The Independence:Hundred-years-to-Moplah-Hindu-genocide

ମୋପଲା ବିଦ୍ରୋହ ନାମରେ ୧୯୨୧ ମସିହାରେ ଘଟିଥିବା ହିନ୍ଦୁ ଜନ ସଂହାର ଘଟଣାକୁ ଶହେ ବର୍ଷ ପୂର୍ତି ହୋଇଛି । ଇତିହାସର ଏହି ଅନାଲୋଚିତ ଅଧ୍ୟାୟକୁ ନେଇ ପୁଣି ଥରେ ଚର୍ଚା ଆଲୋଚନା ଓ  ବିତର୍କ ଆରମ୍ଭ ହୋଇଛି । ଏହି ତଥାକଥିତ ମାଲାବାର ବିଦ୍ରୋହକୁ କମ୍ୟୁନିଷ୍ଟ ଐତିହାସିକ ମାନେ ଇଂରେଜ ମାନଙ୍କ ବିରୁଦ୍ଧରେ ଲଢେଇ ଓ ଜମିଦାର ମାନଙ୍କ ବିରୁଦ୍ଧରେ କୃଷକ ମାନଙ୍କ ବିଦ୍ରୋହ ବୋଲି ପ୍ରଚାରିତ କରି ଆସିଛନ୍ତିା ବାସ୍ତବରେ ଏହା ଏକ ହିନ୍ଦୁ ଜନ ସଂହାର ଥିଲା ଯେଉଁଥିରେ ମୋପଲା ମୁସଲମାନ ଓ ତାଙ୍କର ନେତା ମାନେ ଅନ୍ୟୁନ ୧୦ ହଜାର ହିନ୍ଦୁଙ୍କୁ ହତ୍ୟା କରିଥିଲେ ଓ ହଜାର ହଜାର ହିନ୍ଦୁଙ୍କୁ ଇସଲାମରେ ଜୋରଜବରଦସ୍ତି ଧର୍ମାନ୍ତରିତ କରାଇଥିଲେ ।  ମହିଳା ମାନଙ୍କ ସହ ଅତ୍ୟନ୍ତ ପୈଶାଚିକ କାର୍ଯ୍ୟ କରା ଯାଇଥିଲା । ୧୯୨୧ ମସିହାରେ ପାଖା ପାଖି ଛଅ ମାସ ଧରି ଏହି ମାରକାଟ କରା ଯାଇଥିଲା । ଅତି କମରେ ଦଶ ଲକ୍ଷ ହିନ୍ଦୁ ଏହି ଅଂଚଳ ଛାଡି ପଳାୟନ କରିବାକୁ ବାଧ୍ୟ ହୋଇଥିଲେ । 

୧୯୨୧ ମସିହାରେ ପ୍ରଥମ ଥର ପାଇଁ ଏପରି ହୋଇଥିଲା ତାହା ନୁହୋଁ ତେଣୁ  ଏହି ଘଟଣାର ଐତିହାସିକ ପୃଷ୍ଠଭୂମିକୁ ବୁଝିବାକୁ ପଡିବ । 

