The Independence:Jayshankar-in-Fiji

 ଚଳିତ ମାସ ଦ୍ୱିତୀୟ ସପ୍ତାହରେ ଭାରତର ବିଦେଶ ମନ୍ତ୍ରୀ ଏସ.ଜୟଶଙ୍କର  ଭାରତ ପ୍ରଶାନ୍ତ ମହାସାଗରୀୟ ଦ୍ୱୀପ ରାଷ୍ଟ୍ର ଫିଜିକୁ ତିନିଦିନିଆ ଗସ୍ତରେ ଯାଇଥିଲେ । ଫିଜିରେ ୧୨ଶ ବିଶ୍ୱ ହିନ୍ଦୀ ସମ୍ମେଳନରେ ଅତିଥିଭାବେ ଜୟଶଙ୍କରଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଏହା ପୂର୍ବରୁ ୨୦୧୮ରେ ମରିସସ୍‌ଠାରେ ୧୧ଶ ସମ୍ମେଳନ ହୋଇଥିଲା । ୧୯୭୫ରେ ମହାରାଷ୍ଟ୍ରର ନାଗପୁରଠାରେ ପ୍ରଥମ ହିନ୍ଦୀ ସମ୍ମେଳନ ଆୟୋଜିତ ହୋଇଥିଲା । ଫିଜି ଗସ୍ତକାଳରେ ସେଠାକାର ରାଷ୍ଟ୍ରପତି ରାତୁ ୱିଲିୟମେ କାଟୋନୋଭିରେ ପ୍ରଧାନମନ୍ତ୍ରୀ ଶିତିଭେନୀ ରାଦୁକା ଏବଂ ଉପ ପ୍ରଧାନମନ୍ତ୍ରୀ ବିମନ ପ୍ରସାଦଙ୍କୁ ମଧ୍ୟ ସାକ୍ଷାତ କରିଥିଲେ । ଏହି ଅବସରରେ ବିଦେଶମନ୍ତ୍ରୀ ଜୟଶଙ୍କର  ଦ୍ୱିପାକ୍ଷିକ ସଂପର୍କକୁ କେନ୍ଦ୍ରକରି ଆଲୋଚନା କରିଥିଲେ । ଦ୍ୱିପାକ୍ଷିକ ଆଲୋଚନା ପରେ ମିଳିତ ସାମ୍ବାଦିକ ସମ୍ମିଳନୀରେ ଭାରତ ପକ୍ଷରୁ ଭିସା ପ୍ରଦାନ ନୀତିରେ କୋହଳ କରାଯିବାକୁ ଘୋଷଣା ହୋଇଥିଲା ।

ଫେବୃଆରୀ ୧୬ତାରିଖରେ ଫିଜି ଗସ୍ତକାଳରେ ଭାରତ ଏବଂ ଜାତିସଂଘ ବିକାଶ ପ୍ରକଳ୍ପର ସହାୟତାରେ  ୧.୩ ମିଲିଅନ ଡଲାର ବ୍ୟୟରେ ନିର୍ମିତ ସୌର ପ୍ରକଳ୍ପର ଉଦ୍‌ଘାଟନ ହୋଇଥିଲା । ରାଜଧାନୀ ସୁଭାର ଷ୍ଟେଟ ହାଉସ୍‌ଠାରେ ଏହି ପ୍ରକଳ୍ପ  ଲଗାଯାଇଛି । ସୈାର ସାମ୍ମୁଖ୍ୟରେ ଫିଜି ଏକ ସଦସ୍ୟ ରାଷ୍ଟ୍ର ହୋଇଥିବା ହେତୁ ଜୁନ୍  ୨୦୨୦ରେ ଏଥିପାଇଁ ଜାତିସଂଘର ସଂଯୋଜକ ଏବଂ ପାସିଫିକ ଆଇଜଲାଣ୍ଡ ଡେଭଲପମେ ଫୋରମ୍ ମଧ୍ୟରେ ଏଥିପାଇଁ ବୁଝାମଣା ହୋଇଥିଲା । ଏହି ପ୍ରକଳ୍ପରେ ସୁଭାସ୍ଥିତ ୧୧ଟି ରାଷ୍ଟ୍ରର କୂଟନୀତିକ କାର୍ଯ୍ୟାଳୟରେ ଫୋଟୋ ଭୋଲଟାଇକ୍ ବ୍ୟବସ୍ଥା ଲଗାଯିବ । ଯେଉଁସବୁ ରାଷ୍ଟ୍ର ଏହି ଏହି ତାଲିକାରେ ରହିଛନ୍ତି ସେଗୁଡିକ ଏହିପରି -ଫିଜି, ମାଇକ୍ରୋନେସିଆ, ପଲାଉ, କିରିବାଟୀ, ମାର୍ଶାଲ ଆଇଜଲାଣ୍ଡ, ନାଉରୁ, ସୋଲୋମନ ଆଇଜଲାଣ୍ଡ, ତିମୋର, ଟୋଙ୍ଗା, ଟୁଭାଲୁ ଓ ଭାନୁହାତୁ । ବିଦେଶମନ୍ତ୍ରୀ ଜୟଶଙ୍କର ଫିଜିର ସଂସଦୀୟ ଅଧିବେଶନରେ ମଧ୍ୟ ଯୋଗ ଦେଇଥିଲେ । ସେଠାରେ ମନ୍ତ୍ରୀ ଚରଣଜିଥ୍ ସିଂହଙ୍କ ହିନ୍ଦୀ ଭାଷଣକୁ ଜୟଶଙ୍କର ପ୍ରଶଂସା କରିଥିଲେ ।

