The Independence:International-Conspiracy-Against-India

 ଗତ କିଛି ଦିନ ତଳେ ପଶ୍ଚିମ ବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ଟ୍ୱିଟ କଲେ । ଏହି ଟ୍ୱିଟରେ ସେ ଲେଖିଲେ – “ମୁଁ ଶୁଣି ସ୍ତବ୍ଧ ଯେ ଖ୍ରୀସମାସ ଅବସରରେ କେନ୍ଦ୍ର ସରକାର  ଭାରତରେ ମଦର ଟେରେସା ମିଶନାରୀ ଅଫ ଚାରିଟୀର ସମସ୍ତ ବ୍ୟାଙ୍କ ଖାତାକୁ ଫ୍ରିଜ କରି ଦେଇଛନ୍ତି । ତାଙ୍କର ୨୨ ହଜାର ରୋଗୀ ଓ କର୍ମଚାରୀଙ୍କୁ  ବିନା ଭୋଜନ ଓ ଔଷଧରେ ଛାଡି ଦିଆ ଯାଇଛି । ଆଇନ ସବୁଠାରୁ ଉପରେ ହେଲେ ମାନବିକ ସେବା କାର‌୍ୟ୍ୟରେ କୌଣସି ପ୍ରକାର ବୁଝାମଣା କରା ଯିବା ଉଚିତ ନୁହେଁ ।  ”

ଏହି ଅଭିଯୋଗ ଖୁବ ବଡ ଅଭିଯୋଗ ଥିଲା । କାରଣ ଏପରି ଅଭିଯୋଗ କେହି ସାଧାରଣ ଲୋକ ଆଣି ନ ଥିଲେ । ଭାରତର ଗୋଟିଏ ରାଜ୍ୟର ଜଣେ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଏହି ଗୁରୁତର ଅଭିଯୋଗ କରିଥିଲେ । ସେ ଏକ ପ୍ରକାର ଭାରତ ସରକାରଙ୍କୁ କାଠଗଡାରେ ଠିଆ କରାଇଥିଲେ ।

ମମତା ବାନାର୍ଜୀଙ୍କ ଟ୍ୱିଟକୁ ନେଇ ରାଜନୈତିକ ଆରୋପ- ପ୍ରତ୍ୟାରୋପ ଆରମ୍ଭ ହୋଇ ଯାଇଥିଲା । ତେବେ କିଛି ଘଂଟା ମଧ୍ୟରେ ହିଁ ମମତା ବାନାର୍ଜୀଙ୍କ ମିଛ ଧରା ପଡି ଯାଇଥିଲା ।  ମିଶନାରୀଜ୍ ଅଫ ଚାରିଟି ନିଜେ ପ୍ରେସ ବିଜ୍ଞପ୍ତି ଜାରୀ ମମତାଙ୍କ କଥାକୁ ଖଣ୍ଡନ କରିଥିଲା । ସଂସ୍ଥା ପକ୍ଷରୁ ହିଁ ନିଜ ଆକାଉଂଟକୁ ଫ୍ରିଜ୍ କରିବା ଲାଗି ଏସବିଆଇକୁ ଅନୁରୋଧ କରାଯାଇଥିଲା ବୋଲି କୁହା ଯାଇଥିଲା । 

