ଅଷ୍ଟ୍ରେଲିଆର ଏକ ପତ୍ରିକା ( Tidings Magazine ) କୁ ଓଡିଶାରେ ରହୁଥିବା ଅଷ୍ଟ୍ରେଲିୟାନ ମିଶନାରି ଗ୍ରାହାମ ଷ୍ଟେନସ ( Graham Staines ) ଓ ତାଙ୍କ ପତ୍ନୀ ଗ୍ଲାଡିୟସ ଦେଇଥିବା ଏକ ପୁରୁଣା ସାକ୍ଷାତକାରର ଖୁଲାସା ଏବେ ହୋଇଛି । ସେଥିରେ ଗ୍ରାହାମ ଷ୍ଟେନସ ଓ ତାଙ୍କ ପତ୍ନୀ ଗ୍ଲାଡିୟସ ( Gladys Staines ) କହିଛନ୍ତି ଯେ ସେମାନେ ରଥଯାତ୍ରାରେ ବାଇବେଲ ବିକ୍ରି କରିବା ପାଇଁ ସବୁବେଳେ ଲକ୍ଷ୍ୟ ରଖୁଥିଲେ । କାରଣ ରଥଯାତ୍ରାରେ ଏକ ସମୟରେ ଏତେ ହିନ୍ଦୁଙ୍କର ସମାଗମ ହେଉଥିବାରୁ ସେଠାରୁ ହିଁ ଧର୍ମାନ୍ତିକରଣ ( Conversion ) କରିବାର ଯୋଜନା ସହଜ ହେବ । ୧୯୯୭ ଓ ୧୯୯୮ ରଥଯାତ୍ରାରେ ସେମାନେ ରେକର୍ଡ ସଂଖ୍ୟକ ବାଇବେଲ ( Bible ) ବିକ୍ରି କରିଥିଲେ । ଜଷ୍ଟିସ ଡିପି ଓାଧା କମିଶନଙ୍କର ( Justice Wadha Commission ) ରିପୋର୍ଟରେ ଏହି ପ୍ରସଙ୍ଗ ଉଲ୍ଲେଖ୍ୟ ରହିଛି । ଅଷ୍ଟ୍ରେଲିଆର ସେହି ପତ୍ରିକା ସାରା ବିଶ୍ୱରେ ରହୁଥିବା ମିଶନାରିମାନଙ୍କର କାର୍ଯ୍ୟକ୍ରମକୁ ଛପାଏ ।
ସେହି ପ୍ରତିକାରେ ଆଉ ଏକ ସଂସ୍କରଣରେ (ଜୁନ ୧୯୯୭) ଲେଖାଯାଇଛି ଯେ ଜଙ୍ଗଲ କ୍ୟାମ୍ପ ହେଉଛି ସବୁଠାରୁ ଭଲ ଉପାୟ ଆଦିବାସୀମାନଙ୍କ ମନ ପରିବର୍ତନ କରି ଖ୍ରୀଷ୍ଟିଆନ ଧର୍ମ ପ୍ରତି ଆକୃଷ୍ଟ କରିବା ଦିଗରେ । ଏକଥା ମଧ୍ୟ ଲେଖାଯାଇଛି ଯେ ରାମଚନ୍ଦ୍ରପୁରରେ ହୋଇଥିବା ଜଙ୍ଗଲ କ୍ୟାମ୍ପର ସଫଳତା ସବୁଠାରୁ ଭଲ । ସେଠାରେ ଯୋଗଦେଇଥିବା ୧୦୦ ଜଣଙ୍କୁ ଧର୍ମପରିବର୍ତନ କରାଯାଇପାରିଲା ।
ସେହି ପ୍ରତିକାର ମାର୍ଚ୍ ୧୯୯୮ ସଂସ୍କରଣରେ ଲେଖାଯାଇଛି ଯେ ବାଇବେଲକୁ ଆଦିବାସୀ ଭାଷା ( Tribal Language ) ଯେପରି ହୋ, ସାନ୍ତାଳି ଭାଷାରେ ଅନୁବାଦ କରାଯାଇଛି । ଯାହା ବହୁତ ଆଦୃତ ହୋଇଛି ।
୧୧ ଫେବୃୟାରୀ ୧୯୯୮ ରେ ପ୍ରକାଶିତ ହୋଇଥିବା ସେମାନଙ୍କର ପ୍ରତିକାରେ ଲେଖାଯାଇଛି ଯେ ଜଙ୍ଗଲ କ୍ୟାମ୍ପ ( Jungle Camp ) ର ଅର୍ଥ ହେଉଛି ୪ ଦିନ ବାଇବେଲ ପଢାଇବା ଓ ନୁଆ ନୁଆ ପରିବର୍ତିତ ହୋଇଥିବା ( Converted Christian ) ଏବଂ ପୁରୁଣା ଖ୍ରୀଷ୍ଟିଆନମାନଙ୍କ ମଧ୍ୟରେ ସର୍ମ୍ପକ ବଢାଇବା ।
ସେହି ପତ୍ରିକାରେ ଅଗଷ୍ଟ ୧୯୯୮ରେ ଯାହା ପ୍ରକାଶ ପାଇଛି ତାହା ଅତ୍ୟନ୍ତ ଚିନ୍ତାଜନକ । ସେଥିରେ ଲେଖାଯାଇଛି ଯେ ମନୋହରପୁରରେ ( Manoharapur ) ହେବାକୁ ଥିବା ବାଇବେଲ ବିଦ୍ୟାଳୟକୁ ବନ୍ଦ କରିବାକୁ ପଡିଲା । ସେଠାରେ ହିନ୍ଦୁମାନେ ଏହାକୁ ବିରୋଧ କରୁଛନ୍ତି । ସେହିପରି ଏଠାରେ ହିନ୍ଦୁ ଯୁବକମାନେ ଏକାଠି ହୋଇ ଖ୍ରୀଷ୍ଟିଆନରେ ପରିବର୍ତନ ହୋଇଥିବା ଲୋକମାନଙ୍କୁ ବୁଝାଇ ପୁଣି ହିନ୍ଦୁ କରାଇଦେଉଛନ୍ତି ।
ଆଜି ତାଙ୍କ ହତ୍ୟା ଅଭିଯୋଗରେ ଦାରା ସିଂ ( Dara Singh ) ଆଜିବିନ ଜେଲ ଦଣ୍ଡ ଭୋଗୁଛନ୍ତି । ଓଡିଶାରେ ଦାରା ସିଂ ଜଣେ ଅଷ୍ଟ୍ରେଲିଆନ ଡାକ୍ତରଙ୍କୁ ହତ୍ୟା କରିଛନ୍ତି ବୋଲି ସମସ୍ତେ ଜାଣନ୍ତି । ହେଲେ ଜାଣନ୍ତି କି କାହିଁକି ଆଦିବାସୀମାନେ ଜଣେ ଡାକ୍ତରଙ୍କୁ ପୋଡି ମାରିବା ପାଇଁ ବାଧ୍ୟ ହେଲେ ? ଗ୍ରାହାମ ଓ ଗ୍ଲାଡିୟସ ମୟୁରଭଂଜ ଓ କେନ୍ଦୁଝରରେ କୁଷ୍ଠ ରୋଗୀଙ୍କର ସେବା କରୁଥିଲେ ବୋଲି କୁହାଯାଉଛି । ହେଲେ ତଥ୍ୟ କହୁଛି ବାସ୍ତବରେ ସେହି ଦୁଇଟି ଜିଲ୍ଲାରେ କୁଷ୍ଠରୋଗୀଙ୍କ ସଂଖ୍ୟା ଅତ୍ୟନ୍ତ ନଗଣ୍ୟ ଥିଲା । ବିଶେଷ ଭାବରେ ଆଦିବାସୀମାନଙ୍କୁ ସେହି ରୋଗ ଆଦୌ ହେଉ ନଥିଲା । ତାହେଲେ କୁଷ୍ଠରୋଗୀଙ୍କ ସେବା ନାଁରେ ସେମାନେ କଣ କରୁଥିଲେ । ସରଳ ଆଦିବାସୀମାନଙ୍କୁ ପ୍ରଲୋଭିତ, ମିଛ କହି ସେମାନଙ୍କୁ ଖ୍ରୀଷ୍ଟିଆନ କରାଉଥିଲେ ସେହି ପତି ପତ୍ନୀ ।