ଝାଡଖଣ୍ଡ ( Jharkhand ) ରାଜ୍ୟ କ୍ୟାବିନେଟ୍ ଏକ ପ୍ରସ୍ତାବକୁ ମୋହର ମାରିଛି, ଯେଉଁଥିରେ ହିନ୍ଦୀ ( HIndi )ଏବଂ ସଂସ୍କୃତକୁ ( Sanskriti ) ମୁଖ୍ୟ ଭାଷା ସରକାରୀ ତାଲିକାରୁ ହଟାଇ ଦିଆଯାଇଛି ଏବଂ ଝାଡଖଣ୍ଡ କର୍ମଚାରୀ ଚୟନ ଆୟୋଗ ( Jharkhand Public Service Commission ) ଦ୍ୱାରା ହେଉଥିବା ସରକାରୀ ଚାକିରୀ ପାଇଁ ପରୀକ୍ଷାରେ ହିନ୍ଦୀ ଓ ସଂସ୍କୃତ କୁ ବାଦ ଦିଆଯାଇଛି କିନ୍ତୁ ଉର୍ଦ୍ଦୁ ( Urdu ) କିନ୍ତୁ ଏହି ତାଲିକାରେ ରଖାଯାଇଛି ।
ଜଣେ ପ୍ରାର୍ଥୀ ବାଧ୍ୟତାମୂଳକ ଭାବରେ ଭାଷା ରେ ପାସ୍ ମାର୍କ ପାଇବାକୁ ପଡିବ | 12 ଟି ଭାଷା ମଧ୍ୟରୁ ଉର୍ଦ୍ଦୁ ଭାଷା ଗୋଟିଏ ଭାବରେ ରଖାଯାଇଥିବାବେଳେ ପୂର୍ବରୁ ସେଠାରେ ଥିବା ହିନ୍ଦୀ ଏବଂ ସଂସ୍କୃତକୁ ଛାଡି ଦିଆଯାଇଛି।