The Independence:Islamic-Terrorists-Journalism-Mukhtar-Baba

ଗତ କିଛି ଦିନ ପୂର୍ବେ ସାମ୍ବାଦିକତାରେ କିପରି ସନ୍ତ୍ରାସବାଦ ଚାଲିଛି ତାର ଅଳ୍ପ କିଛି ଉଦାହରଣ ଆମେ ଦେଇଥିଲୁ । ଏବେ ସାମ୍ବାଦିକ କିପରି ନିଜେ ସନ୍ତ୍ରାସବାଦୀ ହୋଇ କାର୍ଯ୍ୟ କରୁଛି ତାର ଦୃଷ୍ଟାନ୍ତ ଜାମ୍ମୁ-କାଶ୍ମିରରେ ଦେଖିବାକୁ ମିଳିଛି । ଘଟଣା ହେଲା ଶ୍ରୀନଗରର କିଛି ସାମ୍ବାଦିକଙ୍କୁ ଭାରତର ଗଣମାଧ୍ୟମରେ କାର୍ଯ୍ୟ ନକରିବା  ପାଇଁ ଧମକ ଆସି ପହ ôଲା ପରେ ପ୍ରାୟ ୬ଜଣ ସାମ୍ବାଦିକ ନିଜ କାର୍ଯ୍ୟରୁ ଓହରିଯିବା ପାଇଁ ଗଣମାଧ୍ୟମ ସଂସ୍ଥାକୁ ଲେଖିଲେ । ଅତୀତ ଦିନମାନଙ୍କରେ ସନ୍ତ୍ରାସବାଦୀମାନଙ୍କ ଟାର୍ଗେଟରେ ସାମ୍ବାଦିକମାନେ ରହିଥିବା କଥା ପ୍ରେସ ଗିଲଡଠାରୁ ଆରମ୍ଭ କରି ଭିନ୍ନ ଭିନ୍ନ ସାମ୍ବାଦିକ ସଂଗଠନଗୁଡିକ ମଧ୍ୟ ଅଭିଯୋଗ କରୁଥିଲେ । କିନ୍ତୁ  ସେମାନଙ୍କ ସହ ଏକଦା କାର୍ଯ୍ୟ କରୁଥିବା ବନ୍ଧୁ ଜଣେ କିପରି ବିଦେଶରୁ ସନ୍ତ୍ରାସବାଦୀ ସଂଗଠନ ନାମରେ ଧମକ ଦେବାରେ ଲାଗିଛି ତାହାର ପ୍ରମାଣ ଏବେ ମିଳିଛି । 

ମୁଖତାର ବାବା ନାମକ ଜଣେ କାଶ୍ମିରୀ ସାମ୍ବାଦିକ ୨୦୧୮ରୁ ଭାରତରୁ ଫେରାର ହୋଇ ପାକିସ୍ଥାନକୁ ଚାଲିଯାଇଥିଲା । ପରେ ସେଠାରୁ ତୁର୍କୀକୁ ଯାଇ ସ୍ଥାୟୀ ଭାବେ ବାସ କରୁଛି । ଏବେ ତୁର୍କୀରେ ରହି ସେ ଧମକ ଦେବାରେ ଲାଗିଛି । ଶ୍ରୀନଗରର ଶେଖ ଆଲବ କଲୋନୀରେ ମହମ୍ମଦ ୟାସିନ ବାବାଙ୍କ ଘର, ମୁଖତାର ତାଙ୍କ ପୁଅ । ୧୯ ନଭେମ୍ବର ୨୦୨୨ ଦିନ ପୁଲିସ ଏହି ମାମଲାରେ ଶ୍ରୀନଗର, ଅନନ୍ତନାଗ, କୁଲଗାମର ୧୨ଟି ସ୍ଥାନରେ ଚଢାଉ କରି ଖାନତଲାସ ଚଳାଇଥିଲେ ।  ୧୨ ନଭେମ୍ବର ଦିନ ପୁଲିସ ଏହାକୁ ନେଇ ଏକ ଅଭିଯୋଗପତ୍ର କରିଥିଲା । ପାକ୍‌ର ଆଇଏସ୍‌ଆଇ ପାଇଁ କାର୍ଯ୍ୟ କରୁଥିବା ମୁଖତାର ଅନେକବାର ପାକିସ୍ଥାନକୁ ଗସ୍ତ କରିଥାଏ । ଦି ରେଜିଷ୍ଟାନ୍ସ ଫ୍ର ନାମକ ଏକ ସନ୍ତ୍ରାସୀ ସଂଗଠନ ମାଧ୍ୟମରେ ସ୍ଥାନୀୟ ଲୋକଙ୍କ ମନରେ  ଭୟସଂଚାର କରିବା ପାଇଁ ବୁଖାରୀ ଏହି କାର୍ଯ୍ୟ କରିଥିବା କଥା କୁହାଯାଉଛି ।

ତେବେ ବୁଖାରୀ କାର୍ଯ୍ୟରେ ଦେଶବିରୋଧୀ ଗୋଷ୍ଠୀରେ କାଶ୍ମିରର ୪ଜଣ ସାମ୍ବାଦିକ ମଧ୍ୟ ରହିଛନ୍ତି, ଯେଉଁମାନଙ୍କୁ ପୁଲିସ ଚିହ୍ନଟ ମଧ୍ୟ କରିସାରିଲାଣି । ଏହି ୪ଜଣ ସାମ୍ବାଦିକ ବ୍ୟତୀତ ଅନ୍ୟ ଦୁଇଜଣ କର୍ମଚାରୀ ମଧ୍ୟ ବୁଖାରୀ ସହ ସଂପର୍କରେ ରହି ନିର୍ଦ୍ଦେଶ ମୁତାବକ କାର୍ଯ୍ୟ କରୁଛନ୍ତି । ସନ୍ତ୍ରାସବାଦୀ ବୁଖାରୀର ସନ୍ତ୍ରାସକୁ ଗଣମାଧ୍ୟମ ସାହାଯ୍ୟରେ ପରିବ୍ୟାପ୍ତ କରୁଥିବା ୪ଜଣ ସହଯୋଗୀ ସାମ୍ବାଦିକ ହେଲେ ଗୈାହର ଗିଲାନି, ପିତା ନାଜିର ଅହମ୍ମଦ ଶାହ, ବାସସ୍ଥାନ-ନୌସେରା, ସଜ୍ଜାଦ ଅହମ୍ମଦ ଶେଖ, ପିତା -ଘୁଲାମ ମହମ୍ମଦ ଶେଖ, ବାସସ୍ଥାନ- ରୋଜ୍ ଆଭିନ୍ୟୁ କଲୋନୀ, ଏଚ.ଏମ.ଟି, ଶ୍ରୀନଗର; ୱାସିମ ରାଜା, ଚିନାର କଲୋନୀ, ରନଗ୍ରେଥ, ଶ୍ରୀନଗର ଏବଂ ସଜ୍ଜାଦ ଅହମ୍ମଦ କାଲଥାରୀ, ରୈନାୱାଡୀ, ଶ୍ରୀନଗର ।

