The Independence:ISIS-Target-Killing

 ପାକ୍‌ର ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାଁଙ୍କ ଉପରେ ସଂପ୍ରତି ୩ ନଭେମ୍ବର ଦିନ ମରଣାନ୍ତକ ଆକ୍ରମଣ ହୋଇଛି । ତାଙ୍କୁ ହତ୍ୟା କରିବା ଲାଗି ଷଡଯନ୍ତ୍ର ହୋଇଥିଲେ ମଧ୍ୟ ତିନୋଟି ଗୁଳି ଗୋଡରେ ଲାଗିବା ପରେ ବି ସେ ବ ର୍ି ଯାଇଛନ୍ତି । ଏହିପରି ଏକ ଶୋଭାଯାତ୍ରାରେ ବେନଜୀର ଭୁଟ୍ଟୋ ଯାଉଥିଲା ବେଳେ ତାଙ୍କ ଉପରେ ଆତ୍ମଘାତୀ ଆକ୍ରମଣ ହୋଇଥିଲା । ୨୭ ଡିସେମ୍ବର ୨୦୦୭ରେ ରାୱଲପିଣ୍ଡିଠାରେ ଚାଲିଥିବା ତାଙ୍କ ଶୋଭାଯାତ୍ରାରେ ଲିଅକତ୍ ନେସନାଲ ପାର୍କ ନିକଟରେ ତାଙ୍କ ଉପରେ  ଆକ୍ରମଣ ହୋଇଥିଲା ।  ବୋମା ବିସ୍ଫୋରଣ ପୂର୍ବରୁ ତାଙ୍କ ଉପରକୁ ତିନି ରାଉଣ୍ଡ ଗୁଳି ଚଳାଯାଇଥିଲା । ସେ ପୂର୍ବରୁ କହିଥିଲେ ଯେ ଯଦି ମୋତେ ହତ୍ୟା କରାଯାଏ ସେଥିପାଇଁ ପରଭେଜ୍ ମୁସାରଫ ଦାୟୀ ରହିବେ । ହେଲେ କେହି ସେ କଥାକୁ ଗୁରୁତ୍ୱ ଦେଲେ ନାହିଁ । ଏବେ ଇତିହାସର ପୁନରାବୃ ି ହୋଇଛି । ପାକ୍ ସେନା ବିରୁଦ୍ଧରେ ବକ୍ତବ୍ୟ ଦେବାର ଜବାବ ଗୁଳିରେ ଦେଇଛି ଆଇଏସ୍‌ଆଇ । ପାକିସ୍ଥାନର ପଞ୍ଜାବ ପ୍ରଦେଶ ସ୍ଥିତ ବଜିରାବାଦ ସହରରେ ଇମରାନଙ୍କ ଉପରେ ଆକ୍ରମଣ ହେବା ପରେ ଇମରାନଙ୍କ ଦଳ ପିଟିଆଇର କର୍ମୀମାନେ ଫୈସଲାବାଦରେ ବିକ୍ଷୋଭ ପ୍ରଦର୍ଶନ କରିବା ବେଳେ ସେମାନଙ୍କ ଉପରେ ଗୁଳି ଚାଲିଥିବା ଜଣାପଡିଛି ।

ଇମରାନଙ୍କ ଉପରେ ଆକ୍ରମଣର ପ୍ରତିବାଦରେ ପେଶାୱାର, ଇସଲାମାବାଦ, ରାୱଲପିଣ୍ଡି, କ୍ୱେଟା, କରାଚି, ଲାହୋର, ବଲୁଚିସ୍ଥାନ, ବହାବଲପୁର ଆଦି ସହରରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି । ପାକ୍ ରାଜନୀତିରେ ସଂଖ୍ୟା ଗରିଷ୍ଠ ପଞ୍ଜାବୀ ଲୋକେ ସଂଖ୍ୟାଲଘୁ ପାସ୍ତୁନ ଲୋକଙ୍କ ବର୍ଚସ୍ୱକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନାହାନ୍ତି । ବିଶେଷତଃ ପଞ୍ଜାବ ପ୍ରଦେଶରୁ ୭୦ଭାଗ ସେନାରେ ଭ ର୍ି ହେଉଥିବା ହେତୁ ସଂଖ୍ୟାଧିକ ସେନା ଲୋକେ ଏହି ପ୍ରଦେଶରୁ ରହିଛନ୍ତି । ଇମରାନଙ୍କ ସେନା ନେତୃତ୍ୱକୁ ସମାଲୋଚନା କରିବା ସେମାନେ ଗ୍ରହଣ କରିପାରୁନାହାନ୍ତି । ଏହି ଆକ୍ରମଣ ପଛରେ ଆଇଏସ୍‌ଆଇର ହାତ ଥିବା ସନ୍ଦେହ କରାଯାଉଛି । ଇମରାନଙ୍କ ଚିକିତ୍ସା ଜାରିଥିବା ସ୍ଥଳେ ଦେଶରେ ତାଙ୍କ ସମର୍ଥକ ଏବଂ ବିରୋଧୀଙ୍କ ମଧ୍ୟରେ ଗୃହଯୁଦ୍ଧର ପରିସ୍ଥିତି ସୃଷ୍ଟି ହୋଇଛି । ନିକଟରେ ଇମରାନଙ୍କ ସମାଲୋଚନାର ଉ ର ପାକ୍ ଆଇଏସ୍‌ଆଇ ମୁଖ୍ୟ ଗଣମାଧ୍ୟମକୁ ଦେଇଥିଲେ । ଇମରାନଙ୍କୁ ସେନାର ସମାଲୋଚନା ନକରିବାକୁ ସେ ଉପଦେଶ ଦେଇଥିଲେ । ଏଥିପାଇଁ ଆଇଏସ୍‌ଆଇକୁ ସନ୍ଦେହ କରାଯାଉଛି ।

