The Independence:Koraput-Nabarangapur-Politics-Party-Change-BJD-BJP-Congress-Odisha-Politics

 ଆଉ ପାଖାପାଖି ଅଢେଇ ବର୍ଷ ଅଛି  ସାଧାରଣ ନିର୍ବାଚନ । ତଥାପି ଏବେଠାରୁ ରଣନୀତି ଆରମ୍ଭ ହେଲାଣି ୨୦୨୪ ସାଧାରଣ ନିର୍ବାଚନ ପାଇଁ । ଓଡିଶାରେ ଅନ୍ୟ ଦଳରୁ ନେତାଙ୍କୁ ଆମଦାନୀ ଆଣି ଟିକେଟ ଦେବାର ପରମ୍ପରା ବିଗତ ତିନି  ଚାରୋଟି ନିର୍ବାଚନରେ ଆରମ୍ଭ ହୋଇ ଅତି ଜୋରସୋରରେ ହେଉଛି । ଏହା ଏବେ ଏକ ରାଜନୈତିକ ରଣକୌଶଳ ବୋଲି ପରିଗଣିତ ହେଉଛି । ଏବେ ଅବିଭକ୍ତ କୋରାପୁଟରେ ବି ଦଳବଦଳକକୁ ନେଇ ଆରମ୍ଭ ହେଲାଣି କସରତ ।

ଯାହା ବିଶ୍ୱସ୍ତ ସୁତ୍ରରୁ ସୂଚନା ମିଳୁଛି ଓ ଅବିଭକ୍ତ କୋରାପୁଟର ରାଜନୈତିକ ଗତିବିଧିରୁ ଯାହା ଜଣାପଡୁଛି ୨୦୨୪ ନିର୍ବାଚନର ପୁର୍ବରୁ ଅନେକ ଦଳ ବଦଳ ଦେଖିବାକୁ ମିଳିବ । ଖାଲି ସେତିକି ନୁହେଁ, ବିଗତ ଦିନରେ ଯେଉଁ ମାନେ ଯେଉଁ ଦଳକୁ କଡା ବିରୋଧ କରୁଥିଲେ ସେମାନେ ସେହି ଦଳରୁ ଟିକେଟ ନେଇ ନିର୍ବାଚନ ଲଢିବେ ।

ଅବିଭକ୍ତ କୋରାପୁଟରେ ରହିଛି ଦୁଇଟି ଲୋକସଭା ଆସନ ଓ ୧୪ଟି ବିଧାନସଭା ଆସନ । ସ୍ୱାଧୀନତାଠାରୁ ପାଖାପାଖି ୨୦୦୯ ପର୍ଯ୍ୟନ୍ତ କୋରାପୁଟ ଲୋକସଭା ଆସନରେ କଂଗ୍ରେସହିଁ ଜିତିଜିତି ଆସୁଥିଲା । ସେହିପରି ୧୯୯୯ ପର୍ଯ୍ୟନ୍ତ ନବରଙ୍ଗପୁର ଆସନ କଂଗ୍ରେସ କବଜାରେ ଥିଲା ।

ଜାତୀୟ ଜରୁରୀ କାଳିନ ପରିସ୍ଥିତି ହେଉ କି ବୋଫର୍ସ ହେଉ, ଯେତେବେଳେ ଦେଶରେ କଂଗ୍ରେସୀ ବିରୋଧୀ ହାଓା ଥାଏ ଏଠାରେ କିନ୍ତୁ କଂଗ୍ରେସ ବହୁ ବ୍ୟବଧାନରେ ଜିତେ । ଏବେ କୋରାପୁଟ ଆସନରେ କଂଗ୍ରେସ ଜିତିଥିବା ବେଳେ ନବରଙ୍ଗପୁର ଆସନରେ ବି ପ୍ରଦିପ ମାଝି ବିଜେଡିକୁ କଡା ଟକ୍କର ଦେଇଥିଲେ । ଏବେ ଯାହା ଶୁଣିବାକୁ ମିଳୁଛି ସେହି ଦୁଇଟି ଯାକ ଲୋକସଭା ଆସନର ଅନେକ କଂଗ୍ରେସ ନେତା ଏବେ ଦଳଛାଡିବା ପାଇଁ ଯାଉଛନ୍ତି । 

କେବଳ କଂଗ୍ରେସ ନୁହେଁ ବିଜେପିରୁ ମଧ୍ୟ କିଛି ନେତା ଦଳ ଛାଡିବେ ଓ ବିଜେଡିରୁ ମଧ୍ୟ କିଛି ନେତା ଦଳ ଛାଡିବେ । ବିଜେଡିରୁ ଛାଡିବା ପଛରେ ବଡ କାରଣ ହେବ ଅନ୍ୟ ଦଳରୁ ଆସିଥିବା ପାରମ୍ପାରିକ ନେତାଙ୍କୁ ବିଜେଡି ଟିକେଟ ଦେବା । ସେମାନେ ନିର୍ବାଚନ ଲଢିବା ପାଇଁ ଦଳ ଛାଡିବେ ।

ଏହି ଚର୍ଚ୍ଚାରେ ଆଗରେ ଅଛନ୍ତି ପ୍ରଦୀପ ମାଝି, ତାରା ବାହିନି ପତି, ଗିରିଧର ଗମାଙ୍ଗୋ ଓ ତାଙ୍କ ପୁଅ ଶିଶିର ଗମାଙ୍ଗୋ, ଜୟରାମ ପାଙ୍ଗୀ ଓ ତାଙ୍କ ପୁଅ, ବଳଭଦ୍ର ମାଝୀ, ଶିବଶଙ୍କର ଉଲାକା, କୃଷ୍ଣଚନ୍ଦ୍ର ସଗରିଆ, ଧରମୁ ଗଣ୍ଡ, ଭୁଜବଳ ମାଝୀ, ମକରନ୍ଦ ମୁଦୁଲି(ସ୍ୱାଧୀନ) ଆଦି । ଏମାନଙ୍କୁ ଭିତରୁ ଯେ ସମସ୍ତେ ଶତ ପ୍ରତିଶତ ଦଳବଦଳ କରିବେ ଏକଥା ଗ୍ୟାରେଂଟି ଦିଆଯାଇପାରିବ ନାହିଁ କିନ୍ତୁ ଏମାନେ ଅନ୍ୟ ଦଳ ସହିତ ଯୋଗାଯୋଗରେ ଅଛନ୍ତି ।

ଯଦିଓ ପ୍ରଦୀପ ମାଝି ସ୍ପଷ୍ଟ କରିଛନ୍ତି ଯେ, ସେ ରାହୁଲ ଗାନ୍ଧୀଙ୍କ ସହିତ ଆଲୋଚନା କରିଛନ୍ତି ଓ ଦଳଛାଡିକି ଯିବେ ନାହିଁ ବୋଲି କିନ୍ତୁ ଅତୀତରେ ଦେଖାଯାଇଛି ଯେ ରାହୁଲ ଗାନ୍ଧୀଙ୍କର ସହିତ ଯେଉଁମାନେ ଆଲୋଚନା କରିଛନ୍ତି ସେମାନେ ସମସ୍ତେ କଂଗ୍ରେସ ଦଳ ଛାଡିକି ଯାଇଛନ୍ତି । ପ୍ରଦୀପ ମାଝି ବିଜେଡି ଯିବେ ଏକଥା ଅନେକ ଦିନ ହେଲାଣି ଆଲୋଚନା ହେଉଛି ।

ବିଜେପିରେ ଗିରିଧର ଗମାଙ୍ଗୋ ଏବେ ଏକ ପ୍ରକାର ଅଲୋଡା ବା ସେହି ଦଳରେ ସେ ନିଜକୁ ଖାପଖୁଆଇ ପାରୁନାହାନ୍ତି । ୨୦୧୯ରେ ବିଜେପି ଜୟରାମ ପାଙ୍ଗୀଙ୍କୁ କୋରାପୁଟ ଲୋକସଭା ଆସନରେ ଟିକେଟ ଦେଇଥିଲା । ଗିରିଧରଙ୍କର ଦାବି ହେଲା ଯେ ସେ ଲଢିଥିଲେ ଅଧିକ ଭୋଟ ପାଇଥାନ୍ତେ । ଗିରିଧର ଗମାଙ୍ଗୋଙ୍କର କୋରାପୁଟ ରାଜନୀତିରେ ଏବେବି ପ୍ରଭାବ ଅଛି ଓ ଲୋକଙ୍କ ଭଲପାଇବା ତାଙ୍କ ପ୍ରତି ଅଛି । କିନ୍ତୁ ତାଙ୍କ ପୁଅ ଶିଶିର, ଗିରିଧରଙ୍କର ଲିଗାସିକୁ ନେଇପାରୁନାହାନ୍ତି । ଏଥିପାଇଁ ଚିନ୍ତାରେ ଗିରିଧର ।

