The Independence:Lesson-from-Direct-Action-Day
 

ଭାରତର ବିଭାଜନ କରି ମୁସଲମାନ ବହୁଳ ଅଂଚଳ ଗୁଡିକୁ ନେଇ ଅଲଗା ଦେଶ ଗଠନ କରିବା ପାଇଁ ଦେଶବାସୀ ଓ କଂଗ୍ରେସ ନେତା ମାନଙ୍କୁ ଭୟଭୀତ କରିବା ଓ ଚାପ ପ୍ରୟୋଗ କରିବା ଉଦ୍ଦେଶ୍ୟରେ ୧୯୪୬ ମସିହା ଅଗଷ୍ଟ ମାସ ୧୬ ତାରିଖ ଦିନକୁ ଡାଇରେକ୍ଟ ଆକ୍ସନ ଡେ ଭାବରେ ପାଳନ କରିବାକୁ ମୁସଲିମ ଲିଗ ଆହ୍ୱାନ କରିଥିଲା । ଲିଗ କହିଥିଲା – “ଭାରତର ମୁସଲମାନ ମାନେ ଯେତେବେଳ ଯାଏ ସ୍ୱାଧୀନ ଏବଂ ପୂର୍ଣ ସଂପ୍ରଭୁତା ସମ୍ପନ୍ନ ପାକିସ୍ତାନର ସ୍ଥାପନା ନ ହୋଇଛି ସେତେବେଳେ ଯାଏ ଶାନ୍ତିର ସହିତ ବସିବେ ନାହିଁ, ....ା ଏବେ ସମୟ ଆସି ଯାଇଛି ଯେ ମୁସଲମାନ ରାଷ୍ଟ୍ର ଡାଇରେକ୍ଟ ଆକ୍ସନ ଆରମ୍ଭ କରନ୍ତୁ । ” ଜିନ୍ନା ସେତେବେଳେ କହିଲେ - “ଆଜି ଆମେ ସାମ୍ବିଧାନିକ ପଦ୍ଧତିକୁ ବିଦାୟ ଦେଉଛୁ । ... ଆମ ହାତରେ ବର୍ତମାନ ପିସ୍ତଲ ଅଛି ଓ ଆମେ ତାକୁ ବ୍ୟବହାର କରିବା ସ୍ଥିତିରେ ଅଛୁ । ”ସଂକେତ ସ୍ପଷ୍ଟ ଥିଲା ।

ବଙ୍ଗରେ ମୁସଲିମ ଲିଗର ଶାସନ ଥିବାରୁ ଡାଇରେକ୍ଟ ଆକ୍ସନକୁ ପ୍ରଦର୍ଶନ କରିବାକୁ ଏହି ରାଜ୍ୟକୁ ମୁସଲିଗ ଲିଗ ନେତୃତ୍ୱ ବାଛିଥିଲା । ସେତେବେଳେ ଅବିଭାଜିତ ବଙ୍ଗର ମୁଖ୍ୟମନ୍ତ୍ରୀ ମୁସଲିମ ଲିଗର ସୁହରାବର୍ଦୀ ଥିଲା ।

