ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟସ୍ ମ୍ୟାନ୍ ରୋହିତ ଶର୍ମା ନ୍ୟୁଜିଲାଣ୍ଡ ବିପକ୍ଷ ୱାନଡେ ଓ ଟେଷ୍ଟ ସିରିଜ୍ ରୁ ବାଦ୍ ପଡିଛନ୍ତି ।
ଗୋଡରେ ଆଘାତ ଲାଗିବା କାରଣରୁ ରୋହିତ ଶର୍ମା ବର୍ତମାନ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ୩ ଟି ୱାନଡେ ଓ ୨ ଟି ଟେଷ୍ଟ ସିରିଜ୍ ରେ ଖେଳିପାରିବେ ନାହିଁ ।
ନ୍ୟୁଜିଲାଣ୍ଡ ସହ ଖେଳାଯାଇଥିବା ପଂଚମ ତଥା ଅନ୍ତିମ ଟି-୨୦ ମ୍ୟାଚ୍ ରେ ରୋହିତ ଆହତ ହୋଇଥିଲେ । ମାଉଂଟମୋଙ୍ଗାନି ଠାରେ ଖେଳାଯାଇଥିବା ଏହି ମ୍ୟାଚ୍ ରେ ରୋହିତ ଗୋଟିଏ ରନ୍ ପାଇଁ ଦୌଡୁଥିବା ବେଳେ ଗୋଡର ମାଂପେଶୀରେ ଆଘାତ ଲାଗିଥିଲା । ୪୧ ବଲ୍ ରେ ୬୦ ରନ୍ କରିଥିବା ବେଳେ ସେ ରିଟାୟର୍ଡ ହର୍ଟ ହୋଇ ଫେରି ଯାଇଥିଲେ ।
ୱାନଡେ ସିରିଜ୍ ରେ ରୋହିତଙ୍କ ବଦଳରେ ମୟଙ୍କ ଅଗ୍ରୱାଲ ଖେଳିବେ । ତେବେ ଟେଷ୍ଟ ସିରିଜ୍ ରେ ତାଙ୍କ ସ୍ଥାନ କିଏ ନେବ ତାହା ଘୋଷଣା ହୋଇନାହିଁ ।
........