ଶିଶିର ଗମାଙ୍ଗୋ ଗତ ୨୦୧୯ ନିର୍ବାଚନରେ ଗୁଣୁପୁରରୁ ବିଜେପି ଟିକେଟରେ ମାତ୍ର ୧୬ ହଜାର ଭୋଟ ପାଇଥିଲେ । ତେଣୁ ସେ ବିଜେପି ଟିକେଟରେ କେବେ ନିର୍ବାଚନ ଜିତିବେ ଏକଥା ଗିରିଧର ବିଶ୍ୱାସ କରୁନାହାନ୍ତି । ତେଣୁ ସେ ପୁଅ ପାଇଁ ବିଜେପି ଛାଡି ପାରନ୍ତି, ପୁଣି କଂଗ୍ରେସ ଫେରିପାରନ୍ତି ।

ତାରାବାହିନି ପତି ମଧ୍ୟ ଏବେ କଂଗ୍ରେସର ଉଭୟ କେନ୍ଦ୍ର ଓ ରାଜ୍ୟ ନେତୃତ୍ୱଙ୍କର ଆକ୍ରୋଶରେ । ଆକ୍ରୋଶର କାରଣ ତାରାଙ୍କର ଖୋଲାଖୋଲା ବାଣ । ଏମିତିରେ ତାରାଙ୍କୁ ବିଧାୟକ ଥାଇବି ୨୦୦୯ରେ କଂଗ୍ରେସ ଟିକେଟ ଦେଇନଥିଲା ଓ ସେ ବିଜେପି ଆସନରୁ ଲଢିଥିଲେ, ଭଲ ଭୋଟବି ପାଇଥିଲେ । ତାରାଙ୍କର ଯେଉଁ ରାଜନୈତିକ ପତିଆରା ଅଛି ବିଶେଷ ଭାବରେ କୋରାପୁଟରେ ସେ ଦଳ ଛାଡିବା କଂଗ୍ରେସ ପାଇଁ କ୍ଷତି କରିବ । ଯେହେତୁ ଜୟପୁର ଆସନରେ ରବି ନନ୍ଦ ଓ ତାଙ୍କ ପୁଅ ଅଛନ୍ତି ତାରା ବିଜେପିକୁ ଯାଇପାରନ୍ତି ।

ଜୟରାମ ପାଙ୍ଗୀ ଘୋଷଣା କରିସାରିଲେଣି ସେ ରାଜନୀତି ଛାଡିଦେବେ ଓ ସାମାଜିକ କାର୍ଯ୍ୟକ୍ରମରେ ସାମିଲ ହେବେ । ଏହା ପଛରେ ବି ରାଜନୀତି ଅଛି । ତାଙ୍କ ପୁଅ ଯିଏ ଏବେ ପଟାଙ୍ଗୀ ବ୍ଲକରେ ଚେୟାରମ୍ୟାନ ଅଛନ୍ତି ସେ ବିଜେଡିକୁ  ଯିବେ ବୋଲି ଏକ ପ୍ରକାର କଥାବାର୍ତା ସରିଛି ବୋଲି ଆଲୋଚନା ହେଉଛି ।

ବାକି ବଳଭଦ୍ର ମାଝୀ, ଶିବଶଙ୍କର ଉଲାକା, କୃଷ୍ଣଚନ୍ଦ୍ର ସଗରିଆ, ଧରମୁ ଗଣ୍ଡ, ଭୁଜବଳ ମାଝୀ, ମକରନ୍ଦ ମୁଦୁଲି ଆଦି ନେତାମାନେ ଅନ୍ୟ ଦଳ ସହିତ ଯୋଗାଯୋଗରେ ଅଛନ୍ତି । ଏବେ ନହେଲେ ବି ୨୦୨୪ର ପୁର୍ବରୁ ଏମାନେ ଦଳବଦଳ କରିପାରନ୍ତି । ଏମାନେ ସମସ୍ତେ ଆଗରୁ ଦଳବଦଳ କରିଛନ୍ତି ଓ ଦଳବଦଳର ଅଭିଜ୍ଞତା ଅଛି ସେମାନଙ୍କର ।