ଗତ ଡିସେମ୍ବର ୨୦୨୨ରେ ଫିଜିର ନୂତନ ମନ୍ତ୍ରିମଣ୍ଡଳ କାର୍ଯ୍ୟଭାର ଗ୍ରହଣ କରିଥିଲା । ନିକଟରେ ଫିଜିର ଉପ ପ୍ରଧାନମନ୍ତ୍ରୀ ବିମନ ପ୍ରସାଦ ଭାରତ ଗସ୍ତରେ ଆସିଥିଲେ । ନାଦିଠାରେ ଥିବା ଶ୍ରୀ ଶିବସୁବ୍ରମଣ୍ୟ ସ୍ୱାମୀଙ୍କ ମନ୍ଦିରକୁ ଦର୍ଶନ ପାଇଁ ଜୟଶଙ୍କର ଯାଇ ସେଠାକାର ମନ୍ଦିର କର୍ମକ ର୍ାଙ୍କ ସହ ମଧ୍ୟ ଆଲୋଚନା କରିଥିଲେ । ସୁଭାସ୍ଥିତ ଫିଜି ସଂଗ୍ରହାଳୟକୁ ଜୟଶଙ୍କର ବୁଲି ଦେଖିଥିଲେ । ସେଠାରେ ଭାରତୀୟ ଲୋକଙ୍କ ସଂପର୍କରେ ଗିରମିଟିଆ ଗ୍ୟାଲେରୀକୁ ଉଦ୍‌ଘାଟନ କରିଥିଲେ ।  ଫିଜିର ମୋଟ ଜନସଂଖ୍ୟାର ୩୮ ପ୍ରତିଶତ ଲୋକ ଭାରତୀୟମୂଳର ହୋଇଥିବାରୁ ସେଠାରେ ଭାରତବଂଶୀଙ୍କ ପ୍ରଭାବ ସମାଜ, ରାଜନୀତି, ବାଣିଜ୍ୟ ଆଦି ସବୁକ୍ଷେତ୍ରରେ ଦେଖିବାକୁ ମିଳେ । ଜୟଶଙ୍କର ଏହି  ଗସ୍ତକାଳରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଏକ ଆବକ୍ଷ ପ୍ରତିମୂ ର୍ିକୁ ଅନାବରଣ କରିଥିଲେ ।

ଫିଜି ଏକ ଛୋଟ ରାଷ୍ଟ୍ର ହୋଇଥିଲେ ମଧ୍ୟ ଜାତିସଂଘରେ ଭାରତ ପରି ଗୋଟିଏ ଭୋଟ ଦେଉଥିବାରୁ ତାର ମୂଲ୍ୟ ଭାରତ ସହ ସମାନ । ତେଣୁ ବିଶ୍ୱ ପରିପ୍ରେକ୍ଷୀରେ ଆଗାମୀ ଦିନରେ ବିବିଧ କ୍ଷେତ୍ରରେ ସାମଗ୍ରୀକ ବିକାଶକୁ ଭାରତ ଜୋର ଦେବାକୁ ଲକ୍ଷ୍ୟ ରଖିଛି । ଯେଉଁସବୁ ଛୋଟ ଦେଶକୁ ଋଣ ପ୍ରଦାନ କରି ଚୀନ ଋଣର ଯନ୍ତାରେ ପକାଇଛି ସେହିସବୁ ଦେଶକୁ ରକ୍ଷା କରିବାକୁ ଭାରତ ପ୍ରୟାସ କରିବ ବୋଲି ଘୋଷଣା କରିଛି । ଭାରତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର ଦକ୍ଷିଣରେ ଥିବା ୧୫ଟି ଦ୍ୱୀପ ରାଷ୍ଟ୍ର ଉପରେ ଚୀନର ନଜର ରହିଛି । ଗତବର୍ଷ ୮ଟି ରାଷ୍ଟ୍ରକୁ ଚୀନ ବିଦେଶମନ୍ତ୍ରୀ ୱାଙ୍ଗ ୟି ଗସ୍ତ କରି  ଆର୍ôଥକ ସହଯୋଗ ଘୋଷଣା କରିଥିଲେ । ହେଲେ ଡିସେମ୍ବରରେ ମିଳିତ ମନ୍ତ୍ରିମଣ୍ଡଳ ଗଠିତ ହେବାପରେ ପ୍ରଧାନମନ୍ତ୍ରୀ ରାବୁକା ଚୀନ ସହ ୨୦୧୧ର ଏକ ବୁଝାମଣାକୁ ରଦ୍ଦ କରିବାକୁ ଘୋଷଣା କରିଥିଲେ । କାରଣ ସେହି ବୁଝାମଣାରେ ଫିଜିର ପୋଲିସ ଅଧିକାରୀମାନଙ୍କୁ ଚୀନ ପକ୍ଷରୁ ପ୍ରଶିକ୍ଷଣ ଦେବାର ବ୍ୟବସ୍ଥା ଥିôଲା । ଅପରପକ୍ଷେ ଚୀନର ଅଧିକାରୀମାନେ ଏହାର ବଦଳରେ ୩ରୁ ୬ମାସ ପାଇଁ ଫିଜିରେ ନିଯୁକ୍ତ ହେବାର ବ୍ୟବସ୍ଥା ଥିଲା ।

ଜୟଶଙ୍କରଙ୍କ ସହ ସାକ୍ଷାତ ବେଳେ ଫିଜିର ପ୍ରଧାନମନ୍ତ୍ରୀ ଭାରତକୁ ପୁରୁଣା ମିତ୍ର ଏବଂ ନିକଟତମ ସହଯୋଗୀ ବୋଲି କହି ପ୍ରଶଂସା କରିଥିଲେ । ୨୦୨୦ର ବାତ୍ୟା ୟାସା କିମ୍ବା କୋରୋନା କାଳରେ ଫିଜିକୁ ପ୍ରଥମେ ସହଯୋଗର ହସ୍ତ ପ୍ରସାରିତ କରିଥିବା ବନ୍ଧୁରାଷ୍ଟ୍ର ଥିଲା ଭାରତ । ଏହି ସହଯୋଗକୁ ଆଗାମୀ ଦିନରେ ଅଧିକ ସୁଦୃଢ କରିବାଲାଗି ଫୋରମ ଫର ଇଣ୍ଡିଆ-ପାସିଫିକ ଆଇସଲାଣ୍ଡ କୋ-ଅପରେସନ (ଏଫ୍‌ଆଇପିଆଇସି)ର ବୈଠକ ଆଗାମୀ ଦିନରେ ହେବ ବୋଲି ଜୟଶଙ୍କର ପ୍ରକାଶ କରିଥିଲେ । ୨୦୧୪ରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫିଜି ଗସ୍ତ କାଳରେ ଏହି ସଂଗଠନ ଆରମ୍ଭ ହୋଇଥିଲା ।