ପାକିସ୍ଥାନର ଜଣେ ବରିଷ୍ଠ ସାମ୍ବାଦିକ ଅର୍ସଦ ସରିଫଙ୍କୁ ନିକଟରେ କେନିଆରେ ହତ୍ୟା କରାଯିବା ପରେ ଆଇଏସ୍‌ଆଇର କଠୋର ସମାଲୋଚନା ଜାରି ରହିଛି ।  ପୂର୍ବତନ ପାକ୍ ପ୍ରଧାନମନ୍ତ୍ରୀ ଇମରାନ ଖାଁ ତାଙ୍କର ଲମ୍ବା ପଦଯାତ୍ରାରେ ଆଇଏସ୍‌ଆଇର ଟାର୍ଗେଟ କିଲିଂକୁ କଡା ସମାଲୋଚନା କରୁଛନ୍ତି ।  କାରଣ ଅର୍ସଦ ଇମରାନଙ୍କ ସହଯୋଗୀ ସାମ୍ବାଦିକ ଥିଲେ । ବ ର୍ମାନର ଶାହବାଜ ସରିଫ ଏବଂ ସେନାର ଦୁର୍ନୀତିକୁ କେନ୍ଦ୍ର କରି ସେ ନୂଆ ନୂଆ ଘଟଣାମାନ ଲୋକଲୋଚନକୁ ଆଣୁଥିଲେ । ତାଙ୍କୁ ହତ୍ୟା କରାଯାଇପାରେ ବୋଲି ସାଧାରଣରେ ସହଯୋଗୀମାନେ ଯଥେଷ୍ଟ ପୂର୍ବରୁ  ଆଶଙ୍କା ପ୍ରକାଶ କରିଥିଲେ । ଅର୍ସଦଙ୍କୁ ପ୍ରଥମେ ଧମକ୍ ଦିଆଯାଇଥିଲା ।  ପାକ୍ ସେନା ବିରୁଦ୍ଧରେ କୌଣସି ପ୍ରକାର ସମାଲୋଚନାମୂଳକ ଲେଖା ପ୍ରକାଶ ନକରିବା ପାଇଁ ବାଜୱାଙ୍କ ଲୋକେ ଚେତାବନୀ ଦେଇଥିଲେ । କିନ୍ତୁ ଅର୍ସଦ ଏହି ଧମକକୁ ଗୁୁରତ୍ୱ ନ ଦେଇ ଇମରାନଙ୍କ ସହଯୋଗରେ ପେଶୱାରରୁ ଦୁବାଇ ଚାଲିଯାଇଥିଲେ । ଅନ୍ୟ ବିମାନ ବନ୍ଦରରୁ ବିଦେଶକୁ ଯାତ୍ରା କରିବା ଅର୍ସଦଙ୍କ ପାଇଁ କଷ୍ଟକର ଥିଲା । ବିମାନରେ ଯାତ୍ରା କରିବା ପୂର୍ବରୁ ତାଙ୍କୁ ଗିରଫ କରାଯିବାର ସମ୍ଭାବନା ରହିଥିଲା । ପେଶାୱାର ଇମରାନଙ୍କ ଦଳର ପ୍ରାଦେଶିକ ସରକାରଙ୍କ କ୍ଷେତ୍ରରେ ରହିଛି ।

