ହାଇଦ୍ରାବାଦରେ ହେବାକୁ ଥିବା ହଲାଲ ଜିହାଦ ପୁସ୍ତକ (ତେଲୁଗୁ)ର ଉନ୍ମଚୋନକୁ ହାଇଦ୍ରାବାଦ ପୋଲିସ ବନ୍ଦ କରିଦେଇଛି । ପୁସ୍ତକଟି ସମ୍ପୃର୍ଣ୍ଣ ଭାବରେ ତଥ୍ୟମୁଳକ ଓ ପ୍ରାମାଣିକତା ଆଧାରରେ ଥିବା ବେଳେ ଏହା ଉପରେ ରୋକ ଲଗାଇ ଦେଇଛନ୍ତି ତେଲେଙ୍ଗାନା ସରକାର ।
ଏହି ବହିଟିର ମୁଳ ଲେଖକ ଥିଲେ ହିନ୍ଦୁ ଜନ ଜାଗୃତି ସମିତିର ଜାତୀୟ ମୁଖପାତ୍ର ଶ୍ରୀ ରମେଶ ସିନ୍ଦେ । ଏହି ପୁସ୍ତକରେ କିଭଳି ଭାବରେ ହିନ୍ଦୁମାନଙ୍କ ଠାରୁ ଇସଲାମିକ ଶକ୍ତିମାନେ ହଲାଲ ନାଁରେ କୋଟି କୋଟି ଟଙ୍କାର ଜିଜିଆ ଟିକସ ନେଉଛନ୍ତି ତାହାର ସେ ଖୁଲାସା କରିଛନ୍ତି ।
ମୁନାଫର ପାରୁକର କମେଡି ସୋ ଯେଉଁଥିରେ ସେ ଖୋଲାଖୋଲି ଭାବରେ ହିନ୍ଦୁ ଦେବାଦବୀମାନଙ୍କୁ ଅଶ୍ଳିଳ ଭାଷାରେ ଗାଳି କରୁଛି ତାହାକୁ ହାଇଦ୍ରାବାଦରେ ହାଇଦ୍ରାବାଦ ପୋଲିସ ପୁରା ସୁରକ୍ଷା ଦେଇ ସୋ ଚାଲୁ କରିବା ପାଇଁ ଅନୁମତି ଦେଉଛି । ତେଲେଙ୍ଗାନା ସରକାର ନଜରରେ ତାହା ହେଉଛି ଅଭିବ୍ୟକ୍ତିର ସ୍ୱାଧୀନତା । କିନ୍ତୁ ଏକ ପୁସ୍ତକର ଉନ୍ମୋଚନକୁ ତେଲେଙ୍ଗାନା ସରକାର ଅନୁମତି ଦେବାବେଳେ ସେମାନଙ୍କର ଛଦ୍ମ ଧର୍ମନିରପକ୍ଷତାକୁ ଭାରି କଷ୍ଟ ହେଉଛି ।
ହଲାଲ ସାର୍ଟିଫିକେଟ ନାଁରେ ବିଭିନ୍ନ କମ୍ପାନୀମାନେ ଇସଲାମିକ ଶକ୍ତିମାନଙ୍କୁ ଟିକସ ଗଣୁଛନ୍ତି ଯେଉଁ ଅର୍ଥ ପରବର୍ତୀ ସମୟରେ ଭାରତ ବିରୋଧୀ ଶକ୍ତିମାନଙ୍କୁ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ସାହାଯ୍ୟ ଆକାରରେ ମିଳୁଛି । ସେହିଭଳି ହିନ୍ଦୁମାନଙ୍କୁ ମଧ୍ୟ ହଲାଲ ସାର୍ଟିଫାଏଡ ଜିନିଷ କିଣିବା ପାଇଁ ବାଧ୍ୟ କରାଯାଉଛି ଯାହା ବେଆଇନ । ଦେଶରେ ଏହା ବିରୋଧରେ ଯିଏ ସ୍ୱର ଉଠାଉଛି ତାହାକୁ ଇସଲାମିକ ଶକ୍ତିମାନେ ବିଭିନ୍ନ ରାଜ୍ୟରେ ଥିବା ଭିନ୍ନ ଭିନ୍ନ ସରକାରଙ୍କ ମାଧ୍ୟମରେ ହଇରାଣ କରିବାର ଉଦାହରଣ ଦେଖିବାକୁ ମିଳୁଛି ।
ନିକଟରେ ହାଇଦରାବାଦରେ ଏକ ହଲାଲ ଏକସପୋ କରାଯାଇଥିଲା ଯେଉଁଥିରେ ଦୁନିଆ ସାରାର ହଲାଲ ଦ୍ରବ୍ୟର ବିପଣି ଖୋଲାଯାଇଥିଲା । ଏହାକୁ ତେଲେଙ୍ଗାନା ସରକାର ଏକ ପ୍ରକାର ପ୍ରୋସ୍ତ୍ରାହନ ଦେଇଥିଲେ ।