ଯାହା ଅନୁମାନ କରାଯାଉଛି ଆସନ୍ତା ୨୦୨୪ ନିର୍ବାଚନରେ ଅବିଭକ୍ତ କୋରାପୁଟର ରାଜନୀତି ଏତେ ଗୋଳମାଳିଆ ହେବ ଯେ ଭୋଟର ଓ କର୍ମୀ ବି ବାଉଳା ହୋଇଯିବେ କିଏ କେଉଁ ଦଳରେ ନିର୍ବାଚନ ଲଢୁଛନ୍ତି ବୋଲି ।

Author Image

Independence News

Recent Posts

The Independence:If-the-BJP-government-is-formed-in-Odisha-drinking-water-problem-will-be-solved-as-a-priority-Bhatrahari-Mahatab

ଓଡ଼ିଶାରେ ବିଜେପି ସରକାର ଗଠନ କଲେ ଅଗ୍ରାଧିକାର ଭିତିରେ ପାନୀୟ ଜଳ ସମସ୍ୟାର ସମାଧାନ କରାଯିବ: ଭତୃହରି ମହତାବ

The Independence:Odisha-Cow-Slaughtering

Odisha : ଗୋ ମାଂସ ବୋଝେଇ ଟ୍ରକ ଜବତ

The Independence:Jagannath-Temple-Odisha-Mumbai

ଓଡିଶା ବାହାରେ ମହାପ୍ରଭୁ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର

The Independence:Modi-Government-9-Years-Seva-Susasan-Garib-Kalyana

ନ’ ବର୍ଷର ସୁଶାସନ

The Independence:Rath-Yatra-2023-Lakhs-of-devotees-witness-Suna-Besha-of-Holy-Trinity-in-Puri

ଶ୍ରୀକ୍ଷେତ୍ରରେ ରଥାରୁଢ଼ ଶ୍ରୀଜୀଉଙ୍କ ସୁନାବେଶ, ମହଣ ମହଣ ସୁନା ଅଳଙ୍କାରରେ ସଜ୍ଜିତ ତିନି ଠାକୁର

The Independence:Puri-Ratha-Jatra-2023-Jay-Jagannath

ଶରଧାବାଲିରେ ଲାଗିଲା ତିନି ଠାକୁରଙ୍କ ତିନି ରଥ

The Independence:Ratha-Jatra-2023-ନୀଳାଦ୍ରିବିଜେରେ-ନୀଳକନ୍ଦରକୁ-ଫେରନ୍ତି-ନୀଳାଦ୍ରିନାଥ-ସରେ-ଜନ୍ମବେଦି-ଲୀଳା

Ratha Jatra 2023: ନୀଳାଦ୍ରିବିଜେରେ ନୀଳକନ୍ଦରକୁ ଫେରନ୍ତି ନୀଳାଦ୍ରିନାଥ; ସରେ ଜନ୍ମବେଦି ଲୀଳା

The Independence:Jagannath-Temple-Rath-Jatra

ଏକାବନ ଦିନରେ ଚଳଚଞ୍ଚଳ ରଥଖଳା

The Independence:ପ୍ରେମିକାକୁ-ଛୁରୀ-ଭୁଷିଲା-ପଥରରେ-ଛେଚି-ମୁହଁ-ନଷ୍ଟ-କଲା-ଜହ୍ଲାଦ-ପ୍ରେମିକ-ସାହିଲ-ଖାଁ

ପ୍ରେମିକାକୁ ଛୁରୀ ଭୁଷିଲା, ପଥରରେ ଛେଚି ମୁହଁ ନଷ୍ଟ କଲା ଜହ୍ଲାଦ ପ୍ରେମିକ ସାହିଲ ଖାଁ

The Independence:Land-Jihad-Dwarka

ଜମି ଜିହାଦର ଅନ୍ୟନାମ ଦ୍ୱାରକା

The Independence:Odisha-cant-make-progress-with-Shashikala-syndrome-Dharmendra

‘ଶଶୀକଳା ସିଣ୍ଡ୍ରୋମ’ କହିବାରୁ ସରକାରଙ୍କୁ ବାଧିଲା: ଧର୍ମେନ୍ଦ୍ର

The Independence:Land-Jihad-Love-Jihad-Jameen-Jihad-in-Odisha

ରାଜ୍ୟରେ ବଢ଼ୁଛି ଜିହାଦୀଙ୍କ ସଂଖ୍ୟା !