ଅତୀତରେ ଏଭଳି ମାମଲାକୁ ସେନାବାହିନୀ ଲୋକେ ‘ସଫ୍ଟୱେର ଅପ୍‌ଡେଟ୍ କରାଯିବା’ କହୁଥିଲେ । ସରକାର ଏବଂ ସେନାର ସମାଲୋଚକଙ୍କ ମୁହଁ ବନ୍ଦ କରିବାକୁ ଆଇଏସ୍‌ଆଇ ନିର୍ଦ୍ଦେଶରେ ନିଶାମାଫିଆ ଏବଂ ଏଜେ ମାନେ ଅତୀତରେ ଅନେକଗୁଡିଏ କ ।କୁ ନିଜର ଚଲାପଥରୁ ହଟାଇବାକୁ ସକ୍ଷମ ହୋଇଛନ୍ତି । ଅର୍ସଦ ପ୍ରଥମେ ପାକିସ୍ଥାନରୁ ବାହାରି ଦୁବାଇକୁ ନିଜ କର୍ମସ୍ଥାନ କରିବାକୁ ସ୍ଥିର କରିଥିଲେ । ହେଲେ ଦୁବାଇଲେ ମଧ୍ୟ ବିପଦ ତାଙ୍କ ପିଛା ଛାଡି ନଥିଲା । ଫଳରେ ଶେଷରେ ସେ ଦୁବାଇରୁ କେନିଆକୁ ଚାଲିଯାଇଥିଲେ । କାରଣ ଦୁବାଇରେ ପାକ୍‌ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇର ପୂର୍ବତନ ମୁଖ୍ୟ ସୁଜା ପାସା ଏବଂ ଜାହିରୁଲ ଇସଲାମ ସେଠାକାର ସୁରକ୍ଷା ବାହିନୀରେ ଚାକିରୀ କରୁଛନ୍ତି । ଅତୀତରେ ସେମାନେ ପାକ୍‌-ସମାଲୋଚକଙ୍କୁ ଦୁବାଇରୁ ଧରି ପାକିସ୍ଥାନରୁ ପଠାଇଥିଲେ । ଅର୍ସଦ କେନିଆରେ ରହି ପାକ୍ ସେନାବାହିନୀର ଦୁର୍ନୀତିକୁ ଲୋକଲୋଚନକୁ ଆଣିବା ପାଇଁ ଏକ ବଡ ସିରିଏଲ ପ୍ରସ୍ତୁତିରେ ରହିଥିଲେ । କେନିଆ ପୁଲିସର କହିବାନୁସାରେ ଜଣେ ଶିଶୁର ଅପହରଣ ଓ ହତ୍ୟାକୁ କେନ୍ଦ୍ର କରି ସ୍ଥାନୀୟ ପୁଲିସ ଗାଡିସବୁ ଅଟକାଇ ଯା କରୁଥିଲେ । ଅର୍ସଦ ବସିଥିବା କାରକୁ ପୁଲିସ ଅଟକାଇବାକୁ ଚେଷ୍ଟା କଲା ବେଳେ ସେ ଅଟକାଇ ନଥିଲେ ।

ତେଣୁ ପୁଲିସ ତାଙ୍କ ଗାଡିକୁ ପିଛା କରି ଗୁଳି କରିଥିଲା । ପଛ ସିଟରେ ବସିଥିବା ଅର୍ସଦଙ୍କ ମୁଣ୍ଡରେ ଗୁଳିବାଜି ଆଗ କାଚ ଭାଙ୍ଗି ବାହାରକୁ ଚାଲିଯାଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ପରେ ଏହି ଘଟଣାର ଯା ରିପୋର୍ଟ ଆମେରିକା ସରକାର ମଗାଇବାରୁ କେନିଆ ପୁଲିସ କହିଥିଲେ କି ସନ୍ତ୍ରାସବାଦୀ ମନେକରି ଭୁଲରେ ଗୁଳିଚାଳନା ହୋଇଥିଲା । କିନ୍ତୁ ଏହି ଘଟଣା ପଛରେ ପାକ୍ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇର ଭୂମିକା ରହିଥିବା ସନ୍ଦେହ କରାଯାଉଛି । ନିଶା ବେପାରୀ  ଦାଉଦ ଇବ୍ରାହିମ ସହାୟତାରେ ଅର୍ସଦଙ୍କୁ ହତ୍ୟା କରାଯାଇଥିବା ଆଲୋଚନା ହେଉଛି । ଏପ୍ରକାର ହତ୍ୟାରେ ଦାଉଦର ଲୋକେ ବେଶ୍ ଧୂରନ୍ଧର । ଯେହେତୁ ପାକ୍‌ସେନା ଏବଂ ଆଇଏସ୍‌ଆଇ ସଂପର୍କରେ ରହି ଦାଉଦ ଇବ୍ରାହିମ ତିରିଶବର୍ଷ ସେମାନଙ୍କ ସୁରକ୍ଷାରେ ଚଳିଆସିଛି ତେଣୁ ସେମାନଙ୍କ ଟାର୍ଗେଟ କିଲିଂ କାର୍ଯ୍ୟ ତାର ସୁଟରମାନେ କରୁଥିବା କୁହାଯାଉଛି । ୨୭ ଅକ୍ଟୋବରରେ ଇସଲାମାବାଦର ହାଇକୋର୍ଟରେ ହାଜର ହେବାକୁ ଅର୍ସଦଙ୍କୁ ନୋଟିସ ଦିଆଯାଇଥିବାରୁ କାଳେ ଅଦାଲତ ପକ୍ଷରୁ ସୁରକ୍ଷା ପ୍ରଦାନ ସଂକ୍ରାନ୍ତରେ କଥା ଉଠିପାରେ ବୋଲି ସନ୍ଦେହରେ ଅର୍ସଦଙ୍କୁ ରାସ୍ତାରୁ ହଟାଇ ଦିଆଗଲା ।

ଆଇଏସ୍‌ଆଇର ଅତୀତ ଦିନମାନଙ୍କରେ ଏହିପରି ଅନେକ ଟାର୍ଗେଟ କିଲିଂ ଘଟଣା ପଛରେ ସଂପୃକ୍ତି ରହିଛି । ଏମିତି ଏକ ଘଟଣା ୧୬ ସେପ୍ଟେମ୍ବର ୨୦୧୦ରେ ଲଣ୍ଡନର ଏଡିଗ୍ୱାରେଠାରେ ଘଟିଥିଲା । ୧୯୯୯ରୁ ଦେଶାନ୍ତରୀ ହୋଇ ଲଣ୍ଡନରେ ରହି ଆସୁଥିବା ମୁ ।ହିଦା କ୍ୱାମି ମୁଭମେ  (ଏମ୍‌କ୍ୟୁଏମ୍‌) ଦଳର ନେତା ଡକ୍ଟର ଇମରାନ ଫାରୁଖଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଥିଲା ।  ସିନ୍ଧ ପ୍ରଦେଶରେ ପ୍ରଭାବଥିବା ରାଜନୈତିକ ଦଳ ଏମ୍‌କ୍ୟୁଏମ୍‌ର ଛାତ୍ରଶାଖା ଅଲ୍‌ପାକିସ୍ଥାନ ମୁହାଜିର ଷ୍ଟୁଡେ ସ୍ ଅର୍ଗାନାଇଜେସନର୍ ସେ ପ୍ରତିଷ୍ଠାତା ସଦସ୍ୟ ଥିଲେ । ପାକ୍ ସଂସଦରେ କରାଚି ସେ ୍ରାଲ -୨ ଆସନରୁ ସେ ଅତୀତରେ ୩୦ ନଭେମ୍ବର ୧୯୮୮ରୁ ୬ ଅଗଷ୍ଟ ୧୯୯୦ ପର୍ଯ୍ୟନ୍ତ ପ୍ରତିନିଧିତ୍ୱ କରିଥିଲେ ।୧୯୭୮ରେ ସେ ଛାତ୍ର୍ ସଂଗଠନ ଆରମ୍ଭ କରିଥିଲେ, ଯାହା ପରବ ର୍ୀ କାଳରେ ୧୯୮୪ରେ ରାଜନୈତିକ ଦଳ ମୁହାଜିର କ୍ୱାମି ମୁଭମେ କୁ ଜନ୍ମ ଦେଇଥିଲା । ଦଳର ପ୍ରଥମ ସାଧାରଣ ସଂପାଦକ ଏବଂ ଆବାହକ ଭାବେ ସେ କାର୍ଯ୍ୟ କରିଥିଲେ । ୧୯୯୨ରେ ଦଳ କରାଚିରେ ଶକ୍ତିଶାଳୀ ହେବାପରେ  ପାକ୍ ସରକାର ଆନ୍ଦୋଳନକୁ ଦମନ କରିବା ଲାଗି ସେନା ବାହିନୀକୁ ଦାୟିତ୍ୱ ଦେଇଥିଲେ । ପ୍ରାୟ ୭ ବର୍ଷ କାଳ ଲୁଚିଛପି କାର୍ଯ୍ୟକଲାପରେ ୧୯୯୯ରେ ସେ ବ୍ରିଟେନରେ ରାଜନୈତିକ ଶରଣ ନେଇ ପରେ ନାଗରିକତ୍ୱ ଗ୍ରହଣ କରିଥିଲେ । ଲଣ୍ଡନରେ ରହି ଦଳର ନେତା ଅଲ୍‌ତାଫ ହୁସେନ ଏବଂ ଅନ୍ୟ ବରିଷ୍ଠ ନେତାମାନଙ୍କ ସହ ସଂପର୍କ ରଖି ସେଠାରୁ କାର୍ଯ୍ୟ କରୁଥିଲେ । ଫାରୁଖଙ୍କ ନାମରେ ପାକ୍ ସରକାର ସନ୍ତ୍ରାସବାଦ ଅଭିଯୋଗ ଆଣି ପୁରସ୍କାର ରାଶି ଘୋଷଣା କରିଥିଲେ, ଯାହାକୁ ଫାରୁଖଙ୍କ ମାଆ ୧୯୯୨ରେ ସିନ୍ଧ୍ ହାଇକୋର୍ଟରେ ଚାଲେଞ୍ଜ କରିି ବିଜୟଲାଭ କଲାପରେ ସିନ୍ଧ୍ ସରକାର ସୁପ୍ରିମକୋର୍ଟରେ ଅପିଲ କରି ହାରିଥିଲେ ।

୧୬ ସେପ୍ଟେମ୍ବର ୨୦୧୬ ଅପରାହ୍ନ ୫ଟା ୩୦ ମିନିଟରେ ସ୍ଥାନୀୟ ଏକ ଔଷଧ ଦୋକାନରୁ କାର୍ଯ୍ୟ ଶେଷକରି ଘରକୁ ଫେରିବା ବେଳେ ଏଡଗ୍ୱାରେର ଗ୍ରୀନ୍ ଲେନ୍‌ଠାରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା । ଶରୀରରେ ଛୁରୀକାଘାତ ଏବଂ ମୁଣ୍ଡର କ୍ଷତ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିଲା । ପୁଲିସ ଘଟଣାସ୍ଥଳରୁ ଛୁରୀ ଜବତ କରିଥିଲା । ସେହିବର୍ଷ ଡିସେମ୍ବରରେ ସନ୍ଦେହରେ ଜଣକୁ ଗିରଫ କରାଯାଇଥିଲା । ଜୁନ୍ ୨୦୧୩ରେ ହତ୍ୟାକାଣ୍ଡର ଅଭିଯୁକ୍ତ ଇଫତିକର ହୁସେନକୁ ବ୍ରିଟିସ ପୁଲିସ ଗିରଫ କରିଥିଲା । ପାକ୍ ସାମ୍ବାଦିକ ନଜମ ସେଠୀଙ୍କ କାର୍ଯ୍ୟକ୍ରମ ଆପସ କୀ ବାତରେ କୁହାଯାଇଥିଲା ଯେ ହତ୍ୟା ପୂର୍ବରୁ ଫାରୁକ ତାଙ୍କ ଜୀବନପ୍ରତି ଭୟ ରହିଥିବା ନେଇ ଲଣ୍ଡନ ମେଟ୍ରୋପଲିଟାନ୍ ପୁଲିସରେ ଅଭିଯୋଗ କରିଥିଲେ । ୧୦ ନଭେମ୍ବର ୨୦୧୬ରେ ମୁଖ୍ୟ ଅଭିଯୁକ୍ତ ଖାଲିଦ ସାମିମ ସ୍ୱୀକାର କରିଥିଲା ଯେ ଅଲତାଫଙ୍କ ଜନ୍ମଦିନରେ ୧୬ ସେପ୍ଟେମ୍ବର ଦିନକୁ ଏଥିପାଇଁ ବଛାଯାଇଥିଲା । ୧୮ ଜୁନ୍ ୨୦୨୦ରେ ସୟଦ ମୋହସିନ ଅଲି, ମୋଜାମ ଅଲି ଏବଂ ଖାଲିଦ ସାମିକୁ ଆଜୀବନ କାରାବାସ ମିଳିଥିଲା । ପ୍ରତ୍ୟେକ ଅଭିଯୁକ୍ତଙ୍କ ଉପରେ ୧୨ଲକ୍ଷ ଲେଖାଏଁ ଜୋରିମାନା ହୋଇଥିଲା ।  ଘଟଣା ଲଣ୍ଡନରେ ଘଟିଥିବା ହେତୁ ଅଭିଯୁକ୍ତମାନଙ୍କୁ ବ୍ରିଟେନ ପୁଲିସକୁ ହସ୍ତାନ୍ତର କରିବାକୁ କୁହାଯାଇଥିଲେ ମଧ୍ୟ ପାକ୍ ସରକାର ତାହା ଗ୍ରହଣ କରି ନଥିଲେ । ପାକ୍ ଭିସା ନେଇ ହତ୍ୟାକାରୀମାନଙ୍କୁ ଯୋଜନାବଦ୍ଧ ଭାବେ ଲଣ୍ଡନକୁ ପଠାଯାଇଥିଲା । ସେମାନେ କାର୍ଯ୍ୟ ଶେଷକରି ଦେଶକୁ ଫେରିବା ପରେ ଆଇଏସ୍‌ଆଇର ଦାୟିତ୍ୱରେ ରହିଥିଲେ ।

ବଲୋଚ ମାନବାଧିକାର କର୍ମୀ କରିମା ବଲୋଚ (୩୭)ଙ୍କର କାନାଡାର ଟରେ ।ଠାରେ ସନ୍ଦେହଜନକ ମୃତ୍ୟୁ ପଛରେ ଆଇଏସ୍‌ଆଇର ଟାର୍ଗେଟ କିଲିଂ ରହିଥିବା ଅଭିଯୋଗ ହୋଇଛି । ୨୦ ଡିସେମ୍ବର ୨୦୨୦ରେ ସେ ଘରୁ ବାହାରକୁ ବୁଲିବାକୁ ଯାଇ ନିଖୋଜ ହୋଇଥିଲେ । ଦୁଇଦିନ ପରେ ୨୨ ଡିସେମ୍ବରରେ ଏକ ହ୍ରଦ କୂଳରେ ତାଙ୍କ ଶବ ପଡିଥିବା ଦେଖିବାକୁ ମିଳିଥିଲା । ୨୦୧୬ରୁ ସେ କାନାଡାରେ ବାସ କରୁଥିଲେ ।

ଏପ୍ରିଲ ୨୩ ୨୦୧୯ରେ ସ୍ୱୀଡେନର ଉ ର ଷ୍ଟକହୋମ୍‌ଠାରେ ବଲୋଚ ସାମ୍ବାଦିକ ସାଜିଦ ହୁସେନ ଆଇଏସ୍‌ଆଇ ଟାର୍ଗେଟ କିଲିଂର ଶିକାର ହୋଇଥିଲେ । ୨ ମାର୍ଚ୍ଚ ୨୦୧୯ରୁ ସେ ନିଖୋଜ ଥିଲେ । ସ୍ୱିଡେନର ଫାଇରିସ ନଦୀ କୂଳରେ ତାଙ୍କର ଶବ ୨୩ ଏପ୍ରିଲ ୨୦୧୯ରେ ମିଳିଥିଲା ।

ସ୍ୱିଡେନ ପୁଲିସ ମାମଲାଟିକୁ ହାଲୁକା ଭାବେ ନେଇ ସମ୍ଭବତଃ ଆତ୍ମହତ୍ୟା କହି ବନ୍ଦ କରିଦେଇଥିଲା । ଅତୀତରେ ୧୬ ଅକ୍ଟୋବର ୧୯୫୧ରେ ପାକ୍‌ର ପ୍ରଥମ ପ୍ରଧାନମନ୍ତ୍ରୀ ଲିଆକତ୍ ଅଲି ଖାଁଙ୍କୁ ରାୱଲପିଣ୍ଡିର କମ୍ପାନୀ ବାଗଠାରେ  ଏକଲକ୍ଷ ଲୋକଙ୍କ ସମ୍ମୁଖରେ ଭାଷଣ ଦେଲା ବେଳେ ଗୁଳିକରି ହତ୍ୟା କରାଯାଇଥିଲା । ଆମେରିକାର ଯୋଜନାରେ ପାକ୍ ଗୁଇନ୍ଦା ସଂସ୍ଥା ଦ୍ୱାରା ନିଯୁକ୍ତ ସୟଦ ଅକବର ବାବ୍‌୍ରାକ ନାମକ  ପାସ୍ତୁନ ଜଦ୍ରାନ  ଗୋଷ୍ଠୀର ବ୍ୟକ୍ତି ଲିଆକତ୍‌ଙ୍କୁ ଗୁଳି କରିଥିଲା । ପରେ ପୁଲିସ ଗୁଳିରେ ତାର ମୃତ୍ୟୁ ହୋଇଥିଲା । ପାକିସ୍ଥାନର ପ୍ରତିଷ୍ଠାତା ମହମ୍ମଦ ଅଲ୍ଲି ଜିନ୍ନାଙ୍କୁ  ସ୍ଲୋ-ପଏଜନ ଦେଇ ହତ୍ୟା କରାଯିବା ସମସ୍ତଙ୍କୁ ଜଣାଅଛି । କୋଲକାତା ହିନ୍ଦୁ ଗଣହତ୍ୟାର ଖଳନାୟକ ହୁସେନ ସୟିଦ ସୁହରାବର୍ଦ୍ଦିଙ୍କ ମୃତ୍ୟୁ ଲେବାନନରେ ବେରୁଟର ଏକ ହୋଟେଲରେ ୧୯୬୩ରେ ସନ୍ଦେହଜନକ ଭାବେ ହୋଇଥିଲା ।  ପାକ୍ ସେନାର ବିରୋଧୀ ଗୋଷ୍ଠୀଙ୍କୁ ରାସ୍ତାରୁ ସଫା କରିବା ପାଇଁ ଦୀର୍ଘ ୭୦ ବର୍ଷ ହେଲା ଭିନ୍ନ ଭିନ୍ନ ସମୟରେ ଟାର୍ଗେଟ କିଲିଂ କାର୍ଯ୍ୟ ଜାରି ରହିଛି । ଅନେକ ସମୟରେ ଆଇଏସ୍‌ଆଇ ହିଁ ସେନା ନିର୍ଦ୍ଦେଶ ଅନୁସାରେ ନିଜ ଯୋଜନା ଅନୁଯାୟୀ ଟାର୍ଗେଟ କିଲିଂକୁ କାର୍ଯ୍ୟରେ ପରିଣତ କରିଆସିଛି ।

