ପାକିସ୍ତାନରୁ ଅଲଗା ହୋଇ ନୂତନ ବଙ୍ଗଳାଦେଶ ବନାଇବା ପାଇଁ ଚାଲିଥିବା ବଙ୍ଗଳାଦେଶ ମୁକ୍ତି ଆନ୍ଦୋଳନକୁ ଚପାଇବା ପାଇଁ ପାକିସ୍ତାନ ସେନାର ବର୍ବରତାର ଖବର ସମସ୍ତେ ଜାଣନ୍ତି । ହେଲେ ପାକିସ୍ତାନର ସେନା ଓ ରଜକାରମାନେ କିପରି ଖୋଜି ଖୋଜି ସେଠାରେ ରହୁଥୀବା ହିନ୍ଦୁମାନଙ୍କୁ ହତ୍ୟା କରୁଥିଲେ ଏହା ବହୁତ କମ ଲୋକ ଜାଣନ୍ତି । ଏପରିକି ବଙ୍ଗଳାଦେଶର ଇତିହାସରେ ବି ସେସେବୁକୁ ଜାଣିଶୁଣି ଲୁଚାଇ ଦିଆଯାଇଛି । ଅନେକ ହିନ୍ଦୁ ବଙ୍ଗଳାଦେଶୀ ଭାରତକୁ ପଳାଇ ଆସିଥିବା ବେଳେ କିଛି ସେଠାରେ ରହିଯାଇଥିଲେ । ଆଉ ଯେଉଁମାନେ ଆସିପାରିନଥିଲେ ସେମାନେ ଶୀକାର ହେଉଥିଲେ ଗଣହତ୍ୟାର । ସେଥିରୁ ଗୋଟିଏ ହେଉଛି ୧୯୭୧ରେ ହୋଇଥିବା ଆଙ୍ଗନ ଗଣହତ୍ୟା ।
ଆଜିର ବଙ୍ଗଳାଦେଶର ଫରିଦାପୁର ଅଂଚଳ ଏକ ହିନ୍ଦୁ ବହୁଳ ଅଂଚଳ ଥିଲା । ସେଠାରେ ଥିବା ହିନ୍ଦୁମାନଙ୍କୁ ହତ୍ୟା କରିବାର ପ୍ରଥମ ପର୍ବ ଭାବରେ ପାକିସ୍ତାନ ସେନା ଓ ତାଙ୍କର ଜିହାଦୀ ଦଳର କାରନାମା ଆରମ୍ଭ ହୋଇଥୀଲା ଆଙ୍ଗନ ଅଂଚଳରରେ । ସେଠାରେ ଏକ ଆଶ୍ରମ ସହିତ ମନ୍ଦିର ଥିଲା । ଦିନେ ସେଠାରେ ଥିବା ମହନ୍ତ ଓ ବାବାଜୀମାନେ ପୁଜା କିର୍ତନ କରୁଥିବା ବେଳେ ପାକିସ୍ତାନ ସେନାର ଅତର୍କିତ ଆକ୍ରମଣ ଏହା ଉପରେ କରାଗଲା । ସେଠାରେ ଥିବା ମୁଖ୍ୟ ମହନ୍ତ ସମେତ ଅନ୍ୟ ୭ ଜଣ ବାବାଙ୍କୁ ଧାଡି କରି ଠିଆ କରାଯାଇଥିଲା ଓ ସମସ୍ତଙ୍କୁ ଗୁଳିମାରି ହତ୍ୟା କରାଯାଇଥିଲା । ଏହା ଥିଲା ୨୧ ଏପ୍ରିଲ ୧୯୭୧ର ଘଟଣା । ସେହି ମଠରୁ ମାତ୍ର ଜଣେ ବାବା ବଂଚିଯାଇଥିଲେ ଯାହାଙ୍କ ନାଁ ହେଉଛି ନବକୁମାର ବ୍ରହ୍ମଚାରୀ । ସେ ସେଦିନ ଆଶ୍ରମରେ ନଥିଲେ । ନବକୁମାର ପରବର୍ତୀ ସମୟରେ ଜୀବନ ବଂଚାଇ ଶରଣାର୍ଥୀ ଭାବରେ ଭାରତ ଚାଲିଆସିଲେ । ମନ୍ଦିରରେ ଥିବା ସବୁ ଜିନିଷ ପର୍ତ, ସୁନା ରୁପା, ପଇସାକୁ ଲୁଟି ନେଲେ ସ୍ଥାନୀୟ ମୁସଲମାନ ମାନେ । ପରଦିନ ଏହାକୁ ଭାଙ୍ଗି ସେହି ସ୍ଥାନକୁ ସେଠାକାର ଜଣେ ମୁସଲମାନ କବଜା କରିଦେଲା ।
କିନ୍ତୁ ଯେବେ ବଙ୍ଗଳାଦେଶ ସ୍ୱାଧୀନ ହେଲା ସେହି ନବକୁମାର ବ୍ରହ୍ମଚାରୀ ପୁଣି ବଙ୍ଗଳାଦେଶ ଫେରିଲେ ଓ ଆଶ୍ରମର ପୁନ୍ନ ସ୍ଥାପନା କରିଲେ । ଆଜି ସେଠାରେ ଥିବା ଆଙ୍ଗନ ଆଶ୍ରମ ଫରିଦାବାଦ ଅଂଚଳରେ ଥିବା ହିନ୍ଦୁମାନଙ୍କର ଏକ ପ୍ରମୁଖ ଧାର୍ମୀକ ସ୍ଥଳ ।