The Independence:Greta-Thunberg-reveals-conspiracy-trouble-India-The-Independence

 ଭାରତ ସରକାରଙ୍କ ଦ୍ୱାରା କୃଷି ଆଇନ ବିରୁଦ୍ଧରେ ଦୀର୍ଘ ଦିନ ଧରି ପଂଜାବ, ହରିଆଣା ଓ ପଶ୍ଚିମ ଉତର ପ୍ରଦେଶର କିଛି ଚାଷୀ ସଂଗଠନ ଆନ୍ଦୋଳନ କରୁଛନ୍ତି । ଭାରତ ସରକାର ଏହି ଆନ୍ଦୋଳନକାରୀ ମାନଙ୍କର ସହ କଥାବାର୍ତା କରୁଛନ୍ତି ଓ ତାଙ୍କର ଦାବି ଅନୁସାରେ ଦେଢ ବର୍ଷ ପାଇଁ ଏହି ଆଇନକୁ କାର୍ଯ୍ୟକାରୀ ନ କରିବା ପାଇଁ ମଧ୍ୟ ପ୍ରସ୍ତାବ ଦେଇଛନ୍ତି । ହେଲେ ଏହି ଚାଷୀ ସଂଗଠନ ମାନେ ସେମାନଙ୍କର ଜିଦରେ ଅଟଳ ଅଛନ୍ତି ଯେ ଏହି ଆଇନକୁ ରଦ୍ଦ କରା ଯାଉ । ସେମାନେ ସରକାର, ସୁପ୍ରିମକୋର୍ଟ କାହାର କଥା ଶୁଣିବାକୁ ପ୍ରସ୍ତୁତ ନାହାନ୍ତି । ଗଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲୀ ନାମରେ ଯେଭଳି ଏହି ଚାଷୀ ସଂଗଠନର ଲୋକ ମାନେ ଦିଲ୍ଲୀର ରାଜରାସ୍ତାରେ ହିଂସା ଓ ଉପଦ୍ରବ କଲେ । ଚାଷୀ ମାନଙ୍କ ନାମରେ ଚାଲିଥିବା ଏହି ଅରାଜକତାବାଦକୁ ଦିଲ୍ଲୀ ପୋଲିସ ଅତ୍ୟନ୍ତ ଧୈର୍ଯ୍ୟପୂର୍ବକ ବ୍ୟବହାର କଲା । ସେଥିରୁ ସ୍ପଷ୍ଟ ଯେ ସରକାର ଚାହୁ ନାହାନ୍ତି ଯେ ଏହି ଘଟଣା ଆଗକୁ ନ ବଢୁ ।