ଫିଜିର ରାଜଧାନୀ ସୁଭାଠାରେ ଅନୁଷ୍ଠିତ ୧୨ଶ ବିଶ୍ୱ ହିନ୍ଦୀ ସମ୍ମେଳନ ଅବସରରେ ବିଦେଶମନ୍ତ୍ରୀ ଜୟଶଙ୍କର ଫିଜିର ରାଷ୍ଟ୍ରପତି ରାତୁ ୱିଲିୟମେ ମୈଭାଲିଲି କାଟୋନିଭେରେଙ୍କ ସହ ୨ଟି ପୁସ୍ତକ ସମେତ ଏକ ସ୍ୱତନ୍ତ୍ର ଡାକଟିକଟକୁ ମଧ୍ୟ ଉନ୍ମୋଚନ କରିଥିଲେ । ଫିଜିର ରାଷ୍ଟ୍ରପତି ଜୟଶଙ୍କରଙ୍କୁ ହିନ୍ଦୀ ସିନେମା ଦ୍ୱାରା ପ୍ରଭାବିତ ହୋଇଥିବା କଥା କହି ଶୋଲେ ସିନେମାର ଢେର ପ୍ରଶଂସା ମଧ୍ୟ କରିଥିଲେ । ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ଇଣ୍ଡିଆନ କାଉନସିଲ ଫର୍ କଲଚରାଲ୍ ରିଲେସନ୍ସ ଏବଂ ଭାରତର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ମିଳିତ ଭାବେ ସମସ୍ତ ବ୍ୟବସ୍ଥା କରାଯାଇଥିବା ହେତୁ ବିଦେଶମନ୍ତ୍ରୀ ଜୟଶଙ୍କର ସମସ୍ତଙ୍କୁ ଧନ୍ୟବାଦ  ଦେଇଥିଲେ । ମିଳିତ ସାମ୍ବାଦିକ ସମ୍ମେଳନରେ ସେ ଫିଜିର ପ୍ରଧାନମନ୍ତ୍ରୀ ଶିତିଭେନୀ ଲିଗାମାମଡା ରାବୁକାଙ୍କୁ ଏଥିପାଇଁ କୃତଜ୍ଞତା ଜ୍ଞାପନ କରିଥିଲେ । ହିନ୍ଦୀ, ତାମିଲ ଆଦି ଭାରତୀୟ ଭାଷାର ଅଧ୍ୟୟନ ବ୍ୟବସ୍ଥା ଫିଜିରେ କରିବାକୁ ହେଉଥିବା ଦାବିକୁ ପୂରଣ କରିବା ଲାଗି ଖୁବ୍ ଶିଘ୍ର ଚେଷ୍ଟା କରାଯିବ ବୋଲି ଜୟଶଙ୍କର ପ୍ରତିଶ୍ରୁତି ଦେଇଥିଲେ । ଆଗାମୀ ଦିନରେ ହିନ୍ଦୀକୁ ବିଶ୍ୱଭାଷା କରିବାକୁ ଯେଉଁ ପ୍ରୟାସ ଜାରି ରହିଛି ତାହା ସଫଳ ହେବ ବୋଲି ଆଶା ବ୍ୟକ୍ତ କରିଥିଲେ ।

ଫିଜିରୁ ଭାରତକୁ ଫେରିବା ବାଟରେ ଜୟଶଙ୍କର ୧୮ ତାରିଖ ଦିନ ଅଷ୍ଟ୍ରେଲିଆର ସିଡ୍‌ନୀଠାରେ ରାଇସିନା-ସିଡନୀ ଆଲୋଚନା ପାଇଁ ପହ ôଥିଲେ । ଅଷ୍ଟ୍ରେଲିଆର ବିଦେଶ ମନ୍ତ୍ରୀ ପେନ୍ନୀ ୱଙ୍ଗ୍‌ଙ୍କୁ ସାକ୍ଷାତ କରି ଦ୍ୱିପାକ୍ଷିକ ଆଲୋଚନା କରିଥିଲେ । କ୍ରିକେଟ ଖେଳାଳୀ ରୋହିତ ଶର୍ମାଙ୍କ ସ୍ୱାକ୍ଷର ଥିବା ଏକ କ୍ରିକେଟ ବ୍ୟାଟକୁ ସେ ଅଷ୍ଟ୍ରେଲିଆର ବିଦେଶମନ୍ତ୍ରୀଙ୍କୁ ଉପହାର ଦେବା ବେଳେ ନିଜର ନାମ ଲେଖାଥିବା ଜର୍ସିକୁ ୱଙ୍ଗ୍ ଜୟଶଙ୍କରଙ୍କୁ ପ୍ରଦାନ କରିଥିଲେ । ଅଷ୍ଟ୍ରେଲିଆନ୍ ଷ୍ଟ୍ରାଟେଜିକ ପଲିସୀ ଇନ୍‌ଷ୍ଟିଚ୍ୟୁଟ ଏବଂ ଭାରତରର ଅବଜରଭର ରିସର୍ଚ୍ଚ ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ସିଡନୀଠାରେ ଆୟୋଜିତ ଆଲୋଚନାରେ ଜୟଶଙ୍କର ମୁଖ୍ୟ ଭାଷଣ ଦେଇଥିଲେ । ଏଥିରେ ଦୁଇଦେଶ ମଧ୍ୟରେ ବିବିଧ ପ୍ରକାର ସହଯୋଗ ଏବଂ ସ୍ୱାର୍ଥ ସମ୍ବନ୍ଧୀୟ ବିଷୟର ବ୍ୟାପକ ଆଲୋଚନା ହୋଇଥିଲା । 

