The Independence:Haqani-Islamic-Mentality-and-re-construction-of-Somnath-Temple

ଆଫଗାନିସ୍ତାନ ଉପରେ ତାଲିବାନର ସମ୍ପୂର୍ଣ ଅଧିକାର ହୋଇ ସାରିଛି । ଆଫଗାନିସ୍ତାନରେ ଯେଉଁ ସରକାର ଗଠନ ହୋଇଛି ସେଥିରେ ଇସଲାମୀ ଆତଙ୍କବାଦୀ ସଂଗଠନ ହକାନୀ ନେଟବର୍କ ଏକ ବଡ ଭୂମିକାରେ ରହିଛି । ଏହି  ଇସଲାମୀ ଆତଙ୍କବାଦୀ ସଂଗଠନ ହକାନୀ ନେଟବର୍କର  ଏକ ବଡ ନେତା ହେଉଛି ଅନସ ହକାନୀ । ସେ କିଛି ଦିନ ତଳେ ମାମୁଦ ଗଜନୀର କବରକୁ ଯାଇଥିଲା । ମାମୁଦ ଗଜନୀର କବର ଆଫଗାନିସ୍ତାରେ ରହିଛି । ଏହି ସ୍ଥାନକୁ ଯାଇ  ଅନସ ହକାନୀ ଏହାର ଫଟୋ ସହ ଟ୍ୱିଟ କରିଥିଲା । ଏହି ଟ୍ୱିଟରେ ସେ ଯାହା ଲେଖିଥିଲା ତାହାକୁ ନେଇ ପୁଣି ଥରେ ଭାରତରେ ବିତର୍କ ଆରମ୍ଭ ହୋଇଛି ।  

ସେ ଟ୍ୱିଟ କରି କହିଛି –“ଆମେ ଆଜି ସୁଲତାନ ମାମୁଦ ଗଜନୀର କବରକୁ ଯାଇଥିଲୁ । ସେ  ଦଶମ ଶତାବ୍ଦୀର  ଜଣେ ପ୍ରସିଦ୍ଧ ମୁସଲମାନ ଯୋଦ୍ଧା ଓ ମୁଜାହିଦ  ଥିଲେ । ସେ ଗଜନୀ ଠାରୁ ଆରମ୍ଭ କରି ଏକ ଶକ୍ତିଶାଳୀ ମୁସଲମାନ ଶାସନ ପ୍ରତିଷ୍ଠା କରିଥିଲେ । ସେ ସୋମନାଥର ମୂର୍ତିକୁ ଭାଙ୍ଗିଥିଲେ । ”

ଏହି ଟ୍ୱିଟ କରି ଅନସ ହକାନୀ ତାର, ତାର ସଂଗଠନ ହକାନୀ ନେଟବର୍କ ଓ ତାଲିବାନର ମାନସିକତାକୁ ସ୍ପଷ୍ଟ କରିଛି ।  ଇସଲାମୀ ମାନସିକତାକୁ ମଧ୍ୟ ଏହି ଟ୍ୱିଟ ଜରିଆରେ ବୁଝି ପାରିବା । ସେ ସ୍ପଷ୍ଟ ଶବ୍ଦରେ କହିଛି ଯେ ମାମୁଦ ଗଜନୀ ସୋମନାଥ ମନ୍ଦିର ଓ ମୂର୍ତିକୁ ଭାଙ୍ଗିଥିଲା ।  ସେ ଓ ତାର ଅନ୍ୟ ଲୋକ ମାନେ ଏହି ସ୍ଥାନକୁ  ଆସି ପ୍ରେରଣା ଲାଭ କରିଛନ୍ତି । ମୂର୍ତି ପୂଜା ସ୍ଥଳ ଓ ମୂର୍ତି ପୂଜା କରୁଥିବା ଲୋକଙ୍କର ବିନାଶର  ଯେଉଁ ଲକ୍ଷ୍ୟ ମାମୁଦ ଗଜନୀର ଥିଲା, ସେହି ସମାନ ଲକ୍ଷ୍ୟ ଏବେ ମଧ୍ୟ ହକାନୀ, ତାଲିବାନ ଅନ୍ୟ ଇସଲାମୀ ସଂଗଠନମାନଙ୍କର ରହିଛି, ତାହା ଏହି ଟ୍ୱିଟରୁ ପ୍ରମାଣିତ ହୋଇଛି ।

ଭାରତରେ ଆପଣଙ୍କୁ ଏପରି ଅନେକ ବାମପନ୍ଥୀ- ଇସଲାମିଷ୍ଟ ଐତିହାସିକ ମିଳି ଯିବେ ଯେଉଁ ମାନେ ବାରମ୍ବାର ଏହି କଥା ପ୍ରଚାରିତ କରିଥାନ୍ତି ଯେ  ଇସଲାମୀ ବିଦେଶୀ ଆକ୍ରମଣକାରୀ ମାନେ କେବଳ ଧନ ସମ୍ପଦ ଲୂଟ କରିବା ପାଇଁ ଭାରତ ଉପରେ ଆକ୍ରମଣ କରୁଥିଲେ । କୌଣସି ଧାର୍ମିକ ସ୍ଥଳ ଉପରେ ଆକ୍ରମଣ କରିବା ତାଙ୍କର ଲକ୍ଷ୍ୟ ନ ଥିଲା । ସେମାନେ ଆଦୌ ମତାନ୍ଧ ନ ଥିଲେ । ଯେପରି ଭାରତର ବିଭିନ୍ନ ରାଜ୍ୟର ରାଜା ମାନେ ଅନ୍ୟ ରାଜ୍ୟ ମାନଙ୍କ ଉପରେ ଆକ୍ରମଣ କରୁଥିଲେ ଠିକ ସେହିପରି ଇସଲାମୀ ବିଦେଶୀ ଆକ୍ରମଣକାରୀ ମାନେ ମଧ୍ୟ ଭାରତ ଉପରେ ଆକ୍ରମଣ କରୁଥିଲେ । ତେବେ ମୋଟ ଉପରେ କହିବାକୁ ଗଲେ ବାମପନ୍ଥୀ- ଇସଲାମୀ  ଐତିହାସିକ ମାନଙ୍କର ଏହି ପ୍ରୟାସକୁ ଅନସ ହକାନୀ ନିଜେ ଭୁଲ ବୋଲି ପ୍ରମାଣିତ କରି ଦେଇଛନ୍ତି । 

ଏହି ବାମପନ୍ଥୀ- ଇସଲାମୀ  ଐତିହାସିକ ମାନେ ତ ଆଉ ଏକ ପାଦ ଆଗକୁ ଯାଇ ଏହାର ଉଦାହରଣ ମଧ୍ୟ ପ୍ରଦାନ କରି ଭାରତୀୟ ମାନଙ୍କୁ ୂଭ୍ରମିତ କରିବାକୁ ଚେଷ୍ଟା କରିଥାନ୍ତି ଯେ ଆକବର ଅମୁକ ମନ୍ଦିରକୁ ଦାନ କରିଥିଲେ । ଏହି ବାମପନ୍ଥୀ- ଇସଲାମୀ ଐତିହାସିକ ମାନେ ଏହି ବିଦେଶୀ ଇସଲାମୀ  ଆକ୍ରମଣକାରୀ ମାନଙ୍କ ଦ୍ୱାରା ହିନ୍ଦୁ ମାନଙ୍କ ଉପରେ ତାଙ୍କର ଆସ୍ଥାର ସ୍ଥଳୀ, ତାଙ୍କର ପ୍ରତୀକ ଗୁଡିକ ଉପରେ ଲଗାତାର ଶହ ଶହ ବର୍ଷର ଆକ୍ରମଣକୁ ଇତିହାସ ପୃଷ୍ଠାରୁ ଲୁଚାଇ ଦେବାକୁ ଚେଷ୍ଟା କରି ଆସିଛନ୍ତି । 

