The Independence:India-Foreign-Policy

 ଗତ କିଛିଦିନ ଧରି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ରୁଷିଆ ରାଷ୍ଟ୍ରପତି ପୁତିନଙ୍କୁ ଦେଇଥିବା ଯୁଦ୍ଧ ସଂକ୍ରାନ୍ତରେ  ପରାମର୍ଶକୁ ବିଶ୍ୱର ଅନେକ ରାଷ୍ଟ୍ର ପସନ୍ଦ କରିବା ସହ ପ୍ରଶଂସା ମଧ୍ୟ କରିଥିଲେ । କେତେକ ପାଶ୍ଚାତ୍ୟ ରାଷ୍ଟ୍ର ଆଲୋଚନା ପୁତିନଙ୍କୁ ମୋଦିଙ୍କ ଆଇନା ଦେଖାଇବା ପରି ତୁଳନା କରି ଦ୍ୱନ୍ଦ୍ୱ ସୃଷ୍ଟି କରିବାକୁ ଉଦ୍ୟମ କରିଥିଲେ । ଉଜ୍‌ବେକିସ୍ଥାନର ସମରକନ୍ଦରେ ଅନୁଷ୍ଠିତ ୨୨ତମ ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ) ର ବୈଠକରେ ଯୋଗଦେବା ପାଇଁ ଗତ ସେପ୍ଟେମ୍ବର ମାସ ତୃତୀୟ ସପ୍ତାହରେ ମୋଦି ସମରକନ୍ଦରେ ପୁତିନଙ୍କ ସହ ଆଲୋଚନା ବେଳେ ନିଜ ମନକଥା  ସ୍ପଷ୍ଟଭାବେ ଉପସ୍ଥାପନ କରିଥିଲେ । ରୁଷ-ୟୁକ୍ରେନ ଯୁଦ୍ଧ ଯେତେ ଶୀଘ୍ର ବନ୍ଦ ହେବା ଦରକାର ଏବଂ ବ ର୍ମାନର ସମୟ ଯୁଦ୍ଧର ଯୁଗ ନୁହେଁ ବୋଲି କହିଥିଲେ । ଯୁଦ୍ଧ କାରଣରୁ ପୃଥିବୀରେ ଖାଦ୍ୟାନ୍ନର ଅଭାବ, ଯୋଗାଣରେ ସଙ୍କଟ, ଉତ୍ପାଦନଗତ ଅସୁବିଧା ସଂପର୍କରେ ଉଲ୍ଲେଖ କରିଥିଲେ । ସେପ୍ଟେମ୍ବର ୧୫-୧୬ ଦୁଇଦିନ ପାଇଁ ଚାଲିଥିବା ଆଲୋଚନାରେ ରୁଷିଆ, ଚୀନ, ଭାରତ, କିର୍ଗିଜ ଗଣତନ୍ତ୍ର, କାଜାଖସ୍ଥାନ, ତାଜିକସ୍ଥାନ, ଉଜ୍‌ବେକିସ୍ଥାନ, ପାକିସ୍ଥାନ ପରି ସ୍ଥାୟୀ ସଦସ୍ୟ ରାଷ୍ଟ୍ରଗୁଡିକର ରାଷ୍ଟ୍ରମୁଖ୍ୟଗଣ ଯୋଗଦାନ କରିଥିଲେ । ଆଲୋଚନାରେ ୮ଟି ଅଂଶଗ୍ରହଣକାରୀ ସଦସ୍ୟ ରାଷ୍ଟ୍ର ବାହାରିନ, ମାଳଦ୍ୱୀପ, କୁଏତ୍‌, ୟୁଏଇ, ମ୍ୟାନମାର, ଇଜିପଟ୍‌. ସାଉଦି ଆରବ ଏବଂ କାତାର ମଧ୍ୟ ଯୋଗ ଦେଇଥିଲେ । ଚଳିତବର୍ଷ ଇରାନକୁ ନିୟମିତ ସଦସ୍ୟ ଭାବେ ସ୍ୱୀକୃତି ମିଳିଛି । ବୋଲାରୁଷ ମଧ୍ୟ ଆଗାମୀ ଦିନରେ ଏଥିରେ ସାମିଲ ହେବ । ଭାରତ ଏହି ସଂଗଠନକୁ ମଧ୍ୟ ଏସିଆରେ ନିଜର ସହଯୋଗ ଓ ବାଣିଜ୍ୟ ବୃଦ୍ଧିପାଇଁ ଲକ୍ଷ୍ୟ ରଖିଛି ।

