The Independence:Freedom-of-Speech-Expression-Munawar-Faruqui

 ଏବେ କିଛି ଦିନ ହେଲା ମୁନାବର ଫାରୁକୀ ପ୍ରସଙ୍ଗ  ଆଲୋଚନାର  କେନ୍ଦ୍ର ବିନ୍ଦୁରେ  ଅଛି । ମୁନାବର ଫାରୁକୀ ହେଉଛନ୍ତି  ଜଣେ ତଥାକଥିତ ଷ୍ଟାଣ୍ଡ ଅପ କମେଡିଆନ । ସେ ବିଭିନ୍ନ ସ୍ଥାନରେ କମେଡି ଶୋ ମାନ କରିଥାନ୍ତି । କମେଡି ନାମରେ  ହିନ୍ଦୁ ଦେବା ଦେବୀଙ୍କ ବିରୁଦ୍ଧରେ ମନ୍ତବ୍ୟ ଦେବା ସହ ଗୋଧରାରେ ଜୀବନ୍ତ ଜଳାଇ ଦିଆ ଯାଇଥିବା ରାମଭକ୍ତ ମାନଙ୍କ ସମ୍ପର୍କରେ ମଧ୍ୟ ଅଶାଳୀନ କଥା କହିବାର ଅଭିଯୋଗ ତାଙ୍କ ବିରୁଦ୍ଧରେ ରହିଛି । ସେ ବେଙ୍ଗଲୁରୁରେ ଏକ କମେଡି ଶୋ କରିବାକୁ ଚାହିଁଥିଲେ । ହେଲେ ବେଙ୍ଗାଲୁରୁ ପୋଲିସ ତାଙ୍କୁ ଶୋ କରିବାକୁ ଅନୁମତି ଦେଇ ନ ଥିଲା । ଏହାକୁ ନେଇ ଏବେ ମେନଷ୍ଟ୍ରିମ ମିଡିଆରେ ବିତର୍କ ଆରମ୍ଭ ହୋଇଛି ।

ମୁନାବର ଫାରୁକୀ ଇନ୍ଦୋର ଠାରେ ଏକ ଶୋ ରେ କମେଡି ନାମରେ ପ୍ରଭୁ ଶ୍ରୀରାମ ଓ ସୀତାଙ୍କ ବିଷୟରେ ଅନେକ ଅଶାଳୀନ କଥା କହିଥିଲେ । ଗୋଧରା ଠାରେ  ୫୯ ଜଣ ରାମଭକ୍ତ ଯେଉଁ ମାନଙ୍କ ମଧ୍ୟରେ ଛୋଟ ପିଲା ଓ ଶିଶୁ ମଧ୍ୟ ଥିଲେ ଓ ସେମାନଙ୍କୁ ଜାଳି ଦିଆ ଯାଇଥିଲା, ତାହାକୁ ମୁନାବର ଫାରୁକୀ  ଏକ ଫିଲ୍ମ ବୋଲି କହିବା ସହ ଅମିତ ଶାହ ଏହାର ନିର୍ଦେଶକ ବୋଲି କହିଥିଲେ । ଏହା ପରେ ବିଭିନ୍ନ ସ୍ଥାନରେ ତାଙ୍କର ପ୍ରସ୍ତାବିତ କମେଡି ଶୋ କୁ ଅନୁମତି ମିଳୁ ନାହିଁ । ଏହାକୁ ନେଇ ମୁନାବର କ୍ଷୁବ୍ଧ ହୋଇ ଯାଇଛନ୍ତି । ସେ କହିଛନ୍ତି, ଘୃଣା ଜିତି ଗଲା, କଳାକାର ହାରିଗଲା ।

ଏହା ପରେ ଯାହା ହେବାର ଥିଲା ତାହା ହିଁ ହୋଇଛି । ନିଜକୁ ଲିବେରାଲ ବୋଲାଉଥିବା ଲୋକ ମାନେ ଏକା ସ୍ୱରରେ ଏହାକୁ ଅନ୍ୟାୟ ବୋଲି କହିବା ସହ ମୁନାବରଙ୍କ  ବାକ ସ୍ୱାଧୀନତାର ଉଲ୍ଲଂଘନ ହେଉଥିବା ଅଭିଯୋଗ କରିଛନ୍ତି । ସେମାନେ ମୁନାବରଙ୍କୁ ପୀଡିତ  ବୋଲି ଦର୍ଶାଇବା ସହ କେହି କେହି ଲିବରାଲ ତ ସେ ମୁସଲମାନ ହୋଇଥିବାରୁ ଟାର୍ଗେଟ କରା ଯାଉଥିବା ମଧ୍ୟ କହିଛନ୍ତି । ଏହି ଲିବରୋଲ ଇକୋ ସିଷ୍ଟମର ଲୋକ ମାନେ ଏହି ବାହାନାରେ ପୁଣି ଥରେ ହିନ୍ଦୁତ୍ୱ ଓ ହିନ୍ଦୁ ମାନଙ୍କ ଉପରେ ଆକ୍ରମଣ କରିବା ଆରମ୍ଭ କରିଛନ୍ତି ।

ବର୍ତମାନ  ଏହି ବିଷୟରେ ଆଲୋଚନା କରିବା । ଯଦି ପ୍ରଶ୍ନ କରାଯାଏ ଯେ ମୁନାବର ଫାରୁକୀଙ୍କର ବାକ ସ୍ୱାଧୀନତାର ଅଧିକାର ଅଛି ନା ନାହିଁ ତେବେ ଏହାର ଉତର ହେଲା ଯେ ସମସ୍ତ ଭାରତୀୟ ମାନଙ୍କର ବାକ ସ୍ୱାଧୀନତାର ଅଧିକାର ଥିବାରୁ ତାଙ୍କର ମଧ୍ୟ ନିଶ୍ଚିତ ଭାବେ ବାକ ସ୍ୱାଧୀନତାର ଅଧିକାର ରହିଛି । ପରବର୍ତୀ ପ୍ରଶ୍ନ ହେଲା ଯେ ହିନ୍ଦୁ ଦେବା ଦେବୀଙ୍କ  ଉପରେ କଣ  ଟିପ୍ପଣୀ କରା ଯାଇ ପାରିବ ନାହିଁ ? ନିଶ୍ଚିତ କରା ଯାଇ ପାରିବ କାରଣ ଏହା  ହିନ୍ଦୁତ୍ୱ । ଭାରତରେ  ଭକ୍ତ ମାନଙ୍କୁ  ହିନ୍ଦୁ ଦେବାଦେବୀଙ୍କୁ ପ୍ରଶ୍ନ କରିବାର ଅନେକ ଉଦାହରଣ ରହିଛି । ଶ୍ରୀକୃଷ୍ଣଙ୍କ  ଅନନ୍ୟ ଭକ୍ତ ଓ ମହାକବି ସୁରଦାସ ତ ଗୋଟିଏ କବିତାରେ କହିଛନ୍ତି ଯେ - “ହେ କୃଷ୍ଣ,  ମୋତେ ଉଦ୍ଧାର କରି ତୁ  ମୋତେ କୌଣସି ଦୟା କରୁନାହୁଁ । ମୋତେ ତ ଉଦ୍ଧାର କରିବାକୁ ହିଁ ପଡିବ । କାରଣ  ଯଦି ତୁ ମୋତେ ଉଦ୍ଧାର ନ କରୁ ତେବେ ତୋର ବିଶ୍ୱସନୀୟତା ଉପରେ ହିଁ ପ୍ରଶ୍ନ ଠିଆ ହୋଇ ଯିବ । କାରଣ ଲୋକ ମାନେ କହିବେ  ଯିଏ ତାର ଅନନ୍ୟ ସଖାକୁ ଉଦ୍ଧାର କରି ପାରିଲା ନାହିଁ, ସେ ଆମକୁ କଣ ଉଦ୍ଧାର କରିବ ?  ”