ଅଗଷ୍ଟ ମାସ ୧୬ ତାରିଖ ଦିନର ଗୋଟିଏ ଦିନ ପୂର୍ବ ଯାଏ କାହାକୁ ଜଣା ନ ଥିଲା ଯେ ଡାଇରେକ୍ଟ ଆକ୍ସନ ଡେ କଣ ? ସେହି ଦିନ ସକାଳ ଯାଏ ସବୁ କିଛି ସାଧାରଣ ଥିଲା । ଦିନ ଅଧିକ ହେବା ଓ ମଧ୍ୟାହ୍ନ ହେବା ବେଳକୁ କୋଲକାତାର ବିଭିନ୍ନ ଅଂଚଳରେ ଜଳାପୋଡା, ପଥର ଫିଙ୍ଗା, ଭଙ୍ଗା ରୁଜା ଆଦି ହେବାର ସୂଚନା ଆସିବାକୁ ଲାଗିଲା । ଏଭଳି ଛୋଟ ମୋଟ ଘଟଣା ଯେ ଭୀଷଣ ହିନ୍ଦୁ ନରସଂହାରର ରୂପ ନେବ ଏହା କେହି ସ୍ୱପ୍ନରେ ମଧ୍ୟ କଳ୍ପନା କରି ନଥିଲେ । କୋଲକାତା ସହର ଓ ଏହାର ଆଖପାଖ ଅଂଚଳରେ ହଠାତ ମୁସଲମାନ ମାନଙ୍କର ଭୀଡ ବଢିବାରେ ଲାଗିଲା । ପୂର୍ବରୁ ମଧ୍ୟ ନମାଜ ସମୟରେ ମୁସଲମାନ ମାନଙ୍କର ଭୀଡ ହୁଏ ହେଲେ ସେଦିନର ଭୀଡ ଅସାଧାରଣ ଥିଲା । ଦିନ ଦୁଇଟାରେ ନମାଜ ପାଇଁ ସମୟ ହେଲା । ଲକ୍ଷ- ଲକ୍ଷ ମୁସଲମାନ ମାନଙ୍କ ଭୀଡ ଏକାଠି ହୋଇଥିଲା । ଅଧିକାଂଶ ଲୋକଙ୍କ ହାତରେ ଲୁହାର ରଡ୍ ଓ ଲାଠି ଥିଲା । ମୁସଲମାନ ମାନଙ୍କର ଭୀଡକୁ ଖ୍ୱାଜା ନଜିମୁଦ୍ଦିନ ଓ ସୁହାରବର୍ଦୀ ଉଦବୋଧନ ଦେଲେ । ଏହି ଦୁଇ ଜଣଙ୍କର ଭାଷଣ ପରେ ସାଧାରଣ ଭଳି ଦେଖା ଯାଉଥିବା ଭୀଡ ହିଂସ୍ର ଦଙ୍ଗାକାରୀ ମାନଙ୍କ ଭୀଡରେ ପରିବର୍ତିତ ହୋଇଗଲା ଓ ହିନ୍ଦୁ ମାନଙ୍କୁ ମାର କାଟ କରିବାରେ ଲାଗିଲା । ଏହି ଦିନ କୋଲକାତାର ରାଜ ରାସ୍ତାରେ ସବୁ ଆଡେ ଆଲ୍ଲାହ-ହୁ-ଆକବର, ନାରା-ଏ- ତକଦୀର, ଲଢ କେ ଲେଙ୍ଗେ ପାକିସ୍ତାନ ଓ କାୟଦେ ଆଜମ ଜିନ୍ଦାବାଦର ସ୍ଲୋଗାନ ଶୁଣା ଯାଉଥିଲା ।

ଡାଇରେକ୍ଟ ଆକ୍ସନ ଡେ ସହିତ ଜଡିତ ରିପୋର୍ଟରେ ଏହି ନମାଜରେ ସାମିଲ ହୋଇଥିବା ମୁସଲମାନ ମାନଙ୍କ ସଂଖ୍ୟାକୁ ନେଇ ଭିନ୍ନ ଭିନ୍ନ ମତ ରହିଛି । ହେଲେ ଅଧିକାଂଶ ରିପୋର୍ଟରେ କୁହା ଯାଇଛି ଯେ ଏହି ନମାଜରେ ଅତି କମରେ ପାଂଚ ଲକ୍ଷ ମୁସଲମାନଙ୍କର ଭୀଡ ରହିଥିଲା । କିଛି ରିପୋର୍ଟରେ କୁହା ଯାଇଥିଲା ଯେ ଏହି କାମ ପାଇଁ କୋଲକାତା ବାହାରୁ ଟ୍ରକ ମାନଙ୍କରେ ଭର୍ତି କରି ମୁସଲମାନ ମାନଙ୍କୁ ଅଣା ଯାଇଥିଲ।। ସେମାନଙ୍କ ହାତରେ ଅସ୍ତ୍ର ଶସ୍ତ୍ର ମଧ୍ୟ ଥିଲା । ତେବେ ମୁସଲମାନ ଦଙ୍ଗାକାରୀ ମାନେ ସେମାନଙ୍କର କାମ ଜାରୀ ରଖିଥିଲେ । କୋଲକାତାର ରାଜା ବଜାର, କେଲା ବାଗାନ, କଲେଜ ଷ୍ଟ୍ରିଟ, ହାରିସନ ଷ୍ଟ୍ରିଟ ଆଦି ଅଂଚଳରେ ହିନ୍ଦୁ ମାନଙ୍କ ଘର ଓ ଦୋକାନକୁ ଜଳାଇ ଦିଆଗଲା । ସୁହରାବର୍ଦୀ ମୁଖ୍ୟମନ୍ତ୍ରୀ ଥିବାରୁ ସୁରକ୍ଷାକର୍ମୀଙ୍କୁ ହିଂସାଗ୍ରସ୍ତ ଅଂଚଳରେ ମୁତୟନ କରିବାରେ ସେ ଡେରୀ କରିଥିଲ।।