କ୍ୱାଡ ଗୋଷ୍ଠୀରେ ଅଷ୍ଟ୍ରେଲିଆ ଏକ ସଦସ୍ୟ ରାଷ୍ଟ୍ର ହୋଇଥିବା ହେତୁ ଏହି ଆଲୋଚନା ଗୁରୁତ୍ୱପୂର୍ଣ୍ଣ ଥିଲା । ଏହାଛଡା ଚଳିତବର୍ଷ ଭାରତ ଜି ୨୦ ବୈଠକ ଆୟୋଜିତ କରୁଥିବା ହେତୁ ଏହା ଦୁଇଦେଶ ମଧ୍ୟରେ ଏକପ୍ରକାର ପ୍ରାକ୍ ମନ୍ତ୍ରିସ୍ତରୀୟ ବୈଠକ ଥିଲା । କାରଣ ୧ ମାର୍ଚ୍ଚ ଦିନ ଆନୁଷ୍ଠାନିକ ଭାବେ ଜି ୨୦ ମନ୍ତ୍ରିସ୍ତରୀୟ ବୈଠକ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହେବ । ରାଇସିନା ଆଲୋଚନା ମାର୍ଚ୍ଚ ୨ରୁ ୪ ପର୍ଯ୍ୟନ୍ତ,  ସିଡନୀ ଆଲୋଚନା ଏପ୍ରିଲ ୪-୫ ରେ ହେବାକୁ ଥିବାରୁ ଭାରତ- ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ପ୍ରଭାବଶାଳୀ ବିଦେଶନୀତି, ସୁରକ୍ଷା, ଟେକ୍ନୋଲୋଜୀ ବିଷୟରେ ଅଧିକ ଆଲୋଚନା ହେବାର ଆବଶ୍ୟକତା ରହିଛି । କାରଣ ମୁକ୍ତ ବାଣିଜ୍ୟ ପାଇଁ ପୂର୍ବରୁ ଦୁଇଦେଶ ମଧ୍ୟରେ ବୁଝାମଣା ହୋଇଥିବାରୁ ଏହି ଆଲୋଚନା ଜରୁରୀ ହୋଇପଡିଛି । ତେବେ ସିଡନୀ ଆଲୋଚନା ସାଇବର ଏବଂ ଗୁରୁତ୍ୱପୂର୍ଣ୍ଣ ଟେକ୍ନୋଲୋଜୀ ବିଷୟରେ ହେବ,ଯେଉଁଠି ବିଶ୍ୱର ଆଇନ ଶୃଙ୍ଖଳା ବିଷୟରେ ଅଧିକ ବିଚାର ବିମର୍ଶ ହେବ ।

ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଅଲବାନେସ୍‌ଙ୍କୁ ସାକ୍ଷାତ କରି ଜୟଶଙ୍କର ଦୁଇଦେଶର ରଣନୀତିକ ସଂପର୍କ ବିଷୟରେ ଆଲୋଚନା କରିଥିଲେ । ସିଡନୀର କିରିବିଲ୍ଲି ହାଉସଠାରେ ଦୁଇନେତାଙ୍କ ସାକ୍ଷାତ ବେଳେ ଜୟଶଙ୍କର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶୁଭେଚ୍ଛା ବା ର୍ା ଜଣାଇଥିଲେ ।  ଏହି ଅବସରରେ ସେ ରାଇସିନା -ସିଡନୀ ବିଜିନେସ୍ ବ୍ରେକଫାଷ୍ଟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଭାରତ କିପରି କୋରୋନା ସଙ୍କଟରୁ ସଶକ୍ତ ହୋଇ ଉତୁରିଥିଲା ତାହା ବର୍ଣ୍ଣନା କରିଥିଲେ । କୋରୋନା ଯୋଗୁ ସ୍ୱାସ୍ଥ୍ୟସେବା ଢା ।ରେ ପରିବ ର୍ନ, ଅନୁଦାନ ବୃଦ୍ଧି,ଟୀକାକରଣ ପାଇଁ ଅର୍ଥ ପ୍ରଦାନ, ଟୀକା ପ୍ରସ୍ତୁତି ଓ ଗବେଷଣା ନିମନ୍ତେ ସରକାରଙ୍କ ସହଯୋଗୀ ଭୂମିକା ଆଦି ବିଷୟରେ କହିଥିଲେ । କୋରୋନା କିପରି ନେପାଳ, ବଙ୍ଗଳାଦେଶ ଏବଂ ଶ୍ରୀଲଙ୍କା ପରି ଦେଶର ଅର୍ଥନୀତିକୁ ଉଜାଡି ଦେଇଛି ତାହା ସେ ଉଲ୍ଲେଖ କରିଥିଲେ । ୨୦୨୩ରେ ଭାରତର ବିକାଶହାର ୭ ପ୍ରତିଶତ ରହିବ ବୋଲି ସେ ଆଶାବ୍ୟକ୍ତ କରିବା ସହିତ ଆଗାମୀ ୧୫ବର୍ଷ ଭାରତ ୭-୯ ପ୍ରତିଶତ ହାରରେ କିପରି ବିକାଶ କରିବ ସେଥିପାଇଁ ସରକାର ପ୍ରସ୍ତୁତି ଚଳାଇଥିବା କହିଥିଲେ ।

ସିଡନୀର ଇ ରକ ିନେ ।ଲ ହୋଟେଲଠାରେ ଅନୁଷ୍ଠିତ ଏହି ଆଲୋଚନାରେ ମନ୍ତ୍ରୀ ଜୟଶଙ୍କର ପ୍ରକାଶ କରିଥିଲେ ଯେ ଦୁଇରାଷ୍ଟ୍ର ମଧ୍ୟରେ  ୨ ଏପ୍ରିଲ ୨୦୨୨ରେ ଆର୍ôଥକ ସହଯୋଗ ଏବଂ ବାଣିଜ୍ୟ ବୁଝାମଣା ହୋଇସାରିଛି । ଯାହାର ସୁଫଳ ୨୯ ଡିସେମ୍ବର ୨୦୨୨ରେ ଦେଖିବାକୁ ମିଳିଛି ।  ଏବେ ଅଧିକରୁ ଅଧିକ ବାଣିଜ୍ୟ ବୃଦ୍ଧି ହେବାରେ ଲାଗିଛି । ଏଥିପାଇଁ ଯୋଗ୍ୟ ଲୋକେ ମଧ୍ୟ ଅଷ୍ଟ୍ରେଲିଆକୁ ଭାରତରୁ ଆସିବାରେ ଲାଗିଛନ୍ତି । ପ୍ରାୟ ୧୦ଲକ୍ଷ ଭାରତୀୟ ଛାତ୍ରଛାତ୍ରୀ ଅଷ୍ଟ୍ରେଲିଆକୁ ପାଠପଢିବାକୁ ଆସୁଛନ୍ତି । ଅଷ୍ଟ୍ରେଲିଆର ବିଶ୍ୱବିଦ୍ୟାଳୟ ମଧ୍ୟ ଭାରତରେ ଉନ୍ନତ ଶିକ୍ଷାଦାନ କରିବାକୁ ଭାରତ ସ୍ୱାଗତ କରିବ ବୋଲି ସେ କହିଥିଲେ । ଏହି ଅବସରରେ ଏକ ଆଲୋଚନା “ଭାରତ ଅଷ୍ଟ୍ରେଲିଆ ଆର୍ôଥକ ସହଯୋଗର ପରବ ର୍ୀ ସୋପାନ: ସ୍ଥିରତା, ସୁରକ୍ଷା ଏବଂ ଅଖଣ୍ଡତା” ବିଷୟରେ ହୋଇଥିଲା ।ଏଥିରେ ଜେନେରାଲ ଆଟୋମିକ୍ସ ଗ୍ଲୋବାଲ କର୍ପୋରେସନର ମୁଖ୍ୟ କାର୍ଯ୍ୟନିର୍ବାହୀ ବିବେକ ଲାଲ, ଭାରତ - ଅଷ୍ଟ୍ରେଲିଆ ବିଜିନେସ୍ କାଉନସିଲର ମୁଖ୍ୟ ଜୋଡି ମ୍ୟାକକେ, ଏଏନ୍‌ଜେଡ୍ ଟାଟା କନ୍‌ସନ୍‌ଟାନ୍ସୀର ଉପାଧ୍ୟକ୍ଷ ବିକ୍ରମ ସିଂହଙ୍କ ସମେତ ସିଡ୍‌ନୀ ଆଲୋଚନାର ମୁଖ୍ୟ ବେକ୍ ସ୍ରିମ୍ପଟନ ପ୍ରମୁଖ ଯୋଗ ଦେଇଥିଲେ ।