ସରକାରୀ ସହାୟତାରେ ଏହି ବାମପନ୍ଥୀ- ଇସଲାମୀ  ଐତିହାସିକ ମାନଙ୍କ ଶତ ଚେଷ୍ଟା ପରେ ମଧ୍ୟ ଭାରତୀୟ ପ୍ରତୀକ ମାନଙ୍କ ଉପରେ ଆକ୍ରମଣର ଚିତ୍ରକୁ ଭାରତୀୟ ମାନେ ପାଶୋରି ପାରି ନାହାନ୍ତି । ସୋମନାଥ ମନ୍ଦିରର ତ ପୁନନିର୍ମାଣ ହୋଇ ସାରିଛି,  ଅଯୋଧ୍ୟାରେ  ପ୍ରଭୁ ଶ୍ରୀରାମଙ୍କ ଜନ୍ମଭୂମିରେ ଅନେକ ସଂଘର୍ଷ ପରେ ଭବ୍ୟ ରାମ ମନ୍ଦିର ନିର୍ମାଣ ହେବାକୁ ଯାଉଛି । ହେଲେ ମଥୁରାରେ ଶ୍ରୀକୃଷ୍ଣଙ୍କ ଜନ୍ମ ସ୍ଥାନରେ ଇଦଗାହ ମସଜିଦ ଠିଆ ହୋଇଛି, କାଶୀ ବିଶ୍ୱନାଥରେ ଜ୍ଞାନବ୍ୟାପୀ ମସଜିଦକୁ ଆଜି ମଧ୍ୟ ଆମେ ଦେଖି ପାରୁଛୁ । ପୂର୍ବ ଓ ଦକ୍ଷିଣ ଭାରତରେ ତ ଏବେ ମଧ୍ୟ ଶହ ଶହ ବର୍ଷର ପୁରୁଣା ମନ୍ଦିର ରହିଛି, ହେଲେ ଉତର ଭାରତରେ ଗୋଟିଏ ହେଲେ ପୁରୁଣା ମନ୍ଦିର ନାହିଁ । 

ତେବେ ଏହି ଲେଖାରେ ମାମୁଦ ଗଜନୀ ଦ୍ୱାରା ୧୭ ଥର ଆକ୍ରମଣ କରି ଭଙ୍ଗା ଯାଇଥିବା ସୋମନାଥ ମନ୍ଦିରର କଥା ମଧ୍ୟ ଆଲୋଚନା କରିବା । ଭାରତ ସ୍ୱାଧୀନ ହେବା ପରେ ଏହି ଭଗ୍ନ ମନ୍ଦିରର ପୁନନିର୍ମାଣ ନ ହେଉ ବୋଲି ଚାହୁଁଥିଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହର ଲାଲ ନେହେରୁ । ପଣ୍ଡିତ ନେହେରୁଙ୍କ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ଥିବା କେଏମ ମୁନ୍ସି ସୋମନାଥ ମନ୍ଦିରର ପୁନନିର୍ମାଣ   ଓ ଏହାକୁ ୁ ନେଇ ନେହେରୁଙ୍କ ସହ ତାଙ୍କର ଅନୁଭୁତିକୁ ତାଙ୍କ ପୁସ୍ତକ  ‘ପିଲଗ୍ରିମେଜ ଟୁ ଫ୍ରିଡମ‘ ପୁସ୍ତକରେ ଉଲ୍ଲେଖ କରିଛନ୍ତି ।

ସେ ଏହି ପୁସ୍ତକରେ ଲେଖିଛନ୍ତି ଯେ “ଡିସେମ୍ବର ୧୯୨୨ରେ ମୁଁ ସେ ଭଗ୍ନ ମନ୍ଦିରକୁ ତୀର୍ଥ ଯାତ୍ରାରେ ଯାଇଥିଲି । ସେଠାରେ ପହଂଚି ମୁଁ ମନ୍ଦିରର ଭୟଙ୍କର ଦୁରାବସ୍ଥାକୁ ଦେଖିଲି ।  ଅପବିତ୍ର କରା ଯାଇଥିବା, ଜଳାଇ ଦିଆ ଯାଇଥିବା ଓ ଧ୍ୱସ୍ତ କରି ଦିଆ ଯାଇଥିବା, ହେଲେ ମଧ୍ୟ ମନ୍ଦିର  ଦୃଢତାର ସହ ଠିଆ ହୋଇଥିଲା, ଯେପରି ଆମ ସହିତ କରା ଯାଇଥିବା କୃତଘ୍ନତା  ଓ ଅପମାନକୁ ନ ଭୁଲିବାକୁ ବାର୍ତା ଦେଉଥିଲା । ସେ ଦିନ ସକାଳେ ଯେତେବେଳେ ମୁଁ ପବିତ୍ର ସଭାମଣ୍ଡପ ଆଡକୁ ଅଗ୍ରସର ହେଲି ସେତେବେଳେ ମନ୍ଦିରର ସ୍ତମ୍ଭର ଭଗ୍ନାବଶେଷ ଓ ଏଣେ ତେଣେ ପଡିଥିବା ପଥରକୁ ଦେଖିବା ପରେ ମୋ ମନ ଭିତରେ ତିରସ୍କାରର ଯେଉଁ ଅଗ୍ନିଶିଖା ପ୍ରଜ୍ୱଳିତ ହେଲା ତାହାକୁ ମୁଁ ବ୍ୟକ୍ତ କରି ପାରିବି ନାହିଁ । “