ପଂଜାବର ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ ଠାରୁ ଆରମ୍ଭ କରି ପଂଜାବର ଅନ୍ୟ କଂଗ୍ରେସ ସାଂସଦ ମଧ୍ୟ ସ୍ପଷ୍ଟ କରି ସାରିଛନ୍ତି ଯେ ଏହି ଆନ୍ଦୋଳନ ଦେଶର ସୁରକ୍ଷା ପାଇଁ ବିପଜ୍ଜନକ ହୋଇ ସାରିଲାଣି । ଏହି ଆନ୍ଦୋଳନର ନେତୃତ୍ୱ ଖାଲିସ୍ତାନୀ, ଇସଲାମିଷ୍ଟ ଓ ନକ୍ସଲବାଦୀ ମାନଙ୍କର ହାତରେ ରହିଛି । ଏହା ପାଇଁ ଫଣ୍ଡିଂ ଓ ଯୋଜନା ବାହାରୁ ହେଉଛି । ବୋଧ ହୁଏ ଏହି କାରଣ ପାଇଁ ସରକାର ଦେଢ ବର୍ଷ ପାଇଁ ଆଇନକୁ ସ୍ଥଗିତ କରିବା ପ୍ରସ୍ତାବ ଦେବା ସତ୍ୱେ ସେମାନେ ଏହି କଥାକୁ ଶୁଣିବାକୁ ନାରାଜ । ବର୍ତମାନ ଯାଏ ଏହି ଅରାଜକତାବାଦୀ ଆନ୍ଦୋଳନ ପଛରେ ପାକିସ୍ତାନ ଓ କାନାଡାରେ ବସିଥିବା ଖଲିସ୍ତାନୀ . ଇସଲାମିଷ୍ଟ ଓ ନକ୍ସଲବାଦୀ ମାନେ ଥିବା ଅନୁମାନ କରା ଯାଉଥିଲା । ମାତ୍ର ଗତ କିଛି ଦିନ ହେଲା କିଛି ତଥାକଥିତ ବିଦେଶୀ ସେଲିବ୍ରିଟି ଟ୍ୱିଟର ଜରିଆରେ ଏହି ଆନ୍ଦୋଳନକୁ ଡେଇଁଛନ୍ତି । ଏମାନଙ୍କ ମଧ୍ୟରେ ଏମିତି ସେଲିବ୍ରିଟି ଅଛନ୍ତି ସେମାନଙ୍କୁ ଭାରତୀୟ ସଂସଦରେ ପାରିତ ହୋଇଥିବା କୃଷି ଆଇନ ସମ୍ପର୍କରେ ଜ୍ଞାନ ଥିବା ତ ଦୂରର କଥା ବୋଧ ହୁଏ ଏହା ଜଣା ନ ଥିବ ଯେ ବିଶ୍ୱ ଭାରତ କେଉଁଠି ଅଛି । ତଥାପି ସେମାନେ ଚାଷୀ ଆନ୍ଦୋଳନ ସମର୍ଥନରେ ଟ୍ୱିଟ କରି ଭାରତକୁ କାଠଗଡାରେ ଠିଆ କରାଇଛନ୍ତି ।
ସବୁଠାରୁ ବଡ କଥା ହେଲା ଯେ ତଥାକଥିତ ଲବିଷ୍ଟ ପରିବେଶବିତ ଗ୍ରେଟା ଥନବର୍ଗଙ୍କ ଟ୍ୱିଟ ପରେ ଭାରତ ବିରୁଦ୍ଧରେ କିଭଳି ଭାବେ ବୈଶ୍ୱିକ ଷଡଯନ୍ତ୍ର ହୋଇଛି ତାର ପ୍ରମାଣ ମିଳିଛି । ଫେବୃଆରୀ ମାସ ୨ ତାରିଖ ଦିନ ଗ୍ରେଟା ଟ୍ୱିଟ କଲା ବେଳେ ଭୁଲରେ ଏକ ଟୁଲ କିଟ ମଧ୍ୟ ଶେୟାର କରି ଦେଇଥିଲେ । ତେବେ ତାଙ୍କୁ ଏ ବିଷୟରେ ଜଣା ପଡିଲା ପରେ ସେ ସଙ୍ଗେ ସଙ୍ଗେ ଏହାକୁ ଡିଲିଟ କରି ଦେଇଥିଲେ । ତେବେ ତାଙ୍କର ଏହି ଭୁଲ କାରଣରୁ ଅନେକ କିଛି ଷଡଯନ୍ତ୍ରର ପର୍ଦାଫାସ ହୋଇ ଯାଇଛି । ଏହି ଟୁଲ କିଟରେ ଭାରତ ବିରୁଦ୍ଧରେ କିପରି ସୁନିୟୋଜିତ ଭାବେ ବୈଶ୍ୱିକ ସ୍ତରରେ ଯୋଜନା ପ୍ରସ୍ତୁତ କରା