ଅନୁପ୍ରବେଶକାରୀଙ୍କୁ ହଟାଇବାର ପ୍ରସଙ୍ଗକୁ ନିର୍ବାଚନୀ ଘୋଷଣାପତ୍ରରେ ଉଲ୍ଲେଖ କରି ମୋଦି ସରକାର ନିର୍ବାଚିତ ହୋଇ ଆସିଛନ୍ତି, ତେଣୁ ଦେଶର ଇଂଚ- ଇଂଚ ଜମିରୁ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ପଠଯିବ ବୋଲି କହିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ।
ରାଜ୍ୟସଭାରେ ପ୍ରଶ୍ନକାଳରେ ସମାଜବାଦୀ ପାର୍ଟୀର ସାଂସଦ ଜାଭେଦ ଅଲିଙ୍କ ଏକ ପ୍ରଶ୍ନର ଉତରରେ ଶ୍ରୀ ଶାହ କହିଛନ୍ତି ଯେ ଅନୁପ୍ରବେଶକାରୀଙ୍କୁ ହଟାଇବାର ପ୍ରସଙ୍ଗକୁ ନିର୍ବାଚନୀ ଘୋଷଣାପତ୍ରରେ ଉଲ୍ଲେଖ କରି ସରକାର ନିର୍ବାଚିତ ହୋଇଛନ୍ତି । ଦେଶର ଇଂଚ- ଇଂଚ ଜମିରେ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରା ଯିବ । ଦେଶର ଇଂଚ – ଇଂଚ ଜମିରେ ଯେଉଁ ବେଆଇନ ଅନୁପ୍ରବେଶକାରୀ ମାନେ ରହୁଛନ୍ତି ସେମାନଙ୍କୁ ଚିହ୍ନଟ କରି ଆନ୍ତର୍ଜାତିକ ଆଇନ ଆଧାରରେ ସେମାନଙ୍କୁ ପଠା ଯିବ ।