ତେବେ ସରଦାର ବଲ୍ଲଭ ଭାଇ ପଟେଲ ସୋମନାଥ ମନ୍ଦିରର ଏହି ପୀଡାକୁ ବୁଝୁଥିଲେ । ସେ ୧୯୪୭ ମସିହା ନଭେମ୍ବର ମାସରେ ପ୍ରଭାସପାଟନ ଯାଇଥିବା ବେଳେ ସୋମନାଥ ମନ୍ଦିର ଦର୍ଶନ କରିଥିଲେ । ସେଠାରେ ଏକ ସାର୍ବଜନିକ ସଭାରେ ସେ ଘୋଷଣା କଲେ ଯେ ସୋମନାଥ ମନ୍ଦିରର  ପୁନନିର୍ମାଣ କାମ ହେବ । ଏଥିରେ ସମସ୍ତଙ୍କୁ ସହଭାଗୀ ହେବା ଉଚିତ କାରଣ ଏହା ଏକ ପବିତ୍ର କାର୍ଯ୍ୟ । 

ବିଦେଶୀ ଆକ୍ରମଣକାରୀ ମାନଙ୍କ ଦ୍ୱାରା  ବାରମ୍ବାର ଆକ୍ରମଣ ଓ ଲୁଣ୍ଠନର ଶୀକାର ହୋଇଥିବା ଓ ଧ୍ୱସ୍ତ  ବିଧ୍ୱସ୍ତ ହୋଇଥିବା   ସୋମନାଥ ମନ୍ଦିରର ପୁନନିର୍ମାଣ  କଥା ଯେତେବେଳେ ଉଠିଥିଲା ସେତେବେଳେ ଜବାହର ଲାଲ ନେହେରୁ ଏହାକୁ ତୀବ୍ର ବିରୋଧ କରିଥିଲେ ।  ଏହା କିପରି କରା ନ ଯାଇ ପାରିବ ସେ ନେଇ ସେ ଚେଷ୍ଟା କରିଥିଲେ । 

କେଏମ ମୁନ୍ସି ତାଙ୍କ ପୁସ୍ତକରେ ଆହୁରି ଉଲ୍ଲେଖ କରିଛନ୍ତି ଯେ ଏକ କ୍ୟାବିନେଟ ବୈଠକ ପରେ ନେହେରୁ  ତାଙ୍କୁ ଡାକି କହିଲେ,  “ଆପଣଙ୍କ ଦ୍ୱାରା ସୋମନାଥ ମନ୍ଦିରର ପୁନରୁଦ୍ଧାର ପାଇଁ  କରା ଯାଉଥିବା ପ୍ରୟାସ ମୋତେ ଭଲ ଲାଗୁ ନାହିଁ, ଏହା ହିନ୍ଦୁ ପୁନରୁତଥାନବାଦ ଅଟେ । “

କୌଣସି ଦେଶ ଯେତେବେଳେ ସ୍ୱାଧୀନ ହୁଏ ସେତେବେଳେ  ସର୍ବପ୍ରଥମେ ବିଦେଶୀ ଦାସତ୍ୱ, ବିଦେଶୀ କଳଙ୍କର ଚିହ୍ନକୁ ହଟାଇଥାଏ । ତେଣୁ ସ୍ୱାଭବିକ କଥା ହେଲା ଯେ ଭାରତ ସ୍ୱାଧୀନ ହେବା ପରେ ସୋମନାଥ ମନ୍ଦିର ଯାହା ଭାରତୀୟ ମାନଙ୍କର ଆସ୍ଥାର କେନ୍ଦ୍ର ବିନ୍ଦୁ ତା ଉପରେ ହୋଇଥିବା ଆକ୍ରମଣର ନିରାକରଣ କରିବା ଓ  ଏହାର ପୁନନିର୍ମାଣ କରିବାର ଆବଶ୍ୟକତା ଥିଲା ।  ସର୍ଦାର ପଟେଲ ହୁଅନ୍ତୁ ବା କେଏମ ମୁନ୍ସି ହୁଅନ୍ତୁ ବା ଅନ୍ୟ କେହି ହୁଅନ୍ତୁ ସମସ୍ତେ ଏହି କାମରେ ଲାଗିଥିଲେ । ହେଲେ ଜବାହର ଲାଲ ନେହେରୁ ସୋମନାଥ ମନ୍ଦିରର ପୁନନିର୍ମାଣକୁ ବିରୋଧ କରୁଥିଲେ ଓ ଏପରି  ପ୍ରୟାସକୁ ହିନ୍ଦୁ ପୁନରୁତଥାନବାଦ ବୋଲି କହୁଥିଲେ । ଅନ୍ୟ ପକ୍ଷରେ ଆଜି ହକାନୀ ନେଟବର୍କର ନେତା ଅନସ ହକାନୀ ସୋମନାଥ ମନ୍ଦିରକୁ ଭାଙ୍ଗିଥିହା ବିଦେଶୀ ଆକ୍ରମଣକାରୀ ଠାରୁ ପ୍ରେରଣା ନେଉଛି । 

ଠିକ ସେହିପରି ଅଯୋଧ୍ୟାରେ ଶ୍ରୀରାମ ଜନ୍ମଭୂମିରେ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ମଧ୍ୟ ପ୍ରୟାସକୁ କିଛି ରାଜନୈତିକ ଦଳ ଓ ରାଜନେତା ବିରୋଧ କରି ଆସୁଥିଲେ । ତେବେ ନ୍ୟାୟାଳୟର ରାୟ ଫଳରେ ମନ୍ଦିର ନିର୍ମାଣର କାମ ପ୍ରଶସ୍ତ ହୋଇଛି ।  ବର୍ତମାନ ମଥୁରା ଶ୍ରୀକୃଷ୍ଣ ଜନ୍ମଭୂମିରେ ମନ୍ଦିର ନିର୍ମାଣ ପ୍ରୟାସକୁ ମଧ୍ୟ କିଛି ରାଜନେତାଙ୍କ ଦ୍ୱାରା  ବିରୋଧ କରୁଛନ୍ତି । ଦେଖିବାକୁ ଗଲେ ଏମାନେ ସମସ୍ତେ  ପ୍ରକାରାନ୍ତରରେ ତାଲିବାନ ଓ ହକାନୀ ନେଟବର୍କର ଇସଲାମୀ ବିଚାରଧାରାକୁ ପ୍ରୋତ୍ସାହନ ଦେଉଛନ୍ତି । ଏହା ସ୍ପଷ୍ଟ ଭାବେ ବୁଝିବାକୁ ପଡିବା 

ଡ. ସମନ୍ୱୟ ନନ୍ଦ 

Author Image

The Independence

RELATED NEWS

Recent Posts

The Independence:Chhattisgarh-Bastar-Illegal-Conversion-Fighter-Mahesh-Kashyap

ଛତିଶଗଡ ବସ୍ତରରେ ଧର୍ମାନ୍ତିକରଣ ବିରୋଧରେ ଲଢୁଛନ୍ତି ମହେଶ କାଶ୍ୟପ, ଶୁଣନ୍ତୁ ଆଦିବାସୀ ସଂସ୍କୃତିକୁ ନଷ୍ଟ କରିବାକୁ ଆସୁଥିବା ବିଦେଶୀ ଶକ୍ତିଙ୍କ ବିରୋଧରେ ତାଙ୍କର ସଂଘର୍ଷର କାହାଣୀ