ଏହାର କିଛି ଦିନ ପୂର୍ବରୁ  ଅର୍ଥାତ ଖ୍ରୀଷ୍ଟମାସର ଦୁଇ ଦିନ ପୂର୍ବରୁ ୨୩ ଡିସେମ୍ବର ତାରିଖ ଦିନ ନ୍ୟୁୟର୍କ ଟାଇମ୍ସରେ ଏକ ଲେଖା ପ୍ରକାଶିତ ହୋଇଥିଲା । ଏହି ଲେଖାର ଶୀର୍ଷକ ଥିଲା  - “ଆରେଷ୍ଟ, ବିଟିଂଗସ ଏଣ୍ଡ ସିକ୍ରେଟ ପ୍ରେୟାର :  ଇନସାଇଡ ଦି ପରସିକ୍ୟୁସନ ଅଫ ଇଣ୍ଡିଆ ସ  କ୍ରିଶ୍ଚିଆନ” ।  ଜେଫରୀ ଜେଟଲମ୍ୟାନ ଓ ସୁହାସିନୀ ରାଜ ନାମକ କୌଣସି ଲେଖକ ଦ୍ୱୟଙ୍କ ଏହି ସୁଦୀର୍ଘ ଲେଖାରେ ଖ୍ରୀଷ୍ଟିଆନ ମାନେ ଭାରତରେ ଅସୁରକ୍ଷିତ ହୋଇ ପଡିଥିବାର ଉଲ୍ଲେଖ କରା ଯାଇଛି ।  ଏହି ଲେଖାର  ମୁଖ୍ୟ ବିଷୟ ବସ୍ତୁ ହେଲା ଯେ ଭାରତରେ ଖ୍ରୀଷ୍ଟିଆନ ମାନଙ୍କ ଉପରେ ଆକ୍ରମଣ ଘଟଣା ମାନ ଲଗାତାର ବଢିବାରେ ଲାଗିଛି ।  ଏହି ଲେଖାର ପ୍ରଥମ ପାରାରେ ଜଣେ ବ୍ୟକ୍ତିଙ୍କୁ ଉଦ୍ଧୃତ କରା ଯାଇ ଲେଖା ଯାଇଛି ଯେ ସେମାନେ ଆମକୁ ସମାଜରୁ ସମାପ୍ତ କରି ଦେବାକୁ ଚାହୁଁଛନ୍ତି ।

ଏହି ରିପୋର୍ଟରେ ବାରମ୍ବାର ଗୋଟିଏ କଥା ଲେଖା ଯାଇଛି  ଯେ ଲୋକ ମାନେ ଖ୍ରୀଷ୍ଟିଆନ ମାନଙ୍କୁ ହଇରାଣ କରୁଛନ୍ତି । ଖ୍ରୀଷ୍ଟିଆନ ଚର୍ଚ ମାନଙ୍କ ଉପରେ ବାରମ୍ବାର ଆକ୍ରମଣ କରୁଛନ୍ତି, ଖ୍ରୀଷ୍ଟିଆନ ସାହିତ୍ୟକୁ ଜାଳି ଦେଉଛନ୍ତି, ସ୍କୁଲ ଗୁଡିକ ଉପରେ  ଆକ୍ରମଣ କରୁଛନ୍ତି । ଚର୍ଚରେ ଉପାସନା କରୁଥିବା ଲୋକ ମାନଙ୍କ  ଉପରେ ଶାରୀରିକ  ଆକ୍ରମଣ କରୁଛନ୍ତି ।  ଏହି ଲେଖାଟି କାଳ୍ପନିକ ଭାବେ ଲେଖା ଯାଇଛି । କେଉଁ  ସ୍ଥାନରେ ଖ୍ରୀଷ୍ଟିଆନଙ୍କ ଉପରେ ଆକ୍ରମଣ ହେଲା, କେଉଁ ସ୍ଥାନରେ ଖ୍ରୀଷ୍ଟିଆନ ସାହିତ୍ୟକୁ ଜାଳି ଦିଆ ଗଲା, କେଉଁ ସ୍ଥାନରେ ଖ୍ରୀଷ୍ଟିଆନ ପରିଚାଳିତ ସ୍କୁଲ ଗୁଡିକ ଉପରେ ଆକ୍ରମଣ ହେଲା ତାର କୌଣସି ନିର୍ଦିଷ୍ଟ ତଥ୍ୟ ନାହିଁ ।   ବିନା କୌଣସି ନିର୍ଦିଷ୍ଟ ଉଦାହରଣ ଓ ତଥ୍ୟ ପ୍ରମାଣରେ  ଖ୍ରୀଷ୍ଟିଆନ ମାନଙ୍କ  ଉପରେ ବାରମ୍ବାର ଏପରି ଆକ୍ରମଣ ହେଉଛି ବୋଲି ଏଥିରେ ଉଲ୍ଲେଖ କରା ଯାଇଛି ।  

