ପଶ୍ଚିମବଙ୍ଗରେ ଆଉ ଏକ ଲଭ ଜିହାଦର ଖବର ଆସିଛି । ହୁଗୁଲି ଜିଲ୍ଲାର ଶେଓରାପଲ୍ଲି ଅଂଚଳରେ ବିଜୟା ଦଶମୀ ଦିନ ରୁବି କୁମାରୀ ନାମ୍ନୀ ଜଣେ ୧୩ ବର୍ଷିଆ ବାଳିକାକୁ ତାର ପ୍ରେମିକ ଶେଖ ରାଜା ଗଳାକାଟି ହତ୍ୟା କରି ରେଳ ଲାଇନ ପାଖରେ ଫିଙ୍ଗି ଦେଇଛି । ପୋଲିସ ରୁବି କୁମାରୀର ଶବକୁ ରେଳ ଲାଇନ ପାଖରୁ ଜବତ କରିଛି ।
ଘଟଣାରୁ ଜଣାପଡିଛି ଯେ ଶେଖ ରାଜା ରୁବିକୁ ପ୍ରେମ କରୁଥିଲା । ଦଶହାର ପୁଜା ବୁଲିବା ପାଇଁ ରୁବି ଘରୁ ବାହାରି ଯାଇ ଆଉ ଫେରି ନଥିଲା । ଘର ଲୋକ ଖୋଜାଖୋଜି କରି ତାକୁ ସେଦିନ ରାତିରେ ପାଇନଥିଲେ । ପରଦିନ ସକାଳରେ ରୁବିର ଶବ ରେଳ ଲାଇନ କଡରେ ପଡିଥିଲା ଓ ହତ୍ୟାକାରୀ ଶେଖ ଚୁପଚାପ ଆସି ତାର ଘରେ ଶୋଇଥିଲା ।
ସ୍ଥାନୀୟ ଲୋକମାନେ ରୁବିକୁ ନ୍ୟାୟ ଦେବା ପାଇଁ ଆନ୍ଦୋଳନ କରିଛନ୍ତି । ପୋଲିସ ଶେଖ ରାଜାକୁ ଗିରଫ କରିଛି ।