କେରଳର ଭୂଗୋଳକୁ ତିନିଭାଗରେ ବିଭକ୍ତ କରା ଯାଇ ପାରେ । ଏଗୁଡିକ ହେଲା ମାଲାବାର, ତ୍ରିଚି ଓ ଟ୍ରାଭନକୋର ଅଂଚଳ । ଇସଲାମ ସହିତ କେରଳର ସମ୍ପର୍କ ୧୬ ଶହ ମସିହାରୁ ବାଣିଜ୍ୟ ଜରିଆରେ ଆରମ୍ଭ ହୋଇଥିଲା । ସେତେବେଳ ଠାରୁ ମାଲାବାର ଅଂଚଳରେ କନଭର୍ସନ କାମ ଚାଲିଥିଲା ଓ କିଛି ଲୋକଙ୍କୁ ଇସଲାମରେ ମତାନ୍ତରିତ କରା ଯାଇଥିଲା । ଏହାକୁ ନେଇ ସେଠାରେ ସାଂପ୍ରଦାୟିକ ବାତାବରଣ ଦେଖା ଯାଉଥିଲା । ହେଲେ ହାଇଦର ଅଲୀ  ନାମକ ଜଣେ ଇସଲାମୀ ମତାନ୍ଧ ଯେତେବେଳେ ମାଲାବାର ଉପରେ ବିଜୟ ଲାଭ କଲା ସେତେବେଳେ ସେଠାକାର ଭୂମି ହିନ୍ଦୁ ମାନଙ୍କର ରକ୍ତରେ ଭିଜି ଯାଇଥିଲା । ତା ପୁଅ ଟିପୁ ସୁଲତାନ ହାଇଦର ଠାରୁ ଅଧିକ ମତାନ୍ଧ ଥିଲା । ସେତେବେଳେ ତାର ଅତ୍ୟାଚାର ସହି ନ ପାରି  ମାଲାବାରର ହିନ୍ଦୁ ମାନେ ଲକ୍ଷ ଲକ୍ଷ ସଂଖ୍ୟାରେ ତ୍ରିଚି ଓ ଟ୍ରାଭନକୋର ଅଂଚଳକୁ ନିଜର ଘର ଦ୍ୱାର, ଜମି ବାଡି ଛାଡି ପଳାୟନ କରିଥିଲେ । ଟିପୁ ଏହି ହିନ୍ଦୁ ମାନଙ୍କ ସମ୍ପତିକୁ ମୋପଲା ମୁସଲମାନ ମାନଙ୍କୁ ଭୋଗ କରିବାକୁ ଦେଇ ଦେଇଥିଲା । ତା ପରେ ଟିପୁ ବ୍ରିଟିଶ ମାନଙ୍କ ହାତରେ ପରାଜିତ ହେବା ପରେ ସ୍ଥିତି ବଦଳିଲା ଓ ପଳାୟନ କରିଥିବା ହିନ୍ଦୁ ମାନେ ସେମାନଙ୍କର ଭିଟା ମାଟିକୁ ଫେରିଲେ ଓ ସେମାନେ ତାଙ୍କର ଜମି ଜମା ଉପରେ ପୁଣି ଥରେ କବଜା କଲେ । ଏହା ଫଳରେ ମାଲାବାର ଅଂଚଳରେ ଉତେଜନା ଦେଖା ଦେଇଥିଲା । ଏହି ସମୟ ମଧ୍ୟରେ ସେଠାରେ   ୫୨ଟି ବଡ ଦଙ୍ଗା ଦୋଇଥିଲା ଓ  ୩୬ଟି ଛୋଟ  ଅର୍ଥାତ  ପାଖାପାଖି ଶହେ ଟି ଦଙ୍ଗା ହୋଇ ସାରିଥିଲା । 

ଯେତେବେଳେ ତୁ୍‌ର୍କୀର ଖଲିଫାକୁ ହଟାଇ ଦିଆଗଲା ସେତେବେଳେ ଇସଲାମୀ ଶକ୍ତି ମାନେ ଖଲିଫା ଶାସନର ପୁନଃ ପ୍ରତିଷ୍ଠା ପାଇଁ ଏକ ଆନ୍ଦୋଳନ ଆରମ୍ଭ କଲେ । ଏହାର ଭାରତର ସ୍ୱାଧୀନତା ସଂଗ୍ରାମ ସହ କୌଣସି ସମ୍ପର୍କ ନ ଥିଲା । ଏହି ଆନ୍ଦୋଳନ ଆରମ୍ଭ ହେଲା ପରେ  ମାଲାବାର ଅଂଚଳରେ ପୁଣି ଥରେ ମୋପଲା ମାନଙ୍କ ଦ୍ୱାରା  ଟାର୍ଗେଟ କରା ଗଲା ।  

ଏହା କେତେ ନୃଶଂସ ଓ ବିଭତ୍ସ ଥିଲା ତାହା   ୧୯୨୧ ମସିହା ସେପ୍େଟମ୍ବର ୨୫ ତାରିଖ ଦିନ ଘଟିଥିବା ଘଟଣାକୁ ଉପରେ ଦୃଷ୍ଟି ପକାଇଲେ ବୁଝିବା ସହଜ ହେବ । 

କେରଳର ଥୁବୁର ଓ କରୁବାୟକାଣ୍ଡି ମଧ୍ୟରେ ଏକ ଥୁଂଟା ପାହାଡ ମଝିରେ ଜଣେ ଖିଲାଫତୀ ନେତା ତାର ୪ ହଜାର ଅନୁଗାମୀଙ୍କ ସହ ରାଲୀ କଲା ଓ ସଭା ସମୟରେ ୪୦ ଜଣ ହିନ୍ଦୁଙ୍କୁ ଧରା ଯାଇଥିଲା । ପରେ ସେମାନଙ୍କୁ ପଛରୁ ହାତ ବାନ୍ଧି ଖିଲାଫତି ନେତାଙ୍କ ସାମନାରେ ହାଜର କରା ଗଲା ।  ସେମାନଙ୍କର ମୁଣ୍ଡ କାଟ କରା ଯାଇଥିଲା, ଖପୁରୀ ଗୁଡିକ କୂଅରେ ଫିଙ୍ଗି ଦିଆ ଯାଇଥିଲା । ସେତେବେଳେ ମାଲାବାର କାଲିକଟର ଯିଏ ଡେପଟି କଲେକ୍ଟର ଥିଲେ ତାଙ୍କର ଲିଖିତ ପୁସ୍ତକ ମୋପଲା ରିବେଲିୟନ-୧୯୨୧ରେ ସେପ୍େଟମ୍ବର ୨୫ ର ଘଟଣାର ବିସ୍ତୃତ ବିବରଣୀ ଦିଆ ଯାଇଛି । 

ଏହି ପୁସ୍ତକରେ ୫୬ ପୃଷ୍ଠାରେ ସେ ଲେଖିଛନ୍ତି - “ସେହି ସ୍ଥାନ ପାଖରେ ଏକ ଗଛ ଓ କୂଅ ଥିଲା । ଜଣେ ପରେ ଜଣେ ହିନ୍ଦୁକୁ ସେଠାକୁ ନିଆ ଯାଇଥିଲା । ଜଲ୍ଲାଦ ସେଠାରେ ଠିଆ ହୋଇ ଜଣଙ୍କ ପରେ ଜଣଙ୍କର ମୁଣ୍ଡ କାଟ କରିବା ସହ ଶବକୁ କୂଅ ମଧ୍ୟକୁ ଠେଲୁଥିଲା । 

ଯାହାଙ୍କୁ ଫିଙ୍ଗା ଯାଇଥିଲା ସେଥି ମଧ୍ୟରୁ ଅନେକ ମରି ନଥିଲେ, କିନ୍ତୁ ସେମାନେ ବାହାରିବା ସମ୍ଭବ ନ ଥିଲେ । ହତ୍ୟାକାଣ୍ଡର ତିନି ଦିନ ଯାଏ କିଛି ଲୋକଙ୍କ କୂଅ ମଧ୍ୟରୁ ଚିତ୍କାର ଓ କ୍ରନ୍ଦନ ଶୁଣିବାକୁ ମିଳିଥିଲା । ସମସ୍ତେ ଅତ୍ୟନ୍ତ ଭୟାନକ ଭାବେ ମୃତ୍ୟୁବରଣ କରିଥିବେ । ମୁଁ ସେଠାରେ କିଛି ଦିନ ପରେ ଗଲା ପରେ ଦେଖିଲି ଯେ ସେହି କୂଅ ସମ୍ପୂର୍ଣ ଭାବେ ମଣିଷର ହାଡରେ ଭର୍ତି ହୋଇଥଲା । ମୋ ପାଖରେ ଥିବା ଆର୍ଯ୍ୟ ସମାଜର ପଣ୍ଡିତ ଋଷିରାମ ୩୦ଟି ଖପୁରୀ ଗଣିିଲେ । ”

ଏଭଳି ଘଟଣା ଲଗାତାର ୬ ମାସ ଧରି ଚାଲିଥିଲା । ଏହି ସମୟ ମଧ୍ୟରେ ମୋପଲା ନରସଂହାରରେ ପାଖାପାଖି ଦଶ ହଜାର ହିନ୍ଦୁଙ୍କୁ ହତ୍ୟା କରା ଯିବା ଓ ହଜାର ହଜାର ହିନ୍ଦୁଙ୍କୁ ଜୋର ଜବରଦସ୍ତି ଇସଲାମରେ ମତାନ୍ତରିତ କରିବାର ଆଧିକାରିକ ରେକର୍ଡ ମିଳେ । ହେଲେ ବେସରକାରୀ ଭାବେ ଏହାର ସଂଖ୍ୟା ଖୁବ ଅଧିକ ।