ସମରକନ୍ଦର ଏହି ବୈଠକ ଭାରତପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା । କାରଣ ଉଜ୍‌ବେକିସ୍ଥାନ କେନ୍ଦ୍ର ଏସିଆରେ ଥିବା ଦେଶଗୁଡିକ ମଧ୍ୟରେ ଭାରତର ନିକଟତମ ବନ୍ଧୁ ରାଷ୍ଟ୍ର । ଚଳିତବର୍ଷ ଉଜ୍‌ବେକିସ୍ଥାନ ହାତରେ ଏହି ସଂଗଠନର ନେତୃତ୍ୱ ଥିଲା ବେଳେ ଆସନ୍ତା ବର୍ଷ ୨୦୨୩ରେ ଭାରତ ଏହାର ନେତୃତ୍ୱ ନେଇ ପରବ ର୍ୀ ବୈଠକ ନିଜ ଦେଶରେ ଆୟୋଜନ କରିବ । କୋରୋନା ପାଇଁ ୨୦୧୯ ଜୁନ୍‌ରେ ବିଶ୍‌କେକଠାରେ ପୂର୍ବବ ର୍ୀ ବୈଠକରେ ଯାହା ସଦସ୍ୟ ରାଷ୍ଟ୍ରର ମୁଖ୍ୟମାନେ ମୁହାଁମୁହିଁ ଆଲୋଚନା କରିବାକୁ ସକ୍ଷମ ହୋଇଥିଲେ । ଚଳିତବର୍ଷ ରୁଷ-ୟୁକ୍ରେନ ଯୁଦ୍ଧ ଜାରିଥିଲା ସମୟରେ ପାରସ୍ପାରିକ ସହଯୋଗ, ବିଶ୍ୱ ପରିସ୍ଥିତି, ସନ୍ତ୍ରାସର ମୁକାବିଲା, ଶକ୍ତିସଙ୍କଟର ସମାଧାନ ପାଇଁ ଦେଶଗୁଡିକ ଆଲୋଚନା କରିଥିଲେ । ଏହି ସମୟରେ ମୋଦିଙ୍କ ସବ ବିଦେଶ ମନ୍ତ୍ରୀ ଏସ୍‌. ଜୟଶଙ୍କର ଏବଂ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଥିବାରୁ ଅଧିକ ସଂଖ୍ୟକ ବୈଠକ ଗୋଟିଏ ସମୟରେ ଆୟୋଜନ କରାଇବା ସହଜ ହୋଇଥିଲା । ଫଳରେ ଭାରତର ପ୍ରଧାନମନ୍ତ୍ରୀ  କେବଳ ପାକିସ୍ଥାନର ପ୍ରଧାନମନ୍ତ୍ରୀ ଏବଂ ଚୀନର ରାଷ୍ଟ୍ରପତିଙ୍କୁ ବାଦ ଦେଲେ ପ୍ରାୟ ଅନ୍ୟ ସମସ୍ତ ପ୍ରମୁଖ ନେତୃବୃନ୍ଦଙ୍କ ସହ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା କରିଥିଲେ ।

ରୁଷ-ୟୁକ୍ରେନର ଯୁଦ୍ଧକାଳରେ ଏସ୍‌ସିଓ ବୈଠକରେ ଯୁଦ୍ଧକୁ କେନ୍ଦ୍ରକରି ଆଲୋଚନା ଅଧିକ ହୋଇପାରେ ବୋଲି ସମସ୍ତଙ୍କ ଦୃଷ୍ଟି ରହିଥିଲା । କିନ୍ତୁ ନେତୃବୃନ୍ଦଙ୍କ ମଧ୍ୟରେ ପାରସ୍ପାରିକ ସହଯୋଗ, ବାଣିଜ୍ୟିକ ସ୍ୱାର୍ଥ, ସୁରକ୍ଷା ପାଇଁ ଚିନ୍ତା, କୋରୋନା ପରବ ର୍ୀ କାଳରେ ଖାଦ୍ୟାନ୍ନ ସୁରକ୍ଷା, ଯୋଗାଯୋଗ ଓ ପରିବହନ ଉପରେ ଅଧିକ ଗୁରୁତ୍ୱ ଦେବାପରି ଆଗ୍ରହ ପରିଲକ୍ଷିତ ହୋଇଥିଲା । ୟୁରେସିଆ ଆର୍ôଥକ ସଂଘ (ଇଇୟୁ) ଏବଂ ଦକ୍ଷିଣ -ପୂର୍ବ ଏସୀୟ ରାଷ୍ଟ୍ର ସଂଘ (ଆସିଆନ) ସଦୃଶ ବୃହତ ୟୁରେସିଆ ସହଯୋଗ ଦୃଷ୍ଟିରେ କେନ୍ଦ୍ର ଏସିଆର ରାଷ୍ଟ୍ରଗୁଡିକ ଆଗ୍ରହୀ ଥିବା ଜଣାପଡିଥିଲା । ଏହି ସଂଗଠନ ମଧ୍ୟରେ କେନ୍ଦ୍ର ଏସିଆର ରାଷ୍ଟ୍ରଗୁଡିକ ବଡ ପଡୋଶୀ ରାଷ୍ଟ୍ର ରୁଷିଆ ଏବଂ ଚୀନ, ପାରସ୍ପରିକ ଶତ୍‌୍ରୁ ରାଷ୍ଟ୍ର ଭାରତ ଓ ପାକିସ୍ଥାନ, ଚୀନ ଏବଂ ଭାରତ ସହ ଗୋଟିଏ ସମୟରେ ଆଲୋଚନା କରିବା କଲାବେଳେ ସେମାନେ ନିଜ ରାଷ୍ଟ୍ରର ସ୍ୱାୟ ତା ବଜାୟ ରଖିବା ପାଇଁ ଜୋର ଦେଇଥିଲେ ।

କୋରୋନା ପରବ ର୍ୀ କାଳରେ ଚୀନର ସଡକ ଯୋଜନା ଯୋଗୁ ପୃଥିବୀରେ ଅନେକ ରାଷ୍ଟ୍ରରେ ଆର୍ôଥକ ସଙ୍କଟ ଦେଖାଦେଇଛି । ସେହି ସବୁ ରାଷ୍ଟ୍ର ଚୀନର ଋଣଯନ୍ତାରୁ ମୁକ୍ତ ହେବାପାଇଁ ଉଦ୍ୟମ ଜାରି ରଖିଛନ୍ତି । ୟୁରୋପ ଏବଂ ଆମେରିକା ସହ ଚୀନର ମତଭେଦ ସଂପ୍ରତି ଜାରି ରହିଛି । ନିଜ ରାଷ୍ଟ୍ରରେ ମଧ୍ୟ ଚୀନ ରାଷ୍ଟ୍ରପତି ପ୍ରବଳ ବିରୋଧର ସମ୍ମୁଖୀନ ହୋଇଛନ୍ତି, ଯେଉଁଥିପାଇଁ ସମରକନ୍ଦର ବୈଠକ ଶେଷ ହେବା ପୂର୍ବରୁ ଚୀନ ରାଷ୍ଟ୍ରପତି ନିଜ ଦେଶକୁ ଫେରିଆସିବାକୁ ବାଧ୍ୟ ହୋଇଥିଲେ । ଜିନପିଙ୍ଗଙ୍କ ନୀତିକୁ ବିଦେଶପରି ଚୀନର ଲୋକେ ଏବେ ଖୋଲାଖୋଲି ବିରୋଧ କରିବା ଯୋଗୁ ଦେଶରେ କୋରୋନାର କଟକଣା ଲଗାଯାଇଛି ।  ଅକ୍ଟୋବର ମାସରେ ଚୀନ କମ୍ୟୁନିଷ୍ଟ ପାର୍ଟିର ବୈଠକ ହେବାକୁ ଯାଉଥିବା ହେତୁ ନିଜେ ଚୀନ ରାଷ୍ଟ୍ରପତି ପୁନର୍ବାର ନିର୍ବାଚିତ ହେବା ନ ହେବାକୁ କେନ୍ଦ୍ରକରି ଦ୍ୱନ୍ଦ୍ୱରେ ରହିଛନ୍ତି । ଚୀନର ଗଣମାଧ୍ୟମ ଦେଶର ନେତୃତ୍ୱକୁ ନେଇ କିଛି କହିବାକୁ ନାରାଜ । ଏହି ସ୍ଥିତିରେ କେନ୍ଦ୍ର ଏସିଆରେ ଚୀନର ପ୍ରକଳ୍ପର ଯୋଜନା କଣ ହେବ ତାହା ମଧ୍ୟ ଦ୍ୱନ୍ଦ୍ୱରେ ।

