ପଶ୍ଚିମ ବଙ୍ଗ ସରକାରର ଶିକ୍ଷା ବ୍ୟବସ୍ଥା ସମ୍ପର୍କରେ ଭ୍ରମ ଧିରେ ଧିରେ ଭାଙ୍ଗିବାରେ ଲାଗିଛି । ପଶ୍ଚିମ ବଙ୍ଗର ପାଠ୍ୟ ପୁସ୍ତକରେ ସ୍ୱାଧୀନତା ସଂଗ୍ରାମୀ ଖୁଦୀରାମ ବୋଷଙ୍କୁ ଆତଙ୍କବାଦୀ ବୋଲି ଉଲ୍ଲେଖ କରାଯାଇଛି ।
ଉଲ୍ଲେଖନୀୟ ଯେ ଖୁଦିରାମ ବୋଷ ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ ଓ ଏହା କାରଣରୁ 18 ବର୍ଷ ବୟସରେ ଇଂରେଜ ମାନେ ତାଙ୍କୁ ଫାସି ଦେଇଥିଲେ । ଏବେ ପଶ୍ଚିମ ବଙ୍ଗର ପାଠ୍ୟ ପୁସ୍ତକରେ ତାଙ୍କୁ ଆତଙ୍କବାଦୀ ବୋଲି କୁହାଯାଉଛି ।
ସୋସିଆଲ ମିଡିଆରେ ଏହି ପାଠ୍ୟ ପୁସ୍ତକର ଫଟୋ ଭାଇରାଲ ହେବା ପରେ ଲୋକ ମାନେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି ।