୩୯ ବର୍ଷ ପୂର୍ବେ ୧୯୮୩ ମସିହାରେ ଯେତେବେଳେ ଭାରତୀୟ ଟିମ ବିଶ୍ୱକପ୍ ଜିତି ଭାରତ ଫେରିଥିଲା ସେତେବେଳେ ବିସିସିଆଇ ପାଖରେ ଖେଳାଳୀଙ୍କୁ ଦେବା ପାଇଁ ଟଙ୍କା ନଥିଲା । ସେତେବେଳେ ବିସିସିଆଇ ଅଧ୍ୟକ୍ଷ ଏନକେପି ସାଲଭେ ଖେଳାଳୀଙ୍କୁ ପୁରସ୍କାର ଦେବାକୁ ଚାହୁଁଥିଲେ । ହେଲେ ଅର୍ଥ ନଥିବାରୁ ସେ ବିବ୍ରତ ଅବସ୍ଥାରେ ଥିଲେ । ଏତିକି ବେଳେ ଲତା ବିସିସିଆଇକୁ ସହାୟତା କରିଥିଲେ ।
ସାଲଭେ ଏଭଳି କଠିନ ପରିସ୍ଥିତିରୁ ମୁକୁଳିବା ପାଇଁ ଲତାଙ୍କୁ ଯୋଗାଯୋଗ କରିଥିଲେ । ଭାରତୀୟ ଟିମର ବିଜୟକୁ ନେଇ ଉତ୍ସବ ମନାଇବାକୁ ଦିଲ୍ଲୀର ଇନ୍ଦୀରା ଗାନ୍ଧୀ ଷ୍ଟାଡିୟମରେ ଲତା ମଙ୍ଗେଶକର ଏକ ମେଲୋଡି ପୋଗ୍ରାମ ଆରମ୍ଭ କରିଥିଲେ । ଏହି ମେଲୋଡି ପ୍ରୋଗ୍ରାମ ସେତେବେଳେ ବେସ ହିଟ୍ ହୋଇଥିଲା । ଏହି ପ୍ରୋଗ୍ରାମରେ ପାଖା ପାଖି ୨୦ ଲକ୍ଷ ଟଙ୍କାର ଟିକେଟ ବିକ୍ରି ହୋଇଥିଲା । ଏହି ଟଙ୍କାରେ ବିସିସିଆଇ ଭାରତୀୟ ଟିମର ଖେଳାଳୀଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ଦେଇପାରିଥିଲା ।
ଲତା ମଙ୍ଗେଶକର ଆଜି ନାହାଁନ୍ତି ହେଲେ ସେ କରିଥିବା ଅନେକ କାମ ପାଇଁ ଆଜି ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଓ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ବି ଶୋକ ପ୍ରକାଶ କରିଛନ୍ତି । କେବଳ ଶୋକ ପ୍ରକାଶ ନୁହେଁ ତାଙ୍କ ପାଇଁ ଦେଶରେ ୨ ଦିନ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି ।