ଗୁଜରାଟ ରାଜ୍ୟର ସମୁଦ୍ରକୂଳରେ ଏବଂ ସମୁଦ୍ର ମଧ୍ୟରେ ତିନୋଟି ଦ୍ୱାରକା ରହିଛି, ସେଗୁଡିକ ହେଲା ମୂଳ ଦ୍ୱାରକା ,ବେଟ (ଭେ ) ଦ୍ୱାରକା ଏବଂ ଗୋମତୀ ଦ୍ୱାରକା । ବେଟ ଦ୍ୱାରକାକୁ ଶ୍ରୀକୃଷ୍ଣ ବନ୍ଧୁ ସୁଦାମାଙ୍କଠାରୁ ଉପହାରସ୍ୱରୂପ ପାଇଥିଲେ । ଦ୍ୱାରକାରେ ଶାସନ କଲାବେଳେ ଶ୍ରୀକୃଷ୍ଣ ବେଟ ଦ୍ୱାରକାରେ ବାସ କରୁଥିଲେ ବୋଲି କୁହାଯାଏ । ଜମି ଜିହାଦ ମାଧ୍ୟମରେ ହିନ୍ଦୁମାନଙ୍କ ଧର୍ମକ୍ଷେତ୍ରକୁ ଦଖଲ କରିବା ପାଇଁ ସଂପ୍ରତି ମୁସଲିମ ୱାକଫ ବୋର୍ଡ ଯୋଜନା କରିଚାଲିଛି । ଦେବଭୂମି ଦ୍ୱାରକାର ବେଟ ଦ୍ୱାରକାରେ ଥିବା ଦୁଇଟି ଟାପୁକୁ ନିଜର ବୋଲି ଗୁଜରାଟ ହାଇକୋର୍ଟର୍ଙ୍କୁ ୱାକଫ ବୋର୍ଡ ଦର୍ଶାଇଥିଲା । ଉକ୍ତ ମାମଲା ବିଚାରପତି ସଙ୍ଗୀତା ବିସେନଙ୍କ ଖଣ୍ଡପୀଠରେ ବିଚାର ହୋଇଥିଲା । କିନ୍ତୁ ଅଦାଲତ ଶ୍ରୀକୃଷ୍ଣଙ୍କ ନଗରୀକୁ ୱାକଫ ବୋର୍ଡ ନିଜର ବୋଲି କିପରି ଦାବି କରୁଛି ବୋଲି କହି ମାମଲାଟିକୁ ଖାରଜ କରିଦେଇଥିଲେ । ଓଖା ବନ୍ଦରରୁ ବୋଟ ଯୋଗେ ଅଧଘ । କରେ ବଟ ଦ୍ୱାରକାରେ ପହ ôହୁଏ । ମୂଳତଃ ବୋଟଗୁଡିକର ମାଲିକମାନେ ଏଠାରେ ବସବାସ କରୁଛନ୍ତି । ସେମାନଙ୍କୁ ବାଦ ଦେଲେ ମାଛ ଧରାଳୀ ଲୋକେ ମଧ୍ୟ ରହିଛନ୍ତି ।
ଦ୍ୱାରକା ୫୦୦୦ ବର୍ଷ ତଳର ସହର ବୋଲି କୁହାଯାଇଥାଏ । ସମୁଦ୍ର ମଧ୍ୟରେ ଥିବା ବେଟ ଦ୍ୱାରକା ଟାପୁକୁ ଦଖଲ କରିବା ଲାଗି ମଜାର, ଦରଘା, ମସଜିଦ୍ ଏବଂ ଗୋଦାମ ସବୁ ଜବରଦଖଲ କରି ନିର୍ମାଣ ହୋଇଥିଲା, ଯାହା ବିରୁଦ୍ଧରେ ଗତବର୍ଷଠାରୁ ସ୍ଥାନୀୟ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଜାରି ରଖିଛି । ଗତବର୍ଷ ଅକ୍ଟୋବର ମାସରେ ମାତ୍ର ୪ଦିନ ମଧ୍ୟରେ ଏକଲକ୍ଷ ବର୍ଗ ଫୁଟ ଅ ଳକୁ ମୁକ୍ତ କରାଯାଇପାରିଥିଲା । ଚଳିତବର୍ଷ ମାର୍ଚ୍ଚମାସରେ ଦ୍ୱିତୀୟ ପର୍ଯ୍ୟାୟ ଉଚ୍ଛେଦ କାର୍ଯ୍ୟ ହୋଇଥିଲା । ଏଥିରେ ଜଙ୍ଗଲ ଜମି ମଧ୍ୟ ରହିଥିଲା । କାରଣ ଅତୀତରେ ଦଖଲକାରୀମାନେ ଆକ୍ରମଣ କରିବାରୁ ଉଚ୍ଛେଦ ଅଭିଯାନକୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବନ୍ଦ କରିବାକୁ ହୋଇଥିଲା । ଯୋଜନାବଦ୍ଧ ଭାବେ ଆନ୍ତର୍ଜାତିକ ଜଳସୀମା ନିକଟରେ ଥିବା ଏବଂ ସୁରକ୍ଷା ଦୃଷ୍ଟିରୁ ସ୍ପର୍ଶକାତର ଏହି ଅ ଳ ଭିନ୍ନ ଭିନ୍ନ ସ୍ଥାନରୁ ଏପରିକି ପାକ୍ରୁ ମଧ୍ୟ ମୁସଲିମ ଲୋକେ ପ୍ରବେଶ କରି ସାମୁଦ୍ରିକ ପଥରେ ତସ୍କରି ପାଇଁ ଟାପୁରେ ଗୋଦାମ ନିର୍ମାଣ କରି ଚୋରା କାରବାର ଚଳାଇ ଆସିଥିଲେ । ଗତ ୮ବର୍ଷ ମଧ୍ୟରେ ଏହିସବୁ ଟାପୁରେ ପ୍ରଥମେ ଝୁମ୍ପୁଡି ଘର ନିର୍ମାଣ କରି ପରେ ବଡ ବଡ କୋଠାଘର ମଧ୍ୟ ସରକାରୀ ଜମିରେ ନିର୍ମାଣ କରାଯାଇଥିଲା । ଏହି ଟାପୁରୁ ସେପ୍ଟେମ୍ବର ୨୦୨୧ରେ ୧୦୦କୋଟି ଟଙ୍କା ମୂଲ୍ୟର ହେରୋଇନ ଅନୱାର ଅନୁ ନାମକ ଜଣେ ମୁସଲିମ ଘରୁ ଜବତ ହୋଇଥିଲା ।
ଜଳପଥରେ ପାକିସ୍ଥାନରୁ ଏହି ନିଶାଦ୍ରବ୍ୟ ବୋଟ ଯୋଗେ ବେଟ ଦ୍ୱାରକାକୁ ଆସୁଥିଲା । ସେଠାରୁ ସାରା ଭାରତକୁ ନିଶା ଚାଲାଣ ହେଉଥିଲା । ବେଟ ଦ୍ୱାରକାଠାରୁ ୧୦୫ କି.ମି ଦୂରରେ ପାକ୍ର କରାଚୀ ବନ୍ଦର ରହିଛି । ହାଜିଗନି ପିଲାନୀ ନାମକ ଜଣେ ମୁସଲିମ ବ୍ୟକ୍ତି ପାକ୍ ଓ ଭାରତରେ ନିଶା କାରବାର କରୁଥିଲା । ତାର ଗୋଟିଏ ପୁଅ ପାକ୍ ଜେଲରେ ଥିଲାବେଳେ ଅନ୍ୟଜଣକ ଭାରତରେ ନିଶା କାରବାର ପାଇଁ ଜେଲଯାଇଛି । ଗତବର୍ଷ ଅକ୍ଟୋବର ଏବଂ ଚଳିତବର୍ଷ ମାର୍ଚ୍ଚ ମାସରେ ବେଟ ଦ୍ୱାରକାକୁ ଜବରଦଖଲରୁୁ ମୁକ୍ତ କରିବାଲାଗି ୧୦୦୦ପୁଲିସ ବାହିନୀ ଉପସ୍ଥିତିରେ ଡ୍ରୋନ କ୍ୟାମେରାର ନିରୀକ୍ଷଣ ମଧ୍ୟରେ ଦଖଲ ଉଚ୍ଛେଦ ହୋଇଥିଲା । ବେଟ ଦ୍ୱାରକାର ୪୨ଟାପୁରୁ ମାତ୍ର ୬ଟି ଟାପୁରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା । ୭୮ଘର, ୨୫ ମଜାର ସେତେବେଳେ ଭଙ୍ଗାଯାଇଥିଲା । ମଜାର ଉପରେ ଲାଇଟ ହାଉସ ରହିଥିଲା ଯାହା ରାତିରେ ଚୋରା କାରବାର ପାଇଁ ବୋଟଗୁଡିକୁ ଦିଗ ନିର୍ଦ୍ଦେଶ କରୁଥିଲା । ଇସଲାମିକ ଝଣ୍ଡାକୁ ଜଙ୍ଗଲ ଜମିରେ ପୋତିଦେଇ ଲୋକେ ଅ ଳକୁ ଦଖଲକୁ ନେଉଥିଲେ । କାର୍ଯ୍ୟାନୁଷ୍ଠାନ ବେଳେ ଆଲମଶାପୀର, ହଜରତ ଦୌଲତଶା , ଦଗଘା ସିଦ୍ଧି ବାବା, ଦରଘା ବାଲାପର, କମରୁଦ୍ଦୀନ ପୀର ଆଦି ସଂପୂର୍ଣ୍ଣ ସରକାରୀ ଜମିରେ ବେଆଇନ ଭାବେ ନିର୍ମିତ ହୋଇଥିବାର ଦେଖିବାକୁ ମିଳିଥିଲା । ଏଠାରେ ସଫର ପାଞ୍ଜାରୀ ନାମକ ଜଣେ ବ୍ୟକ୍ତି ଏନ୍ଆର୍ସି -ସିଏଏ ବିରୋଧରେ ମୁସଲିମ ଲୋକଙ୍କୁ ସଂଗଠିତ କରି ସଂଘର୍ଷ ପାଇଁ ଆହ୍ୱାନ ଦେଇଥିଲା । ୨୦୧୯ରେ ଜଖାଉ କୂଳରୁ (କଚ୍ଛ) ୫୦୦ କୋଟିର ନିଶା କାରବାରରେ ରମଜାନ ଗନିପିଲାନୀ ଗିରଫ ହୋଇଥିଲା ।
ଏକଥା ସତ ଯେ ଚୋରା ନିଶା କାରବାରରୁ ଯେଉଁ ଅର୍ଥ ଆସୁଥିଲା ତାହା ଅଳ୍ପ ସମୟରେ ବେଆଇନ ନିର୍ମାଣରେ ଲାଗିପାରୁଥିଲା । ଘରଗୁଡିକ ସମୁଦ୍ରମୁହାଁ ରହିଥିଲା । ସାଲେହ ମହମ୍ମଦ ସଙ୍ଗର, ଅୟୁବ ସୁମନିଆ, ତାଲିବ ଲତିଫ, ହମିଦ ଜାଡେଜା, ହୁସୈନ ଏଲେନା ଜାଡେଜା ପରି ବଡ ଦଖଲକାରୀ ଜମି ଜିହାଦ ପଛରେ ରହିଥିବା ଜଣାପଡିଥିଲା । ବେଟ ଦ୍ୱାରକାରେ ଦ୍ୱାରିକାଧୀଶ ମୁଖ୍ୟ ମନ୍ଦିର ରହିଛି । ଏଠାରେ ପହ ôବା ପାଇଁ ବୋଟ ଯୋଗେ ଯିବାକୁ ହୋଇଥାଏ । ଗୁଜରାଟର ଉପକୂଳରୁ ଏସବୁ ଟାପୁକୁ ଯିବାକୁ ହେଉଥିବା ହେତୁ ସାଧାରଣ ଲୋକେ ଏଠାରେ ରହିବା ପାଇଁ ଆଗ୍ରହୀ ନଥିଲେ । ଏହାର ସୁଯୋଗରେ ଷଡଯନ୍ତ୍ରକାରୀମାନେ ଟାପୁ ଦଖଲଲେ ମାତିଗଲେ । ବୋଟ ବ୍ୟବସାୟରେ ଭଲ ଲାଭ ହେଉଥିବା ଯୋଗୁ ନିଶା ବ୍ୟବସାୟୀମାନେ ମଧ୍ୟ ସେମାନଙ୍କ ଅର୍ଥ ଏଥିରେ ବିନିଯୋଗ କଲେ । ବୋଟରେ ଯାତ୍ରା ପାଇଁ ଦ୍ୱାରକା -ସୋମନାଥ ୮୦୦୦ ଟଙ୍କା , ଦ୍ୱାରକା ୯୭୫୦ଟଙ୍କା, ଦ୍ୱାରକା- ସୋମନାଥ -ଗିର ୧୧,୭୫୦ଟଙ୍କା ଦ୍ୱାରକା -ସୋମନାଥ- ଡିଉ- ଗିର ୧୪୦୦୦ ଟଙ୍କା ଦେବାକୁ ହେଉଛି । ତେଣୁ ସାମୁଦ୍ରିକ ପର୍ଯ୍ୟଟନରେ ବହୁ ଲାଭ ଥିବାରୁ ରାଜ୍ୟ ବାହାରୁ ମୁସଲିମ ବୋଟଚାଳକମାନେ ମଧ୍ୟ ଏହି ବ୍ୟବସାୟରେ ରହିଛନ୍ତି । ଇକୋ ଟୁରିଜିମ୍ ପାଇଁ ସରକାର ଏହାକୁ ବାଛିଥିବା ହେତୁ ଖରାଦିନରେ ପର୍ଯ୍ୟଟକମାନେ ଟେ ନିର୍ମିତ କ୍ୟାମ୍ପରେ ରହିବାକୁ ଏଠାକୁ ଆସିଥାନ୍ତି ।
ପୁରାଣ ପ୍ରସିଦ୍ଧ ଦ୍ୱାରକା ଦୁର୍ଗ ସହରକୁ ବିଶ୍ୱକର୍ମା ନିର୍ମାଣ କରିଥିବାର ଜଣାଯାଏ । ଶ୍ରୀକୃଷ୍ଣଙ୍କ ନିର୍ଦ୍ଦେଶରେ ବିଶ୍ୱକର୍ମା ସମୁଦ୍ର ଦେବତାଙ୍କଠାରୁ ଜମିଗ୍ରହଣ କଲାପରେ ନିର୍ମାଣ କାର୍ଯ୍ୟ ହୋଇଥିଲା । ପୁରାଣକାଳରୁ ପଶ୍ଚିମ ଉପକୂଳ ଦେଇ ଲୋକେ ଦ୍ୱାରକା ମଧ୍ୟ ଦେଇ ଭାରତକୁ ଆସୁଥିଲେ । ତେଣୁ ଦ୍ୱାରକାକୁ ଅତୀତ ଦିନରେ ଭାରତର ପ୍ରବେଶ ଦ୍ୱାର ବୋଲି ମଧ୍ୟ କହୁଥିଲେ । ଓଖା ଉପକୂଳରୁ ଦୁଇ କିଲୋମିଟର ଦୂରରେ ବେଟ ଦ୍ୱାରକା ରହିଛି । ଓଖା ବନ୍ଦରରୁ ଫେରି ଯୋଗେ ଏଠାରେ ପହ ôବାକୁ ୩୦ମିନିଟ୍ ସମୟ ଲାଗିଥାଏ । ପୂର୍ବେ ଏହା ରମଣଦ୍ୱୀପ,କୃଷ୍ଣ ବିଳାସ ନଗରୀ ଏବଂ କାଲାରକୋଟ ନାମରେ ମଧ୍ୟ ପରିଚିତ ଥିଲା । ଶଙ୍ଖୋଦ୍ଧାର ତୀର୍ଥ ଭାବେ ଏହା ପ୍ରସିଦ୍ଧ । ଗର୍ଗ ସଂହିତାରେ ନାରଦମୁନି ଏହାର ମହାତ୍ମ୍ୟ ବିଷୟରେ କହିଥିବାର ପଢିବାକୁ ମିଳିଥାଏ । ଯଦୁବଂଶର ଲୋକମାନଙ୍କୁ ଶ୍ରୀକୃଷ୍ଣ ବେଟ ଦ୍ୱାରକାର କୁଶାସ୍ଥଳୀକୁ ପ୍ରଥମେ ଆଣିଥିଲେ । ସମୁଦ୍ର ଓ ପାହାଡ ଦ୍ୱାରା ଘେରି ହୋଇ ରହିଥିବା ହେତୁ ଏହାକୁ ଅଧିକ ସୁରକ୍ଷିତ ସ୍ଥାନ ଭାବେ ଗ୍ରହଣ କରାଯାଇଥିଲା । ମହାଭାରତରେ ବେଟ ଦ୍ୱାରକାକୁ ଅର୍ନ୍ତଦ୍ୱୀପ ଭାବେ ବର୍ଣ୍ଣନା କରାଯାଇଛି । ମତ୍ସାବତାର ବେଳେ ଭଗବାନ ବିଷ୍ଣୁ ଶଙ୍ଖାସୁରକୁ ଯେଉଁଠାରେ ବଧ କରିଥିବା କଥା କୁହାଯାଏ, ସେଠାରେ ଏବେ ଶଙ୍ଖ ସରୋବର ରହିଛି । ଏହି ଦ୍ୱୀପରେ ବହୁପ୍ରକାରର ଶଙ୍ଖ ଦେଖିବାକୁ ମିଳିଥାଏ । ଗର୍ଗ ସଂହିତାର ଦ୍ୱାରକା ଖଣ୍ଡରେ ବର୍ଣ୍ଣନା ରହିଛି ଯେ ଶ୍ରୀକୃଷ୍ଣ ତୀର୍ଥ ମୁନିଙ୍କର ଭକ୍ତମାନଙ୍କୁ କକ୍ଷିବଣରେ ମାର୍ଗଦର୍ଶନ ପ୍ରଦାନ କରିଥିଲେ । ଏଠାରେ ସୁଦାମା ଓ ଶ୍ରୀକୃଷ୍ଣଙ୍କ ଭେଟ ହୋଇଥିବା କଥା କୁହାଯାଏ ।
ଅତୀତରେ ବରୋଦା ରାଜ୍ୟ ଅନ୍ତର୍ଗତ ଏବଂ ଗାଏକୱାଡଙ୍କ ଶାସନାଧୀନ ଥିବା ବେଟ ଦ୍ୱାରକା ଉପରେ ଖ୍ରୀ.୧୮୫୭ରେ ବଘେରମାନେ ଆକ୍ରମଣ କରି ଅଧିକାରକୁ ନେଇଥିଲେ । କିନ୍ତୁ ପରେ ଗାଏକୱାଡ ରାଜାଙ୍କ ଅଧିନକୁ ଆସି ଏହା ଖ୍ରୀ.୧୯୪୭ ପର୍ଯ୍ୟନ୍ତ ରହିଥିଲା । ହରପ୍ପା ଏବଂ ମୌର୍ଯ୍ୟ ସମୟର ଅନେକ ସାମଗ୍ରୀ ଏଠାରୁ ମିଳିଛି । ପ୍ରାଚୀନ କାଳର ପୋତରୁ ମିଳିଥିବା ପ୍ରମାଣ ଅନୁଯାୟୀ ସଂସ୍କୃତ ଦ୍ୱାରକାର ଲୋକଭାଷା ରହିଥିଲା । ଦ୍ୱାରକାଧୀଶଙ୍କୁ ଶ୍ରୀକୃଷ୍ଣଙ୍କ ପତ୍ନୀ ରୁ୍କ୍ମିଣୀ ପୂଜା କରୁଥିଲେ । ତ୍ରିବିକ୍ରମ ମନ୍ଦିର, ମାଧବରାଇଜୀ ମନ୍ଦିରର, ଦେବକୀ ମନ୍ଦିର,ପୁରୁଷୋ ମ ମନ୍ଦିର, କଲ୍ୟାଣ ରାଇଜୀ ମନ୍ଦିର ପରି ଛୋଟ ଛୋଟ ମନ୍ଦିର ଦ୍ୱାରକାଧୀଶ ମନ୍ଦିର ଅନ୍ତର୍ଗତ । ଏଠାରେ ଶ୍ରୀକୃଷ୍ଣଙ୍କୁ ରୁକ୍ମିଣୀ ଏବଂ ଶ୍ରୀରାଧାଙ୍କ ପକ୍ଷରୁ ପ୍ରତିଦିନ ୧୩ଭୋଗ ଅର୍ପଣ କରାଯାଇଥାଏ । ବେଟ ଦ୍ୱାରକାର ଯେଉଁ ସ୍ଥାନରେ ହନୁମାନ ଦଣ୍ଡୀ ରହିଛି ସେଠାରେ ପୁରାଣକାଳରେ ମକରଧ୍ୱଜ ଓ ହନୁମାନଙ୍କ ମଧ୍ୟରେ ଲଢେଇ ହୋଇଥିଲା ବୋଲି କୁହାଯାଏ । ବେଟ ଦ୍ୱାରକାରେ ଅଭୟମାତା ମନ୍ଦିର, ମୀରାବାଈ ମନ୍ଦିର, ରଣଛୋର ତଲାବ, ନୀଳକଣ୍ଠ ମହାଦେବ ମନ୍ଦିର, କ୍ଷେତ୍ରପାଲ ମନ୍ଦିର, ଶ୍ରୀ ଚୋର୍ଯ୍ୟସିଧୁନା ସିଦ୍ଧିପୀଠ ରହିଛି । ମୁସଲିମ ଶାସକ ମହମୁଦ ବେଗଡା ଖ୍ରୀ ୧୪୭୨ରେ ପ୍ରାଚୀନ ଦ୍ୱାରକାଧୀଶ ମନ୍ଦିର ଉପରେ ଆକ୍ରମଣକରି ଧ୍ୱଂସ କରିଥିଲା । ପରେ ୧୫-୧୬ଶ ଶତାବ୍ଦୀରେ ମନ୍ଦିରର ପୁନଃନିର୍ମାଣ କରାଯାଇଥିଲା । ଆଦି ଶଙ୍କରାଚାର୍ଯ୍ୟ ୮ମ ଶତାବ୍ଦୀରେ ଏହି ମନ୍ଦିରକୁ ଦର୍ଶନ କରିଥିଲେ ।
ଗତବର୍ଷ ୧ ଅକ୍ଟୋବରରୁ ବେଟ ଦ୍ୱାରକାରେ ବେଆଇନ ବାଣିଜ୍ୟିକ ଏବଂ ଆବାସିକ ଗୃହ ଉଚ୍ଛେଦ ଅଭିଯାନ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଥିଲା । ୧୧କି.ମି ପରିବ୍ୟାପ୍ତ ଏହି ଟାପୁ ନିଶାଚାଲାଣ, ଚୋରାସୁନା, ଜାଲନୋଟ କାରବାରର କେନ୍ଦ୍ର ଥିଲା । ଜମିଦଖଲ ପାଇଁ ଲୋକେ ଇସଲାମିକ ଝଣ୍ଡାକୁ ବ୍ୟବହାର କରୁଥିଲେ । ମୂଳ ଦ୍ୱାରକାଠାରୁ ବେଟ ଦ୍ୱାରକା ୩୫କି.ମି ଦୂରରେ ଅବସ୍ଥିତ । ପୂର୍ବରୁ ଏଠାକେ କାଁ ଭାଁ ମସଜିଦ୍ ଥିଲାବେଳେ ବିଗତ ଦିନରେ ଅନେକ ମସଜିଦ୍ ନିର୍ମାଣ କରାଯାଇଥିଲା । ଏଠାକାର ପୁଅ ଝିଅମାନଙ୍କର ପାକିସ୍ଥାନୀଙ୍କ ସହ ବିବାହ ହୋଇଥାଏ । ୧୯୬୦ ଜନଗଣନା ଅନୁସାରେ ଏଠାରେ ୬୦୦ମୁସଲମାନ ଏବଂ ୨୭୮୬ ହିନ୍ଦୁ ବାସ କରୁଥିଲେ । କିନ୍ତୁ ଏବେ ୯୫୦୦ ମୁସଲିମ ଜନସଂଖ୍ୟା ଥିଲାବେଳେ ୨୫୦୦ ହିନ୍ଦୁ ଜନସଂଖ୍ୟା ରହିଛି ।
ଆଗାମୀ ଦିନରେ କାଶୀ ବିଶ୍ୱନାଥ, ମହାକାଳ ଲୋକ ପରି ଦେବଭୂମି କରିଡର ଏଠାରେ ସରକାର ନିର୍ମାଣ କରିବେ । ବେଟ ଦ୍ୱାରକାକୁ ଯିବା ପାଇଁ ଓଖା- ବେଟ ଦ୍ୱାରକା ମଧ୍ୟରେ ୨୩୨୦ ମିଟର ଦୀର୍ଘ ୪ଲେନ ବିଶିଷ୍ଟ ସେତୁ ସଡକ ନିର୍ମାଣ ଜାରିରହିଛି । ଦ୍ୱାରକାଧୀଶ ଶ୍ରୀକୃଷ୍ଣଙ୍କର ୧୦୮ ଫୁଟ ଉଚ୍ଚର ଏକ ବିଶାଳ ମୂ ର୍ି ଏଠାରେ ସ୍ଥାପନା କରାଯିବ । ଗୋମତୀ ନଦୀର କୂଳରେ ପ କୁଇଠାରେ ଏହାକୁ ପ୍ରତିଷ୍ଠା କରାଯିବ । ଜଳକ୍ରୀଡା ପାର୍କ, ଡଲଫିନ୍୍ ଗ୍ୟାଲେରୀ ନିର୍ମାଣ କରାଯିବ । ଦ୍ୱାରକାଧୀଶ ମନ୍ଦିର ସହ ରୁକି୍ମଣୀ ବଳରାମ ମନ୍ଦିର, ସନୱାଲିୟାଜ ମନ୍ଦିର,ଗୋବର୍ଦ୍ଧନନାଥ ମନ୍ଦିର, ମହାପ୍ରଭୁ ବୈଠକ, ବାସୁଦେବ, ହନୁମାନ ମନ୍ଦିର, ନାରାୟଣ ମନ୍ଦିରକୁ ସଂଯୋଗ ପଥ ରହିବ । ଲକ୍ଷ୍ମୀନାରାୟଣ ମନ୍ଦିର ପରିସରରେ ଥିବା ବୃକ୍ଷ ମୂଳେ ଋଷି ଦୁର୍ବାସା ତପସ୍ୟା କରିଥିବା କୁହାଯାଏ । ସ୍ଥାନୀୟ ଗୋପୀ ସରୋବରକୁ ସରକାର ନୂତନ ଭାବେ ନିର୍ମାଣ କରିବାର ଯୋଜନା ରଖିଛନ୍ତି । ମହାଭାରତରେ ଏହା ଗୋପୀଚନ୍ଦନ ଭାବେ ବର୍ଣ୍ଣିତ । ଧର୍ମପୀଠ ବେଟ ଦ୍ୱାରକାକୁ ଜିହାଦି ଲୋକେ ଦଖଲ କରି ପାକ୍ର କଲୋନୀ ନିର୍ମାଣ ଚାଲୁ ରଖିଥିଲେ । ସରକାରଙ୍କ ସଡକ ସଂଯୋଗୀକରଣ ଏବଂ ତୀର୍ଥ କ୍ଷେତ୍ର ନିର୍ମାଣ ପରେ ବେଟ ଦ୍ୱାରକା ଭାରତବାସୀଙ୍କ ପାଇଁ ଅଧିକ ଆକର୍ଷଣର କେନ୍ଦ୍ର ହେବ । ଓଖା ସହର ଅଧିନରେ ଥିବା ଏହି କ୍ଷେତ୍ରରେ ଯାତ୍ରୀଙ୍କ ପାଇଁ ହୋଟେଲ, ଧର୍ମଶାଳା ଆଦି ନିର୍ମିତ ହେବ । ସଡକପଥ ଯୋଗାଯୋଗ ପରେ ଏହା ଏକ ନୂତନ ଛୋଟ ନଗରୀର ରୂପ ନେବ, ଏଥିରେ ସନ୍ଦେହ ନାହିଁ ।