପରେସନ ଅକ୍ଟୋପସ