ବିହାରରେ ଏବେ ଗୁଣ୍ଡାରାଜ ପୁଣି ଫେରିଛି । ସେପ୍ଟେମ୍ବର ମାସ ୨୦ ତାରିଖରେ ବିହାରର ମୁସଲିମ ବହୁଳ ଅଂଚଳ ଜଲାଲପୁରରେ ଆଦିତ୍ୟ ତିଓାରିନାମଙ୍କ ଜଣେ ସ୍କୁଲ ଛାତ୍ରକୁ ତିନି ଜଣ ମୁସଲିମ ଯୁବକଛୁରାମାରି ହତ୍ୟା କରିଛନ୍ତି । ହତ୍ୟା କରିବାର କାରଣ ହେଉଛି ସେହି ମୁସଲିମ ଯୁବକମାନେ ଜଣେ ହିନ୍ଦୁ ଝିଅକୁ ଅଶ୍ଳିଳ ମନ୍ତବ୍ୟ ଦେଉଥିଲେ ଯାହାର ବିରୋଧ ଆଦିତ୍ୟ କରିଥିଲେ ।
ଏହା ପରେ ସେମାନେ ଆଦିତ୍ୟକୁ ସ୍କୁଲ ପାଖରେ ଛୁରା ମାରି ହତ୍ୟା କରିଛନ୍ତି । ସ୍କୁଲରେ ପରୀକ୍ଷା ଚାଲିଥିଲା । ଆଦିତ୍ୟ ପରୀକ୍ଷା ଦେବାକୁ ଯାଉଥିଲାବେଳେ ହତ୍ୟାର ଶୀକାର ହୋଇଥିଲେ । ଏହି ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିସାରି ଥିବା ବେଳେ ଅନ୍ୟତମ ଅଭିଯୁକ୍ତ ତୈଫ ଖାନ ଫେରାର ଅଛି । ବର୍ତମାନ ଏହି ଘଟଣାପରେ ପରିସ୍ଥିତି ଉତେଜନାମୁଳକ ଥିବାରୁ ପ୍ରଶାସନ ସ୍କୁଲ ଓ ଏକ କୋଚିଙ୍ଗ ସେଂଟରକୁ ବନ୍ଦ ରଖିଛି ।
ଏଠାରେ ଆଦିତ୍ୟ ଜଣେ ହିନ୍ଦୁ ହୋଇଥିବାରୁ ଓ ହତ୍ୟାକାରୀମାନେ ମୁସଲମାନ ହୋଇଥିବାରୁ ଦେଶର ତଥାକଥିତ ବୁଦ୍ଧିଜିବି ଓ ଲିବେରାଲମାନେ ରାସ୍ତାକୁ ଆସୁନାହାନ୍ତି କି ଟ୍ୱିଟରରେ ଟ୍ରେଣ୍ଡ କରାଉ ନାହାନ୍ତି । କିନ୍ତୁ ଯଦି କୌଣସି ମୁସଲିମ ଯୁବକର ହତ୍ୟା ହୋଇଥାନ୍ତା ତାହେଲେ ଏତେ ବେଳକୁ ସୋସିଆଲ ମେଡିଆରୁ ନେଇ ଖବର କାଗଜ, ଟେଲିଭିଜନ ଖାଲି ଉଠିଥାଆନ୍ତା, ପଡିଥାଆନ୍ତା ।