ଏବେ ପୁଲିସ ଏମାନଙ୍କ ଘର ଖାନତଲାସ କରି ବୁଖାରୀ ସହ ସଂପର୍କ ଥିବା ସ୍ପଷ୍ଟ ପ୍ରମାଣ ପାଇଛି । ବୁଖାରୀ ୯୦ଦଶକରେ ହିଜବୁଲ୍ଲା ଗୋଷ୍ଠୀରେ ସକ୍ରୀୟ ରହିଥିଲା । ଶ୍ରୀନଗରର ସାମ୍ବାଦିକମାନଙ୍କୁ ପାକ୍ ଓ ଆଇଏସ୍‌ଆଇର ସ୍ୱାର୍ଥରେ କାର୍ଯ୍ୟ କରିବାକୁ ଚାପ ପକାଉଥିବା ମସରତ ଆଲାମର ବୁଖାରୀ ସହଯୋଗୀ ରହିଥିଲା । ବୁଖାରୀକୁ ଗିରଫ କରାଯାଇ ଜାମ୍ମୁର କୋଟ ଭଲୱାଲ ଜେଲରେ ରଖାଯାଇଥିଲା । ସେଠାରୁ ମୁକୁଳିବା ପରେ ତୁର୍କୀକୁ ଚାଲିଯିବାକୁ ଯୋଜନା କଲା । ସେଥିରେ  ମେହମୁବା ମୁଫତିଙ୍କର ଏକ ପ୍ରକାର ସହଯୋଗୀ ହୋଇ କାର୍ଯ୍ୟ କରୁଥିବା କାରିନ ଯୋଧା ଫିସର ନାମକ ଆମେରିକାର ଜର୍ମାନୀ ମୂଳର ମହିଳା ସାହାଯ୍ୟ କରିଥିଲା । ଭାରତକୁ  ପର୍ଯ୍ୟଟନ ଭିସାରେ ଆସି ସମୟାବଧି ଅତିକ୍ରମ ପରେ ସେ ରହୁଥିଲା । କାଶ୍ମିରରେ ରାଜନେତା ଏବଂ ସନ୍ତ୍ରାସବାଦୀମାନଙ୍କ ମଧ୍ୟରେ ସଂପର୍କ ବୃଦ୍ଧି ପାଇଁ ସେ କାର୍ଯ୍ୟ କରୁଥିଲା । ଜାମ୍ମୁ -କାଶ୍ମିରରେ ୮ ବର୍ଷ କାଳ ରହି ସେ କାର୍ଯ୍ୟ କରି ଆସୁଥିଲା । ୨୦୧୬ରେ ଅଜିତ ଡୋଭାଲଙ୍କ ରିପୋର୍ଟ ଅନୁଯାୟୀ ତାକୁ ଦେଶରୁ ବାହାର କରାଯାଇଥିଲା ।

ବୁଖାରୀ କାଶ୍ମିରରେ ଦୁଇଜଣ ସରକାରୀ କର୍ମଚାରୀ  ଏବଂ ୪ ସାମ୍ବାଦିକଙ୍କ ସହ ସଂପର୍କ ରକ୍ଷାକରି ଆଇଏସ୍‌ଆଇ ଅର୍ଥ ସହଯୋଗୀଙ୍କ ନିକଟକୁ ପଠାଇବା ସହ ଘାଟୀରେ ଅସୁରକ୍ଷାର ବାତାବରଣ ସୃଷ୍ଟି ପାଇଁ ପ୍ରୟାସ ଚଳାଇ ଆସୁଥିଲା । କେତେକ ସୋସିଆଲ ମିଡିଆରେ ତଥାକଥିତ ହିଟଲିଷ୍ଟରେ ଥିବା ସାମ୍ବାଦିକମାନଙ୍କ ନାମ ପ୍ରସାରିତ ହେବା ପରେ କାଶ୍ମିରର କେତେକ ସାମ୍ବାଦିକ ନିଜ କାର୍ଯ୍ୟରୁ ଇସ୍ତଫା ଦେଇଥିଲେ । ସେହି ତାଲିକାରେ  ୧୧ଜଣ ସାମ୍ବାଦିକଙ୍କୁ ପ୍ରତାରଣାକାରୀ ବୋଲି କୁହାଯାଇଥିଲା । ପାକ୍‌ର ଲସ୍କର ଗୋଷ୍ଠୀରୁ ମଧ୍ୟ ଧମକ ମିଳିଥିଲା । ପାକ୍‌ର ଆଇଏସ୍‌ଆଇ ଅର୍ଥରେ କାଶ୍ମିର ଗଣମାଧ୍ୟମରେ ଏକ ପାକ୍‌ବାଦୀ ସାମ୍ବାଦିକ ଗୋଷ୍ଠୀକୁ ମୁଖତାର ଗଢିଥିଲା । ଶ୍ରୀନଗରର ନିବାସୀ ମୁଖତାର ନାଓଗାମ୍ ବିକେପୁରାଠାରେ କାର୍ଯ୍ୟ କରୁଥିଲା । ପରେ ସେ ପାକିସ୍ଥାନ ଚାଲିଯାଇ ସେଠାରୁ ତୁର୍କୀକୁ ପଳାଇଥିଲା । ହିଜବୁଲ ମୁଜାହିଦ୍ଦୀନ ପାଇଁ କାଶ୍ମିରରେ କାର୍ଯ୍ୟ କରୁଥିବା ମୁଖତାର ସନ୍ତ୍ରାସବାଦୀଙ୍କୁ ୪୦ଟି ଏକେ ୪୭ ବନ୍ଧୁକ ବିକ୍ରି କରି ବହୁ ଅର୍ଥ ସଂଗ୍ରହ କରିଥିଲା ।

