ଯଦି ଇମରାନ ଖାନ ଦିଲ୍ଲୀରେ ରାଲୀ କରନ୍ତି ତେବେ ମୋଦୀଙ୍କ ତୁଳନାରେ ତାଙ୍କ ରାଲୀରେ ଅଧିକ ଲୋକ ହେବେ । ଏ ଭଳି ଦାବି କରିଛନ୍ତି ପାକିସ୍ତାନର ଜଣେ ମନ୍ତ୍ରୀ । ଏଭଳି ଦାବି କରି ସେ ସୋସିଆଲ ମିଡିଆରେ ପ୍ରବଳ ହଟହଟାର ଶୀକାର ହୋଇଛନ୍ତି ।
ଏହି ବକ୍ତବ୍ୟ ଦେଇଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ପାକିସ୍ତାନର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଫବାଦ ଚୌଧୁରୀ ।
ତାଙ୍କ ଦେଶର ପ୍ରଧାନମନ୍ତ୍ରୀ ଇମରାନ ଖାନ ଭାରତରେ ଖୁବ ଲୋକପ୍ରିୟ । ସେ ଏହାକୁ ବଖାଣିବାକୁ ଯାଇ ଏଭଳି ତୁଳନା କରିଛନ୍ତି । ଦୁବାଇ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହା କହିଛନ୍ତି ।
ସେ ଆହୁରି କହିଛନ୍ତି ଯେ ଇମରାନ ଖାନଙ୍କ ଭାରତର ଲୋକ ମାନଙ୍କ ମଧ୍ୟରେ ବର୍ତମାନ ଏତେ ଅଧିକ ଲୋକପ୍ରିୟତା ରହିଛି ଯେ ଏବେ ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କକୁ ଠିକ କରିବା ପାଇଁ ଏକ ଭଲ ସୁଯୋଗ ଥିଲା । ହେଲେ ନରେନ୍ଦ୍ର ମୋଦିଙ୍କ କାରଣରୁ ଭାରତ – ପାକିସ୍ତାନ ସମ୍ପର୍କ ସୁଧୁରି ପାରୁ ନାହିଁ ।
ପାକିସ୍ତାନୀ ମନ୍ତ୍ରୀଙ୍କର ଏପରି ବକ୍ତବ୍ୟ କାରଣରୁ ତାଙ୍କୁ ସୋସିଆଲ ମିଡିଆରେ ଖୁବ ଟ୍ରୋଲ ହେବାକୁ ପଡିଛି । ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ତାଙ୍କର ଏହି ବକ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇ ଲେଖିଛନ୍ତି – ପାକିସ୍ତାନୀ ସରକାରଙ୍କ ଭାଙ୍ଗ (ନିଶା) ନୀତିର ପ୍ରଥମ ଫଳ ।
ସେହିପରି ଜଣେ ପାକିସ୍ତାନର ହଜାର ହଜାର ସଂଖ୍ୟାରେ ଲୋକ ଏକ ଟ୍ରେନରେ ଉପରୁ ତଳ ସବୁଆଡେ ବସି ଯାତ୍ରା କରୁଥିବାର ଫଟୋ ଶେୟାର କରି ଲେଖିଛନ୍ତି ଇମରାନ ଖାନଙ୍କ ଦିଲ୍ଲୀରେ ରାଲୀରେ ସାମିଲ ହେବାକୁ ଯାଉଥିବା ଲୋକ ମାନେ ।
ଆଉ ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଅମିତ ପିଲାଇ ଲେଖିଛନ୍ତି ଯେ୍ ଭାରତରେ ଇମରାନଙ୍କ ଠାରୁ ଅଧିକ ଲୋକପ୍ରିୟ ହେଉଛନ୍ତି ଫବାଦ । କାରଣ ସେ ପ୍ରତିଦିନି କିଛି ନା କିଛି ଓଲଟା ପାଲଟା କହି ଆମକୁ କିଛି ନା କିଛି ମେମେ ସାମଗ୍ରୀ ଦେଉଛନ୍ତି ।
ତେଣୁ ଫବାଦଙ୍କ ପାଇଁ ପାକିସ୍ତାନ ସରକାର ମେମେ ମନ୍ତ୍ରଣାଳୟ ପ୍ରତିଷ୍ଠା କରୁ ଓ ତାଙ୍କୁ ଏହି ମନ୍ତ୍ରଣାଳୟର ଦାୟିତ୍ୱ ଦେଉ ।
ତାଙ୍କର ଭାଷଣକୁ ନେଇ ଆଉ ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି – ଦିଲ୍ଲୀରେ ଇମରାନ ଖାନଙ୍କ ରାଲୀରେ ନରେନ୍ଦ୍ର ମୋଦିଙ୍କ ଠାରୁ ଅଧିକ ଭୀଡ ହେବ କାରଣ ତାଙ୍କୁ ଜୋତା – ଚପଲ ଫିଙ୍ଗିବା ପାଇଁ ଅଧିକରୁ ଅଧିକ ଲୋକ ନିଶ୍ଚିତ ପହଂଚିବେ ।