ଏହି ଲେଖା ଖ୍ରୀଷ୍ଟମାସର ଦୁଇ ଦିନ ପୂୂର୍ବରୁ ଏକ ବିଦେଶୀ ସମ୍ବାଦପତ୍ରରେ ପ୍ରକାଶ ପାଇଛି । ଏହି ଲେଖା ବିନା କୌଣସି ତଥ୍ୟ ପ୍ରମାଣରେ ଭାରତକୁ ବିଶେଷ ଭାବେ ହିନ୍ଦୁ ମାନଙ୍କୁ ଖଳନାୟକ ଭାବେ ଚିତ୍ରିତ କରିବା, ହିନ୍ଦୁ ମାନଙ୍କ ବିରୁଦ୍ଧରେ ଅପପ୍ରଚାର କରିବା ପାଇଁ ଉଦ୍ଦିଷ୍ଟ ଲେଖାରୁ ସ୍ପଷ୍ଟ ହୋଇ ଯାଉଛି ।

ଏହି ଲେଖା ପ୍ରକାଶିତ ହେବାର ଚାରି ଦିନ ପରେ ପଶ୍ଚିମ ବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଥରେ ଭାରତ ସରକାରଙ୍କୁ ମିଥ୍ୟା କଥା ଆଧାରରେ କାଠଗଡାରେ ଠିଆ କରାଇବାକୁ ଚେଷ୍ଟା କରିଛନ୍ତି । ତାଙ୍କର ମିଛ ବେଶୀ ସମୟ ପାଇଁ ରହିପାରି ନାହିଁ, ଖୁବ ଶୀଘ୍ ତାଙ୍କର ମିଥ୍ୟା ଧରା ପଡି ଯାଇଛି ।  ପ୍ରଥମେ ବିଦେଶୀ ସମ୍ବାଦପତ୍ରରେ ଭାରତ ବିରୋଧରେ ଅପ ପ୍ରଚାର ଓ ଏହାର ଠିକ ଚାରି ଦିନ ପରେ ମମତା ବାନାର୍ଜୀଙ୍କ ଏଭଳି ମିଥ୍ୟା ଟ୍ୱିଟ କରା ଯିବା ଘଟଣା ଭାରତ ଓ ହିନ୍ଦୁ ମାନଙ୍କ ବିରୁଦ୍ଧରେ ଆନ୍ତର୍ଜାତିକ ଷତଯନ୍ତ୍ର କରା ଯାଇଥିବା ନେଇ ସନ୍ଦେହ ସୃଷ୍ଟି ହେବା  ସ୍ୱାଭାବିକ । 

ତେବେ ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ହୋଇଥିବା ଏହି ସୁଦୀର୍ଘ ଲେଖାରେ ଆଉ ଦୁଇଟି ପ୍ରସଙ୍ଗ ନେଇ ମଧ୍ୟ ଭାରତକୁ ଓ ଭାରତ ସରକାରଙ୍କୁ ସମାଲୋଚନା କରା ଯାଇଛି । ଏଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ କରା ଯାଇଛି ଯେ ଭାରତ ସରକାର ବିଦେଶୀ ଅର୍ଥରେ ପରିଚାଳିତ ଖ୍ରୀଷ୍ଟିଆନ ମିଶନାରୀ ସଂସ୍ଖା ଓ ଏନଜିଓ ମାନଙ୍କ ବିରୁଦ୍ଧରେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରା ଯାଉଛି । ଏହା ବାଦ ଭାରତର ବିଭିନ୍ନ ରାଜ୍ୟ ମାନଙ୍କରେ ବେଆଇନ ଭାବେ  ଅର୍ଥାତ ନୀରିହ ଲୋକ ମାନଙ୍କୁ ପ୍ରଲୋଭନ, ବଳ ପୂର୍ବକ ବା ଅନ୍ୟ କୌଣସି  ବେଆଇନ ମାଧ୍ୟମରେ କରା ଯାଉଥିବା କନଭର୍ସନ କୁ ରୋକିବା ପାଇଁ ଆଇନ ପ୍ରଣୟନ କରା ଯିବା  ଉପରେ ମଧ୍ୟ ଉଦବେଗ ପ୍ରକାଶ କରା ଯାଇଛି । 