ଏହା ପରେ ୧୭ ତାରିଖ ଦିନ ଇସଲାମୀ ଦଙ୍ଗାକାରୀ ମାନଙ୍କର ଆହୁରି ଭୟଙ୍କର ରୂପ ଦେଖିବାକୁ ମିଳିଲା । ହିନ୍ଦୁମାନଙ୍କୁ ବାଛି ବାଛି ହତ୍ୟା କରାଗଲା, ହିନ୍ଦୁ ମହିଳା ମାନଙ୍କ ସହ ଦୁଷ୍କର୍ମ କରା ଯାଉଥିଲା ।

ଅଗଷ୍ଟ ୧୬ରୁ ଆରମ୍ଭ ହୋଇଥିବା ଏହି ହିଂସାର ତାଣ୍ଡବ ୨୦ ଅଗଷ୍ଟ ଯାଏ ଚାଲିଥିଲା । କିଛି ସ୍ଥାନରେ ତା ପରେ ମଧ୍ୟ ହିଂସା ଚାଲିଥିଲା । ଏହି ହିଂସାର ତାଣ୍ଡବରେ ୬ ହଜାରରୁ ୧୦ ହଜାର ମଧ୍ୟରେ ଲୋକଙ୍କ ମୃତ୍ୟୁ ଘଟିଥିଲା ବୋଲି କୁହା ଯାଏ । ୨୦ ହଜାରରୁ ଅଧିକ ଲୋକ ଗୁରୁତର ଭାବେ ଆହତ ହୋଇଥିଲେ । ଏକ ଲକ୍ଷରୁ ଅଧିକ ଲୋକ କୋଲକାତାରୁ ପଳାୟନ କରିବାକୁ ବାଧ୍ୟ ହୋଇଥିଲୋ