ଭାରତୀୟ ସମ୍ବାଦ ସେବା

ଭୁବନେଶ୍ୱର-୭୫୧୦୦୩

Author Image

Soumendra Jena

Recent Posts

The Independence:If-the-BJP-government-is-formed-in-Odisha-drinking-water-problem-will-be-solved-as-a-priority-Bhatrahari-Mahatab

ଓଡ଼ିଶାରେ ବିଜେପି ସରକାର ଗଠନ କଲେ ଅଗ୍ରାଧିକାର ଭିତିରେ ପାନୀୟ ଜଳ ସମସ୍ୟାର ସମାଧାନ କରାଯିବ: ଭତୃହରି ମହତାବ

The Independence:Odisha-Cow-Slaughtering

Odisha : ଗୋ ମାଂସ ବୋଝେଇ ଟ୍ରକ ଜବତ

The Independence:Jagannath-Temple-Odisha-Mumbai

ଓଡିଶା ବାହାରେ ମହାପ୍ରଭୁ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର

The Independence:Modi-Government-9-Years-Seva-Susasan-Garib-Kalyana

ନ’ ବର୍ଷର ସୁଶାସନ

The Independence:Rath-Yatra-2023-Lakhs-of-devotees-witness-Suna-Besha-of-Holy-Trinity-in-Puri

ଶ୍ରୀକ୍ଷେତ୍ରରେ ରଥାରୁଢ଼ ଶ୍ରୀଜୀଉଙ୍କ ସୁନାବେଶ, ମହଣ ମହଣ ସୁନା ଅଳଙ୍କାରରେ ସଜ୍ଜିତ ତିନି ଠାକୁର

The Independence:Puri-Ratha-Jatra-2023-Jay-Jagannath

ଶରଧାବାଲିରେ ଲାଗିଲା ତିନି ଠାକୁରଙ୍କ ତିନି ରଥ

The Independence:Ratha-Jatra-2023-ନୀଳାଦ୍ରିବିଜେରେ-ନୀଳକନ୍ଦରକୁ-ଫେରନ୍ତି-ନୀଳାଦ୍ରିନାଥ-ସରେ-ଜନ୍ମବେଦି-ଲୀଳା

Ratha Jatra 2023: ନୀଳାଦ୍ରିବିଜେରେ ନୀଳକନ୍ଦରକୁ ଫେରନ୍ତି ନୀଳାଦ୍ରିନାଥ; ସରେ ଜନ୍ମବେଦି ଲୀଳା

The Independence:Jagannath-Temple-Rath-Jatra

ଏକାବନ ଦିନରେ ଚଳଚଞ୍ଚଳ ରଥଖଳା

The Independence:ପ୍ରେମିକାକୁ-ଛୁରୀ-ଭୁଷିଲା-ପଥରରେ-ଛେଚି-ମୁହଁ-ନଷ୍ଟ-କଲା-ଜହ୍ଲାଦ-ପ୍ରେମିକ-ସାହିଲ-ଖାଁ