The Independence:Anti-Hindu-Hindu-Phobic-Web-Series-Advertisements-Films

ହିନ୍ଦୁ ବିଶ୍ୱାସ ଓ ହିନ୍ଦୁ ଭାବନାକୁ ଅପମାନ ଓ ଆଘାତ ଦେବାରେ ବଡ ଭୂମିକାରେ ଫିଲ୍ମ, ଧାରାବାହିକ ଓ ଓବ ସିରିଜ

The Independence:Major-Somnath-Sharma-Balidan-Story

ମେଜର ସୋମନାଥ ଶର୍ମାଙ୍କ ବଳିଦାନର କାହାଣୀ,ହେଡକ୍ବାଟରର ପରାମର୍ଶ ସତ୍ୱେ ପଛକୁ ହଟି ନ ଥିଲେ ସୋମନାଥ ପଛକୁ ହଟିଥିଲେ ଶତ୍ରୁ ସୈନ୍ୟ ଶ୍ରୀନଗର ଯାଏ ସହଜରେ ପହଂଚି ଯାଇଥାନ୍ତା

The Independence:China-to-lose-crores-of-Rupees

ଦୀପାବଳୀରେ ଡ୍ରାଗନକୁ ଲାଗିବ ବଡ ଝଟକା, ଚୀନ ବିରୁଦ୍ଧରେ ବ୍ୟବସାୟୀ ସଂଗଠନର ବଡ ନିଷ୍ପତି, ଚୀନର ରପ୍ତାନୀକୁ ହେବ 50 ହଜାର କୋଟି ଟଙ୍କାର କ୍ଷତି

The Independence:Fire-Crackers-Haram-in-Islam

ଆମେ ବାଣ ବିକିବୁ କିନ୍ତୁ ବାଣ ଫୁଟାଇବା ନାହିଁ କାରଣ ଏହା ଇସଲାମରେ ହାରାମ

The Independence:cm-yogi-adityanath-called-it-akhilesh-yadav-jinnah-remark-shameful

ଉଛୁଳିଲା ଅଖିଳେଶ ଯାଦବଙ୍କ ଜିନ୍ନା ପ୍ରେମ,ଯୋଗୀ ଆଦିତ୍ୟନାଥଙ୍କ ଅଖିଲେଶଙ୍କ ଉପରେ କଡା ଆକ୍ରମଣ , କହିଲେ ଏହା ହେଉଛି ତାଲିବାନୀ ମାନସିକତା

The Independence:Captain-Dibya-Shankar-Mishra-Mamita-Meher-Murder-Case-Link

ଦିବ୍ୟଶଙ୍କରଙ୍କ ଗଣମାଧ୍ୟମକୁ ନାଲିଆଖି, ଯଦି ମାନହାନି ହୋଇଛି ତାହେଲେ ମମିତାଙ୍କ ପରିବାର, କଲେଜର ଛାତ୍ର, ବିଜୟ ମହାପାତ୍ର, ପ୍ରଦିପ୍ତ ନାୟକ, ଭକ୍ତ ଦାସ, ନରସିଂହଙ୍କ ବିରୋଧରେ କରିବେ ପାରିବେକି ମାନହାନି ମୋକଦ୍ଦମା?

The Independence:No-memorial-of-Sardar-patel-in-Delhi

ଦିଲ୍ଲୀରେ ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ନା କୌଣସି ଘର ଅଛି, ନା ତାଙ୍କ ନାମରେ କୌଣସି ସ୍ମାରକ ତିଆରି ହୋଇଛି, ଜାଣନ୍ତୁ କାହିଁକି ...

The Independence:Digvijay-Singh-attacks-Kejriwal-and-Prashant-Kishore

ଦିଗବିଜୟ ସିଂହଙ୍କ ଟାର୍ଗେଟରେ ପ୍ରଶାନ୍ତ କିଶୋର, କେଜରିୱାଲ ଓ ଅନ୍ୟ ନେତା,ମୋଦିଙ୍କ ସମ୍ପର୍କରେ ବାସ୍ତବିକତା ଓ ରାହୁଲ ଗାନ୍ଧୀଙ୍କ ଅପରିପକ୍ୱତାକୁ ନେଇ ଆଇନା ଦେଖାଇଥିବାରୁ ପ୍ରଶାନ୍ତ କିଶୋରଙ୍କ ଉପରେ ଦିଗବିଜୟଙ୍କ ଆକ୍ରମଣ

The Independence:madrasas-mosques-on-india-nepal-border-increased-4-times-in-20-years-intelligence-agencies-alert

ଭାରତ- ନେପାଳ ସୀମାରେ ଗତ 20 ବର୍ଷରେ ମସଜିଦ- ମଦ୍ରାସାର ସଂଖ୍ୟା 4 ଗୁଣ ବଢିଲା, ଉପସାଗରୀୟ ଦେଶରୁ ଫଣ୍ଡିଂ ଆଶଙ୍କା, ଗୁଇନ୍ଦା ଏଜେନ୍ସି ଗୁଡିକ ଆଲର୍ଟରେ

The Independence:jaunpur-police-arrested-naseem-resident-of-machhalishahar-in-case-of-anti-india-speech

ମୋହମ୍ମଦ ନସିମ ପ୍ରଥମେ ଭାରତକୁ ଦେଲା ଗାଳି, ଯୋଗୀଙ୍କ ପୋଲିସ ଗିରଫ କରିବା ପରେ କହିଲା – ‘ମୁଁ ଭାରତର ଲୁଣ ଖାଉଛି, ମୋତେ କ୍ଷମା କରି ଦିଅ ’ ଦେଖନ୍ତୁ ଭିଡିଓ

The Independence:Mamita-Meher-Murder-Political-Links-Accused-Govinda-Sahu

ପାଓାର କରିଡରରୁ ନେଇ କଳାହାଣ୍ଡିରେ ଚର୍ଚ୍ଚା: କ୍ୟାପଟେନଙ୍କୁ କାଢିଲେ ଖୋଲିଦେବେ ସମସ୍ତଙ୍କ ମଉଜର ଗୁମର

The Independence:afghanistan-helpless-mother-sells-newborn-for-rs-37000-to-feed-her-other-children

ଆଫଗାନୀ ମହିଳା ଖାଦ୍ୟ ପାଇଁ ନବଜାତ ବାଳିକାକୁ 37 ହଜାର ଟଙ୍କାରେ ବିକ୍ରି କଲେ, ତାଲିବାନ ଶାସନରେ 2.28 ଲୋକ ପୁଷ୍ଟିହୀନତାର ଶୀକାର

The Independence:uttar-pradesh-police-pro-pakistan-slogans-t20-world-cup

ପାକିସ୍ତାନର ବିଜୟ ପରେ ଭାରତ ବିରୋଧୀ ସ୍ଲୋଗାନ ଦେଇଥିବା ସାତ ଜଣଙ୍କ ବିରୋଧରେ ମାମଲା ରୁଜୁ କଲା ଯୋଗୀଙ୍କ ପୋଲିସ

The Independence:kashmir-students-celebrate-india-loss-pakistan-booke

ପାକିସ୍ତାନର ବିଜୟ ପରେ ନାଚୁଥିବା କାଶ୍ନୀରୀ ଛାତ୍ରଙ୍କ ବିରୁଦ୍ଧରେ ଏଫଆଇଆର, ଖୁବ ଶୀଘ୍ର ବନ୍ଧା ହେବେ

The Independence:Pro-Pakiistani-ladies-teacher-loses-job

ପାକିସ୍ତାନ ପ୍ରେମୀ ଶିକ୍ଷୟତ୍ରୀ ନଫିସା ହରାଇଲେ ଚାକିରୀ, ସ୍କୁଲ କର୍ତୃପକ୍ଷ ନେଲେ କାର୍ଯାନୁଷ୍ଠାନ, ରାଜସ୍ଥାନର ଉଦୟପୁରର ଘଟଣା

The Independence:madhya-pradesh-home-minister-narottam-mishra-raised-the-question-on-naming-the-ashram

ୱେବ ସିରିଜ ଶୁଟିଂକୁ ନେଇ ମଧ୍ୟ ପ୍ରଦେଶ ସରକାରଙ୍କ ବଡ ଘୋଷଣା, ରାଜ୍ୟରେ ହୋଇ ପାରିବ ନାହିଁ ୱେବ ସିରିଜ ନାମରେ ହିନ୍ଦୁ ସଂସ୍କୃତି ବିରୋଧୀ କଂଟେଂଟର ଶୁଟିଂ,ସ୍କ୍ରିପ୍ଟ ଦେଖି ସାରିବା ପରେ ହିଁ ଶୁଟିଂ ପାଇଁ ମିଳିବ ଅନୁମତି

