ଭାଟିକାନ କୌଣସି ସ୍ୱାଧୀନ ଦେଶ ନୁହେଁ ତେଣୁ ପୋପକୁ ଭାରତକୁ ଆସିବାକୁ ନିମନ୍ତ୍ରଣ ଆଦୌ ଦିଆ ଯିବା ଉଚିତ ନୁହେଁ ବୋଲି କହିଛନ୍ତି ପୂର୍ବତନ ଆଇପିଏସ ନାଗେଶ୍ୱର ରାଓ ।
ସେ କହିଛନ୍ତି ଯେ ପୋପକୁ ଭାରତ ଆସିବାର ନିମନ୍ତ୍ରଣ ଦେବା ଅର୍ଥ ହିନ୍ଦୁଙ୍କୁ ଧର୍ମାନ୍ତରିତ କରିବାକୁ ନିମନ୍ତ୍ରଣ ସହ ସମାନ । ହିନ୍ଦୁ ଧର୍ମକୁ ରକ୍ଷା କରିବାକୁ ଭାଟିକାନକୁ ଦେଶର ମାନ୍ୟତା ଦିଆ ଯାଇଥିବା ପ୍ରସଙ୍ଗକୁ ବୈଦିଶିକ ମନ୍ତ୍ରଣାଳୟ ଓ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ସମୀକ୍ଷା କରିବାକୁ ସେ ଅନୁରୋଧ କରିଛନ୍ତି ।
ଉଲ୍ଲେଖନୀୟ ଯେ ବିଭିନ୍ନ ଖ୍ରୀଷ୍ଟିଆନ ପାଦ୍ରୀ ମାନଙ୍କ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା ବେଳେ ପାଦ୍ରୀ ମାନେ ପ୍ରଧାନମନ୍ତ୍ରୀଙ୍କୁ ଭାଟିକାନ ମୁଖ୍ୟ ପୋପକୁ ଭାରତ ଆସିବାକୁ ଭାରତ ସରକାର ନିମନ୍ତ୍ରଣ ଦେବାକୁ ଅନୁରୋଧ କରିଥିଲେ ।