ସେତେବେଳର ଏହି ବିଭତ୍ସ  ଓ ପୈଶାଚିକ କୃତ୍ୟ ସମ୍ପର୍କରେ ସେତେବେଳର ପ୍ରତ୍ୟକ୍ଷଦର୍ଶୀ ମାନେ ଅନେକ କିଛି ଲେଖିଛନ୍ତି । ବାବା ସାହେବ ଭୀମରାଓ  ଆଂବେଡକର ହୁଅନ୍ତୁ ବା ଆନିବେସାନ୍ତ ହୁଅନ୍ତୁ ବା ଅନ୍ୟ ମାନେ ହୁଅନ୍ତୁ ସେମାନେ ସେ ସମୟରେ ଏହା ଉପରେ ଅନେକ କିଛି ଲେଖିଛନ୍ତି । 

ଏହି ହିନ୍ଦୁ ବିରୋଧୀ ଜନସଂହାରକୁ  ଶହେ ବର୍ଷ ପୂରଣ ହୋଇ ସାରିଥିବା ବେଳେ ଲୋକ ମାନଙ୍କୁ ନ୍ୟାୟ ବର୍ତମାନ ଯାଏ ମିଳି ନାହିଁ ।  ଓଲଟା କମ୍ୟୁନିଷ୍ଟ ଓ ଇସଲାମିଷ୍ଟ ଐତିହାସିକ ମାନେ  ମୋପଲା ହତ୍ୟାକାରୀ ମାନଙ୍କୁ ସ୍ୱାଧୀନତା ସଂଗ୍ରାମୀ ଓ କୃଷି ବିଦ୍ରୋହୀ ବୋଲି ଲେଖି ସେମାନଙ୍କର ମହିମାମଣ୍ଡନ ହୋଇଛି । ସେମାନଙ୍କୁ ସ୍ୱାଧୀନତା ସଂଗ୍ରାମୀଙ୍କ ସୂଚୀରେ ସାମିଲ କରା ଯାଇ ସେମାନଙ୍କୁ ପେନସନ ପ୍ରଦାନ କରା ଯାଉଛି । 

ତେବେ ଏହି ପ୍ରସଙ୍ଗରେ ବାରମ୍ବାର ବିରୋଧ ହେବା ପରେ ଏବେ ମୋଦୀ   ସରକାର ଗତ କିଛି ଦିନ ତଳେ ଏକ ବଡ ନିଷ୍ପତି ଗ୍ରହଣ କରିଛନ୍ତି । ଭାରତ ସରକାର  ତଥାକଥିତ ମାଲାବାର ବିଦ୍ରୋହରେ ସାମିଲ ଲୋକ ମାନଙ୍କର ନାମକୁ ଭାରତୀୟ ସ୍ୱାଧୀନତା ସଂଗ୍ରାମର ବଳିଦାନ ଦେଇଥିବା ଲୋକ ମାନଙ୍କ ତାଲିକାରୁ ବାଦ ଦେବାକୁ ନିଷ୍ପତି ନେଇଛନ୍ତି ।  ଏହା ନିଶ୍ଚିତ ଭାବେ ଡେରୀରେ ହେଲେ ମଧ୍ୟ ସ୍ୱାଗତଯୋଗ୍ୟ ପଦକ୍ଷେପ । 

ମୋପଲା ହିନ୍ଦୁ ଜନସଂହାରର ଶହେ ବର୍ଷ ପୂର୍ତି ଅବସରରେ ଏ ବିଷୟରେ ଆଲୋଚନା ଖୁବ ଜରୁରୀ ।   ଦେଶରେ ବିଶେଷ ଭାବରେ କେରଳରେ ଇସଲାମୀ ଶକ୍ତି ମାନେ ଜୋରସୋରରେ କାମ କରୁଛନ୍ତି । କେରଳରୁ ସବୁଠାରୁ ଅଧିକ ସଂଖ୍ୟାରେ ଯୁବକ ବୈଶ୍ୱିକ ଇସଲାମୀ ସଂଗଠନ ଆତଙ୍କବାଦୀ ସଂଗଠନ ଆଇଏସଆଇଏସରେ ସାମିଲ ହେଉଛନ୍ତି । କେରଳ ଜେହାଦର ମୂଳ କେନ୍ଦ୍ର ହୋଇ ଗଲାଣି । ଏହାର ମୂଳରେ ମୋପଲା ହିନ୍ଦୁ ଜନସଂହାର ରହିଛି । ତେଣୁ ଏହାର ଶହେ ବର୍ଷ ପୂର୍ତି ଅବସରରେ ଏହା ଉପରେ ବିଶଦ ଚର୍ଚା ଆଲୋଚନା ହେବା ଜରୁରୀ ।

ଜର୍ଜ ସନ୍ତାୟନା ନାମରେ ଜଣେ ସ୍ପେନର ଦାର୍ଶନିକଙ୍କର ଇତିହାସ ସମ୍ପର୍କରେ ଏକ ଉକ୍ତି ବଡ ପ୍ରସିଦ୍ଧ  ଉକ୍ତି ରହିଛି । ସେ । ସେ କହିଛନ୍ତି ଯେ - ଇତିହାସରୁ ଯିଏ ଶିକ୍ଷା ନିଏ ନାହିଁ, ତା ସହ ସେପରି ବାରମ୍ବାର ହୋଇଥାଏ । 

Author Image

Dr Samanwaya

Recent Posts

The Independence:If-the-BJP-government-is-formed-in-Odisha-drinking-water-problem-will-be-solved-as-a-priority-Bhatrahari-Mahatab

ଓଡ଼ିଶାରେ ବିଜେପି ସରକାର ଗଠନ କଲେ ଅଗ୍ରାଧିକାର ଭିତିରେ ପାନୀୟ ଜଳ ସମସ୍ୟାର ସମାଧାନ କରାଯିବ: ଭତୃହରି ମହତାବ

The Independence:Odisha-Cow-Slaughtering

Odisha : ଗୋ ମାଂସ ବୋଝେଇ ଟ୍ରକ ଜବତ

The Independence:Jagannath-Temple-Odisha-Mumbai

ଓଡିଶା ବାହାରେ ମହାପ୍ରଭୁ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର

The Independence:Modi-Government-9-Years-Seva-Susasan-Garib-Kalyana

ନ’ ବର୍ଷର ସୁଶାସନ

The Independence:Rath-Yatra-2023-Lakhs-of-devotees-witness-Suna-Besha-of-Holy-Trinity-in-Puri

ଶ୍ରୀକ୍ଷେତ୍ରରେ ରଥାରୁଢ଼ ଶ୍ରୀଜୀଉଙ୍କ ସୁନାବେଶ, ମହଣ ମହଣ ସୁନା ଅଳଙ୍କାରରେ ସଜ୍ଜିତ ତିନି ଠାକୁର

The Independence:Puri-Ratha-Jatra-2023-Jay-Jagannath

ଶରଧାବାଲିରେ ଲାଗିଲା ତିନି ଠାକୁରଙ୍କ ତିନି ରଥ

The Independence:Ratha-Jatra-2023-ନୀଳାଦ୍ରିବିଜେରେ-ନୀଳକନ୍ଦରକୁ-ଫେରନ୍ତି-ନୀଳାଦ୍ରିନାଥ-ସରେ-ଜନ୍ମବେଦି-ଲୀଳା

Ratha Jatra 2023: ନୀଳାଦ୍ରିବିଜେରେ ନୀଳକନ୍ଦରକୁ ଫେରନ୍ତି ନୀଳାଦ୍ରିନାଥ; ସରେ ଜନ୍ମବେଦି ଲୀଳା

The Independence:Jagannath-Temple-Rath-Jatra

ଏକାବନ ଦିନରେ ଚଳଚଞ୍ଚଳ ରଥଖଳା

The Independence:ପ୍ରେମିକାକୁ-ଛୁରୀ-ଭୁଷିଲା-ପଥରରେ-ଛେଚି-ମୁହଁ-ନଷ୍ଟ-କଲା-ଜହ୍ଲାଦ-ପ୍ରେମିକ-ସାହିଲ-ଖାଁ

ପ୍ରେମିକାକୁ ଛୁରୀ ଭୁଷିଲା, ପଥରରେ ଛେଚି ମୁହଁ ନଷ୍ଟ କଲା ଜହ୍ଲାଦ ପ୍ରେମିକ ସାହିଲ ଖାଁ

The Independence:Land-Jihad-Dwarka

ଜମି ଜିହାଦର ଅନ୍ୟନାମ ଦ୍ୱାରକା

The Independence:Odisha-cant-make-progress-with-Shashikala-syndrome-Dharmendra

‘ଶଶୀକଳା ସିଣ୍ଡ୍ରୋମ’ କହିବାରୁ ସରକାରଙ୍କୁ ବାଧିଲା: ଧର୍ମେନ୍ଦ୍ର

The Independence:Land-Jihad-Love-Jihad-Jameen-Jihad-in-Odisha

ରାଜ୍ୟରେ ବଢ଼ୁଛି ଜିହାଦୀଙ୍କ ସଂଖ୍ୟା !

The Independence:The-Kerala-Story-Official-Trailer--Vipul-Amrutlal-Shah--Sudipto-Sen--Adah-Sharma--Aashin-A-Shah

The Kerala Story Official Trailer | Vipul Amrutlal Shah | Sudipto Sen | Adah Sharma | Aashin A Shah

The Independence:Guddu-Muslim-Odisha-Link-BJD

ଗୁଡ୍ଡୁ ମୁସଲମାନର ଖାସ୍, ବିଜେଡି ବିଧାୟକଙ୍କ ରାଇଟହାଣ୍ଡ

The Independence:important-files-of-the-jagannath-temple-administration-have-gone-missing

ଗାଏବ ହେଲା ଜଗନ୍ନାଥ ମନ୍ଦିର ପ୍ରଶାସନର ଗୁରୁତ୍ଵପୂର୍ଣ୍ଣ ଫାଇଲ

The Independence:Debacle-in-American-Banking-System

ଆମେରିକାର ବ୍ୟାଙ୍କିଂ ବ୍ୟବସ୍ଥାରେ ବିପର୍ଯ୍ୟୟ

The Independence:palghar-sadhu-lynching-case-to-be-investigated-by-cbi

ପାଲଘର ସାଧୁହତ୍ୟା ମାମଲାର ହେବ ସିବିଆଇ ତଦନ୍ତ

The Independence:Mix-Mandate-in-USA-Joe-Biden

ଆମେରିକାରେ ମିଶ୍ରିତ ଜନମତ

The Independence:Jayshankar-in-Fiji

ଫିଜିରେ ବିଜି ଜୟଶଙ୍କର

The Independence:Women-Freedom-Fighters-of-India-Name-List-and-Their-Roles

ଭାରତର ମହାନ ମହିଳା ସ୍ୱାଧୀନତା ସଂଗ୍ରାମୀମାନେ ଯାହାଙ୍କୁ ଇତିହାସକାରମାନେ ଭୁଲି ଯାଇଥିଲେ

The Independence:Dharmendra-Seeks-Centres-Intervention-For-Protection-Of-Archaeological-Assets-In-Odisha

ଓଡ଼ିଶାରେ ଅସୁରକ୍ଷିତ ଶିଶୁପାଳ ଗଡ଼ ଓ ଲଳିତଗିରି ପରି ଐତିହ୍ୟ କୀର୍ତ୍ତିରାଜି

The Independence:ଶ୍ରୀମନ୍ଦିରର-ପ୍ରସିଦ୍ଧ-ଦୋଳଯାତ୍ରା

ଶ୍ରୀମନ୍ଦିରର ପ୍ରସିଦ୍ଧ ଦୋଳଯାତ୍ରା

The Independence:Young-writer-Om-Priyadarshis-book-on-Paika-movement-released

ଉନ୍ମୋଚିତ ହେଲା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଚୟନିତ ଓମ୍ ପ୍ରିୟଦର୍ଶୀଙ୍କ ପୁସ୍ତକ "ପାଇକ: ଜନ, ଆଖ୍ୟାନ ଓ ଆନ୍ଦୋଳନ"

The Independence:Baijayanta-Panda-listens-Man-Ki-Baat-Programme-at-Bhawanipatna

ଭବାନୀପାଟଣା “ମନ୍‌ କି ବାତ୍‌” କାର୍ଯ୍ୟକ୍ରମରେ ବୈଜୟନ୍ତ ପଣ୍ଡା

The Independence:ଜର୍ଜ-ସୋରୋସଙ୍କ--ନେଟୱର୍କ-ଓ-କଣ୍ଢେଇ-ମାନଙ୍କୁ-ଚିହ୍ନଟ--ଜରୁରୀ

ଜର୍ଜ ସୋରୋସଙ୍କ ନେଟୱର୍କ ଓ କଣ୍ଢେଇ ମାନଙ୍କୁ ଚିହ୍ନଟ ଜରୁରୀ