Author Image

Soumendra Jena

RELATED NEWS

Recent Posts

The Independence:Odisha-cant-make-progress-with-Shashikala-syndrome-Dharmendra

‘ଶଶୀକଳା ସିଣ୍ଡ୍ରୋମ’ କହିବାରୁ ସରକାରଙ୍କୁ ବାଧିଲା: ଧର୍ମେନ୍ଦ୍ର

The Independence:Land-Jihad-Love-Jihad-Jameen-Jihad-in-Odisha

ରାଜ୍ୟରେ ବଢ଼ୁଛି ଜିହାଦୀଙ୍କ ସଂଖ୍ୟା !

The Independence:The-Kerala-Story-Official-Trailer--Vipul-Amrutlal-Shah--Sudipto-Sen--Adah-Sharma--Aashin-A-Shah

The Kerala Story Official Trailer | Vipul Amrutlal Shah | Sudipto Sen | Adah Sharma | Aashin A Shah

The Independence:Guddu-Muslim-Odisha-Link-BJD

ଗୁଡ୍ଡୁ ମୁସଲମାନର ଖାସ୍, ବିଜେଡି ବିଧାୟକଙ୍କ ରାଇଟହାଣ୍ଡ

The Independence:important-files-of-the-jagannath-temple-administration-have-gone-missing

ଗାଏବ ହେଲା ଜଗନ୍ନାଥ ମନ୍ଦିର ପ୍ରଶାସନର ଗୁରୁତ୍ଵପୂର୍ଣ୍ଣ ଫାଇଲ

The Independence:Debacle-in-American-Banking-System

ଆମେରିକାର ବ୍ୟାଙ୍କିଂ ବ୍ୟବସ୍ଥାରେ ବିପର୍ଯ୍ୟୟ

The Independence:palghar-sadhu-lynching-case-to-be-investigated-by-cbi

ପାଲଘର ସାଧୁହତ୍ୟା ମାମଲାର ହେବ ସିବିଆଇ ତଦନ୍ତ

The Independence:Mix-Mandate-in-USA-Joe-Biden

ଆମେରିକାରେ ମିଶ୍ରିତ ଜନମତ

The Independence:Jayshankar-in-Fiji

ଫିଜିରେ ବିଜି ଜୟଶଙ୍କର

The Independence:Women-Freedom-Fighters-of-India-Name-List-and-Their-Roles

ଭାରତର ମହାନ ମହିଳା ସ୍ୱାଧୀନତା ସଂଗ୍ରାମୀମାନେ ଯାହାଙ୍କୁ ଇତିହାସକାରମାନେ ଭୁଲି ଯାଇଥିଲେ

The Independence:Dharmendra-Seeks-Centres-Intervention-For-Protection-Of-Archaeological-Assets-In-Odisha

ଓଡ଼ିଶାରେ ଅସୁରକ୍ଷିତ ଶିଶୁପାଳ ଗଡ଼ ଓ ଲଳିତଗିରି ପରି ଐତିହ୍ୟ କୀର୍ତ୍ତିରାଜି

The Independence:ଶ୍ରୀମନ୍ଦିରର-ପ୍ରସିଦ୍ଧ-ଦୋଳଯାତ୍ରା

ଶ୍ରୀମନ୍ଦିରର ପ୍ରସିଦ୍ଧ ଦୋଳଯାତ୍ରା

The Independence:Young-writer-Om-Priyadarshis-book-on-Paika-movement-released

ଉନ୍ମୋଚିତ ହେଲା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଚୟନିତ ଓମ୍ ପ୍ରିୟଦର୍ଶୀଙ୍କ ପୁସ୍ତକ "ପାଇକ: ଜନ, ଆଖ୍ୟାନ ଓ ଆନ୍ଦୋଳନ"

The Independence:Baijayanta-Panda-listens-Man-Ki-Baat-Programme-at-Bhawanipatna

ଭବାନୀପାଟଣା “ମନ୍‌ କି ବାତ୍‌” କାର୍ଯ୍ୟକ୍ରମରେ ବୈଜୟନ୍ତ ପଣ୍ଡା

The Independence:ଜର୍ଜ-ସୋରୋସଙ୍କ--ନେଟୱର୍କ-ଓ-କଣ୍ଢେଇ-ମାନଙ୍କୁ-ଚିହ୍ନଟ--ଜରୁରୀ

ଜର୍ଜ ସୋରୋସଙ୍କ ନେଟୱର୍କ ଓ କଣ୍ଢେଇ ମାନଙ୍କୁ ଚିହ୍ନଟ ଜରୁରୀ

The Independence:China-Baloon-Spy-in-India

କ୍ଷେପଣାସ୍ତ୍ରଧାରୀ ବେଲୁନ ପାଇଁ ଚିନ୍ତା

The Independence:paribarbad-in-supreme-court

ସୁପ୍ରିମକୋର୍ଟରେ ବଂଶବାଦ

The Independence:Islamic-Terrorists-Journalism-Mukhtar-Baba

ସନ୍ତ୍ରାସବାଦୀ ସାମ୍ବାଦିକ

The Independence:TN-Pastor-Arrested-Under-POCSO-Act-For-Sexually-Assaulting-15-Year-Old-School-Girl-In-Tiruppur

୧୫ ବର୍ଷିଆ ସ୍କୁଲ ଛାତ୍ରୀଙ୍କୁ ଯୌନ ଶୋଷଣ ଅଭିଯୋଗରେ ଗିରଫ ହେଲେ ଖ୍ରୀଷ୍ଟିଆନ ପାଷ୍ଟର

The Independence:Warangal-Police-arrested-Azmad-Ali-Abu-for-repeatedly-raping-a-minor-girl

ହିନ୍ଦୁ ନାବାଳିକାଙ୍କୁ ବଳାତ୍କାର କରିଥିବାରୁ ଅମଜାଦ ଅଲ୍ଲି ଓ ଆବୁକୁ ଗିରଫ କରିଲା ଓାରାଙ୍ଗଲ ପୋଲିସ

The Independence:Islamists-harass-Sabarimala-pilgrims-returning-to-Andhra-Pradesh-by-train

ସାବରିମାଲାରୁ ଫେରୁଥିବା ଭକ୍ତମାନଙ୍କୁ ଇସଲାମିଷ୍ଟମାନଙ୍କର ଅସଦାଚରଣ

The Independence:They-performed-Namaz-3-times-nobody-objected-Ex-Army-man-thrashed-by-pantry-car-staff-after-he-sits-down-to-chant-Mantras-case-filed

ଟ୍ରେନରେ ତିନି ଥର ନମାଜ ହେଲା, କିନ୍ତୁ ଜଣେ ଅବସରପ୍ରାପ୍ତ ସୈନିକ ତଳେ ବସି ମନ୍ତ୍ର ପାଠ କରିବାରୁ ପ୍ୟାଂଟ୍ରି କର୍ମଚାରୀ ମାରିଲେ ମାଡ

The Independence:Gandhi-Revenge-Riots-killed-8000-Brahmins

ଗାନ୍ଧିଙ୍କ ପାଇଁ ଆଠ ହଜାର ବ୍ରାହ୍ମଣ ହତ୍ୟା

The Independence:Complaint-Filed-Against-Christian-Org-For-Intoxicating-Minors-And-Converting-Them

ଛୋଟ ପିଲମାନଙ୍କୁ ପ୍ରଲୋଭନ କରି ଚର୍ଚ୍ଚ ନେଉଥିବା ଓ ଖ୍ରୀଷ୍ଟିଆନ କରାଉଥିବା ବେଳେ ଧରାପଡିଲେ ପାଦ୍ରୀ

The Independence:Guntur-Govt-Hospital-Staff-Make-Merry-Christmas-Making-Public-Wait-Behave-Rudely-When-Questioned

ରୋଗୀମାନଙ୍କ ସେବା ଛାଡି ଗୁଂଟୁର ଡାକ୍ତରଖାନାର କର୍ମଚାରୀମାନେ ଖ୍ରୀଷ୍ଟମାସ ପାଳିଲେ, ଲୋକେ ପ୍ରତିବାଦ କରିବାରୁ ଖରାପ ବ୍ୟବହାର କଲେ