୧୯୯୦ରେ ତାକୁ ଗିରଫ କରାଯାଇଥିଲା । କିନ୍ତୁ ଗୋଟିଏ ମାସରେ ବାହାରକୁ ଆସି ସେ ମୁସାରତ ଆଲାମଙ୍କ ମୁସଲିମ ଲିଗରେ ସାମିଲ ହୋଇଥିଲା । ମୁସାରତଙ୍କ ଗୋଷ୍ଠୀ କାଶ୍ମିରରେ ଟେକାଫିଙ୍ଗା ପାଇଁ ଯୋଜନା କରୁଥିଲେ । ମୁଖତାର ଗ୍ରେଟର କାଶ୍ମିର, କାଶ୍ମିର ଅବଜରଭର, ସିଏନ୍‌ଏସ୍ ପରି ସଂସ୍ଥା ପାଇଁ କାର୍ଯ୍ୟ କରିଥିଲା । କାଶ୍ମିର ପୁଲିସ ମୁଖତାର ପାଇଁ କାମକରିବା ସନ୍ଦେହରେ ମହମ୍ମଦ ରଫି (ନିଗେନ), ଖାଲିଦ ଗୁଲ (ଅନନ୍ତନାଗ), ରସିଦ ମକବୁଲ (ଲାଲ ବଜାର), ମୋମିନ ଗୁଲଜାର (ଇଦ୍‌ଗା), ବସିତ ଦାର (କୁଲଗାମ), ସଜ୍ଜାଦ କ୍ରାଲ୍ୟାରୀ (ରୈନାୱାଡୀ), ଗୌହର ଗିଲାନୀ (ସୌରା), କାଜି ସିବଲୀ (ଅନନ୍ତନାଗ) , ସଜ୍ଜାଦ ଶେଖ ଓରଫ୍ ସଜ୍ଜାଦଗୁଲ (ଏଚ୍‌ଏମ୍‌ଟି , ଶ୍ରୀନଗର), ୱାସିମ ଖାଲିଦ  (ରାୱଲପୁରା), ଆଦିଲ ପଣ୍ଡିତ (ଖାନୟାର, ଶ୍ରୀନଗର)ଙ୍କ  ଘର ଖାନତଲାସ କରିଥିଲା । ଏଥିରେ  ମୋବାଇଲ, ଲାପଟପ୍‌, ମେମୋରୀ କାର୍ଡ, ପେନ୍ ଡ୍ରାଇଭ, ବ୍ୟାଙ୍କ ଜମାଖାତା, ରବରଷ୍ଟାମ୍ପ, ପାସପୋର୍ଟ, ନଗଦ ଟଙ୍କା, ସାଉଦି ଆରବର ମୁଦ୍ରା ଆଦି ଜବତ ହୋଇଛି ।

ସନ୍ତ୍ରାସୀ ମୁଖତାରର ସହଯୋଗୀ ଏବଂ ଭାରତରୁ ବିତାଡିତ ଆମେରିକୀୟ ମହିଳା କାରିସ ଫିସର ୨୦୦୬ରେ ଭାରତକୁ ଆସି ଜୁନ ୨୦୧୬ ପର୍ଯ୍ୟନ୍ତ କାଶ୍ମିରରେ ରହି ପାକ୍‌ର ଏଜେଣ୍ଡା ଚଳାଇଥିଲା । ଜୁନ ୨୦୨୦ରେ ଚିନାର କନ୍‌ସଲ୍‌ଟିଂ ଗ୍ରୁପ ଏବଂ ମଇ ୨୦୨୦ରେ କାଶ୍ମିର ଆକସନ୍ ନେଟୱାର୍କ (କାନ) ନାମରେ ଦୁଇଟି  ଲବିଂ ସଂସ୍ଥା ୱାସିଂଟନରେ ଖୋଲି ଭାରତ ବିରୋଧୀ ପ୍ରଚାର ପାଇଁ ବିଲାଲ ଅହମ୍ମଦ ଗଫର ନାମକ ସିନ୍ଧ ପ୍ରଦେଶର ପିଟିଆଇ ଦଳର ବିଧାୟକଙ୍କଠାରୁ ବରାଦ ଅର୍ଥ ପାଇସାରିଛି । ଭାରତରେ ରହିବା କାଳରେ ଫିସର ସୀମା ନିକଟବ ର୍ୀ ଜିଲ୍ଲା ବାରମୂଳାର ରଫିଆବାଦ ସହରରେ ରଫିଆବାଦ ରୁରାଲ ଡେଭଲପମେ ଫାଉଣ୍ଡେସନ ନାମକ ଏକ ଏନ୍‌ଜିଓକୁ ଚଳାଉଥିଲା । ଏବେ ଭାରତ ବିରୋଧୀ ପ୍ରଚାର କରିବାକୁ ସେ ପାକ୍ ମୁଦ୍ରାରେ ବାର୍ଷିକ ୧.୩୨ କୋଟି ଅର୍ଥ ପାଇବ । ଏଥିପାଇଁ ପାକ୍ ସରକାର ଏବଂ ଫିସର ମଧ୍ୟରେ ବୁଝାମଣା ହୋଇସାରିଛି ।

ଆମେରିକାର ଗଣମାଧ୍ୟମ ଏବଂ ରାଜନେତା (ସାଂସଦ)ମାନଙ୍କ ମଧ୍ୟରେ କାଶ୍ମିର ସଂକ୍ରାନ୍ତରେ ଭାରତ ବିରୋଧୀ ପ୍ରଚାର ଚଳାଇବାକୁ ଉକ୍ତ ଅର୍ଥ ପ୍ରଦାନ କରାଯାଇଛି । ପାଶ୍ଚାତ୍ୟ ଜଗତରେ ଭାରତ ବିରୋଧୀ ପ୍ରଚାର କରିବାକୁ ପାକିସ୍ଥାନ ପୂର୍ବରୁ ଅନ୍ୟ ଦୁଇଟି ଆମେରିକାର ଲବିଂ ସଂସ୍ଥା (ଭଡାଟିଆ ମିଛ ପ୍ରଚାରକାରୀ) ବିଏଲ୍‌ଜେ ୱାର୍ଲଡ ୱାଇଡ ଏବଂ ଲିଣ୍ଡେନ ଗଭର୍ଣ୍ଣମେ ସଲ୍ୟୁସନକୁ ନିଯୁକ୍ତି ଦେଇଥିବା ବିଷୟରେ ଦି ସଣ୍ଡେ ଗାର୍ଡିଆନ ସମ୍ବାଦପତ୍ରରେ ଖବର ପ୍ରକାଶ ପାଇଥିଲା । କାରିନ ଯୋଧା ଫିସର ସୋସିଆଲ ମିଡିଆରେ ମଧ୍ୟ ଭାରତ ବିରୋଧୀ ପ୍ରଚାର ଅଭିଯାନ ଚାଲୁ ରଖିଛି ।  ଯେମିତି ୮ ସେପ୍ଟେମ୍ବର ୨୦୨୧ ସନ୍ଧ୍ୟା ୬ଟା ୫୫ମିନିଟ୍‌ରେ ସେ ତା ନିଜର ଟ୍ୱିଟର ଆକାଉ ରେ ଏକ ପୋଷ୍ଟ କରିଥିଲା ।