ସେତେବେଳେ ଭାରତର ସ୍ୱାଧୀନତା ସଂଗ୍ରାମ ଉପରେ ଦୃଷ୍ଟି ରଖିଥିବା ଆମେରିକୀୟ ସାମ୍ବାଦିକ ଫିଲିପ ଟୈଲବଟ ଇନଷ୍ଟିଚ୍ୟୁଟ ଅଫ କରେଂଟ ଏଫେୟାର୍ସକୁ ଏକ ପତ୍ର ଲେଖି ଡାଇରେକ୍ଟ ଆକ୍ସନ ଡେରେ ହୋଇଥିବା ମୃତ୍ୟୁ ସମ୍ପର୍କରେ ଉଲ୍ଲେଖ କରିଥିଲେ । ତାଙ୍କର ପତ୍ର ଉପରେ ଦୃଷ୍ଟି ପକାଇବା । ସେ ଲେଖିଥିଲେ - “ପ୍ରାନ୍ତୀୟ ସରକାର ଡାଇରେକ୍ଟ ଆକ୍ସନ ଡେ ରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ୭୫୦ ବୋଲି କହିଛନ୍ତି । ହେଲେ ଆର୍ମି ପକ୍ଷରୁ କୁହା ଯାଇଛି ଯେ ଏଥିରେ ୬ ହଜାରରୁ ୧୦ ହଜାର ଲୋକ ମୃତ୍ୟୁବରଣ କରିଛନ୍ତି । ୩୫ ଶହରୁ ଉର୍ଧ ଶବକୁ ଏକାଠି କରା ଯାଇ ସରିଛି । ହେଲେ କେହି ଜାଣନ୍ତି ନାହିଁ ଯେ ହୁଗଳୀରେ କେତେ ଲୋକଙ୍କ ଶବକୁ ଫିଙ୍ଗି ଦିଆ ଯାଇଛି, କେତେ ଲୋକ ସହରର ବନ୍ଦ ହୋଇ ପଡିଥିବା ନାଳରେ ମରି ପଡିଛନ୍ତି । ୧୨ ଶହରୁ ଉର୍ଧ ଜଳପୋଡା ଘଟଣାରେ କେତେ ଲୋକ ଜୀବନ୍ତ ଦଗ୍ଧ ହୋଇଛନ୍ତି, କେତେ ଲୋକଙ୍କୁ ତାଙ୍କର ସମ୍ପର୍କୀୟ ମାନେ ଚୁପ ଚାପ ଅନ୍ତିମ ସଂସ୍କାର କରି ଦେଇଛନ୍ତି ତାହାର କୌଣସି ହିସାବ ନାହିଁ । ”

ତ୍ରିପୁରାର ପୂର୍ବତନ ରାଜ୍ୟପାଳ ତଥାଗତ ରାୟ ତାଙ୍କର ପୁସ୍ତକ‘‘My People, Uprooted: A Saga of the Hindus of Eastern Bengal’ ’ ରେ ମୁସଲମାନ ମାନେ କିଭଳି ଭାବେ ଯୋଜନାବଦ୍ଧ ଭାବେ ହିନ୍ଦୁ ବିରୋଧୀ ଦଙ୍ଗା ପାଇଁ ପ୍ରସ୍ତୁତି କରିଥିଲେ ଓ ଶେଷରେ ୧୯୪୬ ମସିହା ଅଗଷ୍ଟ ୧୬ ତାରିଖ ଦିନ ତାକୁ ନରସଂହାରର ରୂପେ ଦେଇଥିଲେ ସେ ସମ୍ପର୍କରେ ବିସ୍ତୃତ ଭାବେ ଉଲ୍ଲେଖ କରିଛନ୍ତି । କୋଲକାତାର ତତ୍କାଳୀନ ମେୟର ଓ ମୁସଲିମ ଲିଗ କୋଲକାତାର ସଚିବ ଏସଏନ ଉସମାନ ବଙ୍ଗଳାଭାଷାରେ ଲେଖାଥିବା ଏକ ଲିଫଲେଟ ବାଂଟିଥିଲେ । ଏଥିରେ ଲେଖା ଯାଇଥିଲା କାଫିର ମାନେ ତୁମର ଅନ୍ତ ଏବେ ବେଶୀ ଦୂର ନାହିଁ, ଏବେ ହତ୍ୟାକାଣ୍ଡ ହେବ ।

ଡାଇରେକ୍ଟ ଆକ୍ସନ ଡେ ଅବସରରେ କିଭଳି ବିଭତ୍ସ ଓ ବର୍ବର କାଣ୍ଡ ହୋଇଥିଲା ସେ ସମ୍ପର୍କରେ ଜଣେ ବୟସ୍କ ଲୋକ ରବୀନ୍ଦ୍ର ନାଥ ଦତଙ୍କ ଅଙ୍ଗେନିଭା କଥାକୁ ନେଇ ଏକ ଭିଡିଓ ବର୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଡାଇରେକ୍ଟ ଆକ୍ସନ ଡେ ବେଳେ ତାଙ୍କର ବୟସ ୨୪ ବର୍ଷ ହୋଇଥିବ । ସେ ଡାଇରେକ୍ଟ ଆକ୍ସନ ଡେ ରୁ କୌଣସି ପ୍ରକାର ବଂଚି ଯାଇଥିଲେ । ସେ ଏହି ଭିଡିଓରେ କହୁଛନ୍ତି ଯେ ରାଜା ବଜାର ଅଂଚଳରେ ବିଫ ଦୋକାନ ମାନଙ୍କରେ ହିନ୍ଦୁ ମହିଳା ମାନଙ୍କର ନଗ୍ନ ଶବ ଗୁଡିକୁ ଓଲଟା ଲଟକା ଯାଇ ରଖା ଯାଇଥିଲା । ସେହିପରି ଭିକ୍ଟୋରିଆ କଲେଜରେ ପଢୁଥିବା ହିନ୍ଦୁ ଛାତ୍ରୀ ମାନଙ୍କ ସହ ଦୁଷ୍କର୍ମ କରାଯିବା ସହ ସେମାନଙ୍କର ଶବକୁ ହୋଷ୍ଟେଲର ଝରକାରେ ଟଙ୍ଗା ଯାଇଥିଲା । ସେ ନିଜ ଆଖିରେ ହିନ୍ଦୁ ମାନଙ୍କର କ୍ଷତ ବିକ୍ଷତ ଶବ ଦେଖିଛନ୍ତି । ଭୂମିରେ ରକ୍ତର ଧାରା ଚାଲିଥିଲା । ତାଙ୍କ ପାଦ ତଳେ ରକ୍ତ ବହୁଥିଲା । ଅନେକ ମହିଳାଙ୍କ ଶବରୁ ସ୍ତନକୁ କାଟି ନିଆଯାଇଥିଲା ।

ଏହି ଲୋମହର୍ଷଣକାରୀ ହିନ୍ଦୁ ବିରୋଧୀ ହିଂସା କାଲକାଟା କିଲିଂ ନାମରେ ମଧ୍ୟ ଜଣାଶୁଣା । ଯେତେବେଳେ ମୁସଲିମ ଲିଗର ସୁହାରବର୍ଦୀ ପ୍ରତ୍ୟକ୍ଷ ପ୍ରୋତ୍ସାହନରେ ତିନି- ଚାରି ଦିନ ଧରି ହିନ୍ଦୁ ମାନଙ୍କ ଉପରେ ମାରକାଟ ଚାଲିଥିଲା । ସେତେବେଳେ ଗୋପାଳ ମୁଖୋପାଧ୍ୟାୟ ଓରଫ ଗୋପାଳ ପାଠା ହିନ୍ଦୁ ମାନଙ୍କୁ ରକ୍ଷା କରିବାକୁ ଅଂଟା ଭିଡିଥିଲେ । ସେ ସଙ୍ଗେ ସଙ୍ଗେ କିଛି ଯୁବକ ମାନଙ୍କୁ ନେଇ ଦଙ୍ଗାକାରୀଙ୍କୁ ତାଙ୍କ ଭାଷାରେ ଜବାବ ଦେଇଥିଲେ । ତାଙ୍କର ଏହି ପ୍ରତି ଆକ୍ରମଣ ପରେ ମୁସଲିମ ଲିଗର ନେତା ଓ ଗୁଣ୍ଡା ମାନେ ପଛକୁ ହଟିଥିଲେ । ଗୋପାଳ ପାଠା ନ ଥିଲେ କୋଲକାତାର ହିନ୍ଦୁଙ୍କ ଅବସ୍ଥା କଣ ହୋଇଥାନ୍ତା ତାହା ଚିନ୍ତା କରା ଯାଇ ନ ପାରେ । ଆଜି ଯେତେବେଳେ ଆମେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛେ ସେତେବେଳେ ଡାଇରେକ୍ଟ ଆକ୍ସନ ଡେ ର ଏହି କଳା ଅଧ୍ୟାୟର ପୁନର୍ପାଠ କରି ଏଥିରୁ ଶିକ୍ଷା ଗ୍ରହଣ କରିବାର ଆବଶ୍ୟକତା ରହିଛି । ଏହା ଦ୍ୱାରା ଭବିଷ୍ୟତରେ ଏହାର ପୁନରାବୃତିକୁ ରୋକା ଯାଇ ପାରିବ ।