ତେଣୁ ଦେବୀ ଦେବତାଙ୍କ ଉପରେ ଟିପ୍ପଣୀ କରିବାରେ ତାଙ୍କୁ ପ୍ରଶ୍ନ ପଚାରିବାରେ ଭାରତରେ ଓ ହିନ୍ଦୁତ୍ୱରେ କୌଣସି ପ୍ରକାର ଅସୁବିଧା ନାହିଁ । 

ତା ହେଲେ  ଏବେ ପ୍ରଶ୍ନ ଉଠୁଛି ଯେ - କଣ ମୁସଲମାନ ମାନେ ହିନ୍ଦୁ ଦେବା- ଦେବୀଙ୍କ   ଉପରେ ମନ୍ତବ୍ୟ ଦେଇ ପାରିବେ ନାହିଁ ?  ମୁସଲମାନ ମଧ୍ୟ ହିନ୍ଦୁ ଦେବାଦେବୀଙ୍କୁ  ପ୍ରଶ୍ନ କରି ପାରିବେ, ତାଙ୍କ ଉପରେ ଟିପ୍ପଣୀ କରି ପାରିବେ । ବିଦେଶୀ ଆକ୍ରମଣକାରୀ ମାନଙ୍କ ଶାସନ କାଳରେ ଜଣେ ପ୍ରସିଦ୍ଧ କୃଷ୍ଣ ଭକ୍ତ କବି ଥିଲେ । ସେ ବିଦେଶୀ ମୁସଲମାନ ଥିଲେ । ସେ ତାଙ୍କ କବିତାରେ କୃଷ୍ଣଙ୍କୁ ପଚାରିଛନ୍ତି –  “ହେ କୃଷ୍ଣ ଯଦି ତୁ କେବଳ ହିନ୍ଦୁ ମାନଙ୍କର ଦେବତା  ତା ହେଲେ ମୋର କିଛି କହିବାର ନାହିଁ, ହେଲେ  ଯଦି ତୁ ସମଗ୍ର ବିଶ୍ୱର ନିୟନ୍ତା ତେବେ ତୋତେ ମୋ କଥା ମଧ୍ୟ ଶୁଣିବାକୁ ପଡିବ ।”

ତେଣୁ ଏହା ସ୍ପଷ୍ଟ ଯେ ବିଦେଶୀ ଜନ୍ମିତ ରିଲିଜିୟନରେ ଯେ ଭଳି କାହା ଉପରେ କୌଣସି ଟିପ୍ପଣୀ କରା ଯାଇ ପାରିବ ନାହିଁ ବା  ପ୍ରଶ୍ନ କରା ଯାଇ ପାରିବ ନାହିଁ, ହିନ୍ଦୁତ୍ୱ  କ୍ଷେତ୍ରରେ ଏପରି ନୁହେଁ । ତେବେ ଏଠାରେ ଆବଶ୍ୟକତା ହେଲା ଯେ ଯେଉଁ ବ୍ୟକ୍ତି ଦେବା- ଦେବୀଙ୍କ ଉପରେ ଟିପ୍ପଣୀ କରୁଛି ତାର ଦେବା ଦେବୀଙ୍କ ଉପରେ ଆସ୍ଥା ଓ ବିଶ୍ୱାସ ରହିଥିବା ଆବଶ୍ୟକ  ଓ ତାର ଉଦ୍ଦେଶ୍ୟ ଖରାପ ନ ଥିବା ଆବଶ୍ୟକ ।  ଏଥିରେ ହିନ୍ଦୁ ବା ମୁସଲମାନର କୌଣସି ଫରକ ନାହିାଁ

ଏବେ ଲିବେରାଲ ଇକୋ ସିଷ୍ଟମର ଲୋକ ମାନେ ମୁନାବର ଫାରୁକୀ ପ୍ରତି ଅନ୍ୟାୟ ହୋଇଥିବା କଥା କହୁଛନ୍ତି ।  ସେମାନଙ୍କୁ ପ୍ରଶ୍ନ କରା ଯିବା ଉଚିତ ଯେ କଣ ମୁନାବରଙ୍କର  ପ୍ରଭୁ ଶ୍ରୀରାମ ଓ ମାତା ସୀତାଙ୍କ ଉପରେ କୌଣସି ଆସ୍ଥା ଓ ବିଶ୍ୱାସ  ଅଛି ? ତାଙ୍କର ଉଦ୍ଦେଶ୍ୟ କଣ ଭଲ ନା ଖରାପ ରହିଛି ?  ଏହି ପ୍ରଶ୍ନର ଉତର ଖୋଜିଲେ ବିଷୟ ଟିକୁ  ବୁଝିବା ସହଜ ହେବ ।

ଏବେ ଆଉ ଏକ କଥା ଉପରେ  ଆଲୋଚନା କରିବା । ମୁନାବର ଫାରୁକୀ  ଦୀର୍ଘ ଦିନ ଧରି କମେଡୀ କରୁଛନ୍ତି । ସେ କେବେ ତାଙ୍କ କମେଡି ଶୋ ରେ ଇସଲାମ ପ୍ରତି କେବେ ହେଲେ କୌଣସି ଟିପ୍ପଣୀ କରିଛନ୍ତି କି ଯେପରିକି ସେ  ପ୍ରଭୁ ଶ୍ରୀରାମ ଓ ମାତା ସୀତାଙ୍କ ପ୍ରତି କରୁଛନ୍ତି  ? ସେ ଆଦୌ କରି ନାହାନ୍ତି ।  ଯଦି କରିଥାନ୍ତେ ତା ହେଲେ ଧରି ନିଆ ଯାଆନ୍ତା  ଯେ ସମସ୍ତଙ୍କ ଉପରେ ସେ ଏପରି ମନ୍ତବ୍ୟ ଦିଅନ୍ତି, ତେଣୁ ହିନ୍ଦୁ ଦେବା ଦେବୀଙ୍କ   ଉପରେ ମନ୍ତବ୍ୟ ଦେଲେ ସେଥିରେ କୌଣସି ଭୁଲ ନାହିଁ । ଏହି ତର୍କକୁ ମଧ୍ୟ ସ୍ୱୀକାର କରା ଯାଇ ପାରେ । ହେଲେ ଯିଏ କେବଳ ହିନ୍ଦୁ ଦେବା ଦେବୀଙ୍କ ଉପରେ ଟିପ୍ପଣୀ କରୁଛି, ଏହାର ଅର୍ଥ ହେଲା ତାର ଏକ ମାତ୍ର ଉଦ୍ଦେଶ୍ୟ କମେଡି ଓ ବାକ ସ୍ୱାଧୀନତା ନାମରେ ହିନ୍ଦୁ ସଂସ୍କୃତି ଉପରେ ଆକ୍ରମଣ କରିବା । ସେ ଜଣେ କଟ୍ଟର ଇସଲାମିଷ୍ଟ । ସେ କେବଳ   ବାକ ସ୍ୱାଧୀନତାର ଅଧିକାରକୁ ଢାଲ କରି ନିଜକୁ କମେଡିଆନ ବୋଲି କହି ହିନ୍ଦୁ ମାନଙ୍କୁ, ତାଙ୍କର ସଂସ୍କୃତିକୁ ଖରାପ ଚିତ୍ରିତ କରିବା ପାଇଁ ଚେଷ୍ଟିତ ଅଛନ୍ତି ।

ମୁନାବର ଫାରୁକୀ  ଯେ କେବଳ ଏପରି କରୁଛନ୍ତି ତା ନୁହେଁ, ଏହା ପୂର୍ବରୁ ଆମେ ମା ଦୁର୍ଗାଙ୍କର ନଗ୍ନ ଚିତ୍ର ତିଆରି କରୁଥିବା ଏମ ଏଫ ହୁସେନଙ୍କୁ ମଧ୍ୟ ଦେଖିଛୁ । ସେ କେବେ ହେଲେ ଇସଲାମର କୌଣସି  ମହିଳା ଚରିତ୍ର ଉପରେ ନଗ୍ନ ଚିତ୍ର ତିଆରି କରିବାର କେହି ଦେଖି ନାହାନ୍ତି । ହିନ୍ଦୁ ମାନେ ଉଦାର ଥିଲେ ଓ ରହିବେ ମଧ୍ୟ । ହେଲେ କେହି ଯଦି ଖରାପ ଉଦ୍ଦେଶ୍ୟ ନେଇ ହିନ୍ଦୁ ଦେବାଦେବୀଙ୍କ ଉପରେ ଟିପ୍ପଣୀ କରେ ତେବେ ହିନ୍ଦୁ ମାନେ ଏବେ ଏହାର ଜବାବ ଦେବା ଆରମ୍ଭ କଲେଣି । ଆଗରୁ ହିନ୍ଦୁ ମାନେ ଏପରି ଘଟଣାରେ ଚୁପ ରହୁଥିଲେ ହେଲେ ବର୍ତମାନ  ସାମ୍ବିଧାନିକ ଉପାୟରେ ଉତର ଦେଲେଣି ।  ଅର୍ଥାତ ହିନ୍ଦୁ ମାନେ ଏବେ ଜାଗ୍ରତ ହେଲେଣିା ମୁନାବର ଫାରୁକୀ ପ୍ରସଙ୍ଗ ଏହାକୁ ସ୍ପଷ୍ଟ କରୁଛି ।

ଏଠାରେ ଲିବେରାଲ ଗୋଷ୍ଠୀର ଲୋକ ମାନଙ୍କର ଧୁର୍ତତାକୁ ଉଲ୍ଲେଖ କରିବା ନିହାତି ଜରୁରୀ ।  ସେମାନେ ସବୁବେଳେ ହିନ୍ଦୁ ମାନଙ୍କୁ କହିଥାନ୍ତି ଯେ ହିନ୍ଦୁ ମାନେ ଖୁବ ଉଦାର । ସେମାନଙ୍କୁ ଉଦାର ରହିବା ଉଚିତ । ସେମାନଙ୍କର ଆରାଧ୍ୟ ଦେବା ଦେବୀଙ୍କ ଉପରେ ଅପମାନଜନକ ଟିପ୍ପଣୀ ସତ୍ୱେ ମୁହଁ ଖୋଲିବା ଉଚିତ ନୁହେଁ ଓ ହିନ୍ଦୁ ମାନଙ୍କୁ ସେହିଭଳି ଉଦାରତାର ସହ ଏହାକୁ ସହ୍ୟ କରିବା ଉଚିତ । ହେଲେ ବିଦେଶ ଜନ୍ମିତ ରିଲିଜିୟନ ଗୁଡିକୁ ମାନୁଥିବା ଲୋକଙ୍କୁ ସେମାନେ କେବେ ଏପରି ଉଦାର ହେବାକୁ ଆହ୍ୱାନ କରି ନ ଥାନ୍ତି । 

ମୁନାବର ଫାରୁକୀ କୁ ତ ଶୋ କରିବାକୁ ଅନୁମତି ଦିଆ ଗଲା ନାହିଁ ହେଲେ କମଲେଶ ତିବାରୀ ନାମରେ ଜଣେ ବ୍ୟକ୍ତିଙ୍କୁ  ଗୋଟିଏ ବକ୍ତବ୍ୟ ପାଇଁ ମୁଣ୍ଡ କାଟି ଦିଆ ଯାଇଥିଲା । ସେତେବେଳେ ଏହା ବିରୋଧରେ କେହି ଲିବେରାଲ କିଛି କହିଥିବାର  କେହି ଶୁଣିଥିଲେ କି ?

Author Image

Dr Samanwaya

Recent Posts

The Independence:If-the-BJP-government-is-formed-in-Odisha-drinking-water-problem-will-be-solved-as-a-priority-Bhatrahari-Mahatab

ଓଡ଼ିଶାରେ ବିଜେପି ସରକାର ଗଠନ କଲେ ଅଗ୍ରାଧିକାର ଭିତିରେ ପାନୀୟ ଜଳ ସମସ୍ୟାର ସମାଧାନ କରାଯିବ: ଭତୃହରି ମହତାବ

The Independence:Odisha-Cow-Slaughtering

Odisha : ଗୋ ମାଂସ ବୋଝେଇ ଟ୍ରକ ଜବତ

The Independence:Jagannath-Temple-Odisha-Mumbai

ଓଡିଶା ବାହାରେ ମହାପ୍ରଭୁ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର

The Independence:Modi-Government-9-Years-Seva-Susasan-Garib-Kalyana

ନ’ ବର୍ଷର ସୁଶାସନ

The Independence:Rath-Yatra-2023-Lakhs-of-devotees-witness-Suna-Besha-of-Holy-Trinity-in-Puri

ଶ୍ରୀକ୍ଷେତ୍ରରେ ରଥାରୁଢ଼ ଶ୍ରୀଜୀଉଙ୍କ ସୁନାବେଶ, ମହଣ ମହଣ ସୁନା ଅଳଙ୍କାରରେ ସଜ୍ଜିତ ତିନି ଠାକୁର

The Independence:Puri-Ratha-Jatra-2023-Jay-Jagannath

ଶରଧାବାଲିରେ ଲାଗିଲା ତିନି ଠାକୁରଙ୍କ ତିନି ରଥ

The Independence:Ratha-Jatra-2023-ନୀଳାଦ୍ରିବିଜେରେ-ନୀଳକନ୍ଦରକୁ-ଫେରନ୍ତି-ନୀଳାଦ୍ରିନାଥ-ସରେ-ଜନ୍ମବେଦି-ଲୀଳା

Ratha Jatra 2023: ନୀଳାଦ୍ରିବିଜେରେ ନୀଳକନ୍ଦରକୁ ଫେରନ୍ତି ନୀଳାଦ୍ରିନାଥ; ସରେ ଜନ୍ମବେଦି ଲୀଳା

The Independence:Jagannath-Temple-Rath-Jatra

ଏକାବନ ଦିନରେ ଚଳଚଞ୍ଚଳ ରଥଖଳା

The Independence:ପ୍ରେମିକାକୁ-ଛୁରୀ-ଭୁଷିଲା-ପଥରରେ-ଛେଚି-ମୁହଁ-ନଷ୍ଟ-କଲା-ଜହ୍ଲାଦ-ପ୍ରେମିକ-ସାହିଲ-ଖାଁ

ପ୍ରେମିକାକୁ ଛୁରୀ ଭୁଷିଲା, ପଥରରେ ଛେଚି ମୁହଁ ନଷ୍ଟ କଲା ଜହ୍ଲାଦ ପ୍ରେମିକ ସାହିଲ ଖାଁ

The Independence:Land-Jihad-Dwarka

ଜମି ଜିହାଦର ଅନ୍ୟନାମ ଦ୍ୱାରକା

The Independence:Odisha-cant-make-progress-with-Shashikala-syndrome-Dharmendra

‘ଶଶୀକଳା ସିଣ୍ଡ୍ରୋମ’ କହିବାରୁ ସରକାରଙ୍କୁ ବାଧିଲା: ଧର୍ମେନ୍ଦ୍ର

The Independence:Land-Jihad-Love-Jihad-Jameen-Jihad-in-Odisha

ରାଜ୍ୟରେ ବଢ଼ୁଛି ଜିହାଦୀଙ୍କ ସଂଖ୍ୟା !

The Independence:The-Kerala-Story-Official-Trailer--Vipul-Amrutlal-Shah--Sudipto-Sen--Adah-Sharma--Aashin-A-Shah

The Kerala Story Official Trailer | Vipul Amrutlal Shah | Sudipto Sen | Adah Sharma | Aashin A Shah

The Independence:Guddu-Muslim-Odisha-Link-BJD

ଗୁଡ୍ଡୁ ମୁସଲମାନର ଖାସ୍, ବିଜେଡି ବିଧାୟକଙ୍କ ରାଇଟହାଣ୍ଡ

The Independence:important-files-of-the-jagannath-temple-administration-have-gone-missing

ଗାଏବ ହେଲା ଜଗନ୍ନାଥ ମନ୍ଦିର ପ୍ରଶାସନର ଗୁରୁତ୍ଵପୂର୍ଣ୍ଣ ଫାଇଲ

The Independence:Debacle-in-American-Banking-System

ଆମେରିକାର ବ୍ୟାଙ୍କିଂ ବ୍ୟବସ୍ଥାରେ ବିପର୍ଯ୍ୟୟ

The Independence:palghar-sadhu-lynching-case-to-be-investigated-by-cbi

ପାଲଘର ସାଧୁହତ୍ୟା ମାମଲାର ହେବ ସିବିଆଇ ତଦନ୍ତ

The Independence:Mix-Mandate-in-USA-Joe-Biden

ଆମେରିକାରେ ମିଶ୍ରିତ ଜନମତ

The Independence:Jayshankar-in-Fiji

ଫିଜିରେ ବିଜି ଜୟଶଙ୍କର

The Independence:Women-Freedom-Fighters-of-India-Name-List-and-Their-Roles

ଭାରତର ମହାନ ମହିଳା ସ୍ୱାଧୀନତା ସଂଗ୍ରାମୀମାନେ ଯାହାଙ୍କୁ ଇତିହାସକାରମାନେ ଭୁଲି ଯାଇଥିଲେ

The Independence:Dharmendra-Seeks-Centres-Intervention-For-Protection-Of-Archaeological-Assets-In-Odisha

ଓଡ଼ିଶାରେ ଅସୁରକ୍ଷିତ ଶିଶୁପାଳ ଗଡ଼ ଓ ଲଳିତଗିରି ପରି ଐତିହ୍ୟ କୀର୍ତ୍ତିରାଜି

The Independence:ଶ୍ରୀମନ୍ଦିରର-ପ୍ରସିଦ୍ଧ-ଦୋଳଯାତ୍ରା

ଶ୍ରୀମନ୍ଦିରର ପ୍ରସିଦ୍ଧ ଦୋଳଯାତ୍ରା

The Independence:Young-writer-Om-Priyadarshis-book-on-Paika-movement-released

ଉନ୍ମୋଚିତ ହେଲା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଚୟନିତ ଓମ୍ ପ୍ରିୟଦର୍ଶୀଙ୍କ ପୁସ୍ତକ "ପାଇକ: ଜନ, ଆଖ୍ୟାନ ଓ ଆନ୍ଦୋଳନ"

The Independence:Baijayanta-Panda-listens-Man-Ki-Baat-Programme-at-Bhawanipatna

ଭବାନୀପାଟଣା “ମନ୍‌ କି ବାତ୍‌” କାର୍ଯ୍ୟକ୍ରମରେ ବୈଜୟନ୍ତ ପଣ୍ଡା

The Independence:ଜର୍ଜ-ସୋରୋସଙ୍କ--ନେଟୱର୍କ-ଓ-କଣ୍ଢେଇ-ମାନଙ୍କୁ-ଚିହ୍ନଟ--ଜରୁରୀ

ଜର୍ଜ ସୋରୋସଙ୍କ ନେଟୱର୍କ ଓ କଣ୍ଢେଇ ମାନଙ୍କୁ ଚିହ୍ନଟ ଜରୁରୀ