ଯେଉଁଥିରେ ସୋପୋର ଲୋକମାନେ ଏକ ସଡକର ଖରାପ ଅବସ୍ଥା ସଂକ୍ରାନ୍ତରେ ବିରୋଧ ପ୍ରଦର୍ଶନ କରିବାର  ଘଟଣାକୁ ନେଇ ସେ ଲେଖିଥିଲା “ଏମାନେ ଗିଲାନୀ ସାହେବଙ୍କ ସୋପୋରରେ ମୃତ୍ୟୁକୁ ନେଇ ପ୍ରତିବାଦ ପ୍ରଦର୍ଶନ କରିବେ ନାହିଁ । ଏସବୁ ମୋତେ ଦୁଃଖ ଦେଇଛି । ଏସବୁ ଦେଖି ମୁଁ କ୍ଷୁବ୍‌ଧ ହୋଇଉଠୁଛି ।” ନିଜକୁ କାଶ୍ମିର ବିକାଶର ପ୍ରଚଣ୍ଡ ପ୍ରବକ୍ତା ଭାବେ ପ୍ରଚାର କରୁଥିବା ଏହି ମହିଳା ଜଣକ ନିଜ ଟ୍ୱିଟରରେ ୧୫ ଫେବୃଆରୀ ୨୦୨୧ରେ ଅନେକ ମିଥ୍ୟା ପ୍ରଚାର କରି ନିଜର ଟ୍ୱିଟର ଆକାଉ ରେ ପୋଷ୍ଟ କରିବା ସହ କାଶ୍ମିରୀ ଲୋକେ ବାକି ଭାରତ ଠାରୁ ଶିକ୍ଷା, କୃଷି ଓ ବିକାଶରେ ବହୁ ଆଗରେ ଥିବା କହି ଶେଷରେ ଲେଖିଥିଲା “ଆଜାଦ କାଶ୍ମିର (ପାକ୍ ଦଖଲରେ ଥିବା) କୁ କେହି ଯଦି ଦଖଲ କରାଯାଇଥିବା କଥା କହେ ତେବେ ମୁଁ ଉଗ୍ରବାଦୀ ହୋଇଥାଏ ।  କାରଣ ଏହା ଏପରି ହୋଇନାହିଁ ।”

ପୃଥିବୀରେ ଚାଲିଥିବା  ସନ୍ତ୍ରାସବାଦ ପଛରେ ଅନେକ ସାମ୍ବାଦିକ ସହଯୋଗୀ ହୋଇ ରହିଛନ୍ତି । କାତାରର ସମ୍ବାଦ ପ୍ରସାରଣକାରୀ ସଂସ୍ଥା ଅଲ-ଜଜିରା ଏଥିରେ କୁଖ୍ୟାତି ଅର୍ଜନ କରିଛି । ପୃଥିବୀର ଅନେକ ଦେଶରେ ସନ୍ତ୍ରାସବାଦୀମାନଙ୍କୁ ଏହି ସଂସ୍ଥା ପରିଚୟପତ୍ର ଦେଇ ସାମ୍ବାଦିକଭାବେ ଛିଡା କରାଇଛି ।  ନିକଟରେ ଇସ୍ରାଏଲ ସୀମାରେ ଏମିତି ଜଣେ ସାମ୍ବାଦିକା ସନ୍ତ୍ରାସୀଙ୍କୁ ସହଯୋଗ କରିବା ଅଭିଯୋଗରେ ଗୁଳି ଖାଇଥିଲେ । ଇସଲାମିକ ସନ୍ତ୍ରାସବାଦର ସମର୍ଥନରେ ଏହି ସଂସ୍ଥା ସବୁବେଳେ ନିଜ ଏଜେଣ୍ଡାକୁ ନେଇ ଖବର ପ୍ରସାରିତ କରିଥାଏ । ତେବେ ଗଣମାଧ୍ୟମରେ ଏପ୍ରକାର ସନ୍ତ୍ରାସବାଦୀମାନଙ୍କ ପ୍ରବେଶ ବିଶ୍ୱ ପାଇଁ ଆଦୌ ଭଲ ଖବର ନୁହେଁ ।