(ଡ ସମନ୍ୱୟ ନନ୍ଦ )

Author Image

Dr Samanwaya

Recent Posts

The Independence:If-the-BJP-government-is-formed-in-Odisha-drinking-water-problem-will-be-solved-as-a-priority-Bhatrahari-Mahatab

ଓଡ଼ିଶାରେ ବିଜେପି ସରକାର ଗଠନ କଲେ ଅଗ୍ରାଧିକାର ଭିତିରେ ପାନୀୟ ଜଳ ସମସ୍ୟାର ସମାଧାନ କରାଯିବ: ଭତୃହରି ମହତାବ

The Independence:Odisha-Cow-Slaughtering

Odisha : ଗୋ ମାଂସ ବୋଝେଇ ଟ୍ରକ ଜବତ

The Independence:Jagannath-Temple-Odisha-Mumbai

ଓଡିଶା ବାହାରେ ମହାପ୍ରଭୁ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର

The Independence:Modi-Government-9-Years-Seva-Susasan-Garib-Kalyana

ନ’ ବର୍ଷର ସୁଶାସନ

The Independence:Rath-Yatra-2023-Lakhs-of-devotees-witness-Suna-Besha-of-Holy-Trinity-in-Puri

ଶ୍ରୀକ୍ଷେତ୍ରରେ ରଥାରୁଢ଼ ଶ୍ରୀଜୀଉଙ୍କ ସୁନାବେଶ, ମହଣ ମହଣ ସୁନା ଅଳଙ୍କାରରେ ସଜ୍ଜିତ ତିନି ଠାକୁର

The Independence:Puri-Ratha-Jatra-2023-Jay-Jagannath

ଶରଧାବାଲିରେ ଲାଗିଲା ତିନି ଠାକୁରଙ୍କ ତିନି ରଥ

The Independence:Ratha-Jatra-2023-ନୀଳାଦ୍ରିବିଜେରେ-ନୀଳକନ୍ଦରକୁ-ଫେରନ୍ତି-ନୀଳାଦ୍ରିନାଥ-ସରେ-ଜନ୍ମବେଦି-ଲୀଳା

Ratha Jatra 2023: ନୀଳାଦ୍ରିବିଜେରେ ନୀଳକନ୍ଦରକୁ ଫେରନ୍ତି ନୀଳାଦ୍ରିନାଥ; ସରେ ଜନ୍ମବେଦି ଲୀଳା

The Independence:Jagannath-Temple-Rath-Jatra

ଏକାବନ ଦିନରେ ଚଳଚଞ୍ଚଳ ରଥଖଳା

The Independence:ପ୍ରେମିକାକୁ-ଛୁରୀ-ଭୁଷିଲା-ପଥରରେ-ଛେଚି-ମୁହଁ-ନଷ୍ଟ-କଲା-ଜହ୍ଲାଦ-ପ୍ରେମିକ-ସାହିଲ-ଖାଁ

ପ୍ରେମିକାକୁ ଛୁରୀ ଭୁଷିଲା, ପଥରରେ ଛେଚି ମୁହଁ ନଷ୍ଟ କଲା ଜହ୍ଲାଦ ପ୍ରେମିକ ସାହିଲ ଖାଁ

The Independence:Land-Jihad-Dwarka

ଜମି ଜିହାଦର ଅନ୍ୟନାମ ଦ୍ୱାରକା

The Independence:Odisha-cant-make-progress-with-Shashikala-syndrome-Dharmendra

‘ଶଶୀକଳା ସିଣ୍ଡ୍ରୋମ’ କହିବାରୁ ସରକାରଙ୍କୁ ବାଧିଲା: ଧର୍ମେନ୍ଦ୍ର

The Independence:Land-Jihad-Love-Jihad-Jameen-Jihad-in-Odisha

ରାଜ୍ୟରେ ବଢ଼ୁଛି ଜିହାଦୀଙ୍କ ସଂଖ୍ୟା !