ଶାହବାଜ୍ ସରିଫଙ୍କ ସରକାର ପାକ୍‌ରେ କ୍ଷମତାକୁ ଆସିବାପରେ ଆମେରିକାର ଆର୍ôଥକ ଏବଂ ସାମରିକ ସହଯୋଗ ବୃଦ୍ଧି ପାଇବାରେ ଲାଗିଛି । ଆଫଗାନ ସୀମାରେ ତାଲିବାନ ଗୋଷ୍ଠୀ ଚୀନ ସରକାରଙ୍କ ନୀତିକୁ ସମ୍ମାନ ଜଣାଉନଥିବା ହେତୁ ଆଫଗାନିସ୍ଥାନରୁ ନିଜର ଅନେକ ଖଣି କର୍ମଚାରୀଙ୍କୁ ଚୀନ ଫେରାଇ ନେଇଛି ।  ତୈଳଦରକୁ କେନ୍ଦ୍ରକରି ରୁଷିଆ ଏବଂ ଆମେରିକା ମଧ୍ୟରେ ଏକପ୍ରକାର ପ୍ରତିଯୋଗିତା ଜାରି ଥିଲାବେଳେ ପୁତିନ ଆରବ ଜଗତକୁ ସ୍ଥିର କରିବା ପାଇଁ ନିଜ ସପକ୍ଷକୁ ନେବାରେ ଲାଗିଛନ୍ତି । ପ୍ରଥମେ ସିରିଆ, ପରେ ଇରାନ ଆଉ ଏବେ ୟୁଏଇ ଏବଂ ସାଉଦି ଆରବକୁ ନିଜ ସପକ୍ଷରେ ନେଇ ରୁଷିଆ ବାଇଡେନଙ୍କ ବିରୋଧରେ ଯୁଦ୍ଧଂଦେହୀ ଡାକରା ଦେଇଛି । ଆରବରୁ ଆଉଟ ହେବା ପରେ ଆମେରିକା ଏସିଆରେ ନିଜର ସ୍ଥିତିରକ୍ଷା ପାଇଁ ପାକିସ୍ଥାନକୁ ଆଶ୍ରା କରିଛି । କାରଣ ସମରକନ୍ଦର ଆଲୋଚନା ସମୟରେ ଶକ୍ତିସଙ୍କଟ ବିଷୟରେ ଯେଉଁ ଉଦ୍‌ବେଗ ପ୍ରକାଶ ପାଇଥିଲା ପୁତିନ ତାର ମୁକାବିଲା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଆଉ ଏବେ ସେ ଆରବ ଜଗତକୁ ନିଜ ସପକ୍ଷରେ ନେବାକୁ ଯୋଜନା କରି ସଫଳ ମଧ୍ୟ ହେଲେ । ଏହାଛଡା ଆମେରିକା ଏବଂ ନାଟୋ ଗୋଷ୍ଠୀକୁ ପୁତିନ ଏକାକୀ ଯେପରି ଦୀର୍ଘଦିନ ହେବ ମୁକାବିଲା କରି ଆସୁଛନ୍ତି ତାହା ଆରବ ରାଷ୍ଟ୍ରଙ୍କୁ ପସନ୍ଦ ଯୋଗ୍ୟ ହୋଇଛି । ବାଇଡେନଙ୍କ ବାଉଳା ନୀତିକୁ ପସନ୍ଦ କରୁନଥିବା ଏହିସବୁ ମଧ୍ୟପ୍ରାଚ୍ୟ ରାଷ୍ଟ୍ର ଏବେ ପୁତିନଙ୍କ ନିକଟରେ ଶରଣ ପଶିଛନ୍ତି ।

ସମରକନ୍ଦରେ ମୋଦିଙ୍କ ସହ ଆଲୋଚନା ବେଳେ ପୁତିନ ବ ର୍ମାନର ଯୁଦ୍ଧକୁ ନେଇ ଭାରତର ଉଦ୍‌ବେଗକୁ ଗ୍ରହଣ କରିଥିଲେ । କାରଣ ରୁଷିଆ  ସମର୍ଥନରେ ଭାରତର ବିଦେଶମନ୍ତ୍ରୀ ଏସ୍‌.ଜୟଶଙ୍କର ନାଟୋ ଏବଂ ଆମେରିକାକୁ ପ୍ରତ୍ୟକ୍ଷ ଏବଂ ପରୋକ୍ଷରେ ଅନେକ ଇଙ୍ଗିତ ନିକଟରେ ଦେଇଛନ୍ତି ଯାହା ପୁତିନଙ୍କୁ ଭଲ ଲାଗିଛି । ମୋଦି ଏସସିଓରେ ରୁଷ-ଚୀନ ସଂପର୍କ, ଚୀନ-ପାକ୍ ସଂପର୍କ ମଧ୍ୟରେ ନିଜର ଆମେରିକା ଏବଂ କ୍ୱାଡ ରାଷ୍ଟ୍ରର ସଂପର୍କକୁ ମଧ୍ୟ ସନ୍ତୁଳିତ କରି ରଖିବା ଦିଗରେ ସତର୍କ ଦୃଷ୍ଟି ଦେଇଛନ୍ତି । ଏସିଆରେ ଚୀନର ସାମ୍ରାଜ୍ୟବାଦୀ ନୀତି ସମ୍ମୁଖରେ ଭାରତ ଛିଡା ହେବାବେଳେ ଜାତିସଂଘରେ ଅକୁଶ ମାମଲାରେ ଅଷ୍ଟ୍ରେଲିଆ ବିରୋଧୀ ଚୀନର ପ୍ରସ୍ତାବକୁ ଭାରତ ବିଫଳ କରାଇଛି । ୨୦୨୩ରେ ଇରାନ ଏହି ସଂଗଠନର ପୂର୍ଣ୍ଣ ସଦସ୍ୟଭାବେ ଯୋଗଦେବ । ଭାରତ ଇରାନ ମଧ୍ୟ ଦେଇ ଉ ର-ଦକ୍ଷିଣ ପରିବହନ ମାର୍ଗକୁ ସକ୍ରୀୟ କରାଇଛି । ବିକଳ୍ପ ପରିବହନ ମାର୍ଗ ଖୋଲି ରୁଷିଆ ଏବଂ କେନ୍ଦ୍ର ଏସିଆର ରାଷ୍ଟ୍ରଙ୍କୁ ଏହାର ସୁଯୋଗ ନେବାକୁ ଆହ୍ୱାନ ଦେଇଛି । ମୋଦି ଅଧିକ ସହଯୋଗ ଏବଂ ପାରସ୍ପରିକ ବିଶ୍ୱାସ ଉପରେ ଜୋର ଦେବାକୁ ସଂଗଠନର ସଦସ୍ୟ ରାଷ୍ଟ୍ରଗୁଡିକୁ ପ୍ରେରିତ କରିଛନ୍ତି ।

ସାଂଘାଇ ସହଯୋଗ ସଂଗଠନ ମଧ୍ୟରେ  ବିଶ୍ୱର ୪୦ପ୍ରତିଶତ ଜନସଂଖ୍ୟା, ୩୦ପ୍ରତିଶତ ଜିଡିପି, ୨୨ ପ୍ରତିଶତ ସ୍ଥଳଭାଗ ରହିଥିବା ହେତୁ ଭାରତ ଆଲୋଚନାରେ ଚୀନ-ପାକ୍ ପ୍ରସଙ୍ଗକୁ ଏଡାଇଦେଇ କେନ୍ଦ୍ର ଏସିଆ -ଭାରତ ମଧ୍ୟରେ ବାଣିଜ୍ୟ ବୃଦ୍ଧି ପାଇ ଜୋର୍ ଦେଇଛି । ଆଫଗାନିସ୍ଥାନର ସ୍ଥିରତା, ନିଶା ଓ ସନ୍ତ୍ରାସର ନିୟନ୍ତ୍ରଣ ପାଇଁ ଭାରତ ସହଯୋଗୀ ରାଷ୍ଟ୍ରଙ୍କ ସହ ଆଲୋଚନା ବେଳେ ଯେଉଁ ଉଦ୍‌ବେଗ ପ୍ରକାଶ କରିଥିଲା ତାର ପରେ ପରେ ସକ୍ରୀୟ ପଦକ୍ଷେପ ନେଇ ଅଳ୍ପଦିନ ମଧ୍ୟରେ ବହୁ ପରିମାଣର ନିଶାଦ୍ରବ୍ୟକୁ ସମୁଦ୍ରରେ ଜବତ କରିବାକୁ ସକ୍ଷମ ହୋଇଛି । ଅପରେସନ ଚକ୍ର ଏବଂ ଗରୁଡର ସହାୟତାରେ ଭାରତ ନିଜର ଆଶଙ୍କାକୁ ସତ୍ୟରେ ପ୍ରମାଣିତ କରିଛି । ସମରକନ୍ଦର ଆଲୋଚନା ସହଯୋଗୀ ରାଷ୍ଟ୍ରଙ୍କ ସ୍ୱାର୍ଥରକ୍ଷା ପାଇଁ ଭାରତ ପ୍ରତିଶ୍ରୁତି ଅନୁସାରେ ବାରମ୍ବାର ରୁଷିଆ ବିରୋଧୀ ପ୍ରସ୍ତାବକୁ ଜାତିସଂଘରେ ବିଫଳ କରିବାରେ ବଡ ଭୂମିକା ନେବା ସହ ବିଶ୍ୱମ ରେ ରୁଷିଆ ସହ ଦୀର୍ଘ ଦଶନ୍ଧିର ବନ୍ଧୁତ୍ୱର ବାସ୍ତବତାକୁ ମଧ୍ୟ ବୁଝାଇବାକୁ ସକ୍ଷମ ହୋଇଛି । ପୋଲାଣ୍ଡରୁ ଅଷ୍ଟ୍ରେଲିଆ, ବ୍ରିଟେନରୁ ନ୍ୟୁୟର୍କ ପର୍ଯ୍ୟନ୍ତ ସବୁଠି ଭାରତର ବିଦେଶମନ୍ତ୍ରୀ ଏବଂ କୂଟନୀତିଜ୍ଞମାନେ ରୁଷରୁ ଶସ୍ତାରେ ତୈଳକ୍ରୟ, ପ୍ରତିରକ୍ଷା ସାମଗ୍ରୀ ଯୋଗାଣ ସପକ୍ଷରେ ସ୍ଟଷ୍ଟମତ ଦେଇଛନ୍ତି ।

