ତାମିଲନାଡୁ ହେଉଛି ପୁରାତନ ସଂସ୍କୃତିର ରାଜ୍ୟ । ସେଠାରେ ଅଗଣିତ ପୁରାତନ ମନ୍ଦିର ରହିବା ସହିତ ବିଦ୍ୱାନ ବ୍ରାହ୍ମଣମାନେ କେଉଁ ଆଦିମକାଳରୁ ରହି ଆସୁଛନ୍ତି । ଆମ ଓଡିଶାରେ ଯେମିତି ବିଭିନ୍ନ ବ୍ରାହ୍ମଣ ଶାସନ ଗାଁ ମାନ ରହିଛି ସେମିତି ତାମିଲନାଡୁରେ ବି ଅନେକ ବ୍ରାହ୍ମଣ ଶାସନ ଗାଁ ମାନ ରହିଛି ଯାହାକୁ ତାମିଲ ଭାଷାରେ ଅଗରହାରାମ କୁହାଯାଏ ।
ହେଲେ ଏବେ ସେହି ଅଗରହାରାମର ଅବସ୍ଥା ବଦଳିଗଲାଣି । ସେଠାରେ ଏବେ ମୁସଲମାନମାନଙ୍କର ସଂଖ୍ୟା ବଢିଗଲାଣି । ଯାହାର ପ୍ରଭାବରେ ସେହି ଅଗରହାରାମର ବ୍ରାହ୍ମଣମାନେ ଭୟରେ ଗାଁ ଛାଡି ପଳାଇ ଯାଉଛନ୍ତି ଓ କିଛି କିଛି ଭୟରେ ମୁସଲମାନ ଧର୍ମ ଆପଣାଇ ନେଉଛନ୍ତି । ତାମିଲନାଡୁର ଶିରଖାଜି, କୁମ୍ବାକୋଣମ, ନାଗୁର, ଥିରୁବରୁର, ମାଇଲାଦୁଥୁରାଇ ହେଉଛି ସେହିଭଳି କିଛି ଅଂଚଳ ଯେଉଁଠାରେ ଅନେକ ଅଗରହାରାମ ରହିଥିଲା । ସେହିଭଳି ତାଂଜୋର ଅଂଚଳମଧ୍ୟ ମୁସଲିମମାନଙ୍କର କବଜାକୁ ଆସିଗଲାଣି । ଏବେ ସେଠାରେ ରାସ୍ତା ସବୁର ନାଁ ବଦଳି ଜିନ୍ନାଷ୍ଟ୍ରିଟ, କ୍ୱାଇଡ ଇ ମିଲାଦ ଷ୍ଟ୍ରିଟ, ହାଜିୟାର ଷ୍ଟ୍ରିଟ ହୋଇସାରିଲାଣି । ମନ୍ଦିର ସବୁକୁ ବଦଳାଇ ମସଜିଦ ନିର୍ମାଣ ହୋଇଛି ଓ ମନ୍ଦିରରେ ଥିବା ବଡ ପୋଖରୀ ସବୁର ନାଁ ନମାଜ ପୋଖରୀ ହୋଇଯାଇଛି ।
ହେଲେ ଏମିତି କାହିଁକି ହୋଇଯାଉଛି । ଏହା ଏକ ଯୋଜନାବଦ୍ଧ ଷଡଯନ୍ତ୍ର । ସେମାନେ ଖୋଜିବୁଲୁଛନ୍ତି କେଉଁ ବ୍ରାହ୍ମଣ ପରିବାର ଆର୍ଥୀକ ସଙ୍କଟରେ ଅଛନ୍ତି । ସେମାନଙ୍କୁ ଚିହ୍ନଟ କରିଲା ପରେ ପ୍ରଥମେ ସେହି ଅଂଚଳରେ ଜଣେ ହିନ୍ଦୁଙ୍କ ମାଧ୍ୟମରେ ହିନ୍ଦୁଙ୍କ ନାଁରେ ମୁସଲିମ ଅର୍ଥରେ ଘର କିଣାଯାଉଛି । ପରେ ସେହି ଘରକୁ ନିଜ ନାଁକୁ ଆଣି ସେଠାରେ ରହିବା ଆରମ୍ଭ କରୁଛନ୍ତି । ରହିବା ପରେ ଆରମ୍ଭ ହୋଇଯାଉଛି ସେମାନଙ୍କର ହରକତ । ପ୍ରଥମେ ସେଠାରେ ଗାଈ, ବଳଦକୁ କାଟି ସେସବୁର ମାଂସ ରକ୍ତ ପାଣିକୁ ଗାଁ ଦାଣ୍ଡକୁ ଛାଡିବା, ହିନ୍ଦୁମାନଙ୍କର ପୁଜା ଦିନରେ ଗୋହତ୍ୟା କରିବା ଏପରି ଆରମ୍ଭ ହେଉଛି । ବାହାର ମୁସଲିମାନଙ୍କୁ ଡକାଇ ସେଠାରେ ବିଭିନ୍ନ ଭାବରେ ଭୟଭିତ କରିବା ପାଇଁ ଚେଷ୍ଟା କରିବା ଆଦି କାରଣରୁ ଶାନ୍ତିପ୍ରିୟ ତାମିଲ ବ୍ରାହ୍ମଣମାନେ ସେସ୍ଥାନ ଛାଡି ଚାଲିଯିବା ପାଇଁ ଚାହୁଁଛନ୍ତି । ଏଥିରେ ତାମିଲନାଡୁର ରାଜନୈତିକ ଦଳମାନେ ସଂଖ୍ୟାଲଘୁ ଭୋଟ ପାଇଁ ମୁସଲିମ ମାନଙ୍କୁ ସାହାଯ୍ୟ କରୁଛନ୍ତି । ଏମିତି ଧୀରେ ଧୀରେ ଏବେ ଅଗରହାରାମ ଗାଁ ଗୁଡିକ ଧୀରେ ଧୀରେ ବ୍ରାହ୍ମଣଶୁନ୍ୟ ହୋଇ ମୁସଲିମ ବହୁଳ ହୋଇସାରିଲାଣି ।
ଯେଉଁଭଳି ଭାବରେ କାଶ୍ମୀର ଓ ପଶ୍ଚିମବଙ୍ଗ ଓ କେରଳରେ ହିନ୍ଦୁମାନଙ୍କର ଜମିକୁ ଧୀରେ ଧୀରେ ମୁସଲିମମାନେ କବଜା କରିସାରିଲେଣି ଏବେ ତାମିଲନାଡୁରେ ବି ସେଭଳି ହେଲାଣି । ଅଗରହାରାମ ହେଉଛି ଏହାର ସଦ୍ୟତମ ଉଦାହରଣ ।