The Independence:The-Kerala-Story-Official-Trailer--Vipul-Amrutlal-Shah--Sudipto-Sen--Adah-Sharma--Aashin-A-Shah

The Kerala Story Official Trailer | Vipul Amrutlal Shah | Sudipto Sen | Adah Sharma | Aashin A Shah

The Independence:Guddu-Muslim-Odisha-Link-BJD

ଗୁଡ୍ଡୁ ମୁସଲମାନର ଖାସ୍, ବିଜେଡି ବିଧାୟକଙ୍କ ରାଇଟହାଣ୍ଡ

The Independence:important-files-of-the-jagannath-temple-administration-have-gone-missing

ଗାଏବ ହେଲା ଜଗନ୍ନାଥ ମନ୍ଦିର ପ୍ରଶାସନର ଗୁରୁତ୍ଵପୂର୍ଣ୍ଣ ଫାଇଲ

The Independence:Debacle-in-American-Banking-System

ଆମେରିକାର ବ୍ୟାଙ୍କିଂ ବ୍ୟବସ୍ଥାରେ ବିପର୍ଯ୍ୟୟ

The Independence:palghar-sadhu-lynching-case-to-be-investigated-by-cbi

ପାଲଘର ସାଧୁହତ୍ୟା ମାମଲାର ହେବ ସିବିଆଇ ତଦନ୍ତ

The Independence:Mix-Mandate-in-USA-Joe-Biden

ଆମେରିକାରେ ମିଶ୍ରିତ ଜନମତ

The Independence:Jayshankar-in-Fiji

ଫିଜିରେ ବିଜି ଜୟଶଙ୍କର

The Independence:Women-Freedom-Fighters-of-India-Name-List-and-Their-Roles

ଭାରତର ମହାନ ମହିଳା ସ୍ୱାଧୀନତା ସଂଗ୍ରାମୀମାନେ ଯାହାଙ୍କୁ ଇତିହାସକାରମାନେ ଭୁଲି ଯାଇଥିଲେ

The Independence:Dharmendra-Seeks-Centres-Intervention-For-Protection-Of-Archaeological-Assets-In-Odisha

ଓଡ଼ିଶାରେ ଅସୁରକ୍ଷିତ ଶିଶୁପାଳ ଗଡ଼ ଓ ଲଳିତଗିରି ପରି ଐତିହ୍ୟ କୀର୍ତ୍ତିରାଜି

The Independence:ଶ୍ରୀମନ୍ଦିରର-ପ୍ରସିଦ୍ଧ-ଦୋଳଯାତ୍ରା

ଶ୍ରୀମନ୍ଦିରର ପ୍ରସିଦ୍ଧ ଦୋଳଯାତ୍ରା

The Independence:Young-writer-Om-Priyadarshis-book-on-Paika-movement-released

ଉନ୍ମୋଚିତ ହେଲା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଚୟନିତ ଓମ୍ ପ୍ରିୟଦର୍ଶୀଙ୍କ ପୁସ୍ତକ "ପାଇକ: ଜନ, ଆଖ୍ୟାନ ଓ ଆନ୍ଦୋଳନ"

The Independence:Baijayanta-Panda-listens-Man-Ki-Baat-Programme-at-Bhawanipatna

ଭବାନୀପାଟଣା “ମନ୍‌ କି ବାତ୍‌” କାର୍ଯ୍ୟକ୍ରମରେ ବୈଜୟନ୍ତ ପଣ୍ଡା

The Independence:ଜର୍ଜ-ସୋରୋସଙ୍କ--ନେଟୱର୍କ-ଓ-କଣ୍ଢେଇ-ମାନଙ୍କୁ-ଚିହ୍ନଟ--ଜରୁରୀ

ଜର୍ଜ ସୋରୋସଙ୍କ ନେଟୱର୍କ ଓ କଣ୍ଢେଇ ମାନଙ୍କୁ ଚିହ୍ନଟ ଜରୁରୀ