ପ୍ରେମିକାକୁ ଛୁରୀ ଭୁଷିଲା, ପଥରରେ ଛେଚି ମୁହଁ ନଷ୍ଟ କଲା ଜହ୍ଲାଦ ପ୍ରେମିକ ସାହିଲ ଖାଁ

The Independence:Land-Jihad-Dwarka

ଜମି ଜିହାଦର ଅନ୍ୟନାମ ଦ୍ୱାରକା

The Independence:Odisha-cant-make-progress-with-Shashikala-syndrome-Dharmendra

‘ଶଶୀକଳା ସିଣ୍ଡ୍ରୋମ’ କହିବାରୁ ସରକାରଙ୍କୁ ବାଧିଲା: ଧର୍ମେନ୍ଦ୍ର

The Independence:Land-Jihad-Love-Jihad-Jameen-Jihad-in-Odisha

ରାଜ୍ୟରେ ବଢ଼ୁଛି ଜିହାଦୀଙ୍କ ସଂଖ୍ୟା !

The Independence:The-Kerala-Story-Official-Trailer--Vipul-Amrutlal-Shah--Sudipto-Sen--Adah-Sharma--Aashin-A-Shah

The Kerala Story Official Trailer | Vipul Amrutlal Shah | Sudipto Sen | Adah Sharma | Aashin A Shah

The Independence:Guddu-Muslim-Odisha-Link-BJD

ଗୁଡ୍ଡୁ ମୁସଲମାନର ଖାସ୍, ବିଜେଡି ବିଧାୟକଙ୍କ ରାଇଟହାଣ୍ଡ

The Independence:important-files-of-the-jagannath-temple-administration-have-gone-missing

ଗାଏବ ହେଲା ଜଗନ୍ନାଥ ମନ୍ଦିର ପ୍ରଶାସନର ଗୁରୁତ୍ଵପୂର୍ଣ୍ଣ ଫାଇଲ

The Independence:Debacle-in-American-Banking-System

ଆମେରିକାର ବ୍ୟାଙ୍କିଂ ବ୍ୟବସ୍ଥାରେ ବିପର୍ଯ୍ୟୟ

The Independence:palghar-sadhu-lynching-case-to-be-investigated-by-cbi

ପାଲଘର ସାଧୁହତ୍ୟା ମାମଲାର ହେବ ସିବିଆଇ ତଦନ୍ତ

The Independence:Mix-Mandate-in-USA-Joe-Biden

ଆମେରିକାରେ ମିଶ୍ରିତ ଜନମତ

The Independence:Jayshankar-in-Fiji

ଫିଜିରେ ବିଜି ଜୟଶଙ୍କର

The Independence:Women-Freedom-Fighters-of-India-Name-List-and-Their-Roles

ଭାରତର ମହାନ ମହିଳା ସ୍ୱାଧୀନତା ସଂଗ୍ରାମୀମାନେ ଯାହାଙ୍କୁ ଇତିହାସକାରମାନେ ଭୁଲି ଯାଇଥିଲେ

The Independence:Dharmendra-Seeks-Centres-Intervention-For-Protection-Of-Archaeological-Assets-In-Odisha

ଓଡ଼ିଶାରେ ଅସୁରକ୍ଷିତ ଶିଶୁପାଳ ଗଡ଼ ଓ ଲଳିତଗିରି ପରି ଐତିହ୍ୟ କୀର୍ତ୍ତିରାଜି

The Independence:ଶ୍ରୀମନ୍ଦିରର-ପ୍ରସିଦ୍ଧ-ଦୋଳଯାତ୍ରା

ଶ୍ରୀମନ୍ଦିରର ପ୍ରସିଦ୍ଧ ଦୋଳଯାତ୍ରା

The Independence:Young-writer-Om-Priyadarshis-book-on-Paika-movement-released

ଉନ୍ମୋଚିତ ହେଲା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଚୟନିତ ଓମ୍ ପ୍ରିୟଦର୍ଶୀଙ୍କ ପୁସ୍ତକ "ପାଇକ: ଜନ, ଆଖ୍ୟାନ ଓ ଆନ୍ଦୋଳନ"

The Independence:Baijayanta-Panda-listens-Man-Ki-Baat-Programme-at-Bhawanipatna

ଭବାନୀପାଟଣା “ମନ୍‌ କି ବାତ୍‌” କାର୍ଯ୍ୟକ୍ରମରେ ବୈଜୟନ୍ତ ପଣ୍ଡା

The Independence:ଜର୍ଜ-ସୋରୋସଙ୍କ--ନେଟୱର୍କ-ଓ-କଣ୍ଢେଇ-ମାନଙ୍କୁ-ଚିହ୍ନଟ--ଜରୁରୀ

ଜର୍ଜ ସୋରୋସଙ୍କ ନେଟୱର୍କ ଓ କଣ୍ଢେଇ ମାନଙ୍କୁ ଚିହ୍ନଟ ଜରୁରୀ