ସମରକନ୍ଦରେ ବିଶ୍ୱଶାନ୍ତି ପାଇଁ ସ୍ଥିରତା, ଆଲୋଚନା ଓ ପାରସ୍ପରିକ ବିଶ୍ୱାସ ଉପରେ ଜୋରଦେବାକୁ ମୋଦି ଯେଉଁ ମନ୍ତବ୍ୟ ଦେଇଥିଲେ ପରବ ର୍ୀ ସମୟରେ ସେହି ସନ୍ଦେଶ ଅନୁଯାୟୀ ମଧ୍ୟ ପଦକ୍ଷେପ ନେଇଛନ୍ତି । ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଆଲୋଚନା ପାଇଁ ବୁଝାଇଛନ୍ତି । ୟୁରୋପର ରାଷ୍ଟ୍ରନେତା ଏବଂ ଆମେରିକାର ଭାରତ ବିରୋଧୀ ଆଭିମୁଖ୍ୟକୁ ଏଡାଇ ଦେଇ ଅତୀତ ଦିନରେ ଏହିସବୁ ରାଷ୍ଟ୍ର କିପରି ପାକିସ୍ଥାନର ସ୍ୱେଚ୍ଛାଚାରୀ ସେନା ସରକାରଗୁଡିକୁ ଭରସା କରି ସମର୍ଥନ ଏବଂ ସାମରିକ ସହାୟତା ଦେଇ ଆସିଛନ୍ତି  ତାହା ବିଦେଶମନ୍ତ୍ରୀ ଏସ୍‌.ଜୟଶଙ୍କର ଅଷ୍ଟ୍ରେଲିଆର କାନବେରାରେ କହି ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକର ଉଲଗ୍ନ ଚେହେରାକୁ ଧରାପକାଇ ଦେଇଛନ୍ତି । ରୁଷିଆର ସମର୍ଥନରେ ସମରକନ୍ଦରେ ମୋଦି ଯେଉଁ ବନ୍ଧୁତ୍ୱର ସନ୍ଦେଶ ଦେଇଥିଲେ ଏବେ ତାକୁ ଆଗେଇ ନେଇଛନ୍ତି । ଭାରତର ସ୍ପଷ୍ଟନୀତି, ରାଷ୍ଟ୍ର ସ୍ୱାର୍ଥରେ ବେସାଲିସ ଦୃଷ୍ଟିକୋଣକୁ ଅନେକ ରାଷ୍ଟ୍ର  ପସନ୍ଦ କରିବାରେ ଲାଗିଛନ୍ତି ।

ଭାରତୀୟ ସମ୍ବାଦ ସେବା(ଭାସ୍‌)

ଭୁବନେଶ୍ୱର-୭୫୧୦୦୩

Author Image

Soumendra Jena

Recent Posts

The Independence:Warangal-Police-arrested-Azmad-Ali-Abu-for-repeatedly-raping-a-minor-girl