ବାସ୍ତବରେ ମୋଟ ଉପରେ କହିବାକୁ ଗଲେ ଏହି ଦୁଇଟି ପ୍ରସଙ୍ଗ ହି ଖ୍ରୀଷ୍ଟିଆନ ମତାନ୍ତରଣକାରୀ ସଂସ୍ଥାଙ୍କ ଭାରତ ବିରୋଧୀ  ଅପପ୍ରଚାରର ମୂଳ କାରଣ ବୋଲି କୁହା ଯାଇ ପାରେ । ବର୍ତମାନରେ ଦେଶର ମୋଦି ସରକାର ବିଦେଶୀ ଅର୍ଥରେ ପରିଚାଳିତ ହେଉଥିବା ସଂସ୍ଥା ଗୁଡିକ ପାଇଁ ଥିବା ଏଫସିଆରଏ ନିୟମକୁ କଡା କଡି ଭାବେ ପାଳନ କରୁଛନ୍ତି । ଏହା ଦେଶର ଗରୀବଙ୍କୁ କନଭର୍ଟ କରୁଥିବା ସଂସ୍ଥାଙ୍କ ଦେହରେ ଯାଉ ନାହିାଁ ସେମାନେ ଚାହୁଁଛନ୍ତି ଯେ ବିଦେଶୀ ଅନୁଦାନ ପୂର୍ବ ଭଳି ବିନା କୌଣସି କଟକଣାରେ  ଆସୁ ଯଦ୍ୱାରା ସେମାନେ ସମସ୍ତଙ୍କର ବେକରେ କ୍ରସ ଝୁଲାଇବା କାମ ଆରାମରେ କରି ପାରିବେ । ମୋଦି ସରକାର ଏହାକୁ କରିବାକୁ ଦେଉ ନାହାନ୍ତି, ତେଣୁ ଏହି ସଂସ୍ଥା ମାନେ ଭାରତ ବିରୋଧରେ ଚିତ୍କାର କରିବାରେ ଲାଗିଛନ୍ତି । 

ଠିକ ସେହିପରି ବିଦେଶରୁ ଅର୍ଥ ଆଣି ଗରୀବଙ୍କୁ କନଭର୍ଟ କରୁଥିବା ଏହି ସଂସ୍ଥା ମାନେ ତାଙ୍କର ବେଆଇନ କାମକୁ ରୋକିବା ପାଇଁ କୌଣସି କଠୋର ଆଇନ ଆସୁ ତାହା ଚାହାନ୍ତି ନାହିଁ । ତେଣୁ ଏପରି ଆଇନ ପ୍ରଣୟନ ହେଲେ ସେମାନେ ତାକୁ ବିରୋଧ କରି ଥାନ୍ତି । ଏବେ କିଛି ଦିନ ତଳେ କର୍ଣାଟକରେ ଏ ସମ୍ପର୍କିତ କଡା ବିଲ ପାରିତ ହେବା ପରେ ଏହା ଏହି ସଂସ୍ଥା ମାନଙ୍କୁ ଖୁବ ବାଧୁଛି । ତେଣୁ ସେମାନେ ଭାରତ ବିରୋଧୀ ଅପ ପ୍ରଚାରକୁ ଜୋରଦାର କରିବାରେ ଲାଗିଛନ୍ତି । 

ମତାନ୍ତରଣକାରୀ ସିଣ୍ଡିକେଟ ସହ ଜଡିତ ଏନଜିଓ ଓ ତାଙ୍କର ଇକୋସିଷ୍ଟମ ଯେଉଁଥିରେ ବିଦେଶୀ ସମ୍ବାଦପତ୍ର ମାନେ ସାମିଲ ଅଛନ୍ତି  ସେମାନେ ପ୍ରଥମ ଥର ପାଇଁ ପାଇଁ ଏପରି କରୁଛନ୍ତି ତା ନୁହେଁ । ଯେତେବେଳେ କେନ୍ଦ୍ରରେ ଅଟଳ ବିହାରୀ ବାଜପେୟୀଙ୍କ ସରକାର ଥିଲା ସେତେବେଳେ ମଧ୍ୟ ଏହି କନଭର୍ସନର ରାକେଟର କର୍ତା ଧର୍ତା ମାନେ ସେହି ସମାନ ନ୍ୟାରେଟିଭ ଚଳାଇଥିଲେ ଯେ ଖ୍ରୀଷ୍ଟିଆନ ମାନଙ୍କ ପ୍ରତି ଅତ୍ୟଚାର ବଢି ଯାଇଛି । 