The Independence:lady-who-opened-the-first-ever-non-halal-restaurant-in-kerala-assaulted

କେରଳରେ ପ୍ରଥମ ଅଣ ହଲାଲ ରେଷ୍ଟୁରାଣ୍ଟ ଖୋଲିଥିବା ମହିଳାଙ୍କ ଉପରେ ମରଣାନ୍ତକ ଆକ୍ରମଣ

The Independence:lpunjab-kashmiri-students-thrashed-for-cheering-for-pakistan-uttar-pradesh-bihar

ପାକିସ୍ତାନର ବିଜୟରେ ଖୁସି ମନାଉଥିଲେ କାଶ୍ମୀରୀ ଛାତ୍ର, ୟୁପି –ବିହାରର ଛାତ୍ର ମାନେ ଛେଚିଲେ, ଘଟଣାଟି ପଂଜାବର

The Independence:Odisha-Leader-of-Opposition-Pradipta-Naik-Fights-for-Mamita-Mehera

ଡାକ୍ତରଖାନାରେ ଚିକିସ୍ତ୍ରାଧୀନ ଥାଇବି ମମିତା ମେହେରଙ୍କୁ ନ୍ୟାୟ ପାଇଁ ପ୍ରୟାସ ଜାରି ରଖିଛନ୍ତି ବିରୋଧୀ ଦଳ ନେତା ପ୍ରଦିପ୍ତ ନାୟକ

The Independence:Pakistani-Ministers-statement

ଶୁଣନ୍ତୁ ପାକିସ୍ତାନର ମନ୍ତ୍ରୀ କିପରି କହୁଛନ୍ତି – “ଭାରତ ବିରୁଦ୍ଧରେ ବିଜୟ ଇସଲାମର ବିଜୟ, ଭାରତୀୟ ମୁସଲମାନ ମାନେ ମଧ୍ୟ ଖୁସି ”

The Independence:Fire-cracker-used-after-defeat-of-India

ଦେଖନ୍ତୁ ପାକିସ୍ତାନର ବିଜୟ ପରେ ରାଜଧାନୀ ଦିଲ୍ଲୀ ସମେତ ଦେଶର ବିଭିନ୍ନ ସ୍ଥାନରେ କିପରି ଫୁଟିଲା ବାଣ,ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା

The Independence:hat-is-harm-in-firecrackers-on-diwali-virender-sehwag-after-cracker-burst-on-pakistan-victory-t20-world-cup-india

ପାକିସ୍ତାନର ବିଜୟ ପରେ ଭାରତରେ ବାଣ... , ସେହୱାଗ ପଚାରିଲେ ତେବେ ଦୀପାବଳୀରେ ବାଣ ଫୁଟାଇଲେ ଅସୁବିଧା କଣ, ଦୋହରା ଆଭିମୁଖ୍ୟ କାହିଁକି ?

The Independence:Bangladesh-Posters-in-Hyderabad-Muslim-Youths

ବଙ୍ଗଳାଦେଶରେ ହିନ୍ଦୁମାନଙ୍କ ଉପରେ ଆକ୍ରମଣକୁ ନେଇ ଭାରତ ଚିନ୍ତିତ ଥିବା ବେଳେ ହାଇଦ୍ରାବାଦରେ ଲାଗିଲା ବଙ୍ଗଳାଦେଶ ୟୁଥ କ୍ଲବର ପୋଷ୍ଟର

The Independence:Pakistani-PM-Imran-khan-goes-to-Saudi-for-loan

ଏବେ ଭିକ୍ଷା ଥାଳ ଥରି ସାଉଦୀ ଆରବର ଶରଣକୁ ଗଲା ପାକିସ୍ତାନ, ତୁର୍କୀ ଠାରୁ ଅର୍ଥ ମିଳିବାର ସମ୍ଭାବନା ନ ଥିବାରୁ ତାକୁ ଛାଡିଲା