ହିନ୍ଦୁ ନାବାଳିକାଙ୍କୁ ବଳାତ୍କାର କରିଥିବାରୁ ଅମଜାଦ ଅଲ୍ଲି ଓ ଆବୁକୁ ଗିରଫ କରିଲା ଓାରାଙ୍ଗଲ ପୋଲିସ

The Independence:Islamists-harass-Sabarimala-pilgrims-returning-to-Andhra-Pradesh-by-train

ସାବରିମାଲାରୁ ଫେରୁଥିବା ଭକ୍ତମାନଙ୍କୁ ଇସଲାମିଷ୍ଟମାନଙ୍କର ଅସଦାଚରଣ

The Independence:They-performed-Namaz-3-times-nobody-objected-Ex-Army-man-thrashed-by-pantry-car-staff-after-he-sits-down-to-chant-Mantras-case-filed

ଟ୍ରେନରେ ତିନି ଥର ନମାଜ ହେଲା, କିନ୍ତୁ ଜଣେ ଅବସରପ୍ରାପ୍ତ ସୈନିକ ତଳେ ବସି ମନ୍ତ୍ର ପାଠ କରିବାରୁ ପ୍ୟାଂଟ୍ରି କର୍ମଚାରୀ ମାରିଲେ ମାଡ

The Independence:Gandhi-Revenge-Riots-killed-8000-Brahmins

ଗାନ୍ଧିଙ୍କ ପାଇଁ ଆଠ ହଜାର ବ୍ରାହ୍ମଣ ହତ୍ୟା

The Independence:Complaint-Filed-Against-Christian-Org-For-Intoxicating-Minors-And-Converting-Them

ଛୋଟ ପିଲମାନଙ୍କୁ ପ୍ରଲୋଭନ କରି ଚର୍ଚ୍ଚ ନେଉଥିବା ଓ ଖ୍ରୀଷ୍ଟିଆନ କରାଉଥିବା ବେଳେ ଧରାପଡିଲେ ପାଦ୍ରୀ

The Independence:Guntur-Govt-Hospital-Staff-Make-Merry-Christmas-Making-Public-Wait-Behave-Rudely-When-Questioned

ରୋଗୀମାନଙ୍କ ସେବା ଛାଡି ଗୁଂଟୁର ଡାକ୍ତରଖାନାର କର୍ମଚାରୀମାନେ ଖ୍ରୀଷ୍ଟମାସ ପାଳିଲେ, ଲୋକେ ପ୍ରତିବାଦ କରିବାରୁ ଖରାପ ବ୍ୟବହାର କଲେ

The Independence:The-Guardian-Anti-Hindu

ହିନ୍ଦୀ ପାଇଁ ଗାର୍ଡିଆନର ଗାତ୍ରଦାହ

The Independence:Incidents-of-Hindu-torture-in-Bangladesh-in-November

ନଭେମ୍ବର ମାସରେ ବଙ୍ଗଳାଦେଶରେ ହିନ୍ଦୁମାନଙ୍କ ଉପରେ ହୋଇଥିବା ଆକ୍ରମଣ

The Independence:INDIC-DOMINATION-OF-CHINA

ଚାଇନା ଉପରେ ଭାରତର ସାଂସ୍କୃତିକ, ଧାର୍ମୀକ ପ୍ରଭାବ

The Independence:Andhra-Bible-Mission-Church-Members-Attack-SC-Man-For-Objecting-To-Encroachments

ଆନ୍ଧ୍ର ପ୍ରଦେଶ: ରାସ୍ତା ଅବରୋଧକୁ ବିରୋଧ କରିବାରୁ ଦଳିତଙ୍କ ଉପରେ ଆକ୍ରମଣ କଲେ ବାଇବେଲ ଚର୍ଚ୍ଚ ମିଶନର ଲୋକମାନେ

The Independence:Anti-India-Activities-in-Canada

କାନାଡାରେ ଭାରତ ବିରୋଧୀ

The Independence:Assam-Hindu-Family-Complains-Land-Grab-by-Muslim-Neighbours

ଆସାମରେ ହିନ୍ଦୁମାନଙ୍କ ଜମି ଉପରେ କବଜା କରୁଛନ୍ତି ମୁସଲମାନମାନେ

The Independence:Halal-Jihad-Book-Launch-Cancelled-by-Telangana-Govt

ଇସଲାମିଷ୍ଟ ଶକ୍ତିଙ୍କ ଚାପରେ ତେଲେଙ୍ଗାନା ସରକାର: ହଲାଲ ଜିହାଦ ପୁସ୍ତକର ଉନ୍ମଚୋନକୁ କଲେ ବନ୍ଦ

The Independence:ACJ-Invites-Terrorist-Convicted-For-Killing-Rajiv-Gandhi-To-Deliver-Guest-Lecture