ଅନେକଙ୍କର ମନେ ଥିବ ଯେ  ସେତେବେଳେ ସେମାନେ ଗୁଜରାତର ଡାଙ୍ଗ ଜିଲ୍ଲାରେ ଧର୍ମାନ୍ତରୀକରଣକୁ ସ୍ଥାନୀୟ ଲୋକମାନେ  ବିରୋଧ କରିଥିଲେ ସେତେବେଳେ  ଖ୍ରୀଷ୍ଟିଆନ ମାନଙ୍କୁ ନିର‌୍ୟ୍ୟାତନା ଦିଆ ଯାଉଛି ବୋଲି ସେତେବେଳେ ତଥାକଥିତ ଆନ୍ତର୍ଜାତିକ ମିଡିଆରେ  ଖୁବ ବଡ ଭାବରେ ସ୍ଥାନ ପାଇଥିଲା । 

ସେହିପରି ଓଡିଶାର ମୟୁରଭଂଜରେ ଓ  ମଧ୍ୟ ପ୍ରଦେଶର ଝାବୁଆରେ ନନ ମାନଙ୍କ ସହ ଦୁର୍ବ୍ୟବହାର ହୋଇଥିବା ନେଇ ଆନ୍ତର୍ଜାତିକ ମିଡିଆରେ ବଡ ବଡ ଖବର ପ୍ରକାଶ ପାଇଥିଲା, ଯାହାର ଏକ ମାତ୍ର ଉଦ୍ଦେଶ୍ୟ ହିନ୍ଦୁ ମାନଙ୍କୁ ଖରାପ  ବୋଲି ଚିତ୍ରିତ କରିବା ଓ ଚାପ ପ୍ରୟୋଗ ଦ୍ୱାରା ଧର୍ମାନ୍ତରୀକରଣ କାମକୁ ସୁଗମ କରିବା  ଥିଲା । ମାତ୍ର ସେତେବେଳେ ଝାବୁଆ ହେଉ ବା ମୟୁରଭଂଜ ହେଉ ଉଭୟ ମାମଲାରେ ଜାଂଚ ପରେ ଅଭିଯୋଗ ମିଥ୍ୟା ବୋଲି ପ୍ରମାଣିତ ହୋଇଥିଲା ।  କୌଣସି ଚୋର ଯଦି ଚର୍ଚରେ ପ୍ରବେଶ କରି ଚୋରୀ କରିବାକୁ ଚେଷ୍ଟା କଲା ବେଳେ ଚର୍ଚର କାଚ ଭାଙ୍ଗି ଯାଇଥାଏ, ତେବେ ତାକୁ ଖ୍ରୀଷ୍ଟିଆନ ମାନଙ୍କ ଉପରେ ଆକ୍ରମଣ ବୋଲି ପ୍ରଚାରିତ କରା ଯାଉଥିଲା । 

ତେଣୁ ଯେତେବେଳେ ମଧ୍ୟ କନଭର୍ସନର ଗତିବିଧିକୁ ରୋକିବା ପାଇଁ ପ୍ରୟାସ ହୋଇଛି ସେତେବେଳେ ଏଭଳି ଭାରତ ଓ ହିନ୍ଦୁ ବିରୋଧୀ ଅପପ୍ରଚାର ହୋଇଛି । ତେଣୁ ଭାରତୀୟ ମାନଙ୍କ ମଧ୍ୟରେ ଜାଗରଣ ଓ ସଚେତନତା ଯେତେ ବଢିବ, ବିଦେଶୀ ଶକ୍ତିଙ୍କ ଦ୍ୱାରା ସେତେ ସେତେ ଅପ ପ୍ରଚାର ମଧ୍ୟ ବଢିବ । ଏହି ଅପପ୍ରଚାର କାରଣରୁ ବିଚଳିତ ହେବାର ଆବଶ୍ୟକତା ନାହିାଁ କାରଣ ଏହି ଅପପ୍ରଚାର ସତ୍ୟ ଉପରେ ନୁହେଁ ବରଂ ସମ୍ପୂର୍ଣ ମିଥ୍ୟା ଉପରେ ଆଧାରିତ । 