ଭାରତୀୟ ସମ୍ବାଦ ସେବା (ଭାସ୍‌)

ଭୁବନେଶ୍ୱର-୭୫୧୦୦୩

Author Image

Soumendra Jena

Recent Posts

The Independence:If-the-BJP-government-is-formed-in-Odisha-drinking-water-problem-will-be-solved-as-a-priority-Bhatrahari-Mahatab

ଓଡ଼ିଶାରେ ବିଜେପି ସରକାର ଗଠନ କଲେ ଅଗ୍ରାଧିକାର ଭିତିରେ ପାନୀୟ ଜଳ ସମସ୍ୟାର ସମାଧାନ କରାଯିବ: ଭତୃହରି ମହତାବ

The Independence:Odisha-Cow-Slaughtering

Odisha : ଗୋ ମାଂସ ବୋଝେଇ ଟ୍ରକ ଜବତ

The Independence:Jagannath-Temple-Odisha-Mumbai

ଓଡିଶା ବାହାରେ ମହାପ୍ରଭୁ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର

The Independence:Modi-Government-9-Years-Seva-Susasan-Garib-Kalyana

ନ’ ବର୍ଷର ସୁଶାସନ

The Independence:Rath-Yatra-2023-Lakhs-of-devotees-witness-Suna-Besha-of-Holy-Trinity-in-Puri

ଶ୍ରୀକ୍ଷେତ୍ରରେ ରଥାରୁଢ଼ ଶ୍ରୀଜୀଉଙ୍କ ସୁନାବେଶ, ମହଣ ମହଣ ସୁନା ଅଳଙ୍କାରରେ ସଜ୍ଜିତ ତିନି ଠାକୁର

The Independence:Puri-Ratha-Jatra-2023-Jay-Jagannath

ଶରଧାବାଲିରେ ଲାଗିଲା ତିନି ଠାକୁରଙ୍କ ତିନି ରଥ

The Independence:Ratha-Jatra-2023-ନୀଳାଦ୍ରିବିଜେରେ-ନୀଳକନ୍ଦରକୁ-ଫେରନ୍ତି-ନୀଳାଦ୍ରିନାଥ-ସରେ-ଜନ୍ମବେଦି-ଲୀଳା

Ratha Jatra 2023: ନୀଳାଦ୍ରିବିଜେରେ ନୀଳକନ୍ଦରକୁ ଫେରନ୍ତି ନୀଳାଦ୍ରିନାଥ; ସରେ ଜନ୍ମବେଦି ଲୀଳା

The Independence:Jagannath-Temple-Rath-Jatra

ଏକାବନ ଦିନରେ ଚଳଚଞ୍ଚଳ ରଥଖଳା

The Independence:ପ୍ରେମିକାକୁ-ଛୁରୀ-ଭୁଷିଲା-ପଥରରେ-ଛେଚି-ମୁହଁ-ନଷ୍ଟ-କଲା-ଜହ୍ଲାଦ-ପ୍ରେମିକ-ସାହିଲ-ଖାଁ

ପ୍ରେମିକାକୁ ଛୁରୀ ଭୁଷିଲା, ପଥରରେ ଛେଚି ମୁହଁ ନଷ୍ଟ କଲା ଜହ୍ଲାଦ ପ୍ରେମିକ ସାହିଲ ଖାଁ

The Independence:Land-Jihad-Dwarka

ଜମି ଜିହାଦର ଅନ୍ୟନାମ ଦ୍ୱାରକା

The Independence:Odisha-cant-make-progress-with-Shashikala-syndrome-Dharmendra

‘ଶଶୀକଳା ସିଣ୍ଡ୍ରୋମ’ କହିବାରୁ ସରକାରଙ୍କୁ ବାଧିଲା: ଧର୍ମେନ୍ଦ୍ର

The Independence:Land-Jihad-Love-Jihad-Jameen-Jihad-in-Odisha

ରାଜ୍ୟରେ ବଢ଼ୁଛି ଜିହାଦୀଙ୍କ ସଂଖ୍ୟା !

The Independence:The-Kerala-Story-Official-Trailer--Vipul-Amrutlal-Shah--Sudipto-Sen--Adah-Sharma--Aashin-A-Shah

The Kerala Story Official Trailer | Vipul Amrutlal Shah | Sudipto Sen | Adah Sharma | Aashin A Shah

The Independence:Guddu-Muslim-Odisha-Link-BJD

ଗୁଡ୍ଡୁ ମୁସଲମାନର ଖାସ୍, ବିଜେଡି ବିଧାୟକଙ୍କ ରାଇଟହାଣ୍ଡ

The Independence:important-files-of-the-jagannath-temple-administration-have-gone-missing

ଗାଏବ ହେଲା ଜଗନ୍ନାଥ ମନ୍ଦିର ପ୍ରଶାସନର ଗୁରୁତ୍ଵପୂର୍ଣ୍ଣ ଫାଇଲ

The Independence:Debacle-in-American-Banking-System

ଆମେରିକାର ବ୍ୟାଙ୍କିଂ ବ୍ୟବସ୍ଥାରେ ବିପର୍ଯ୍ୟୟ

The Independence:palghar-sadhu-lynching-case-to-be-investigated-by-cbi

ପାଲଘର ସାଧୁହତ୍ୟା ମାମଲାର ହେବ ସିବିଆଇ ତଦନ୍ତ

The Independence:Mix-Mandate-in-USA-Joe-Biden

ଆମେରିକାରେ ମିଶ୍ରିତ ଜନମତ

The Independence:Jayshankar-in-Fiji

ଫିଜିରେ ବିଜି ଜୟଶଙ୍କର

The Independence:Women-Freedom-Fighters-of-India-Name-List-and-Their-Roles

ଭାରତର ମହାନ ମହିଳା ସ୍ୱାଧୀନତା ସଂଗ୍ରାମୀମାନେ ଯାହାଙ୍କୁ ଇତିହାସକାରମାନେ ଭୁଲି ଯାଇଥିଲେ

The Independence:Dharmendra-Seeks-Centres-Intervention-For-Protection-Of-Archaeological-Assets-In-Odisha

ଓଡ଼ିଶାରେ ଅସୁରକ୍ଷିତ ଶିଶୁପାଳ ଗଡ଼ ଓ ଲଳିତଗିରି ପରି ଐତିହ୍ୟ କୀର୍ତ୍ତିରାଜି

The Independence:ଶ୍ରୀମନ୍ଦିରର-ପ୍ରସିଦ୍ଧ-ଦୋଳଯାତ୍ରା

ଶ୍ରୀମନ୍ଦିରର ପ୍ରସିଦ୍ଧ ଦୋଳଯାତ୍ରା

The Independence:Young-writer-Om-Priyadarshis-book-on-Paika-movement-released

ଉନ୍ମୋଚିତ ହେଲା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଚୟନିତ ଓମ୍ ପ୍ରିୟଦର୍ଶୀଙ୍କ ପୁସ୍ତକ "ପାଇକ: ଜନ, ଆଖ୍ୟାନ ଓ ଆନ୍ଦୋଳନ"

The Independence:Baijayanta-Panda-listens-Man-Ki-Baat-Programme-at-Bhawanipatna

ଭବାନୀପାଟଣା “ମନ୍‌ କି ବାତ୍‌” କାର୍ଯ୍ୟକ୍ରମରେ ବୈଜୟନ୍ତ ପଣ୍ଡା

The Independence:ଜର୍ଜ-ସୋରୋସଙ୍କ--ନେଟୱର୍କ-ଓ-କଣ୍ଢେଇ-ମାନଙ୍କୁ-ଚିହ୍ନଟ--ଜରୁରୀ

ଜର୍ଜ ସୋରୋସଙ୍କ ନେଟୱର୍କ ଓ କଣ୍ଢେଇ ମାନଙ୍କୁ ଚିହ୍ନଟ ଜରୁରୀ