ଆତଙ୍କବାଦୀଙ୍କୁ ଅତିଥି କରି ବିବାଦରେ ଏସିଆନ କଲେଜ ଅଫ ଜର୍ଣ୍ଣାଲିଜିମ

The Independence:ISIS-Target-Killing

ଆଇଏସ୍‌ଆଇର ଟାର୍ଗେଟ କିଲିଂ

The Independence:vegetarian-in-world

ବିଶ୍ୱରେ ଶାକାହାର

The Independence:Rajasthan-Shakeel-Nasir-among-3-arrested-for-beating-a-tribal-man-to-death-over-drawing-water-from-a-tube-well-booked-under-SCST-Act

ରାଜସ୍ଥାନ: ଟ୍ୟ।ପରୁ ପାଣି ନେବାରୁ ଜଣେ ଆଦିବାସୀଙ୍କୁ ପିଟି ପିଟି ହତ୍ୟା କଲେ ସକିଲ, ନାସିର

The Independence:Dhamanagar-Byeelection-Odisha-Politics

ଧାମନଗର ଉପନର୍ବାଚନର ସନ୍ଦେଶ

The Independence:Hyderabad-FIR-Registered-Against-Christian-Family-Who-Had-Abused-Hindus-For-Making-Rangoli-On-Diwali

ଦିପାବଳୀ ରଙ୍ଗୋଲି କରିବାରୁ ହିନ୍ଦୁ ପରିବାରଙ୍କୁ ଆକ୍ରମଣ କରିଥିବା ଖ୍ରୀଷ୍ଟିଆନଙ୍କ ଉପରେ ପୋଲିସରେ ମୋକଦ୍ଦମା

The Independence:Delhi-Bajrang-Dal-worker-Nitesh-dies-after-he-was-beaten-by-Ufiza-Adnan-and-Abbas-3-days-ago-police-deny-communal-angle

ଦିଲ୍ଲୀ : ବଜରଙ୍ଗ ଦଳରେ କାମ କରୁଥିବାରୁ ନିତେଶଙ୍କୁ ହତ୍ୟା କରିଲେ ୟୁଫିଜା, ଆଦନାନ ଓ ଆବାସ, ହତ୍ୟାକାରୀଙ୍କୁ ଗିରଫ କରୁନାହିଁ ପୋଲିସ

The Independence:The-News-Bangla-editor-Manab-Guha-arrested-by-Kolkata-police-after-he-covered-Mominpur-anti-Hindu-pogrom

ପଶ୍ଚିମବଙ୍ଗ: ହିନ୍ଦୁମାନଙ୍କ ଉପରେ ଆକ୍ରମଣର ଖବର ପ୍ରକାଶିତ କରିବାରୁ ସାମ୍ବାଦିକଙ୍କୁ ଗିରଫ କରିଲା ପୋଲିସ

The Independence:DMK-Doesnt-Wish-For-Deepavali-Old-Video-Of-DMK-MP-A-Raja-Derogating-Hindu-Festival-Resurfaces

ତାମିଲନାଡୁ: କାହିଁକି ଡିଏମକେ ଚାହେଁନି ଦିପାବଳୀ ପାଳନ, ସାଂସଦ ଏ ରାଜାଙ୍କର ପୁରୁଣା ଭିଡିଓ ଭାଇରାଲ

The Independence:Battle-of-Haifa-in-the-First-World-War-and-the-bravery-of-Indian-soldiers

ପ୍ରଥମ ବିଶ୍ୱଯୁଦ୍ଧର ହାଇଫା ଯୁଦ୍ଧ ଯେଉଁଥିରେ ଭାରତୀୟ ସୈନିକ ଦେଖାଇଥିଲେ ବିରତ୍ୱ

The Independence:Dhamanagar-Bye-Election

ଧାମନଗର ଉପନର୍ବାଚନର ପାଣିପାଗ

The Independence:Aam-Adami-Party-Anti-Hindu-Agenda

ଆମ ଆଦମି ପାର୍ଟିର ହିନ୍ଦୁ ବିରୋଧୀ ଏଜେଣ୍ଡା