The Independence:The-Kerala-Story-Official-Trailer--Vipul-Amrutlal-Shah--Sudipto-Sen--Adah-Sharma--Aashin-A-Shah

The Kerala Story Official Trailer | Vipul Amrutlal Shah | Sudipto Sen | Adah Sharma | Aashin A Shah

The Independence:Guddu-Muslim-Odisha-Link-BJD

ଗୁଡ୍ଡୁ ମୁସଲମାନର ଖାସ୍, ବିଜେଡି ବିଧାୟକଙ୍କ ରାଇଟହାଣ୍ଡ

The Independence:important-files-of-the-jagannath-temple-administration-have-gone-missing

ଗାଏବ ହେଲା ଜଗନ୍ନାଥ ମନ୍ଦିର ପ୍ରଶାସନର ଗୁରୁତ୍ଵପୂର୍ଣ୍ଣ ଫାଇଲ

The Independence:Debacle-in-American-Banking-System

ଆମେରିକାର ବ୍ୟାଙ୍କିଂ ବ୍ୟବସ୍ଥାରେ ବିପର୍ଯ୍ୟୟ

The Independence:palghar-sadhu-lynching-case-to-be-investigated-by-cbi

ପାଲଘର ସାଧୁହତ୍ୟା ମାମଲାର ହେବ ସିବିଆଇ ତଦନ୍ତ

The Independence:Mix-Mandate-in-USA-Joe-Biden

ଆମେରିକାରେ ମିଶ୍ରିତ ଜନମତ

The Independence:Jayshankar-in-Fiji

ଫିଜିରେ ବିଜି ଜୟଶଙ୍କର

The Independence:Women-Freedom-Fighters-of-India-Name-List-and-Their-Roles

ଭାରତର ମହାନ ମହିଳା ସ୍ୱାଧୀନତା ସଂଗ୍ରାମୀମାନେ ଯାହାଙ୍କୁ ଇତିହାସକାରମାନେ ଭୁଲି ଯାଇଥିଲେ

The Independence:Dharmendra-Seeks-Centres-Intervention-For-Protection-Of-Archaeological-Assets-In-Odisha

ଓଡ଼ିଶାରେ ଅସୁରକ୍ଷିତ ଶିଶୁପାଳ ଗଡ଼ ଓ ଲଳିତଗିରି ପରି ଐତିହ୍ୟ କୀର୍ତ୍ତିରାଜି

The Independence:ଶ୍ରୀମନ୍ଦିରର-ପ୍ରସିଦ୍ଧ-ଦୋଳଯାତ୍ରା

ଶ୍ରୀମନ୍ଦିରର ପ୍ରସିଦ୍ଧ ଦୋଳଯାତ୍ରା

The Independence:Young-writer-Om-Priyadarshis-book-on-Paika-movement-released

ଉନ୍ମୋଚିତ ହେଲା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଚୟନିତ ଓମ୍ ପ୍ରିୟଦର୍ଶୀଙ୍କ ପୁସ୍ତକ "ପାଇକ: ଜନ, ଆଖ୍ୟାନ ଓ ଆନ୍ଦୋଳନ"

The Independence:Baijayanta-Panda-listens-Man-Ki-Baat-Programme-at-Bhawanipatna

ଭବାନୀପାଟଣା “ମନ୍‌ କି ବାତ୍‌” କାର୍ଯ୍ୟକ୍ରମରେ ବୈଜୟନ୍ତ ପଣ୍ଡା

The Independence:ଜର୍ଜ-ସୋରୋସଙ୍କ--ନେଟୱର୍କ-ଓ-କଣ୍ଢେଇ-ମାନଙ୍କୁ-ଚିହ୍ନଟ--ଜରୁରୀ

ଜର୍ଜ ସୋରୋସଙ୍କ ନେଟୱର୍କ ଓ କଣ୍ଢେଇ ମାନଙ୍କୁ ଚିହ୍ନଟ ଜରୁରୀ