ଯାଇଛି ତାର ରହସ୍ୟୋଦଘାଟନ ହୋଇଛି । ଗ୍ରେଟାଙ୍କ ଦ୍ୱାରା ଭୁଲବଶତଃ ଶେୟାର କରା ଯାଇଥିବା ଟୁଲକିଟରୁ ସ୍ପଷ୍ଟ ଯେ ଏହି ଚାଷୀ ଆନ୍ଦୋଳନକୁ ବିଭିନ୍ନ ମହଲରୁ ଯେଉଁ ସମର୍ଥନ ମିଳୁଛି ବୋଲି ଭାରତୀୟ ମାନଙ୍କୁ ଦର୍ଶା ଯିବାକୁ ଚେଷ୍ଟା କରା ଯାଉଛି ତାହା ବାସ୍ତବିକ ସତ୍ୟ ନୁହେଁ । ଏହା ଆଦୌ ସ୍ୱତଃ ପ୍ରବୃତ ନୁହେଁ । ନଭେମ୍ବର ୨୦୨୦ରୁ ଏହି ଯୋଜନା ପ୍ରସ୍ତୁତ ହୋଇଛି । ଏହି ଡକ୍ୟୁମେଂଟରୁ ଏହା ମଧ୍ୟ ସ୍ପଷ୍ଟ ହେଉଛି ଯେ ଜାନୁଆରୀ ୨୬ ତାରିଖ ଦିନ ଦଙ୍ଗା, ଉପଦ୍ରବ, ହିଂସା ଜରିଆରେ ଭାରତକୁ ଅସ୍ଥିର କରିବାକୁ ଷଡଯନ୍ତ୍ର କରା ଯାଇଥିଲା ।
ଏହି ଟୁଲକିଟରେ ହ୍ୟାସଟ୍ୟାଗ କଣ ରହିବ ତାର ଉଲ୍ଲେଖ କରା ଯିବା ସହ କେଉଁ କେଉଁ ସେଲିବ୍ରିଟି କଣ ଟ୍ୱିଟ କରିବେ ତାହାର ମଧ୍ୟ ଉଲ୍ଲେଖ ରହିଛି । ଭାରତର ପ୍ରଧାନମନ୍ତ୍ରୀ, ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଓ ଅନ୍ୟ ମନ୍ତ୍ରଣାଳୟକୁ ଟ୍ୱିଟ ଟ୍ୟାଗ କରା ଯିବା ଦରକାର ବୋଲି ମଧ୍ୟ ଏହି ଡକ୍ୟୁମେଂଟରେ ଉଲ୍ଲେଖ ରହିଥିଲା । କେବଳ ସେତିକି ନୁହେଁ ଜାତି ସଂଘ ହ୍ୟୁମାନ ରାଇଟ୍ସ, ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନ, ଆମନେଷ୍ଟିକୁ ଟ୍ୟାଗ କରି ହସ୍ତକ୍ଷେପ ଦାବି କରିବା ପାଇଁ ମଧ୍ୟ ଏଥିରେ ଉଲ୍ଲେଖ ରହିଥିଲା । ଏହାର ଅର୍ଥ ହେଲା ଭାରତକୁ ଅସ୍ଥିର କରିବା ଓ ଭାରତରେ ଅରାଜକତା ସୃଷ୍ଟି କରିବା ପାଇଁ ବୈଶ୍ୱିକ ସ୍ତରରେ ଷଡଯନ୍ତ୍ର ହୋଇଛି । ଏହାର ସମ୍ପୂର୍ଣ ଯୋଜନା ଓ ରୂପ ରେଖ ନିର୍ଧାରଣ କରା ଯାଇ ସେହି ଅନୁସାରେ ଧୀରେ ଧୀରେ କାର୍ଯ୍ୟ ହେଉଛି । ଭାରତ ବିରୋଧୀ ବୈଶ୍ୱିକ ଶକ୍ତି ମାନେ ଏହି ଯୋଜନାକୁ ସଠିକ ଭାବେ କ୍ରିୟାନ୍ୱୟନ କରିବା ପାଇଁ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଇ ଚାଲିଛନ୍ତି । ଆଉ ଏପରି ସବୁ ସ୍ୱତଃ ପ୍ରବୃତ ଭାବେ ହେଉଛି ଓ ଏହା ପଛରେ କେହି ନାହାନ୍ତି, ଏପରି ଏକ ବାର୍ତା ମଧ୍ୟ ଦିଆ ଯିବା ପାଇଁ ଚେଷ୍ଟା ଚାଲିଥିଲା । ହେଲେ ଗ୍ରେଟା ଥନବର୍ଗଙ୍କ ଭୁଲ ତାଙ୍କର ଷଡଯନ୍ତ୍ର ଉପରେ ପରଦା ଉଠାଇ ଦେଇଛି । ଏବେ ଦୃଷ୍ଟି ପକାଇବା ଏହି ଭାରତ ବିରୋଧୀ ବୈଶ୍ୱିକ ଶକ୍ତି ମାନେ କିଭଳି ଭାବେ ଭାରତକୁ ଅସ୍ଥିର କରିବାର ଯୋଜନାକୁ ଆଗେଇ ନେଇଥିଲେ । ଏହାର ପ୍ରଥମ ପଦକ୍ଷେପ ଥିଲା ଚାଷୀ ମାନଙ୍କୁ ଭ୍ରମିତ କରାଇ ଆନ୍ଦୋଳନ କରାଇବା । ଏହି ଆନ୍ଦୋଳନ ଲଗାତାର ଚାଲିବା ସତ୍ୱେ ଏହାର ଲାଭ ମିଳି ନ ଥିଲା । କାରଣ ଭାରତ ସରକାର ସ୍ପଷ୍ଟ କରିଥିଲେ ଯେ ଚାଷୀ ମାନଙ୍କ ସହ କଥାବାର୍ତା କରିବାକୁ ସବୁବେଳେ ପ୍ରସ୍ତୁତ । କେବଳ ସେତିକି ନୁହେଁ ସରକାର ସେମାନଙ୍କର ସହ କଥାବାର୍ତା ମଧ୍ୟ କରିଥିଲେ ଓ ଆଇନକୁ ଦେଢ ବର୍ଷ ଯାଏ ସ୍ଥଗିତ ରଖିବାକୁ ମଧ୍ୟ ପ୍ରସ୍ତାବ ଦେଇଥିଲେ ।
ଏହା ପରେ ଚାଷୀ ମାନଙ୍କ ନାମରେ ଏହି ଅରାଜକତାବାଦୀ ମାନେ ଗଣତନ୍ତ୍ର ଦିବସ ଦିନ ଟ୍ରାକ୍ଟର ରାଲୀ ବାହାର କରିବାକୁ ଦାବି କରିଥିଲେ । ସାଧାରଣ ଭାବେ ଗଣତନ୍ତ୍ର ଦିବସ ଦିନ ଏଭଳି କୌଣସି ପ୍ରକାର ରାଲୀକୁ ସରକାର ଅନୁମତି ଦେଇ ନ ଥାନ୍ତି । ତେବେ ଭାରତ ସରକାର ଏହାକୁ ମଧ୍ୟ ଅନୁମତି ଦେଲେ । ଏହା ପରେ ଯାହା ହେବାର ଥିଲା ହେଲା । ବିଦେଶରେ ତିଆରି ହୋଇଥିବା ପୂର୍ବ ନିର୍ଧାରିତ ଯୋଜନା ଅନୁସାରେ ଦିଲ୍ଲୀର ରାଜରାସ୍ତାରେ ଏମାନେ ହିଂସା ଓ ଅରାଜକତାର ନଗ୍ନ ନାଚ କଲେ । ଏହି ସମୟରେ ମଧ୍ୟ ଦିଲ୍ଲୀ ପୋଲିସ ସେମାନଙ୍କ ବିରୁଦ୍ଧରେ ବଳ ପ୍ରୟୋଗ କରି ପାରି ଥାନ୍ତା । ମାତ୍ର ପ୍ରଶାସନ ଅସୀମ ଧେର୍ଯ୍ୟର ପରିଚୟ ଦେଇଥିଲା ଓ ବଳ ପ୍ରୟୋଗ କରି ନ ଥିଲା । ତେବେ ଅନ୍ୟ ପକ୍ଷରେ ଏହି ଉପଦ୍ରବକାରୀ ଓ ଅରାଜକତାବାଦୀଙ୍କ ଆକ୍ରମଣରେ ଦିଲ୍ଲୀ ପୋଲିସର ଜବାନ ମାନେ ଆହତ ହେଲେ । ଯଦି ପ୍ରଶାସନ ବଳ ପ୍ରୟୋଗ କରି ଥାନ୍ତା ତେବେ ସେମାନେ ଏହି କଥାକୁ ନେଇ ଭାରତ ବିରୋଧୀ ଶକ୍ତି ମାନଙ୍କର କ୍ରୀଡନକ ସାଜିଥିବା ଅରାଜକତାବାଦୀ ମାନେ ପୁଣି ଚିତ୍କାର କରିଥାନ୍ତେ ଯେ ଚାଷୀ ମାନଙ୍କ ପ୍ରତି ଅତ୍ୟାଚାର କରା ଯାଇଛି । ମାତ୍ର ଦିଲ୍ଲୀ ପୋଲିସ ଅସୀମ ଧୈର୍ଯ୍ୟର ପରିଚୟ ଦେଇ ସେମାନଙ୍କର ଷଡଯନ୍ତ୍ରକୁ ବିଫଳ କରି ଦେଲା ।

