ଅନେକ ସମୟରେ ଇତିହାସରେ କେବଳ ବଡଲୋକଙ୍କ ପାଇଁ ସାଧାରଣ ଲୋକେ ବିନା ଅପରାଧରେ ବଳି ପଡିଥାନ୍ତି । ମୋଗଲକାଳିନ ଜିହାଦି ନରସଂହାରରୁ ଏସବୁ ଆମେ ଶୁଣି ଆସିଛୁ । କିନ୍ତୁ ସମାଜ ଭିତରେ ରାଜନେତାମାନଙ୍କ ମନରେ ସମାନ ପ୍ରକାରର ହିଂସ୍ର ମାନସିକତା ଯେ ଆଜିଯାଏ ବ ô ରହିଛି ତାହାର ପ୍ରମାଣ ଆମେ ସମୟ ସମୟର ଘଟଣାବଳୀରୁ ସଂଗ୍ରହ କରିପାରିବା । ଇନ୍ଦିରାଗାନ୍ଧିଙ୍କ ହତ୍ୟାପରେ କଂଗ୍ରେସ ଦଳର ଲୋକେ ସାରାଦେଶରେ ପଞ୍ଜାବୀ ବିରୋଧୀ ଗଣସଂହାର ଆରମ୍ଭ କରିଥିଲେ । କେବଳ ନୂଆଦିଲ୍ଲୀରେ ୨୦୦୦ରୁ ଅଧିକ ସଂଖ୍ୟକ ପଞ୍ଜାବୀଙ୍କୁ ସେ ସମୟରେ ହତ୍ୟା କରାଯାଇଥିଲା । କିନ୍ତୁ ଦେଶର କୋଣାନୁକୋଣରେ ଯେଉଁ ନରସଂହାର ହୋଇଥିଲା ସେସବୁର ହିସାବ ସରକାର ରଖିନଥିଲେ, ଯାହା କେବଳ କିଛି ଛୋଟମୋଟ ସମ୍ବାଦ ଆକାରରେ ଦେଶର ଖବରକାଗଜଗୁଡିକରେ ସ୍ଥାନ ପାଇଥିଲା । ସେହି ଘଟଣାକୁ ତତ୍କାଳୀନ କଂଗ୍ରେସ ନେତା ରାଜିବ ଗାନ୍ଧି ବଟବୃକ୍ଷର ପତନରେ ପ୍ରତିକ୍ରିୟା ବୋଲି କହିଥିଲେ । ତାଙ୍କ ମତରେ ତାହାଥିଲା ସ୍ୱାଭାବିକ । ଦେଶ ବିଭାଜନ ପୂର୍ବରୁ ମୁସଲିମ ଲିଗର ନେତାମାନେ ଯେମିତି ନରସଂହାରରେ ମାତିଥିଲେ ଠିକ୍ ସେମିତି ଗାନ୍ଧିଜୀଙ୍କ ହତ୍ୟାପରେ ରେକର୍ଡ ସଂଖ୍ୟାରେ ଗଣହତ୍ୟା କରିଥିଲେ । ସ୍ୱାଧୀନତା ପରକାଳରେ କେନ୍ଦ୍ର ଓ ଅଧିକାଂଶ ରାଜ୍ୟରେ କଂଗ୍ରେସ ସରକାର ଥିବାରୁ ଗଣମାଧ୍ୟମକୁ ନିୟନ୍ତ୍ରିତ କରି ସେହି କୁକୃତ୍ୟକୁ ଲୁଚାଇବାକୁ ପ୍ରୟାସ କରାଯାଇଥିଲା । ସ୍ୱାଧୀନତା ପର କାଳର ପ୍ରଥମ ସନ୍ତ୍ରାସବାଦୀ ଭାବେ ନାଥୁରାମ ଗୋଡସେଙ୍କୁ କଂଗ୍ରେସ ଦଳ ଚିତ୍ରିତ କରିବାକୁ ଭୁଲି ନଥିଲା । କିନ୍ତୁ ଗାନ୍ଧିହତ୍ୟାର ପ୍ରତିହିଂସାରେ ଜଳୁଥିବା କଂଗ୍ରେସ ଦଳର ଲୋକେ ନାଥୁରାମ ଯେଉଁ ଚି ପାବନ ବ୍ରାହ୍ମଣ ବର୍ଗର ଥିଲେ ସେହି ବର୍ଗର ଲୋକମାନଙ୍କୁ ଖୋଜି ଖୋଜି ହତ୍ୟା କରାଯାଇଥିଲା । ଲୋକମାନଙ୍କର ଘର ପୋଡି ଧ୍ୱଂସ କରାଯାଇଥିଲା । ସେହି ବର୍ଗର ବ୍ରାହ୍ମଣମାନଙ୍କୁ ଚାକିରିରୁ ବାହାର କରିବା ଲାଗି ସାମାଜିକ ସ୍ତରରେ କଂଗ୍ରେସ ଲୋକେ ପ୍ରଚାର ଅଭିଯାନ ଚଳାଇଥିଲେ । ଏପରିକି ଏହି ବର୍ଗର ଲୋକଙ୍କୁ ଘର ଭଡାରେ ରଖିଥିବା ଲୋକେ ଭୟରେ ଘରର ସୁରକ୍ଷା ଦୃଷ୍ଟିରୁ ମଧ୍ୟ ବାହାର କରିଦେଇଥିଲେ ।
ବିରଳା ହାଉସ ପ୍ରାର୍ଥନା ସଭାରେ ୩୦ଜାନୁଆରୀ ୧୯୪୮ରେ ଗାନ୍ଧିଜୀଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା । ଏହି ଘଟଣାର ଅଳ୍ପ କେଇଘ । ପରେ ସମଗ୍ର ମହାରାଷ୍ଟ୍ରରେ ହିଂସାକାଣ୍ଡ ବ୍ୟାପିଯାଇଥିଲା, ଯାହା ପରବ ର୍ୀ ୪/୫ଦିନ ପର୍ଯ୍ୟନ୍ତ ଚାଲୁ ରହିଥିଲା । କଂଗ୍ରେସର ଲୋକେ ସେହି ସଂଗଠିତ ହିଂସାକାଣ୍ଡର ନେତୃତ୍ୱ ନେଇଥିଲେ । ସେମାନଙ୍କୁ ଜୈନ, ଲିଙ୍ଗାୟତ ଏବଂ ଅନ୍ୟାନ୍ୟ ବ୍ରାହ୍ମଣ ବିରୋଧୀ ଗୋଷ୍ଠୀ ସାହାଯ୍ୟ କରିଥିଲେ । ଚି ପାବନ ବ୍ରାହ୍ମଣମାନଙ୍କର ଘରଦ୍ୱାର ସମେତ କଳକାରଖାନାଗୁଡିକୁ ମଧ୍ୟ ନିଆଁରେ ପୋଡି ନଷ୍ଟ କରିଦିଆଯାଇଥିଲା । କଂଗ୍ରେସ ଲୋକେ ସେଥିପାଇଁ କିରୋସିନ, ତେଲ ଡବା ସହ ଲୁହା ରଡ ଏବଂ ଦିଆସିଲି ଧରି ଗଳିକୁ ଗଳି ବୁଲି ବୁଲି ବ୍ରାହ୍ମଣମାନଙ୍କ ଘରେ ଅଗ୍ନି ସଂଯୋଗ କରୁଥିଲେ । ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ରାଷ୍ଟ୍ରବାଦୀ ହିନ୍ଦୁନେତା ବିନାୟକ ଦାମୋଦର ସାବରକରଙ୍କ ଭାଇ ବୀର ନାରାୟଣ ସାବରକରଙ୍କୁ ପଥରମାଡ କରି ହତ୍ୟା କରାଯାଇଥିଲା । ନାରାୟଣ ସାବରକର ସ୍ୱାଧୀନତା ସଂଗ୍ରାମରେ ଭାଇ ବିନାୟକ ଦାମୋଦରଙ୍କ ବଡ ସହାୟକ ଥିଲେ । ଉକ୍ତ ହିଂସାକାଣ୍ଡରେ ମରାଠାମାନେ ଅଧିକ ସଂଖ୍ୟାରେ ସାମିଲ ଥିଲେ । ସାବରକର ଭାଇ ନାରାୟଣଙ୍କ ମୃତ୍ୟୁରେ ଲେଖିଥିଲେ, “ଭାରତ ପାଇଁ ସେ ଅବିରତ କାର୍ଯ୍ୟ କରିଥିଲେ । ଲୋକମାନଙ୍କ କଲ୍ୟାଣ ପାଇଁ ସେ କାର୍ଯ୍ୟ କରୁଥିଲେ । ଇଂରେଜମାନଙ୍କ ବିରୁଦ୍ଧରେ ସେ ସଂଘର୍ଷ କରୁଥିଲେ । ଭାରତମାତାଙ୍କ ମୁକ୍ତି ପାଇଁ ସେ ଲଢିଥିଲେ । ଯେଉଁମାନଙ୍କ ପାଇଁ ସେ ଏକଦା ଲଢିଥିଲେ, ସେହି ଭାଇମାନଙ୍କ ପଥର ମାଡରେ ତାଙ୍କର ମୃତ୍ୟୁ ହୋଇଛି ।”
ଗାନ୍ଧିହତ୍ୟାର ପ୍ରତିହିଂସା ସ୍ୱରୂପ ମହାରାଷ୍ଟ୍ରରେ କୋହ୍ଲାପୁର, ସୋଲାପୁର, ସତାରା, ସାଙ୍ଗଲୀ, ପୁନେ ଆଦି ଜିଲ୍ଲାଗୁଡିକରେ ଚି ପାବନ ବ୍ରାହ୍ମ୍ଣମାନେ ମୁଖ୍ୟତଃ ଟାର୍ଗେଟ ହୋଇଥିଲେ । ସେହି ହିଂସାକାଣ୍ଡରେ ଅନେକ ଲୋକେ ମୃତ୍ୟୁବରଣ କରିଥିଲେ । ଗୃହଦାହ ପରେ ବ ôଥିବା ଲୋକେ ଗ୍ରାମଛାଡି ଅନ୍ୟରାଜ୍ୟକୁ ପଳାୟନ କରିଥିଲେ । କେବଳ ସତାରା ଜିଲ୍ଲାରେ ୧୦୦୦ରୁ ଅଧିକ ସଂଖ୍ୟକ ଗୃହଦାହ ହୋଇଥିବା ବିଷୟ ସରକାରୀ ରେକର୍ଡରେ ରହିଛି । ଗୋଡ୍ସେ ସାଂଜ୍ଞାଥିବା ଲୋକମାନଙ୍କୁ ଖୋଜି ଖୋଜି ଲୋକେ ହତ୍ୟା କରିଥିଲେ । ତାହା ଥିଲା ସ୍ୱାଧୀନ ଭାରତର ପ୍ରଥମ ଜାତିଭି ିକ ଗଣହତ୍ୟା ।
ସେହି ଗଣହତ୍ୟାରୁ ବ ôଯାଇଥିବା ବ୍ୟକ୍ତିମାନେ ପରବ ର୍ୀ କାଳରେ ସେମାନଙ୍କ ଅନୁଭୂତିକୁ ସାଧାରଣରେ ପ୍ରକାଶ କରିଛନ୍ତି । ସତାରାର ଅରବିନ୍ଦ କୋହ୍ଲଟକର ସେମାନଙ୍କ ଭିତରୁ ଜଣେ । ପୁନେଠାରୁ ପ୍ରାୟ ୧୧୦କିମି ଦୂରରେ ଥିଲା ତାଙ୍କର ଘର । ତାଙ୍କର ପରିବାର ଏକ ଅଣବ୍ରାହ୍ମଣ ଜନବସତି ମଧ୍ୟରେ ରହିଥିଲେ । ହିଂସାକାରୀମାନେ ଘର ଆସବାବପତ୍ର, ଛାପା ମେସିନ, ଟାଇପ ରାଇଟର ଆଦି ସବୁକିଛିକୁ ସଂଗଠିତ ଢଙ୍ଗରେ କିପରି ନଷ୍ଟ କରିଥିଲେ ସେ ବିଷୟରେ ସେ ଟିକିନିଖି ବର୍ଣ୍ଣନା କରିଛନ୍ତି ।
କହିବାକୁ ଗଲେ ସ୍ୱାଧୀନତା ସଂଗ୍ରାମରେ ଚି ପାବନ ବ୍ରାହ୍ମଣମାନେ ବେଶ୍ ଆଗରେ ଥିଲେ । ମହାଦେବ ରାନାଡେ, ଗୋପାଳକୃଷ୍ଣ ଗୋଖଲେ, ଲୋକମାନ୍ୟ ବାଲଗଙ୍ଗାଧର ତିଳକ, ବିନାୟକ ଦାମୋଦର ସାବରକର ଆଦି ସମସ୍ତେ ଥିଲେ ଏହି ବର୍ଗର ଅନ୍ତର୍ଗତ । କେବଲ ସେତିକି ନୁହେଁ ମରାଠା ସାମ୍ରାଜ୍ୟର ମେରୁଦଣ୍ଡ ସାଜିଥିବା ପେଶୱାମାନେ ଥିଲେ ଚି ପାବନ ବ୍ରାହ୍ମଣ । ମହାରାଷ୍ଟ୍ରରେ ଏପରି ଅନେକ ଗୋଷ୍ଠୀ ରହିଥିଲେ, ଯେଉଁମାନେ ପେଶୱାମାନଙ୍କର ଏହି ପ୍ରତିଷ୍ଠାକୁ ଧ୍ୱଂସ କରିବା ଲାଗି ମନେ ମନେ ସ୍ଥିର କରିଥିଲେ । ଗାନ୍ଧିଙ୍କ ମୃତ୍ୟୁ ସେମାନଙ୍କ ପାଇଁ ବିଲେଇ କପାଳକୁ ଶିକା ଛିଡିବା ପରି ସୁଯୋଗ ଆଣିଦେଇଥିଲା । ସେମାନେ ମଧ୍ୟ ସଂଗଠିତ ଢଙ୍ଗରେ ପେଶୱାମାନଙ୍କ ଉପରେ ଆକ୍ରମଣ ଆରମ୍ଭ କରିଦେଲେ ।
ନାଥୁରାମଙ୍କ ଭାଇ ଗୋପାଳ ଗୋଡସେଙ୍କ ଝିଅ ହିମାନୀ ସାବରକର ନାରାୟଣ ସାବରକରଙ୍କ ବୋହୂ ଥିଲେ । ପେସାରେ ଜଣେ ଆର୍କିଟେକ୍ଟ ହେଲେ ମଧ୍ୟ ହିମାନୀଙ୍କ ମାଧ୍ୟମରେ ଦୁଇ ପରିବାର ମଧ୍ୟରେ ଗଭୀର ସଂପର୍କ ରହିଥିଲା, ଯାହା କଂଗ୍ରେସର ଲୋକମାନଙ୍କୁ ଆଦୌ ଭଲ ଲାଗୁନଥିଲା । ତେଣୁ ନାଥୁରାମଙ୍କୁ ବିରୋଧ କରିବା ଆଳରେ ସେମାନେ ଗତ ୭୫ବର୍ଷ କାଳ କେବଳ ସାବରକରଙ୍କୁ ହିନ୍ଦୁବାଦୀ ଗାନ୍ଧି ହତ୍ୟାକାରୀ କହି ସମାଲୋଚନା କରିଆସିଛନ୍ତି । ହେଲେ ସାବରକର ଥିଲେ ମହାନ କ୍ରାନ୍ତିକାରୀ ନେତା । ୧୯୦୪ରେ ସେ ‘ଅଭିନବ ଭାରତ’ ନାମରେ ଏକ କ୍ରାନ୍ତିକାରୀ ସଂଗଠନ ଗଢିଥିଲେ । ୧୯୫୨ରେ ସେ ଅଭିନବ ଭାରତକୁ ବନ୍ଦ କରିଦେଇଥିଲେ । ଅଖିଳ ଭାରତୀୟ ହିନ୍ଦୁ ମହାସଭାର ସେ ଥିଲେ ପ୍ରାଣ ପ୍ରତିଷ୍ଠାତା । ଉତ୍କଳମଣି ଗୋପବନ୍ଧୁ ଦାସ ଏହି ସଂଗଠନର ଓଡିଶା ଶାଖାର ସଭାପତି ଦାୟିତ୍ୱ ନେଇଥିଲେ । ସାବରକର ଅଭିନବ ଭାରତ ମାଧ୍ୟମରେ ବ୍ରିଟିସ ବିରୋଧୀ ସଶସ୍ତ୍ର ସଂଗ୍ରାମ ଆରମ୍ଭ କରିଥିଲେ । ୨୦୦୬ରେ ଏହି ସଂଗଠନକୁ ସେନାଧିକାରୀ ଲେଫ୍ଟନା ପ୍ରସାଦ ପୁରୋହିତଙ୍କ ସମେତ ଅନ୍ୟମାନେ ପୁନର୍ବାର ଆରମ୍ଭ କରିବା ପରେ କଂଗ୍ରେସ ଦଳର ଟାର୍ଗେଟକୁ ଆସିଥିଲେ । ମାଲେଗାଁ ବୋମା ବିସ୍ପୋରଣ ଘଟଣାରେ ପୁରୋହିତଙ୍କୁ ଗିରଫ କରାଯାଇଥିଲା । ସେତେବେଳେ ମହାରାଷ୍ଟ୍ର ସ୍ପେଶାଲ ଟାସ୍କ ଫୋର୍ସ ହିମାନୀଙ୍କ ବୟାନକୁ ରେକର୍ଡଭୁକ୍ତ କରିଥିଲେ । କାରଣ ସଂଗଠନର ସେ ଥିଲେ ଅଧ୍ୟକ୍ଷା । ଇସଲାମିକ ସନ୍ତ୍ରାସବାଦକୁ କେବଳ ପୁଲିସ କିମ୍ବା ସେନା ଦ୍ୱାରା ନୁହେଁ ହିନ୍ଦୁମାନେ ପ୍ରଚଣ୍ଡ ବିରୋଧ କରିବା ଆବଶ୍ୟକ ବୋଲି ସେ କହୁଥିଲେ । ଦେଶରେ ବଢୁଥିବା ଇସଲାମିକ ସନ୍ତ୍ରାସବାଦୀଙ୍କ ବିସ୍ପୋରଣଜନିତ କାଣ୍ଡକୁ ଦେଖି ହିନ୍ଦୁମାନେ ହାତଗୋଡଯାକି ବସିରହିବା ଅନୁଚିତ ବୋଲି ସେ କହୁଥିଲେ । କ ।କୁ କ ।ରେ କଢାଯିବା ଦରକାର ବୋଲି ତାଙ୍କର କଠୋର ମତ ଥିଲା । ହିମାନୀଙ୍କ ପରିବାର ପିତ୍ରାଳୟରୁ ଶ୍ୱଶୁରାଳୟ ପର୍ଯ୍ୟନ୍ତ ଚି ପାବନ ବ୍ରାହ୍ମଣ ହୋଇଥିବା ଯୋଗୁ କଂଗ୍ରେସର ଟାର୍ଗେଟରେ ରହିଆସିଛନ୍ତି । ଗାନ୍ଧି ହତ୍ୟା ପରେ କଂଗ୍ରେସ ସରକାର ଯେପରି ସାବରକରକୁ ଗିରଫ କରି ଜେଲରେ ଭ ର୍ି କରିଥିଲେ, ପରେ ସେମିତି ହିମାନୀଙ୍କ ସହଯୋଗୀଙ୍କୁ ମଧ୍ୟ କରିଥିଲେ । କିନ୍ତୁ ଜଣେ ବ୍ୟକ୍ତିର ହତ୍ୟାରେ ପ୍ରତିଶୋଧ ନେବାପାଇଁ ୮୦୦୦ ବ୍ୟକ୍ତିଙ୍କ ଗଣହତ୍ୟା ସ୍ୱାଧୀନ ଭାରତର ଏକ କଳଙ୍କିତ ଅଧ୍ୟାୟ ବୋଲି କହିବାକୁ ହେବ ।