Author Image

Dr Samanwaya

Recent Posts

The Independence:If-the-BJP-government-is-formed-in-Odisha-drinking-water-problem-will-be-solved-as-a-priority-Bhatrahari-Mahatab

ଓଡ଼ିଶାରେ ବିଜେପି ସରକାର ଗଠନ କଲେ ଅଗ୍ରାଧିକାର ଭିତିରେ ପାନୀୟ ଜଳ ସମସ୍ୟାର ସମାଧାନ କରାଯିବ: ଭତୃହରି ମହତାବ

The Independence:Odisha-Cow-Slaughtering

Odisha : ଗୋ ମାଂସ ବୋଝେଇ ଟ୍ରକ ଜବତ

The Independence:Jagannath-Temple-Odisha-Mumbai

ଓଡିଶା ବାହାରେ ମହାପ୍ରଭୁ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର

The Independence:Modi-Government-9-Years-Seva-Susasan-Garib-Kalyana

ନ’ ବର୍ଷର ସୁଶାସନ

The Independence:Rath-Yatra-2023-Lakhs-of-devotees-witness-Suna-Besha-of-Holy-Trinity-in-Puri

ଶ୍ରୀକ୍ଷେତ୍ରରେ ରଥାରୁଢ଼ ଶ୍ରୀଜୀଉଙ୍କ ସୁନାବେଶ, ମହଣ ମହଣ ସୁନା ଅଳଙ୍କାରରେ ସଜ୍ଜିତ ତିନି ଠାକୁର

The Independence:Puri-Ratha-Jatra-2023-Jay-Jagannath

ଶରଧାବାଲିରେ ଲାଗିଲା ତିନି ଠାକୁରଙ୍କ ତିନି ରଥ

The Independence:Ratha-Jatra-2023-ନୀଳାଦ୍ରିବିଜେରେ-ନୀଳକନ୍ଦରକୁ-ଫେରନ୍ତି-ନୀଳାଦ୍ରିନାଥ-ସରେ-ଜନ୍ମବେଦି-ଲୀଳା

Ratha Jatra 2023: ନୀଳାଦ୍ରିବିଜେରେ ନୀଳକନ୍ଦରକୁ ଫେରନ୍ତି ନୀଳାଦ୍ରିନାଥ; ସରେ ଜନ୍ମବେଦି ଲୀଳା

The Independence:Jagannath-Temple-Rath-Jatra

ଏକାବନ ଦିନରେ ଚଳଚଞ୍ଚଳ ରଥଖଳା

The Independence:ପ୍ରେମିକାକୁ-ଛୁରୀ-ଭୁଷିଲା-ପଥରରେ-ଛେଚି-ମୁହଁ-ନଷ୍ଟ-କଲା-ଜହ୍ଲାଦ-ପ୍ରେମିକ-ସାହିଲ-ଖାଁ

ପ୍ରେମିକାକୁ ଛୁରୀ ଭୁଷିଲା, ପଥରରେ ଛେଚି ମୁହଁ ନଷ୍ଟ କଲା ଜହ୍ଲାଦ ପ୍ରେମିକ ସାହିଲ ଖାଁ

The Independence:Land-Jihad-Dwarka

ଜମି ଜିହାଦର ଅନ୍ୟନାମ ଦ୍ୱାରକା

The Independence:Odisha-cant-make-progress-with-Shashikala-syndrome-Dharmendra

‘ଶଶୀକଳା ସିଣ୍ଡ୍ରୋମ’ କହିବାରୁ ସରକାରଙ୍କୁ ବାଧିଲା: ଧର୍ମେନ୍ଦ୍ର

The Independence:Land-Jihad-Love-Jihad-Jameen-Jihad-in-Odisha

ରାଜ୍ୟରେ ବଢ଼ୁଛି ଜିହାଦୀଙ୍କ ସଂଖ୍ୟା !

The Independence:The-Kerala-Story-Official-Trailer--Vipul-Amrutlal-Shah--Sudipto-Sen--Adah-Sharma--Aashin-A-Shah

The Kerala Story Official Trailer | Vipul Amrutlal Shah | Sudipto Sen | Adah Sharma | Aashin A Shah

The Independence:Guddu-Muslim-Odisha-Link-BJD

ଗୁଡ୍ଡୁ ମୁସଲମାନର ଖାସ୍, ବିଜେଡି ବିଧାୟକଙ୍କ ରାଇଟହାଣ୍ଡ

The Independence:important-files-of-the-jagannath-temple-administration-have-gone-missing

ଗାଏବ ହେଲା ଜଗନ୍ନାଥ ମନ୍ଦିର ପ୍ରଶାସନର ଗୁରୁତ୍ଵପୂର୍ଣ୍ଣ ଫାଇଲ

The Independence:Debacle-in-American-Banking-System

ଆମେରିକାର ବ୍ୟାଙ୍କିଂ ବ୍ୟବସ୍ଥାରେ ବିପର୍ଯ୍ୟୟ

The Independence:palghar-sadhu-lynching-case-to-be-investigated-by-cbi

ପାଲଘର ସାଧୁହତ୍ୟା ମାମଲାର ହେବ ସିବିଆଇ ତଦନ୍ତ

The Independence:Mix-Mandate-in-USA-Joe-Biden

ଆମେରିକାରେ ମିଶ୍ରିତ ଜନମତ

The Independence:Jayshankar-in-Fiji

ଫିଜିରେ ବିଜି ଜୟଶଙ୍କର

The Independence:Women-Freedom-Fighters-of-India-Name-List-and-Their-Roles

ଭାରତର ମହାନ ମହିଳା ସ୍ୱାଧୀନତା ସଂଗ୍ରାମୀମାନେ ଯାହାଙ୍କୁ ଇତିହାସକାରମାନେ ଭୁଲି ଯାଇଥିଲେ

The Independence:Dharmendra-Seeks-Centres-Intervention-For-Protection-Of-Archaeological-Assets-In-Odisha

ଓଡ଼ିଶାରେ ଅସୁରକ୍ଷିତ ଶିଶୁପାଳ ଗଡ଼ ଓ ଲଳିତଗିରି ପରି ଐତିହ୍ୟ କୀର୍ତ୍ତିରାଜି

The Independence:ଶ୍ରୀମନ୍ଦିରର-ପ୍ରସିଦ୍ଧ-ଦୋଳଯାତ୍ରା

ଶ୍ରୀମନ୍ଦିରର ପ୍ରସିଦ୍ଧ ଦୋଳଯାତ୍ରା

The Independence:Young-writer-Om-Priyadarshis-book-on-Paika-movement-released

ଉନ୍ମୋଚିତ ହେଲା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଚୟନିତ ଓମ୍ ପ୍ରିୟଦର୍ଶୀଙ୍କ ପୁସ୍ତକ "ପାଇକ: ଜନ, ଆଖ୍ୟାନ ଓ ଆନ୍ଦୋଳନ"

The Independence:Baijayanta-Panda-listens-Man-Ki-Baat-Programme-at-Bhawanipatna

ଭବାନୀପାଟଣା “ମନ୍‌ କି ବାତ୍‌” କାର୍ଯ୍ୟକ୍ରମରେ ବୈଜୟନ୍ତ ପଣ୍ଡା

The Independence:ଜର୍ଜ-ସୋରୋସଙ୍କ--ନେଟୱର୍କ-ଓ-କଣ୍ଢେଇ-ମାନଙ୍କୁ-ଚିହ୍ନଟ--ଜରୁରୀ

ଜର୍ଜ ସୋରୋସଙ୍କ ନେଟୱର୍କ ଓ କଣ୍ଢେଇ ମାନଙ୍କୁ ଚିହ୍ନଟ ଜରୁରୀ