ଏହି ବିଫଳତାର ଠିକ ଏହା ପରେ ଭାରତ ବିରୋଧୀ ବୈଶ୍ୱିକ ଷଡଯନ୍ତ୍ରକାରୀ ମାନେ ଭାରତକୁ ଜାଣି ନ ଥିବା ଭାରତର କୃଷି ବିଲ କଣ ବୁଝି ନ ଥିବା ସେଲିବ୍ରିଟି ମାନଙ୍କୁ ମୈଦାନରେ ଓହ୍ଲାଇ ଦେଲେ । ସବୁ ଯୋଜନାପୂର୍ବକ ହେଉଥିଲା । ହେଲେ ଗ୍ରେଟା ଥନବର୍ଗଙ୍କ ଗୋଟିଏ ଭୁଲ ସେମାନଙ୍କର ସମ୍ପୂର୍ଣ ଷଡଯନ୍ତ୍ରର ପର୍ଦାଫାସ କରି ଦେଲା ।ବର୍ତମାନ ପ୍ରଶ୍ନ ଉଠୁଛି ଯେ ଏହି ତଥାକଥିତ ଆକ୍ଟିଭିଷ୍ଟ ମାନଙ୍କୁ ଏହି କାମରେ କିଏ ଲଗାଇଛି । ଏହି ଆକ୍ଟିଭିଷ୍ଟ ମାନଙ୍କୁ କେବେ କେହି ତିବତରେ ଲାଲ ଚୀନର ମାନବିକ ଅଧିକାର ଉଲ୍ଲଂଘନ ସମ୍ପର୍କରେ ପ୍ରଶ୍ନ କରିବାର ଦେଖିଛନ୍ତି ? ଯଦି ନାହିଁ ତେବେ ସେମାନେ ଭାରତ ବିରୋଧୀ ଅପପ୍ରଚାରରେ କାହିଁକି ସାମିଲ ହେଉଛନ୍ତି ? ଏହି ଭାରତ ବିରୋଧୀ ବୈଶ୍ୱିକ ଷଡଯନ୍ତ୍ର ପଛରେ କିଏ ରହିଛି ? ପ୍ରସିିଦ୍ଧ ବିଦ୍ୱାନ ରାଜୀବ ମାଲହୋତ୍ରା ତାଙ୍କର ପ୍ରସିଦ୍ଧ ପୁସ୍ତକ ବ୍ରେକିଂ ଇଣ୍ଡିଆରେ ଏହି ଭାରତ ବିରୋଧୀ ଶକ୍ତି ମାନଙ୍କ ବିଷୟରେ ବିସ୍ତାରରେ ଉଲ୍ଲେଖ କରିଛନ୍ତି । ଭାରତ ଉପରେ ଏଭଳି ଆକ୍ରମଣ ଜାରୀ ରହିବ ଏହା ନିଶ୍ଚିତ । ତେଣୁ ଭାରତର ଲୋକ ମାନଙ୍କୁ ଏଭଳି ବୈଶ୍ୱିକ ଷଡଯନ୍ତ୍ର ସମ୍ପର୍କରେ ଜାଣିବା ସହ ଭାରତ ସରକାରଙ୍କୁ ମଧ୍ୟ ଏମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ସମୟ ଆସିଛି ।

ଡ. ସମନ୍ବୟ ନନ୍ଦ

Author Image

Independence News

Recent Posts

The Independence:If-the-BJP-government-is-formed-in-Odisha-drinking-water-problem-will-be-solved-as-a-priority-Bhatrahari-Mahatab

ଓଡ଼ିଶାରେ ବିଜେପି ସରକାର ଗଠନ କଲେ ଅଗ୍ରାଧିକାର ଭିତିରେ ପାନୀୟ ଜଳ ସମସ୍ୟାର ସମାଧାନ କରାଯିବ: ଭତୃହରି ମହତାବ

The Independence:Odisha-Cow-Slaughtering

Odisha : ଗୋ ମାଂସ ବୋଝେଇ ଟ୍ରକ ଜବତ

The Independence:Jagannath-Temple-Odisha-Mumbai

ଓଡିଶା ବାହାରେ ମହାପ୍ରଭୁ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର

The Independence:Modi-Government-9-Years-Seva-Susasan-Garib-Kalyana

ନ’ ବର୍ଷର ସୁଶାସନ

The Independence:Rath-Yatra-2023-Lakhs-of-devotees-witness-Suna-Besha-of-Holy-Trinity-in-Puri

ଶ୍ରୀକ୍ଷେତ୍ରରେ ରଥାରୁଢ଼ ଶ୍ରୀଜୀଉଙ୍କ ସୁନାବେଶ, ମହଣ ମହଣ ସୁନା ଅଳଙ୍କାରରେ ସଜ୍ଜିତ ତିନି ଠାକୁର

The Independence:Puri-Ratha-Jatra-2023-Jay-Jagannath

ଶରଧାବାଲିରେ ଲାଗିଲା ତିନି ଠାକୁରଙ୍କ ତିନି ରଥ

The Independence:Ratha-Jatra-2023-ନୀଳାଦ୍ରିବିଜେରେ-ନୀଳକନ୍ଦରକୁ-ଫେରନ୍ତି-ନୀଳାଦ୍ରିନାଥ-ସରେ-ଜନ୍ମବେଦି-ଲୀଳା

Ratha Jatra 2023: ନୀଳାଦ୍ରିବିଜେରେ ନୀଳକନ୍ଦରକୁ ଫେରନ୍ତି ନୀଳାଦ୍ରିନାଥ; ସରେ ଜନ୍ମବେଦି ଲୀଳା

The Independence:Jagannath-Temple-Rath-Jatra

ଏକାବନ ଦିନରେ ଚଳଚଞ୍ଚଳ ରଥଖଳା

The Independence:ପ୍ରେମିକାକୁ-ଛୁରୀ-ଭୁଷିଲା-ପଥରରେ-ଛେଚି-ମୁହଁ-ନଷ୍ଟ-କଲା-ଜହ୍ଲାଦ-ପ୍ରେମିକ-ସାହିଲ-ଖାଁ

ପ୍ରେମିକାକୁ ଛୁରୀ ଭୁଷିଲା, ପଥରରେ ଛେଚି ମୁହଁ ନଷ୍ଟ କଲା ଜହ୍ଲାଦ ପ୍ରେମିକ ସାହିଲ ଖାଁ

The Independence:Land-Jihad-Dwarka

ଜମି ଜିହାଦର ଅନ୍ୟନାମ ଦ୍ୱାରକା

The Independence:Odisha-cant-make-progress-with-Shashikala-syndrome-Dharmendra

‘ଶଶୀକଳା ସିଣ୍ଡ୍ରୋମ’ କହିବାରୁ ସରକାରଙ୍କୁ ବାଧିଲା: ଧର୍ମେନ୍ଦ୍ର

The Independence:Land-Jihad-Love-Jihad-Jameen-Jihad-in-Odisha

ରାଜ୍ୟରେ ବଢ଼ୁଛି ଜିହାଦୀଙ୍କ ସଂଖ୍ୟା !

The Independence:The-Kerala-Story-Official-Trailer--Vipul-Amrutlal-Shah--Sudipto-Sen--Adah-Sharma--Aashin-A-Shah

The Kerala Story Official Trailer | Vipul Amrutlal Shah | Sudipto Sen | Adah Sharma | Aashin A Shah

The Independence:Guddu-Muslim-Odisha-Link-BJD

ଗୁଡ୍ଡୁ ମୁସଲମାନର ଖାସ୍, ବିଜେଡି ବିଧାୟକଙ୍କ ରାଇଟହାଣ୍ଡ

The Independence:important-files-of-the-jagannath-temple-administration-have-gone-missing

ଗାଏବ ହେଲା ଜଗନ୍ନାଥ ମନ୍ଦିର ପ୍ରଶାସନର ଗୁରୁତ୍ଵପୂର୍ଣ୍ଣ ଫାଇଲ

The Independence:Debacle-in-American-Banking-System

ଆମେରିକାର ବ୍ୟାଙ୍କିଂ ବ୍ୟବସ୍ଥାରେ ବିପର୍ଯ୍ୟୟ

The Independence:palghar-sadhu-lynching-case-to-be-investigated-by-cbi

ପାଲଘର ସାଧୁହତ୍ୟା ମାମଲାର ହେବ ସିବିଆଇ ତଦନ୍ତ

The Independence:Mix-Mandate-in-USA-Joe-Biden

ଆମେରିକାରେ ମିଶ୍ରିତ ଜନମତ

The Independence:Jayshankar-in-Fiji

ଫିଜିରେ ବିଜି ଜୟଶଙ୍କର

The Independence:Women-Freedom-Fighters-of-India-Name-List-and-Their-Roles

ଭାରତର ମହାନ ମହିଳା ସ୍ୱାଧୀନତା ସଂଗ୍ରାମୀମାନେ ଯାହାଙ୍କୁ ଇତିହାସକାରମାନେ ଭୁଲି ଯାଇଥିଲେ

The Independence:Dharmendra-Seeks-Centres-Intervention-For-Protection-Of-Archaeological-Assets-In-Odisha

ଓଡ଼ିଶାରେ ଅସୁରକ୍ଷିତ ଶିଶୁପାଳ ଗଡ଼ ଓ ଲଳିତଗିରି ପରି ଐତିହ୍ୟ କୀର୍ତ୍ତିରାଜି

The Independence:ଶ୍ରୀମନ୍ଦିରର-ପ୍ରସିଦ୍ଧ-ଦୋଳଯାତ୍ରା

ଶ୍ରୀମନ୍ଦିରର ପ୍ରସିଦ୍ଧ ଦୋଳଯାତ୍ରା

The Independence:Young-writer-Om-Priyadarshis-book-on-Paika-movement-released

ଉନ୍ମୋଚିତ ହେଲା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଚୟନିତ ଓମ୍ ପ୍ରିୟଦର୍ଶୀଙ୍କ ପୁସ୍ତକ "ପାଇକ: ଜନ, ଆଖ୍ୟାନ ଓ ଆନ୍ଦୋଳନ"

The Independence:Baijayanta-Panda-listens-Man-Ki-Baat-Programme-at-Bhawanipatna

ଭବାନୀପାଟଣା “ମନ୍‌ କି ବାତ୍‌” କାର୍ଯ୍ୟକ୍ରମରେ ବୈଜୟନ୍ତ ପଣ୍ଡା

The Independence:ଜର୍ଜ-ସୋରୋସଙ୍କ--ନେଟୱର୍କ-ଓ-କଣ୍ଢେଇ-ମାନଙ୍କୁ-ଚିହ୍ନଟ--ଜରୁରୀ

ଜର୍ଜ ସୋରୋସଙ୍କ ନେଟୱର୍କ ଓ କଣ୍ଢେଇ ମାନଙ୍କୁ ଚିହ୍ନଟ ଜରୁରୀ